Browsing yearly archive

2026

ବିଜେଡି ଛାଡ଼ିବେ ଦେବାଶିଷ!

କଟକ,୨୫।୫(ଏସଏସନିଉଜ) ବିଜେଡି ଛାଡ଼ିବେ ସାଂସଦ ଦେବାଶିଷ ସାମନ୍ତରାୟ। ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।କଟକ-ଜଗତସିଂହପୁରର ଅନେକ ନେତା ବିଜେପି ଯାଇପାରନ୍ତି। ବିଜେଡିର ହେଭିୱେଟ୍ ରାଜ୍ୟସଭା ସାଂସଦ ହେଉଛନ୍ତି ଦେବାଶିଷ ସାମନ୍ତରାୟ। ଦଳରେ ନେତୃତ୍ବ ଅଭାବ ନେଇ ଅସନ୍ତୁଷ୍ଟ ଥିଲେ। ପାଣ୍ଡିଆନଙ୍କ ନେତୃତ୍ବକୁ ନେଇ ଥିଲା ତାଙ୍କର ତୀବ୍ର ଅସନ୍ତୋଷ।

ଜଙ୍ଗଲରେ ହାତୀର ମୃତ୍ୟୁ..

ବୌଦ୍ଧ,୨୫।୫(ଏସଏସନିଉଜ)ବୌଦ୍ଧରଶେଖେରା ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଦେହକୁ ଠାବ କରିଛି ବନବିଭାଗ।ମାଧପୁର ରେଞ୍ଜ ମନୋବେଡ଼ା ଗାଁ ଶେଖେରା ଜଙ୍ଗଲରେ ମୃତ୍ୟୁ ଘଟିଛି।ବାର୍ଦ୍ଧକ୍ୟଜନିତ କାରଣରୁ ହାତୀଟି ମରିଥିବାର ବନବିଭାଗର ସୂଚନା ମିଳିଛି।ବ୍ୟବଚ୍ଛେଦ ପରେ ଜଙ୍ଗଲରେ ତାକୁ ପୋତା ଯାଇଥିବାର ଜଣାପଡିଛି।

ଦିନ ୧୧ରୁ ୩ଯାଏଁ କାମ ବନ୍ଦ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଶ୍ରମିକମାନଙ୍କୁ କାମରେ ନିୟୋଜିତ ନକରିବାକୁ ପୂର୍ତ୍ତବିଭାଗର ନିର୍ଦ୍ଦେଶ ଆସିଛି।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ତ୍ତବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଶ୍ରମିକଙ୍କ ପାଇଁ ରେଷ୍ଟ ସେଡ୍‌, ପାନୀୟଜଳ ଓ ଫାଷ୍ଟଏଡ୍‌ କରିବାକୁ ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ କରାଯାଇଛି।ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟିପାଇଁ ପରାମର୍ଶ ଦିଆଯାଇଛି।

ଆଜିର ରାଶିଫଳ

ମଇମାସ ୨୫ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,ତିଥି-ଦଶମୀ ରାତ୍ରି ଘ୦୪/୫୮ଗତେ ଏକାଦଶୀ,ନକ୍ଷତ୍ର-ଉତ୍ତରାଫା ରାତ୍ରୀ ଘ୦୪/୩୯ଗତେ ହସ୍ତା,ଚନ୍ଦ୍ର-ସିଂହ ଦିବ। ଘ୦୯/୪୩ ଗତେ କନ୍ୟା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୪୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୫ /୫୭,ଯୋଗିନୀ ଉତ୍ତରେ ରାତ୍ରି ୦୪/୫୮ଗତେ ଅଗ୍ନିକୋଣେ, ମିଥୁନରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୪/୩୮ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୦ଗତେ ଘ୦୮/୩୦ମଧ୍ୟେ,ବାରବେଳା-ଦିବା ଘ୦୩/୦୦ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୩୧ଗତେ ଘ୧୦/୦୦ମଧ୍ୟେ ଓ ରାତ୍ରି ଘ୦୯/୩୦ଗତେ ଘ୧୨/୪୩ମଧ୍ୟେ ଓ ରାତ୍ରି ଘ୦୨/୧୪ ଗତେ ଘ୦୩/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୦୪/୪୮ ଗତେ ଘ୦୫/୫୦ ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ। ମେଷ-ଆଜି […]

ସେଲ୍‌ଫି ନେଲାବେଳେ ଜଳିଗଲେ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେଲା ବେଳେ ଜଳିଗଲେ ଯୁବକ।ମଞ୍ଚେଶ୍ୱର ଷ୍ଟେସନରେ ଟ୍ରେନ୍‌ ଉପରେ ଚଢ଼ି ଫଟୋ ଉଠାଇବା ବେଳେ ଆଜି ଅଘଟଣ ଘଟିଛି।ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇ କଟକକୁ ସ୍ଥାନାନ୍ତର କରାଯାଇଛି।

ଦଶାହଭୋଜି ଖାଇ ୪ମୃତ

ସୁନ୍ଦରଗଡ଼,୨୪।୫(ଏସଏସନିଉ ଜ)ଦଶାହ ଭୋଜି ଖାଇ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଝାଡ଼ାବାନ୍ତିରେ ୨, ଅତାବିରା ପଞ୍ଚାୟତ ସୁନାଖାଏନ ଗାଁରେ ଝାଡ଼ାବାନ୍ତିରେ ୨ ମୃତ ହୋଇଥିବା ବେଳେ ଝାଡ଼ାବାନ୍ତିରେ ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଏକ ଦଶାହ ଭୋଜି ଖାଇ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।ଉଭୟ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି।

