Browsing monthly archive

January 2026

ଚାଲିଗଲା ସାମ୍ବାଦିକାଙ୍କ ଜୀବନ

ଭୁବନେଶ୍ୱର,୬।୧(ଏସଏସନିଉଜ)ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେମଙ୍ଗଳବାର ଏକ ଘରୋଇ ବସ୍ ସ୍କୁଟିକୁ ଧକ୍କା ଦେଇଛି।ଯାହାଫଳରେ ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ମୃତ ମହିଳା ସାମ୍ବାଦିକଙ୍କ ନାମ ଶୀଲା ପଟ୍ଟନାୟକ ବୋଲି ଜଣାପଡ଼ିଥିବା‌ବେଳେ ଅନ୍ୟ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରକାଶଯେ,ଏକ ସ୍କୁଟିରେ ଶୀଲା ପଟ୍ଟନାୟକ ନାମକ ମହିଳା ସାମ୍ବାଦିକ ପୁରୀ ଯାଉଥିଲେ। ଏହିସମୟରେ ଜମାଲପୁର ଛକରେ ସ୍କୁଟିର ଚକ ରାସ୍ତାରେ ଥିବା ଏକ ବାଲି ଗଦା ଯୋଗୁ ସ୍ଲିପ୍ ହୋଇଥିଲା। […]

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୬।୧(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ।ଏହା ଘନୀଭୂତ ହେବାନେଇ ପୂର୍ବାନୁମାନ କରିଛି ଆଇଏମଡି। ପୂର୍ବ ବିଷୁବରେଖା ନିକଟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଭାରତ ମହାସାଗର ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।କିନ୍ତୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଆଡକୁ ଗତି କରିବ ବୋଲି ଆଶା କରିଛି ପାଣିପାଗ ବିଭାଗ।

ଆଜିର ରାଶିଫଳ

ଜାନୁଆରୀ ମାସ ୦୬ ତାରିଖ ୨୦୨୬ ମସିହା (ମଙ୍ଗଳବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୦୮/୧୨ ଗତେ ଚତୁର୍ଥୀ,ନକ୍ଷତ୍ର-ଅଶ୍ଳେଷା ଦିବା ଘ୦୧/୦୬ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୧୪, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୩୨,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୮/୧୨ ଗତେ ନୈରୁତେ,ମକର ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଦ୍ୟ ମୃତେ ଏକପାଦ ପୁସ୍କର ଦୋଷ,କାଳବେଳା-ଦିବା ଘ୦୧/୧୪ଗତେ ଘ୦୨/୩୬ ମଧ୍ୟେ,ବାରବେଳା- ଦିବା ଘ୦୭/୪୮ ଗତେ ଘ୦୯/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୬ ମଧ୍ୟେ ଓ ଘ୦୯/୧୧ ଗତେ ଘ୧୨/୦୨ […]

ଆଜିର ରାଶିଫଳ

ଜାନୁଆରୀମାସ ୦୫ତାରିଖ ୨୦୨୬ମସିହା (ସୋମବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ ୧୦/୦୮ ଗତେ ତୃତୀୟା,ନକ୍ଷତ୍ର-ପୂଷ୍ୟା  ଦିବା  ଘ୦୨/୧୫ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୦୨,ଯୋଗିନୀ  ଉତ୍ତରେ ଦିବା ଘ୧୦/୦୮ ଗତେ ଅଗ୍ନି କୋଣେ,ମିଥୁନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଦ୍ୟ ମୃତେ  ଦିବା ଘ୧୦/୦୮ମଧ୍ୟେ ଏକପାଦ ପୁସ୍କର ଦୋଷ, କାଳବେଳା-ଦିବା ଘ୦୭/୪୭ ଗତେ ଘ୦୯/୧୦ ମଧ୍ୟେ,ବାରବେଳା- ଦିବା ଘ୦୨/୩୩ ଗତେ ଘ୦୩/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା  ଘ ୦୭/୪୬ ମଧ୍ୟେ ଓ   ଘ୦୯/୩୯ ଗତେ ଘ୧୨/୦୨ ମଧ୍ୟେ […]

ଆଜିର ରାଶିଫଳ

ଜାନୁଆରୀମାସ ୦୪ତାରିଖ ୨୦୨୬ମସିହା (ରବିବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ପ୍ରତିପଦ ଦିବା ଘ ୧୨/୪୪ଗତେ ଦ୍ଵିତୀୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୪୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୩୪ ,ଯୋଗିନୀ ପୂର୍ବେ ଦିବା ଘ୧୨/୪୪ ଗତେ ଉତ୍ତରେ ,ମେଷରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୧୦/୨୭ଗତେ ଘ୦୧/୧୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ ଗତେ ଘ୦୯/୩୮ମଧ୍ୟେ ଓ ଘ୦୧/୧୨ ଗତେ ଘ୦୪/୦୨ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୦୯/୧୬ମଧ୍ୟେ ,ବିଶୁଦ୍ଧ […]

