ଏଥର ୫ଦିନ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ

 

କଟକ,୧୯।୧୦(ଏସଏସନିଉଜ) ଚୁଡଙ୍ଗଗଡର ପୂର୍ବ ଐତିହ୍ୟ ଓ ପରମ୍ପରାର କଥାକୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଏଥର ୫ଦିନ ଧରି ଚାଲିବ । ପୁରାତନ ଲୋକକଳା , ପାଇକ ଆଖଡ଼ା ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରୁ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ରବିବାର ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ରବିବାରଦିନ ବାରଙ୍ଗ ମେଡିକାଲ ଛକଠାରେ ଥିବା ଏକ ଘରୋଇ ମଣ୍ଡପଠାରେ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ – ୨୦୨୫ ନିମନ୍ତେ ଆୟୋଜିତ ଖବରଦାତା ସମ୍ମିଳନୀରେ ୮ମ ବାର୍ଷିକ ଚୂଡଙ୍ଗଗଡ଼ ବାରଙ୍ଗ ମହୋତ୍ସବ-୨୦୨୫ର ରୂପରେଖର ବର୍ଣ୍ଣନା କରାଯାଇଥିଲା।ଏହି ମହୋତ୍ସବ ୫ତାରିଖ କାର୍ତ୍ତିକପୂର୍ଣ୍ଣିମାରେ ପୌରାଣିକ ତଥ୍ୟ ଅନୁଯାୟୀ ପୁଣ୍ୟତୋୟା ପ୍ରୀଚିନଦୀ ପୁରୀ ମେନକେନାଲ୍, ବାରଙ୍ଗ ବ୍ଲକସମୁଖରେ ପ୍ରାତଃ ସମୟରେ ବୋଇତ ବନ୍ଦାଣ କରି ଏହାର ଶୁଭାରମ୍ଭ କରାଯିବ ଓ ସନ୍ଧ୍ୟାରେ ମଞ୍ଚ ଉଦ୍ଘାଟନ କରାଯିବ। ୫ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ପ୍ରତ୍ୟହ ସନ୍ଧ୍ୟାରେ
ରାଜ୍ୟର ବିଶିଷ୍ଠ ରାଜନୈତିକ ବ୍ୟକ୍ତି , ଶିକ୍ଷାବିତ୍, ଐତିହାସିକ, ଗବେଷକ, ସମାଜସେବୀ, କଳାକାରମାନେ ଯୋଗଦାନ କରିବେ ।ମଞ୍ଚ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଜ୍ୟର ସୁପ୍ରତିଷ୍ଠିତ ସମରସଜ୍ୟା, ଓଡ଼ିଶି, ମେଲୋଡ଼ି, ଲୋକକଳା ନୃତ୍ୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ଭର୍ଦ୍ଧନା କରାଯିବା ସହିତ ଆଖପାଖ କଲେଜ ଓ ସ୍କୁଲର ପିଲାମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ପିଲାମାନଙ୍କୁ ସମ୍ମାନୀତ କରାଯିବ
। ଚଳିତବର୍ଷ ପ୍ରଥମ କରି ନରଣପୁର ରାମେଶ୍ବର ମନ୍ଦିରରୁ ବାରଙ୍ଗ କନକଦୂର୍ଗା ମନ୍ଦିର ପର୍ଯ୍ୟନ୍ତ ଗଣଦୌଡ଼ ନଭେମ୍ବର ମାସ ୨ ତାରିଖ ସକାଳ ୮ ଘଟିକା ସମୟରେ କରାଯିବା ସହିତ ମହୋତ୍ସବ କମିଟି ତରଫରୁ ଆସନ୍ତା ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୩୨ଟି ଟିମ୍ କୁ ନେଇ କ୍ରିକେଟ ଓ ଫୁଟବଲ ଟୁର୍ଣାମେଣ୍ଟ କରାଯିବ ଏବଂ ବିଜେତାମାନଙ୍କୁ ଟ୍ରଫି ପ୍ରଦାନ କରାଯିବ ବୋଲି ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ଏହି ଅବସରରେ ଚୂଡଙ୍ଗଗଡ଼ ବାରଙ୍ଗ ମହୋତ୍ସବର କ୍ରିକେଟ ଓ ଫୁଟବଲ ଟୁର୍ଣାମେଣ୍ଟ ଟ୍ରଫି କ୍ରୀଡାବିତ୍ ଦୂତଚାନ୍ଦଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ଏହି ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ସୁନିଲସିଂ,ସମ୍ପାଦକ ରାମଚନ୍ଦ୍ର ଦାସ,ଦୀପକ ସ୍ୱାଇଁ, ଭୂପତି ପାଣି ,ପ୍ରତାପ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ବାରଙ୍ଗର ଗୌରବ, ଅସ୍ମିତା, କଳା ସଂସ୍କୃତି, ଇତିହାସ,ପୂର୍ବ ନୌବାଣିଜ୍ୟ କଥାକୁ ମନେପକାଇବା ଓ ଚୁଡ଼ଙ୍ଗଗଡ଼ର ପୁନଉଦ୍ଧାର ପାଇ ଉଦ୍ୟମ କରିବା ସହ ଭାଇଚାରାର ବାର୍ତ୍ତା ବାଣ୍ଟିବା ପାଇ ମହୋତ୍ସବର ପରିକଳ୍ପନା କରାଯାଇଥିବା କହିଥିଲେ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Comments (0)
Add Comment