Browsing daily archive

May 28, 2026

ଆଜିର ରାଶିଫଳ

ମଇମାସ ୨୯ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ଦିବା ଘ୦୯/୩୯ଗତେ ଚତୁର୍ଦ୍ଦଶୀ, ନକ୍ଷତ୍ର-ସ୍ୱାତୀ ଦିବା ଘ୧୧/୦୯ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୧୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୭/୪୭, ଯୋଗିନୀ ଦକ୍ଷିଣେ ଦିବା ଘ୦୯/୩୯ ଗତେ ପଶ୍ଚିମେ,ବିଛା,ଧନୁ ଓ ମୀନ ରାଶିରଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୧୧/୦୮ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୨୫ଗତେ ଘ୧୧/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୧୧/୪୧ ଗତେ ଘ୦୨/୦୧ମଧ୍ୟେ ଓ ରାତ୍ରି ଘ୦୮/୪୧ଗତେ ଘ୦୧/୨୮ମଧ୍ୟେ ଓ ଘ୦୩/୫୨ ଗତେ ଘ୦୪/୪୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୦୦ ଗତେ ଘ୦୬/୪୮ ମଧ୍ୟେ,ଅଦ୍ୟ ବିରିଭକ୍ଷଣ ନିଷେଧ। ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁବଢ଼ିବା […]

VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୮।୫(ଏସଏସନିଉଜ)ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କଲେ ସରକାର।ସୋସିଆଲ୍‌ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ ହେବ କାର୍ଯ୍ୟାନୁଷ୍ଠାନ। ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାର କଡ଼ା ସତର୍କତା ଜରି କରୁଛନ୍ତି।ଗୃହବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଆସିଛି।ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଇଁ ଏନେଇ ସତର୍କ ସୂଚନା ଜାରି ହୋଇଛି।VVIPଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍‌ ହେଉଥିବାରୁ ଏଭଳି ପଦକ୍ଷେପ ସରକାର ଗ୍ରହଣ […]

ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଏସଏସନିଉଜ) ଦୁଧିଆନାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଛନ୍ତି ଗ୍ରାମବାସୀ।୪ ଦିନ ବିଦ୍ୟୁତ ନଥିବାରୁ କର୍ମଚାରୀଙ୍କୁ ବାନ୍ଧିଲେ ଗ୍ରାମବାସୀ। ତୁରନ୍ତ ବିଦ୍ୟୁତ ମରାମତି ପାଇଁ ଗ୍ରାମବାସୀଙ୍କ ଦାବି କରିଛନ୍ତି।

ଆଜି ଜୟପୁର ବନ୍ଦ

ଜୟପୁର,୨୮।୫(ଏସଏସନିଉଜ)ଆଜି ୧୨ ଘଣ୍ଟିଆ ଜୟପୁର ସହର ବନ୍ଦ ହୋଇଛି।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିଛି।କାଗଜକଳ କାର୍ଯ୍ୟକ୍ଷମ ଦାବିରେ ବନ୍ଦ ଡାକରା ଦିଆଯାଇଛି।ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।ଏହାଫଳରେ ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

କୋଇଲା ଟ୍ରକ୍‌ରେ ଗଂଜେଇ

ଭୁବନେଶ୍ୱର,୨୮।୫(ଏସଏସନିଉଜ)କଣ୍ଟାମାଳ ଥାନାରେ ଅଟକ କୋଇଲା ଟ୍ରକ୍‌ରୁ ବାହାରିଲା ଗଂଜେଇ।ଯାଞ୍ଚ ବେଳେ ବାହାରିଲା ଗଂଜେଇ।ଉଦେପୁର ନିକଟରେ ଟ୍ରକ୍‌କୁ ଅଟକ ରଖି ଆଣିଥିଲା ପୋଲିସ୍।

ମହିଳା ୱାସ୍‌ ରୁମରେ ସିକ୍ରେଟ୍‌ କ୍ୟାମେରା

ଜଗତସିଂହପୁର,୨୮।୫(ଏସଏସନିଉଜ)ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସ୍‌ ରୁମରେ ସିକ୍ରେଟ କ୍ୟାମେରା ଲାଗିଛି।ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା ଅସ୍ପଷ୍ଟ ରହିଛି।ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯିବାପରେ ପୋଲିସ କ୍ୟାମେରାଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।ଏହି ଘଟଣାପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲାପରିଷଦ ସଭାପତି।

ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

ମାହାଙ୍ଗା,୨୮।୫(ଏସଏସନିଉଜ)କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୮ ଜଣ ସାଙ୍ଗରେ ପେଟ୍ରୋଲ୍‌, ଦିଆସିଲି ଓ ଦଉଡ଼ି ଧରି ଆସି ଥାନା ସମ୍ମୁଖରେ ସମୂହ ଆତ୍ମାହୁତି ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ କାବୁ କରିନେଇଛି। ପ୍ରକାଶ ଯେ, ଶାହାନିଆଜପୁର ଗ୍ରାମର ରଘୁନାଥ ସୂତାରଙ୍କୁ ଘର କରାଇ ନଦେବା ପାଇଁ ପଡ଼ୋଶୀ ମଦନ ମୋହନ ସୂତାର ବାରମ୍ବାର ଥାନାରେ ଏତଲା ଦେଇ ଆସୁଥିଲେ। ଏତଲାକୁ ଭିତ୍ତି କରି ପୁଲିସର ଜଣେ […]