ମାର୍ଚ୍ଚ ପ୍ରଥମ ସପ୍ତାହରୁ ପଞ୍ଚମ ଓ ଅଷ୍ଟମରେ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର,୩।୧(ଏସଏସନିଉଜ)ଏବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା କରାଯାଇ ପାସ୍, ଫେଲର ବ୍ୟବସ୍ଥା ରହିବ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ଓ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କର ସମେଟିଭ୍ ଆସେସ୍ମେଣ୍ଟ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହୋଇମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ଘୋଷଣା ହେବ ।ଏହାପରେ ପରୀକ୍ଷାରେ ଫେଲ୍ କିମ୍ବା କମ୍ ମାର୍କ ରଖିଥିବା ପିଲାଙ୍କର ପ୍ରତିକାର କାର୍ଯ୍ୟକ୍ରମ କରାଯିବଏପ୍ରିଲ୍ ତୃତୀୟ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ଚତୁର୍ଥ ସପ୍ତାହରେ […]

୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର,୩।୧(ଏସଏସନିଉଜ)ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍।ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ପାଇବେ ଗ୍ରୀନ୍ ଷ୍ଟିକର୍।୧୦ ତାରିଖ ପୂର୍ବରୁ କରିଥିଲେ RTOରୁ ଆଣିପାରିବେ।୧୦ତାରିଖ ପରେ କରିଲେ PUC ଟେଷ୍ଟିଂ ସେଣ୍ଟରରେ ମିଳିବ।ସବୁ RTOରେ ଖୋଲାହେବ ସ୍ପେଶାଲ୍ କାଉଣ୍ଟର ।ଷ୍ଟିକର୍ ଦେବା ଆଗରୁ ଚେକ୍ ହେବ ପଲ୍ୟୁସନ୍ ସାର୍ଟିଫିକେଟ୍।RC ଏବଂ ବାହନ ଡାଟାବେସ୍ ଯାଞ୍ଚ କରାଯିବ।ଅରିଜିନାଲ୍ PUCC, RC କପି ଦେଖାଇବାକୁ ପଡ଼ିବ।ଗାଡ଼ିମାଲିକ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କଲା ପରିବହନ ବିଭାଗ।

ପୁଣି ଜୀବନ ନେଲା ଆମ ବସ୍‌

ଭୁବନେଶ୍ୱର,୩।୧(ଏସଏସନିଉଜ) ବିବାଦର ପିଛା ଛାଡୁନଥିବା ଆମ ବସ୍‌ ପୁଣି ଆଜି ଏକ ଜୀବନ ନେଇଛି।ଭୁବନେଶ୍ୱର ରୂପାଲି ଛକରେ ଏହି ଘଟଣା ଘଟିଛି। ଆମବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଅଟୋକୁ ପଛରୁ ଧକ୍କା ଦେବାରୁ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । […]

ପ୍ରଦୂଷଣରେ ତାଳଚେର ୧ନମ୍ବର

ଭୁବନେଶ୍ୱର,୩।୧(ଏସଏସନିଉଜ)ଦେଶରେ ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡ଼ିଶା।ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର।AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର।୩୫୫ AQI ସହ ତାଳଚେର ସବୁଠୁ ପ୍ରଦୂଷିତ ସହର।ଅନୁଗୁଳରେ AQI ୩୨୯, ବାରିପଦାରେ AQI ୩୨୪।କଟକରେ AQI ୩୦୪ ଓ ଭୁବନେଶ୍ଵରର AQI ରହିଛି ୩୦୨।

ସରକାର ଲଗାଇବେ ସ୍ମାର୍ଟମିଟର

ଭୁବନେଶ୍ୱର,୩।୧(ଏସଏସନିଉଜ)ସ୍ମାର୍ଟମିଟର ଲଗାଇବେ ରାଜ୍ୟ ସରକାର।କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।୨ କିଲୋୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ଲଗାଯିବ ସ୍ମାର୍ଟ ମିଟର।ଏହି ବାବଦକୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା।ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବାକୁ ୮୮ କୋଟି ଖର୍ଚ୍ଚ ହେବ।ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ।DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ।