Browsing yearly archive

2026

ନାମ କୀର୍ତ୍ତନରେ କମ୍ପିଲା ଧୋବାଡି ଗ୍ରାମ

ସାନଖେମଣ୍ଡି,୨୭।୩(ଏସଏସନିଉଜ)ଆସ୍କାବ୍ଲକ ଅନ୍ତର୍ଗତ ଧୋବାଡିଗ୍ରାମରେ ଶ୍ରୀରାମନବମୀ ମହାସମାରୋହ ଓ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ରାମନବମୀ ପାଇଁବିଭିନ୍ନ ଦେବାଳୟମାନଙ୍କରେ ପ୍ରବଳଭିଡ ଦେଖିବାକୁ ମିଳିଥିଲା।ତେବେ ଧୋବାଡିଗ୍ରାମରେ ଏହାକୁ ନିଆରାଭାବରେ ପାଳିଛନ୍ତି ଗ୍ରାମବାସୀ।ଗ୍ରାମରେ ଥିବା ପ୍ରଭୁଶ୍ରୀରାମଙ୍କ ମନ୍ଦିରରେ ନିତିକାନ୍ତି ସହକାରେ ଗ୍ରାମବାସୀମାନେ ରାମନବମୀ ପାଳିଛନ୍ତି।ଗ୍ରାମ୍ୟକମିଟି ତତ୍ବାବଧାନରେ ଅନୁଷ୍ଟିତ ଏହିପର୍ବରେ ମନ୍ଦିରପରିସରରେ ଜଗତକଲ୍ୟାଣପାଇ ନାମକୀର୍ତ୍ତନ କରାଯାଇଥିଲା।ଶେଷରେ ଦାମୀକଳାକାରମାନଙ୍କୁ ନେଇ ଭଜନସମାରୋହ ସହ ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥାକରାଯାଇଥିଲା।ସୁଶାନ୍ତକୁମାରମହାନ୍ତି,ଈଶ୍ୱର ବିଶ୍ୱାଳଙ୍କ ସମେତ ଗ୍ରାମବାସୀମାନଙ୍କ ସହ ଗ୍ରାମର ଯୁବକମାନେ ଏହାକୁ ପରିଚାଳନା କରିଥିଲେ।ସାନଖେମଣ୍ଡିରୁ ଦିଲ୍ଲିପକୁମାରମହାନ୍ତିଙ୍କ ରିପୋର୍ଟ)

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୮।୦୩(ଏସଏସନିଉଜ)ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନପାଇଁ ରାଜ୍ୟସରକାରଙ୍କ ଅଭିନବପ୍ରୟାସ ‘ସୁଭଦ୍ରା ଯୋଜନା’ଅଧୀନରେ ଅଧିକସଂଖ୍ୟକ ଯୋଗ୍ୟହିତାଧିକାରୀଙ୍କୁ ସାମିଲକରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣପଦକ୍ଷେପ ଗ୍ରହଣକରାଯାଇଛି।ସରକାରଙ୍କ ଅନୁମୋଦନକ୍ରମେ, ଆସନ୍ତା ୦୧ଏପ୍ରିଲ ୨୦୨୬ରୁ ୩୦ଏପ୍ରିଲ ୨୦୨୬ପର୍ଯ୍ୟନ୍ତ ଏକମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ମାଧ୍ୟମରେ ନୂତନଆବେଦନ ଗ୍ରହଣକରାଯିବ। ମୁଖ୍ୟ ବିବରଣୀ:-ଆବେଦନ ଅବଧି:-୦୧ଏପ୍ରିଲ ୨୦୨୬ରୁ ୩୦ଏପ୍ରିଲ ୨୦୨୬। ବୟସ ସୀମା:-୦୧.୦୪.୨୦୨୬ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆର୍ଥିକସହାୟତା:-ଯୋଗ୍ୟ ବିବେଚିତହିତାଧିକାରୀମାନେ ୨୦୨୬-୨୭ଆର୍ଥିକ ବର୍ଷରୁ ଯୋଜନାର ଅବଧିପର୍ଯ୍ୟନ୍ତ ବାର୍ଷିକ ଦୁଇଟିକିସ୍ତିରେ ମୋଟ୧୦,୦୦୦ ଟଙ୍କାର […]

