ଆଜିର ରାଶିଫଳ

ତେନ୍ତୁଳି ଖାଇଲେ କଣ ଲାଭ ମିଳେ?

ଜାନୁଆରୀମାସ ୦୫ତାରିଖ ୨୦୨୬ମସିହା (ସୋମବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ ୧୦/୦୮ ଗତେ ତୃତୀୟା,ନକ୍ଷତ୍ର-ପୂଷ୍ୟା  ଦିବା  ଘ୦୨/୧୫ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୦୨,ଯୋଗିନୀ  ଉତ୍ତରେ ଦିବା ଘ୧୦/୦୮ ଗତେ ଅଗ୍ନି କୋଣେ,ମିଥୁନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଦ୍ୟ ମୃତେ  ଦିବା ଘ୧୦/୦୮ମଧ୍ୟେ ଏକପାଦ ପୁସ୍କର ଦୋଷ, କାଳବେଳା-ଦିବା ଘ୦୭/୪୭ ଗତେ ଘ୦୯/୧୦ ମଧ୍ୟେ,ବାରବେଳା- ଦିବା ଘ୦୨/୩୩ ଗତେ ଘ୦୩/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା  ଘ ୦୭/୪୬ ମଧ୍ୟେ ଓ   ଘ୦୯/୩୯ ଗତେ ଘ୧୨/୦୨ ମଧ୍ୟେ ଓ ରାତ୍ରି ଘ୦୭/୪୩  ଗତେ ଘ୧୦/୫୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ  ବୋଇତିକଖାରୁ ଦିବା ଘ୧୦/୦୮ଗତେ ପୋଟଳଭକ୍ଷଣ ନିଷେଧ।

ମେଷ-ଆଜି  ଶୁଭଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେ ମଧ୍ୟ  କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟକ୍ଷେତ୍ର ମନ୍ଦ ହେବନି।

ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।

ମିଥୁନ-ଆଜି ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

କର୍କଟ-ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।

ସି˚ହ-ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।

କନ୍ୟା-ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।

ତୁଳା-ଆଜି ଖରାପ୍ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।

ବିଛା-ଆଜି ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନଦେବା ଭଲ ହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।

ଧନୁ-ଆଜି ପାପଯୁକ୍ତ ଗୁରୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍‌ ସମ୍ପର୍କୀୟ ଚିନ୍ତା କରିପାରନ୍ତି।ମକର-ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।

କୁମ୍ଭ-ଆଜି ପୂର୍ବପରି ସବୁ କିଛି ଠିକ୍‌ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।

ମୀନ-ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନ ଦେବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।

ତେନ୍ତୁଳି ଖାଇଲେ କଣ ଲାଭ ମିଳେ?ତେନ୍ତୁଳି ଉତ୍ତମ ସ୍ଵାସ୍ଥ୍ୟ ପାଇଁ ସବୁପ୍ରକାର ଖାଦ୍ୟ ଆମଶରୀର ପାଇଁ ଉପଯୋଗୀ ହୋଇଥାଏ ।ପନିପରିବା,ଫଳମୂଳ ଭଳି ଖଟାଜିନିଷ ମଧ୍ୟ ଆମର ଅନେକ ସ୍ଵାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।ଅଧିକାଂଶ ଲୋକଙ୍କର ଖଟା ଖାଇବା ଖୁବ ପସନ୍ଦ । ଏମିତିକି ସେମାନେ ଜୁସ୍ ହେଉ କିମ୍ବା ଚଟନି ଆକାରରେ ବି ସାମାନ୍ୟ ଖଟା କହିବାକୁ ଭଲ ପାଆନ୍ତି ।

ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । ପିଲା ହୁଅନ୍ତୁ କି ବୁଢ଼ା, କି ସ୍ତ୍ରୀ ଲୋକ ସମସ୍ତଙ୍କର ତେନ୍ତୁଳି ଖୁବ ପସନ୍ଦ । ଆଜିକାଲି ବଜାରରେ ଭଳିଭଳିକା ତେନ୍ତୁଳି ପ୍ରସ୍ତୁତ ଜିନିଷ ମିଳିଲାଣି । ଡାକ୍ତର ମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ତେନ୍ତୁଳିରେ ଭିଟାମିନ୍ ଏ, ଭିଟାମିନ୍ ସି, ଫାଇବର, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି ଅନେକ ଉପାଦାନ ରହିଥାଏ । ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ତେନ୍ତୁଳି ଖାଇବା ଲାଭ ସମ୍ପର୍କରେ ଜାଣିବା

ତେନ୍ତୁଳି ରକ୍ତ ଅଭାବକୁ ପୂରଣ କରିବାରେ ଲାଭଦାୟକ । ଶରୀରରେ ରକ୍ତ ଅଭାବକୁ ପୂରଣ କରିବା ପାଇଁ, ଏହାକୁ ଖାଇବା ଉଚିତ୍ । କାରଣ ଏଥିରେ ଆଇରନ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ହୃଦୟ ବା ହାର୍ଟ ସୁସ୍ଥ ରଖିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କାରଣ ଫ୍ଲାଭୋନାଏଡ୍ ରହିଛି ତେନ୍ତୁଳି ଯାହା ଖରାପ କୋଲୋଷ୍ଟ୍ରୋଲକୁ ହ୍ରାସ କରିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ତେନ୍ତୁଳି ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ । ଏଥିରୁ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରେ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ଵ ରହିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଡ଼ାକ୍ତରମାନେ ତେନ୍ତୁଳି ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।

ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ, ଆମେ ମୁହଁରେ ବହୁତ କିଛି ବ୍ୟବହାର କରିଥାଉ । ଯାହା ଆମ ତ୍ବଚା ପାଇଁ ବେଷ୍ଟ ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିଥାଏ । ଏଥିରେ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଥାଏ । ଯାହା ଚର୍ମର ଗଠନକୁ ସଜାଡ଼ିବାରେ ସାହାଯ୍ୟ କରିବ । ଯଦି ଏହି ସବୁ ସମସ୍ୟା ଦେଖାଦେଉଛି ତେବେ ତେନ୍ତୁଳି ଖାଆନ୍ତୁ ।

ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment