ମାର୍ଚ୍ଚମାସ ୨୮ତାରିଖ ୨୦୨୬ମସିହା(ଶନିବାର)ଚୈତ୍ରମାସ-ଶୁକ୍ଳପକ୍ଷ,
ତିଥି-ଦଶମୀ ଦିବାଘ୦୮/୦୩ଗତେ ଏକାଦଶୀ,ନକ୍ଷତ୍ର- ପୁଷ୍ୟା ଦିବା ଘ୦୩/୪୨ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃଘ୦୫/୪୯/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୨୭,ଯୋଗିନୀ ଉତ୍ତରେ ଦିବାଘ୦୯/୦୩ଗତେ ଅଗ୍ନିକୋଣେ, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦପୁଷ୍କରଦୋଷ,କାଳବେଳା-ଦିବା ଘ ୦୭/୨୦ ମଧ୍ୟେ ଓ ଘ୦୪/୨୬ଗତେ ଘ୦୫/୫୮ମଧ୍ୟେ,ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୪୮ଗତେ ଘ୦୧/୦୦ ମଧ୍ୟେ ଓ ରାତ୍ରି ଘ୦୮/୨୦ଗତେ ଘ୧୦/୪୫ମଧ୍ୟେ ଓ ରାତ୍ରି ଘ୧୨/୨୪ ଗତେ ଘ୧୦/୫୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ଶିମ୍ବଭକ୍ଷଣ ନିଷେଧ।
ମେଷ:-ବହୁଦିନରଆଶା ଫଳବତୀ ହୋଇପାରେ।ଆପଣଙ୍କଉପରେ ଜନସାଧାରଣ ଙ୍କର ସ୍ନେହଶ୍ରଦ୍ଧା ବୃଦ୍ଧି ହେବ।କଳ୍ପନାବିଳାସୀ ହୋଇପାରନ୍ତି।ବିଭିନ୍ନଦିଗରୁ ଧନାଗମ ହେବ। ପାରିବାରିକସୁଖ ମିଳିବ।ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲକରିବେ; ମାତ୍ର ବିଳମ୍ବରେ।ଉଚ୍ଚଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ।ସତ୍ସଙ୍ଗୀ ହେବେ।ଅର୍ଥ ମିଳିବ।ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ।ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି।କାର୍ଯ୍ୟରେ ବାଧା ଉପୁଜିପାରେ।ବ୍ୟୟ ବୃଦ୍ଧିର ସୂଚନା ମିଳୁଛି।କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମାବାବଦ ବିବାଦ ବୃଦ୍ଧିହୋଇପାରେ;ମାତ୍ର ଅବଶେଷରେ ବିଜୟୀ ହେବେ।ସୁଖ-ସମ୍ମାନ ଲାଭକରିପାରନ୍ତି। କୌଶଳରେ କାର୍ଯ୍ୟହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।ପ୍ରୀତିଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ।ଧର୍ମ-କର୍ମ ସଂପାଦନ କରି ପାରନ୍ତି।କର୍ମକୁଶଳତା ପ୍ରକାଶ ପାଇବ।କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତିସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:- ଯୋଗାଯୋଗରେ ପ୍ରଗତିଘଟିବ।କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି।ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ।ବିନୀତ ସ୍ୱଭାବର ହୋଇପାରନ୍ତି।କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ।ଶତ୍ରୁବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳନେଇ କାର୍ଯ୍ୟସମ୍ପାଦନ କରିବେ।ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ।ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି।ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ।ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି।ଭୟ ଓ ଆଶଙ୍କା ଲାଗି ରହି ଥିଲେବି ବହୁ ଶୁଭଫଳଆଶା କରାଯାଏ।ଖଳଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିପାରନ୍ତି।ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନକରନ୍ତୁ; ଯୋଉଁଥିରେକି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିରବାତାବରଣ ସୃଷ୍ଟି ହେବ।ପଦୋନ୍ନତି ମିଳିପାରେ।।
ଘର ଆଗରେ ମନ୍ଦିର ଅଛିକି…ସାବଧାନ..
୧.ଘରର ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର ଥିଲେ ଘରେ ଦୈଵଶକ୍ତି ପ୍ରବେଶ କରି ନଥାନ୍ତି ଏହା ପରିବାରପାଇଁ ରୋଗ,ଦୁଃଖ ଓ ଦାରିଦ୍ର୍ୟତାର କାରଣ ହୋଇଥାଏ।
୨.ଘର ସାମ୍ନାରେ ବଡ଼ଗଛ କିମ୍ବା ଖମ୍ବ ଥିଲେ ପିଲାମାନଙ୍କ ପାଇଁ ଏହା ବହୁତ ଅଶୁଭ ହୋଇଥାଏ, ତେଣୁ ଘରସାମ୍ନାରେ ସ୍ୱସ୍ତିକ ଚିହ୍ନ କିମ୍ବା ଓଁ ଲେଖିବା ଉଚିତ।
୩.ଘରକୁ ଶୁଭତ୍ୱ ଆଣିବାପାଇଁ ହେଲେ ମୁଖ୍ୟଦ୍ଵାରରେ ମୁରୁଜ ପକାଇବା ଉଚିତ ଏବଂ ଫୁଲରେ ସଜାଇବା ଉଚିତ କିମ୍ବା ଛୋଟଛୋଟ ଘଣ୍ଟି ଲଗାଇବା ଉଚିତ।
୪.ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଜୋତା ଚପଲ ରଖିବା ଉଚିତ ନୁହେଁ କାରଣ ଏହା ଅଶୁଭ ଓ ଅଶାନ୍ତିର କାରଣ ହୋଇଥାଏ।
୫.ଯେଉଁଘରେ ଲୋକମାନଙ୍କ ମଧ୍ୟରେ ଛୋଟଛୋଟକଥାରେ କଳହ ଲାଗୁଥାଏ,ଶନିବାରଦିନ ଅଟାପେଶୀ କିଛି ବୁଟଚୁନା ମିଶାଇ ରୁଟି କରି ଖାଇଲେ ତାହା ଦୁର ହୋଇଥାଏ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।