ଉଦଯାପିତ ହେଲା ମରିଚିଆ ବାଦୀପାଲା ମହୋତ୍ସବ ୨୦୨୬

ବାରଙ୍ଗ,୨୭।୩ (ଏସଏସନିଉଜ)ମରିଚିଆ ଗ୍ରାମର ବିଜୁ ପାଲା ମଣ୍ଡପରେ ଗୁରୁବାର ରାତିରେ ୭୪ତମ ମରିଚିଆ ବାଦୀପାଲା ମହୋତ୍ସବ ୨୦୨୬ ଉଦଯାପିତ ହୋଇଯାଇଛି। ସର୍ବ ପୁରାତନ ବାଦୀପାଲା ମହୋତ୍ସବରେ କଟକ ଜିଲ୍ଲା ନରସିଂହପୁରର ପ୍ରଖ୍ୟାତ ଗାୟକ ତଥା ଗାୟକ ଜ୍ଞାନ ଆଦିତ୍ୟ କୁମାର ସ୍ୱାଇଁ ଓ ନୟାଗଡ଼ ଜିଲ୍ଲା ବଙ୍କଇ “ଗାୟକ ସାରସ” ପ୍ରଫୁଲ ଚନ୍ଦ୍ର ସାମନ୍ତରାୟ ଓ ସାଥିଙ୍କ ଦ୍ଵାରା ପୌରାଣିକ କଥାବସ୍ତୁ ଉପରେ ବାଦୀପାଲା ପରିବେଷଣ କରାଯାଇଥିଲା ।ପାଞ୍ଚଦିନ ବ୍ୟାପି ଏହି ପାଲା ମହୋତ୍ସବକୁ ଦେଖିବା ପାଇଁ […]

ସାବଧାନ! ରାସ୍ତାରେ ବାରାହା

ବାରଙ୍ଗ, ୨୭।୩(ଏସଏସନିଉଜ) ଗତ କିଛିଦିନ ହେବ ମୁଣ୍ଡଳି ଅଂଚଳରେ ଜଙ୍ଗଲି ବାରାହାମାନଙ୍କ ଆତଙ୍କ ଦେଖାଦେଇଛି।ବାରାହାମାନଙ୍କ ଉପଦ୍ରବ ଯୋଗୁଁ ଚାଷୀମାନଙ୍କ ସହ ସାଧାରଣ ଲୋକଙ୍କୁ ହିନସ୍ଥା ହେବାକୁ ପଡୁଛି। ପ୍ରକାଶଯେ, ସନ୍ଧ୍ୟା ହେବା ମାତ୍ରେ ଚନ୍ଦକା ଡମପଡା ଅଭୟାରଣ୍ୟରୁବାରାହା ପହ୍ଲବାହାରି ଅଭୟାରଣ୍ୟ ପାଦ ଦେଶରେ ଥିବା ଗ୍ରାମମାନଙ୍କରେ ହୋଇଥିବା ଚାଷଜମିରେ ପଶି ପନିପରିବା ନଷ୍ଟ କରୁଛନ୍ତି।ଏହାସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପଦ ସାଜିଛନ୍ତି।ବିଶେଷ କରି ଗତ କିଛିଦିନ ହେବ ମୁଣ୍ଡଳି ଅଂଚଳରେ ଏମାନଙ୍କ ଦୌରତ୍ମ୍ୟ ବଢ଼ିବଢ଼ି ଚାଲିଥିବାର […]

ପଥର ଗାଡ଼ି ନେଲା ଜୀବନ

ବାରଙ୍ଗ, ୨୭।୩(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ବଜାର ଉପରେ ଗୋଟିଏ ମାଙ୍କେଡା ପଥର ବୋଝେଇ ଟ୍ରକ ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ଗୋଡିସାହି ପଟୁ ଓଆର ୦୨ଏଜି ୯୧୧୭ ନମ୍ୱର ଟ୍ରକଟି ମାଙ୍କେଡା ପଥର ବୋଝେଇ କରି ଦୃତ ଗତିରେ ତ୍ରିଶୂଳିଆ ଅଭିମୁଖେ ଆସୁଥିଲା। ଷଣ୍ଢପୁର ବଜାର ଉପରେ ମୁଖ୍ୟରାସ୍ତା ଉପରେ ଛିଡା ହୋଇଥିବା ଏକ ଗାଈଟିକୁ ଧକ୍କା ଦେଇ ଟ୍ରକଟି ପଳାଉଥିଲା।ସ୍ଥାନୀୟ ଲୋକମାନେ ଏହା ଦେଖି ଖସି ପଳାଉଥିବା […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୮ତାରିଖ ୨୦୨୬ମସିହା(ଶନିବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଦଶମୀ ଦିବାଘ୦୮/୦୩ଗତେ ଏକାଦଶୀ,ନକ୍ଷତ୍ର- ପୁଷ୍ୟା ଦିବା ଘ୦୩/୪୨ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃଘ୦୫/୪୯/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୨୭,ଯୋଗିନୀ ଉତ୍ତରେ ଦିବାଘ୦୯/୦୩ଗତେ ଅଗ୍ନିକୋଣେ, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦପୁଷ୍କରଦୋଷ,କାଳବେଳା-ଦିବା ଘ ୦୭/୨୦ ମଧ୍ୟେ ଓ ଘ୦୪/୨୬ଗତେ ଘ୦୫/୫୮ମଧ୍ୟେ,ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୪୮ଗତେ ଘ୦୧/୦୦ ମଧ୍ୟେ ଓ ରାତ୍ରି ଘ୦୮/୨୦ଗତେ ଘ୧୦/୪୫ମଧ୍ୟେ ଓ ରାତ୍ରି ଘ୧୨/୨୪ ଗତେ ଘ୧୦/୫୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ଶିମ୍ବଭକ୍ଷଣ ନିଷେଧ। ମେଷ:-ବହୁଦିନରଆଶା ଫଳବତୀ ହୋଇପାରେ।ଆପଣଙ୍କଉପରେ ଜନସାଧାରଣ ଙ୍କର […]

