Browsing daily archive

August 15, 2026

ଗୋଟିକିଆ ହାତୀ କରୁଛି ଦୌରତ୍ମ୍ୟ

କଟକ,୧୪।୮(ଏସଏସନିଉଜ) ଗତ ୫ଦିନ ହେବ ଚନ୍ଦକା ଜଙ୍ଗଲରୁ ବାହାରି ଏକ ଗୋଟିକିଆ ମାଇ ହାତୀ ମାର୍ଥାପୁର ଓ ରାମଦାସପୁର ଗହିରରେ ପଶି ଫସଲ ନଷ୍ଟ କରୁଛି।କେବଳ ଏତିକି ନୁହେଁ ଗୁରୁବାର ବିଳମ୍ବିତ ରାତିରେ ନରାଜ ଗ୍ରାମରେ ପଶି ପାଚେରୀ ଭାଙ୍ଗି ଦୌରତ୍ମ୍ୟ କରୁଛି।ଯାହାକୁ ନେଇ ଆଖପାଖ ଗ୍ରାମରେ ଏବେ ଭୟର ବାତାବରଣ ଖେଳିଯାଇଛି। ପ୍ରକାଶ ଯେ,ଗତ ୫ଦିନ ହେବ ଏକ ଗୋଟିକିଆ ମାଇ ହାତୀ ଚନ୍ଦକା ଜଙ୍ଗଲରୁ ବାହାରି ମାର୍ଥାପୁର ଓ ରାମଦାସପୁର ଗହିରରେ ପଶି ଲାଗିଥିବା […]

ଭୁବନେଶ୍ୱରକୁ ଫେରିଲା କୋଭିଡ୍‌

ଭୁବନେଶ୍ୱର, ୧୪।୮(ଏସଏସନିଉଜ) କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ ଆକ୍ରାନ୍ତ ବ୍ୟକ୍ତି ୫୦ ବର୍ଷୀୟ ବରମୁଣ୍ଡା ଅଞ୍ଚଳର ହୋଇଥିବା ବେଳେ ସେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ର ଜଣାପଡିଛି।

୪ଟି ଜିଲ୍ଲାକୁ ଗଲେ ଏନଡିଆରଏଫ ରୁ ୭ଟିମ୍

କଟକ,୧୪।୮(ଏସଏସନିଉଜ)ଏନଡିଆରଏଫ ପକ୍ଷରୁ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ ଶୁକ୍ରବାର ବଢ଼ି ଭୋର ସମୟରେ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ ଚାରୋଟି ଉଦ୍ଧାରକାରୀ ଦଳ ଯାଇଛନ୍ତି।ଏସଆରସିଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ଜାରି ରହିଥିବା ବନ୍ୟା ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନରୁ ଏନଡିଆରଏଫର ପ୍ରାୟ ୨୫୦ ଜଣ ଉଦ୍ଧାର କର୍ମୀଙ୍କୁ ନେଇ ଗଠିତ ମୋଟ ୭ଟି ଟିମ୍‌କୁ ବନ୍ୟା ପ୍ରଭାବିତ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାକୁ ଯାଇ ସେଠାରେ ନିୟୋଜିତ […]