ଭୁବନେଶ୍ୱର,୧୦।୨(ଏସଏସନିଉଜ) ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇ ପରୀକ୍ଷାରେ କପି କଲେ ୫ ବର୍ଷ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।ଏହାସହ କପି ରୋକିବାକୁ AI ଏବଂ QR କୋଡ୍ ବ୍ୟବହାର ହେବ। AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର ।ପ୍ରଶ୍ନପତ୍ରର ପ୍ରତିଟି ପୃଷ୍ଠାରେ QR କୋଡ୍ ଏବଂ ୟୁନିକ୍ ସିରିଏଲ୍ ନମ୍ବର ରହିବ।
ସେଣ୍ଟରଗୁଡ଼ିକରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁକ୍ତ CCTV ଲାଗିବ।
ଲାଇଭ୍ ୱେବକାଷ୍ଟିଂ ବ୍ୟବସ୍ଥା ହୋଇଛି।ପ୍ରଶ୍ନପତ୍ର ପାଇଁ ଡିଜିଟାଲ୍ ଲକ୍ ସିଷ୍ଟମ୍ ହୋଇଛି। ପଞ୍ଚମରେ GPS ଟ୍ରାକିଂ ବ୍ୟବସ୍ଥା ହୋଇଛି।ପ୍ରଶ୍ନପତ୍ର ନେବା ଏବଂ ଉତ୍ତରଖାତା ଆଣିବା ସମୟରେ ପୋଲିସ ସୁରକ୍ଷା ବାଧ୍ୟତାମୂଳକ କରାଯାଇଛି।
ଦ୍ବିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହୋଇଛି।ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକ ଏବଂ କର୍ମଚାରୀମାନେ ମଧ୍ୟ ପରୀକ୍ଷା ହଲ୍ ଭିତରକୁ ମୋବାଇଲ୍ ବା ସ୍ମାର୍ଟୱାଚ୍ ନେଇପାରିବେ ନାହିଁ।ଏଥିରେ ଭୁଲ କଲେନୂଆ ଆଇନ ଅନୁଯାୟୀ କଠୋର ଦଣ୍ଡ ବ୍ୟବସ୍ଥା ଅଛି।ଦଶମରେ ପରୀକ୍ଷାର୍ଥୀଙ୍କ ଲାଗି ଜାରି ହୋଇଛି ହେଲ୍ପଲାଇନ ନମ୍ବର। ଷ୍ଟ୍ରଙ୍ଗ୍ ରୁମ୍ ରେ ୨୪ ଘଣ୍ଟା ପୋଲିସ ମୁତୟନ,ଫର୍ମପୂରଣ ଠାରୁ ଆରମ୍ଭ କରି ପ୍ରାକ୍ଟିକାଲ୍ ମାର୍କ ଅପଲୋଡ୍ ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍ ଜରିଆରେ ହେବ।