ଝଲସିଲା ରାମଲାଲଙ୍କ ତିଲକ

ଭୁବନେଶ୍ୱର,୨୭।୩(ଏସଏସନିଉଜ)ପବିତ୍ର ରାମନବମୀପାଇ ଉତ୍ସବମୁଖର ହୋଇଉଠିଛି ଅଯୋଧ୍ୟା।ରାମଲାଲଙ୍କ ଦିବ୍ୟ ଦର୍ଶନପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳଭିଡ ଲାଗିରହିଛି।ସୂର୍ଯକିରଣରେ ଝଲସିଲା ରାମଲାଲଙ୍କ ତିଲକ। ଭକ୍ତ ଦେଖିଲେ ଦିବ୍ୟ ସୂର୍ଯ୍ୟତିଳକ ସମୟରଅଦ୍ଭୂତପୂର୍ବ ଦୃଶ୍ୟ।ରାମନାମରେ ପ୍ରକମ୍ପିତ ହେଉଛି ପୂରା ଅଯୋଧ୍ୟା ନଗରୀ।

କୌଣସି ଲକ୍‌ଡାଉନ୍ ହେବନି- ସୀତାରମଣ

ଭୁବନେଶ୍ୱର,୨୭।୩(ଏସଏସନିଉଜ)ଦେଶରେ ଲକ୍‌ଡାଉନ୍ ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି।ଦେଶରେ କୌଣସି ଲକ୍‌ଡାଉନ୍ ହେବନି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ମୁଁ ଦେଶବାସୀଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛି, କୌଣସି ଲକ୍‌ଡାଉନ୍ ହେବନି।ଏଭଳି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ, କୌଣସି ଲକ୍‌ଡାଉନ୍ ହେବନି ବୋଲି କହିଛନ୍ତି।

ପ୍ରଶିକ୍ଷଣ ନେଲେ ଜୁନିଅର ରେଡକ୍ରସ୍ ସଦସ୍ୟ

ଭୁବନେଶ୍ୱର,୨୭।୩(ଏସଏସନିଉଜ)ଭାରତୀୟ ରେଡକ୍ରସ୍ ସୋସାଇଟି ଦ୍ୱାରା ଆୟୋଜିତ ଜୁନିଅର ରେଡକ୍ରସ୍ ସଦସ୍ୟଙ୍କ ଆନ୍ତଃରାଜ୍ୟ ଅଧ୍ୟୟନ-ସହ-ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଭୁବନେଶ୍ୱରର ହାଇ-ଟେକ୍ ମେଡିକାଲ୍ କଲେଜରେ ଅନୁଷ୍ଟିତ ସଡ଼କ ସୁରକ୍ଷା ଉପରେ ଆୟୋଜିତ ଏକ ସେମିନାର କାର୍ଯ୍ୟକ୍ରମରେ ଗୁଜରାଟ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ଓଡ଼ିଶାର ୨୦୦ ରୁ ଅଧିକ ସ୍ୱେଚ୍ଛାସେବକମାନେ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ରକ୍ଷକ, ଜୁନିଅର ରକ୍ଷକ, ଗୁଡ୍ ସାମାରିଟାନ୍ ଲ ଏବଂ ପ୍ରଧାନମନ୍ତ୍ରୀ ରାହାତ ଯୋଜନା ସମେତ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୭ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ନବମୀ ଦିବାଘ୧୦/୨୯ଗତେ ଦଶମୀ,ନକ୍ଷତ୍ର-ପୁନର୍ବସୁ ଦିବା ଘ୦୪/୨୨ ଗତେ ପୁଷ୍ୟା,ଅଦ୍ୟ ଶ୍ରୀରାମନବମୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୦/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୧୭,ଯୋଗିନୀ ପୂର୍ବେ ଦିବାଘ୧୦/୩୧ଗତେ ଉତ୍ତରେ,କନ୍ୟାରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର, ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଦିବା ଘ୦୪/୨୨ ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୫୦ ଗତେ ଘ୧୧/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୬ମଧ୍ୟେ ଓ ଘ୦୧/୦୨ ଗତେ ଘ୦୨/୪୦ମଧ୍ୟେ ଓ ଘ୦୪/୧୪ଗତେ ଘ୦୫/୫୮ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୪୪ଗତେ ଘ୧୧/୩୩ମଧ୍ୟେ, ଅଦ୍ୟ ଲାଉଭକ୍ଷଣ ନିଷେଧ। ମେଷ👉କର୍ମକ୍ଷେତ୍ରରେ ସହକର୍ମୀ […]