ମାହାଙ୍ଗା,୨୮।୫(ଏସଏସନିଉଜ)କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୮ ଜଣ ସାଙ୍ଗରେ ପେଟ୍ରୋଲ୍, ଦିଆସିଲି ଓ ଦଉଡ଼ି ଧରି ଆସି ଥାନା ସମ୍ମୁଖରେ ସମୂହ ଆତ୍ମାହୁତି ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ କାବୁ କରିନେଇଛି।
ପ୍ରକାଶ ଯେ, ଶାହାନିଆଜପୁର ଗ୍ରାମର ରଘୁନାଥ ସୂତାରଙ୍କୁ ଘର କରାଇ ନଦେବା ପାଇଁ ପଡ଼ୋଶୀ ମଦନ ମୋହନ ସୂତାର ବାରମ୍ବାର ଥାନାରେ ଏତଲା ଦେଇ ଆସୁଥିଲେ। ଏତଲାକୁ ଭିତ୍ତି କରି ପୁଲିସର ଜଣେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘର ତିଆରି କରିବାକୁ ବାରମ୍ୱାର ବାରଣ କରିଆସୁଥିଲେ। ଏହାକୁ ନେଇ ମାମଲା କୋର୍ଟରେ ବି ପହଞ୍ଚିଛି। ଜମି ଉପରେ ନିର୍ମାଣ ପାଇଁ ଅଦାଲତଙ୍କ ରହିତାଦେଶ ଥିବାରୁ ଘର କାର୍ଯ୍ୟ ବନ୍ଦ କରାଯାଇଥିବା ପୁଲିସ ସୂଚନା ଦେଇଛି।