Browsing monthly archive

February 2026

ସାବଧାନ ! କପି କଲେ ୫ ବର୍ଷ ଜେଲ୍

ଭୁବନେଶ୍ୱର,୧୦।୨(ଏସଏସନିଉଜ) ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇ ପରୀକ୍ଷାରେ କପି କଲେ ୫ ବର୍ଷ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।ଏହାସହ କପି ରୋକିବାକୁ AI ଏବଂ QR କୋଡ୍ ବ୍ୟବହାର ହେବ। AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର ।ପ୍ରଶ୍ନପତ୍ରର […]

ରାସ୍ତା କଡ଼ରେ ଲାଗିଲା ନିଆଁ

କଟକ, ୯।୨(ଏସଏସନିଉଜ)ନରାଜ ଗାଁ ମୁଣ୍ଡ ରାସ୍ତା କଡ଼ରେ ଲାଗିଥିବା ନିଆଁକୁ ଆୟତ କରିଛି ବାରଙ୍ଗ ଅଗ୍ନିଶମ ବାହିନୀ। ସୋମବାର ଅପରାହ୍ନ ସାଢେ ୧୨ଟା ସମୟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ନରାଜ ଗ୍ରାମମୁଣ୍ଡ ବଙ୍ଗଳା ଛକ ନିକଟ ରାସ୍ତାକଡ଼ରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ସମଗ୍ର ଅଞ୍ଚଳରେ ଥିବା ଶୁଖିଲା ଘାସ ପତ୍ର ସବୁ ଜଳିବା ସହିତ ନିକଟସ୍ଥ ମୟୁର ଜଙ୍ଗଲ ଆଡ଼କୁ ନିଆଁ ମୁହାଁଇଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ବାରଙ୍ଗ ଅଗ୍ନିଶମ […]

ତଳକୁ ଖସିଲେ ରୋହିତ ଶର୍ମା ଓ ବିରାଟ

ଭୁବନେଶ୍ୱର,୧୦୨(ଏସଏସନିଉଜ)BCCIର କେନ୍ଦ୍ରୀୟ ଖେଳାଳି ଚୁକ୍ତିନାମା ଘୋଷିତ ହୋଇଛି।ମୋଟ ୩୦ ଖେଳାଳିଙ୍କ ନାଁ ଘୋଷଣା କରିଛି BCCI।ନୂଆ ଚୁକ୍ତିନାମାରେ A+ ଗ୍ରେଡ୍‌ ଉଚ୍ଛେଦ କରାଯାଇଥିବା ବେଳେ A, B, C ଗ୍ରେଡ୍ କୁ ରଖାଯାଇଛି।ତେବେ B-ଗ୍ରେଡ୍‌କୁ ଖସିଲେ ରୋହିତ ଶର୍ମା ଓ ବିରାଟ କୋହଲି ବୋଲି ଜଣାପଡିଛି।

ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ

ଭୁବନେଶ୍ଵର,୧୦।୨(ଏସଏସନିଉଜ)ଉମରକୋଟ ସଂଗ୍ରାମ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି।ଯାହାଫଳରେ ଉମର କୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡିରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି।ମେଡିକାଲ କଲେଜ ପ୍ରତିଷ୍ଠା, ଭୂ-ବନ୍ଦୋବସ୍ତ, ମକା ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନ ଦାବି ନେଇ ବନ୍ଦ୍ ଡାକରା ଦିଆଯାଇଛି।

ଆଜିର ରାଶିଫଳ

ଫେବୃଆରୀମାସ ୧୦ତାରିଖ ୨୦୨୬ମସିହା (ମଙ୍ଗଳବାର)ଫାଲଗୁନମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ୦୭/୨୫ ଗତେ ନବମୀ ,ନକ୍ଷତ୍ର- ବିଶାଖା ଦିବା ଘ୦୮/୩୫ ଗତେ ଅନୁରାଧା ,ସୁର୍ୟୋଦୟ-ପ୍ରାତଃଘ୦୬/୨୨/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୪୦/୧୫ ,ଯୋଗିନୀ ଐଶାନ୍ୟା ଦିବା ଘ୦୭/୨୫ ଗତେ ପୂର୍ବେ ,ମକର ରାଶିର ଘାତବାର ,ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ଦ୍ଵି ପାଦ ଓ ଦିବା ଘ୦୮/୩୫ ଗତେ ଏକପାଦ ପୁସ୍କର ଦୋଷ ,କାଳବେଳା-ଦିବା ଘ୦୧/୨୫ ଗତେ ଘ୦୨/୫୦ ମଧ୍ୟେ ,ବାରବେଳା- ଦିବା ଘ୦୭/୪୫ ଗତେ […]

