ନିଶାମୁକ୍ତ ଭାରତ

ଆଲୋଚନା ଚକ୍ର

ଭୁବନେଶ୍ୱର,୧୪।୮(ଏସଏସନିଉଜ)ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସେଲ ଓ ବାରଙ୍ଗ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ମିଳିତ ସହଯୋଗରେ ନିଶାମୁକ୍ତ ଭାରତ ସମ୍ପର୍କୀୟ ଏକ ଆଲୋଚନା ଚକ୍ର ଶୁକ୍ରବାର
ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼.ଶେଖ ନଇମୁଦ୍ଦିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ମୁଖ୍ୟବକ୍ତା ବ୍ରହ୍ମକୁମାରୀ ପ୍ରତିମା ଭଉଣୀ ବିଭିନ୍ନ ଉଦାହରଣ ସହ ନିଶାର ଭୟାବହତା ଓ ଏହାର ନିରାକରଣ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଉପସ୍ଥିତ ବିଦ୍ୟାର୍ଥୀମାନେ ନିଶାଠାରୁ ଦୁରେଇ ରହିବାର ଶପଥକରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ଭାଇ,କାଜଲଭଉଣୀ,ଅରୁଣାଭଉଣୀ,ପ୍ରାଧ୍ୟାପକ ଅନିଲ କୁମାର ପାଢ଼ୀ ପ୍ରମୁଖ ନିଶାମୁକ୍ତଉପରେ ନିଜ ନିଜରବକ୍ତବ୍ୟ ରଖିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼. ଅନ୍ୟା ଅନୁରୂପା, ସେଲିନା ତରାଇ,ପ୍ରଜ୍ଞା ପାରମିତା ସେଠି ଓ ଅନ୍ୟମାନେ
ପରିଚାଳନା ଓ ସହଯୋଗ କରିଥିଲେ।

Comments (0)
Add Comment