ସିମ୍ପାଜିକୁ କୁଲର, ଭାଲୁକୁ ତରଭୂଜ…

ଭୁବନେଶ୍ୱର,୨୩।୫(ଏସଏସନିଉଜ)ମେମାସ ଶେଷହେବାକୁ ଯାଉଥିଲେ ବି ଓଡ଼ିଶାରୁ ଖରାକମିବାର ନାଁ ନେଉନି।ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ।ଏହି ଡ଼ହଡ଼ହ ଖରାରେମଣିଷ ଯେତିକି କଷ୍ଟ ପାଉଛନ୍ତି, ନିରୀହ ଜୀବଜନ୍ତୁଙ୍କଅବସ୍ଥା ବି ସେତିକି ଦୟନୀୟ।ଏହାକୁ ଦୃଷ୍ଟିରେରଖି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଚାଲିଛି ସ୍ୱତନ୍ତ୍ରପ୍ରସ୍ତୁତି। ଭୁବନେଶ୍ବରର ତାପମାତ୍ରା ୪୨ ଛୁଇଁଥିବା ବେଳେ ଗରମର ଅନୁଭୂତି ୪୫ଡ଼ିଗ୍ରୀରୁ ଅଧିକ ପରି ଲାଗୁଛି । ଏଭଳି ସ୍ଥିତିରେ ନନ୍ଦନକାନନ କର୍ତ୍ତୃପକ୍ଷ ଜୀବଜନ୍ତୁଙ୍କପାଇଁ ସମର ଆକ୍ସନପ୍ଲାନ୍ ଆରମ୍ଭ କରିଛନ୍ତି।ଖାଲି ଜୀବଜନ୍ତୁପାଇଁ ନୁହେଁ ଏଠାରେ ରାଜ୍ୟ ଓ ରାଜ୍ୟ […]

ଆଜିର ରାଶିଫଳ

ମଇମାସ ୨୪ତାରିଖ ୨୦୨୬ମସିହା(ରବିବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ, ତିଥି-ନବମୀ ରାତ୍ରି ଘ୦୪/୨୪ଗତେ ଦଶମୀ,ନକ୍ଷତ୍ର-ପୂର୍ବା ଫା ରାତ୍ରୀ ଘ୦୩/୨୭ ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୪୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୨୭,ଯୋଗିନୀ ପୂର୍ବେ ରାତ୍ରି ୦୪/୨୪ ଗତେ ଉତ୍ତରେ,ମେଷରାଶିର ଘାତବାର,କର୍କଟ ଓ ମକରରାଶିର ଘାତଚନ୍ଦ୍ର, ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୦୩/୨୭ ଗତେ ଦ୍ୱିପ।ଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୦୩ ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୮ ଗତେ ଘ୦୯/୧୩ ମଧ୍ୟେ ଓ ଘ୦୧/୨୧ଗତେ ଘ୦୨/୦୩ ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୧୧/୦୪ […]

ପୁଲିସର ଚଢ଼ାଉ, ୩୮ ହାଇୱା, ୧ ଜେସିବି ଜବତ

ମେଣ୍ଢାଶାଳ,୨୨।୫(ଏସଏସନିଉଜ) ରାଜଧାନୀ ଉପକଣ୍ଠ ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ମାତିଛନ୍ତି ବାଲିମାଫିଆ।ଆଉ ବାଲି ଚୋରା ଚାଲାଣ କରିବା ସମୟରେ ରାଜଧାନୀରେ ଦ୍ରୁତବେଗରେ ଯାଉଥିବା ବାଲି ବୋଝେଇ ହାଇୱା ଧକ୍କା ଦେବା ଫଳରେ ଗୋଟିଏ ସପ୍ତାହ ଭିତରେ ଚାଲିଯାଇଥିଲା ୬ ଜଣଙ୍କ ଜୀବନ।ରାଜଧାନୀରେ କମିଶନରେଟ୍‍ ପୁଲିସର ବେଖାତିର କରି ବାଲି ମାଲିଆମାନେ ଚଳାଇଥିଲେ ଆତଙ୍କରାଜ।ଟେଣ୍ଡର ନଆଣି ବେଆଇନ ଭାବେ ଗତ କିଛି ଦିନ ହେବ ବାଲି ମାଫିଆମାନେ ଚୋରାବାଲି ଚାଲାଣ କରୁଥିଲେ । ଏନେଇ ଜୋନ୍‍-୫ ଏସିପି ମାନସପ୍ରଧାନଙ୍କ […]

ଅଟୋ ପୋଡ଼ି ଦେଲେ ଦୃର୍ବୁତ୍ତ

କଟକ, ୨୨।୫(ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ଏକ ଘରୋଇ ବିଲଡର ସଂସ୍ଥା ଭିତରେ ଥୁଆ ହୋଇଥିବା ଅଟୋକୁ ଦୃର୍ବୁତ୍ତ ମାନେ ନିଆଁ ଲଗାଇ ଦେଇଛନ୍ତି।ଯାହାକୁନେଇ ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ମଧୁବନଗ୍ରାମର ମମତା ସାମଲଙ୍କ ଓଡି ୦୫ବିଜେଡ୍ ୫୫୫୦ ନମ୍ୱର ଅଟୋଟିକୁ ତାଙ୍କର ସମ୍ପର୍କୀୟ ବନ୍ଧୁ ଚଲାଉ ଥିଲେ। ପ୍ରତ୍ୟେକ ଦିନ ଭଳି ଗୁରୁବାରରାତିରେ ନିକଟସ୍ଥ ଏକ ଘରୋଇ ବିଲଡର ସଂସ୍ଥା ପରିସରରେ ଗାଡ଼ିଟି ରହିଥିଲା।ଗୁରୁବାର ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ଅଟୋଟିକୁ ନିଆଁ ଲଗାଇ ଦେବାରୁ […]