ଆଜିର ରାଶିଫଳ

ଫେବୃଆରୀମାସ ୦୯ତାରିଖ ୨୦୨୬ମସିହା (ସୋମବାର)ଫାଲଗୁନମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃଘ୦୬/୨୩/୧୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୫/୩୯/ ୪୫ ,ଯୋଗିନୀ ଐଶାନ୍ୟା ,ମିଥୁନ ରାଶିର ଘାତବାର ,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ଏକପାଦ ପୁସ୍କର ଦୋଷ ,କାଳବେଳା-ଦିବା ଘ୦୭/୪୫ଗତେ ଘ୦୯/ ୧୨ ମଧ୍ୟେ ,ବାରବେଳା- ଦିବା ଘ୦୨/୫୦ଗତେ ଘ୦୪/୧୪ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୪ମଧ୍ୟେ ଓ ଘ୧୧/୧୨ଗତେ ଘ୦୧/୩୫ ମଧ୍ୟେ ଓ ରାତି ଘ୬/୨୫ଗତେ ଘ୦୮/୫୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୦ ଗତେଘ୦୫/୩୬ ମଧ୍ୟେ […]

ନିଯୁକ୍ତି ଲୋଭ ଦେଖାଇ ଯୁବତୀକୁ ବଳକ୍ତାର

କଟକ,୭।୨(ଏସଏସନିଉଜ) ବାରଙ୍ଗ ଥାନା ଅଂଚଳରେ ଏକ ପୁରୁଣା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରଙ୍ଗ ଥାନା ପୁଲିସ। ପ୍ରକାଶଯେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳର ପ୍ରଶାନ୍ତ ହାଣ୍ଡି ଓରଫ ରାଜା ଓ ଲିଟୁ ପାତ୍ର ଓରଫ ମଣ୍ଟୁ ବାରଙ୍ଗ ଥାନା ଅନ୍ତର୍ଗତ ପଦ୍ମନାଭନଗର ଗ୍ରାମର ଜଣେ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଅପହରଣ କରି ଚେନ୍ନାଇ ନେଇ ସେଠାରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତି କରାଇ ଏକ ଭଡ଼ା […]

ରାତି ଅଧିଆ ମୋରମ ଉଠାଇବାକୁ ବିରୋଧ

କଟକ,୭।୨(ଏସଏସନିଉଜ)ମଧୁବନ ଗାଁମୁଣ୍ଡ ପାହାଡରୁ ବେଆଇନ ଭାବେ କାଜୁ ଗଛ କାଟି ମୋରମ ଚାଲାଣ ହେଉଥିବାର ଅଭିଯୋଗ କରି ଶୁକ୍ରବାର ରାତିରେ ମଧୁବନ ଗ୍ରାମର କିଛି ଯୁବକ ଆକ୍ରମଣ କରିଥିଲେ।ଏଥିରେ ଦୁଇଜଣ ଆହତ ହୋଇଥିଲେ।ଏହି ଘଟଣାରେ ବାରଙ୍ଗଥାନା ପୋଲିସ ତଦନ୍ତ କରି ଶନିବାର ୩ଜଣ ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ ମଧୁବନ ଗ୍ରାମର ଦେବେନ୍ଦ୍ର ପ୍ରଧାନ (୪୫) ଦେବାଶିଷ ରାଉଳ(୨୨)ଓ ଟିକଲ ସ୍ୱାଇନ (୨୨)। ପ୍ରକାଶ ଯେ,ପ୍ରଶାନ୍ତ ପାତ୍ର ନାମକ ବ୍ୟକ୍ତି କଟକ ଖଣି […]

କୁଞ୍ଜବିହାରୀ ମହାବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ

କଟକ,୭।୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ବାରଙ୍ଗ କୁଞ୍ଜବିହାରୀ ସରକାରୀ ମହାବିଦ୍ୟାଳୟ ରେ ୪୮ତମ ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋଲେଖ ମହାପାତ୍ର,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆଲମୁନି କମିଟି ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ଅତିଥି ଭାବେଯୋଗ ଦେଇଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ସେକ୍ ନଇଁମ […]

ପୁଣି ଭାଙ୍ଗିଲା ରେଳ ସୁରକ୍ଷାବାଡ଼

କଟକ, ୭।୨(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ନିକଟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଥିବା ରେଳଓଭର ବ୍ରିଜର ସୁରକ୍ଷା ବାଡ଼ଟି କୌଣସି ଅଜଣା ଗାଡ଼ି ଧକ୍କାରେ ଭାଙ୍ଗିଯାଇଥିବାର ଶନିବାର ବଢ଼ି ଭୋର ସମୟରେ ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତରାତିରେ ଷଣ୍ଢପୁର ଗ୍ରାମ ଢ଼ାବା ନିକଟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ଉପରେ ଅତିକ୍ରମ କରି ଯାଇଥିବା ରେଳ ଓଭରବ୍ରିଜର ସୁରକ୍ଷା ପାଇଁ ରେଳବିଭାଗ ତରଫରୁ ମୁଖ୍ୟ ରାସ୍ତାରେ ସୁରକ୍ଷା ବାଡ଼ା ଲଗାଯାଇଛି।ଏହାଦ୍ୱାରା ମୁଖ୍ୟରାସ୍ତାରେ ଯାଉଥିବା ଦ୍ରୁତଗାମୀ ଗାଡିର ବେଗ […]