ଆଜିର ରାଶିଫଳ

ମଇମାସ ୨୯ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ଦିବା ଘ୦୯/୩୯ଗତେ ଚତୁର୍ଦ୍ଦଶୀ,
ନକ୍ଷତ୍ର-ସ୍ୱାତୀ ଦିବା ଘ୧୧/୦୯ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୧୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୭/୪୭,
ଯୋଗିନୀ ଦକ୍ଷିଣେ ଦିବା ଘ୦୯/୩୯ ଗତେ ପଶ୍ଚିମେ,ବିଛା,ଧନୁ ଓ ମୀନ ରାଶିରଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୧୧/୦୮ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୨୫ଗତେ ଘ୧୧/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୧୧/୪୧ ଗତେ ଘ୦୨/୦୧ମଧ୍ୟେ ଓ ରାତ୍ରି ଘ୦୮/୪୧ଗତେ ଘ୦୧/୨୮ମଧ୍ୟେ ଓ ଘ୦୩/୫୨ ଗତେ ଘ୦୪/୪୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୦୦ ଗତେ ଘ୦୬/୪୮ ମଧ୍ୟେ,ଅଦ୍ୟ ବିରିଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ।କ୍ୟାରିଅର ଗଢ଼ିବାଲାଗି ଭଲ ସୁଯୋଗ ପାଇବେ।ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କକୃପା ଦୃଷ୍ଟି ଆପଣଙ୍କଉପରେ ରହିଛି।ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ।ଆର୍ଥିକରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:- ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାରକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ।ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର-: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧାପ୍ରାପ୍ତ ହେବନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମବୁଝାମଣା ରହିବ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗିରହିବ।ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲାଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

ଶରୀରର ଅଙ୍ଗ ଗୁଡ଼ିକ କେତେ ବେଳେ ଦୁର୍ବଳ ହୋଇଯାଆନ୍ତି?ଆମର ଅସାବ ଧାନତା ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆମ ଶରୀରର ମୁଖ୍ୟ ଅଙ୍ଗଗୁଡ଼ିକ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗନ୍ତି। ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଯୋଗୁଁ କେଉଁ ଅଙ୍ଗର କ୍ଷତି ହୋଇଥାଏ:-
👀 ଆଖି:-ଅନ୍ଧାରରେ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା।
肚 ପେଟ:-ବହୁତ ସମୟ ପର୍ଯ୍ୟନ୍ତ ଭୋକିଲା ରହିବା ଦ୍ୱାରା।
🩺 କିଡନୀ:-ଶୋଷ ଲାଗିଲେ ମଧ୍ୟ ସଠିକ୍ ସମୟରେ ପାଣି ନ ପିଇବା ଦ୍ୱାରା।
🧠 ମସ୍ତିଷ୍କ:- ଅତ୍ୟଧିକ ଚିନ୍ତା (Stress) ଏବଂ ନକାରାତ୍ମକ ଚିନ୍ତାଧାରା (Negative thinking) ରଖିବା ଦ୍ୱାରା।
🩸 ଅଗ୍ନ୍ୟାଶୟ (Pancreas):-ବହୁତ ଅଧିକ ମିଠା କିମ୍ବା ଚିନି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା।
🎧 କାନ:-ହେଡଫୋନ୍ ଲଗାଇ ବହୁତ ଜୋରରେ ଗୀତ ଶୁଣିବା ଦ୍ୱାରା।
🍷 ଲିଭର୍:-ଅଧିକ ଫାଷ୍ଟ ଫୁଡ୍ ଖାଇବା ଏବଂ ମଦ୍ୟପାନ କରିବା ଦ୍ୱାରା।
🫁 ଫୁସଫୁସ:- ଧୂମ୍ରପାନ କରିବା ଏବଂ ଜମାରୁ ବ୍ୟାୟାମ ବା ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା।
❤️ ହୃଦୟ :- ଅଧିକ ଲୁଣ, ତେଲ ଏବଂ କୋଲେଷ୍ଟ୍ରଲ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା।
腸 ଅନ୍ତନଳୀ (Intestine):- ବହୁତ ଥଣ୍ଡା, ତେଲିଆ, ମସଲାଯୁକ୍ତ ଏବଂ ବାସି ଖାଦ୍ୟ ଖାଇବାଦ୍ୱାରା।।ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା।।

Comments (0)
Add Comment