ବାରଙ୍ଗ,୨୭।୩ (ଏସଏସନିଉଜ)ମରିଚିଆ ଗ୍ରାମର ବିଜୁ ପାଲା ମଣ୍ଡପରେ ଗୁରୁବାର ରାତିରେ ୭୪ତମ ମରିଚିଆ ବାଦୀପାଲା ମହୋତ୍ସବ ୨୦୨୬ ଉଦଯାପିତ ହୋଇଯାଇଛି। ସର୍ବ ପୁରାତନ ବାଦୀପାଲା ମହୋତ୍ସବରେ କଟକ ଜିଲ୍ଲା ନରସିଂହପୁରର ପ୍ରଖ୍ୟାତ ଗାୟକ ତଥା ଗାୟକ ଜ୍ଞାନ ଆଦିତ୍ୟ କୁମାର ସ୍ୱାଇଁ ଓ ନୟାଗଡ଼ ଜିଲ୍ଲା ବଙ୍କଇ “ଗାୟକ ସାରସ” ପ୍ରଫୁଲ ଚନ୍ଦ୍ର ସାମନ୍ତରାୟ ଓ ସାଥିଙ୍କ ଦ୍ଵାରା ପୌରାଣିକ କଥାବସ୍ତୁ ଉପରେ ବାଦୀପାଲା ପରିବେଷଣ କରାଯାଇଥିଲା ।ପାଞ୍ଚଦିନ ବ୍ୟାପି ଏହି ପାଲା ମହୋତ୍ସବକୁ ଦେଖିବା ପାଇଁ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ଅନେକ ପାଲା ପ୍ରେମୀ ଲୋକମାନେ ଯୋଗଦେଇ ପାଞ୍ଚଦିନ ଧରି ସାରଗର୍ଭକ ପୌରାଣିକ ବାଦୀପାଲାକୁ ଉପଭୋଗ କରିଥିଲେ Iପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହେଉଥିବା ବାଦୀପାଲା ମହୋତ୍ସବ ଚଳିତ ବର୍ଷ ମାର୍ଚ୍ଚ ୨୨ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ଗୁରୁବାର ରାତ୍ରିରେ ଉଦଯାପନୀ ଘଟିଛି।ଉଦଯାପିନୀ ରାତିରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ,ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର, ଯୁବନେତା ନିର୍ମଳ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପାଲା କାଳାକାରମାନଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ I