ବର୍ଷକ ଯାକ କିପରି କଟିବ ଜାଣନ୍ତୁ?
ଓଁ ଜଗନ୍ନାଥଂ ମହାବିଷ୍ଣୁଂ ବଳଭଦ୍ରଂସଦାଶିବଂ।ସୁଭଦ୍ରାଂବ୍ରହ୍ମଂଶକ୍ତିଂ ଚ ପ୍ରଣମାମିପୁନଃ ପୁନଃ।ଇଂ ୨୦୨୬ ମସିହାରେ ୧୨ଗୋଟି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଗୋଚରରେ ଗ୍ରହମାନଙ୍କର ସ୍ଥିତିକୁ ଅନୁଧ୍ୟାନକଲେ ବର୍ଷପ୍ରାରମ୍ଭରେ ରବି ଧନୁରାଶିରେ । ଚନ୍ଦ୍ରମା ବୃଷରାଶିରେ ।ମଙ୍ଗଳ ଧନୁରାଶିରେ । ବୁଧ ଧନୁରାଶିରେ ।ବୃହସ୍ପତି ମିଥୁନ ରାଶିରେ ।ଶୁକ୍ର ଧନୁରାଶିରେ । ଶନି ମୀନରାଶିରେ ,ରାହୁ କୁମ୍ଭରାଶିରେ ରହିବେ । କେତୁ ସିଂହରାଶିରେ ଅବସ୍ଥାନ କରିଛନ୍ତି ।ଶ୍ରୀ ଜଗନ୍ନାଥ ଆଷ୍ଟ୍ରୋଲୋଜି।
ଗୁରୁ ୨।୬।୨୦୨୬ ରେ କର୍କଟ ରାଶିକୁ ଚଳନ କରିବେ ।ରାହୁ ୨୫।୧୧।୨୦୨୬ରେ ମକରରାଶିକୁ ଚଳନ କରିବେ ।କେତୁ ୨୫।୧୧।୨୦୨୬ରେ କର୍କଟରାଶିକୁ ଚଳନ କରିବେ ।ଏହାର ପ୍ରଭାବ ୧୨ଗୋଟି ରାଶି ଉପରେ ଭିନ୍ନ ଫଳ ପ୍ରଦାନ କରିବ ।
ମେଷ :- ବର୍ଷର ପ୍ରଥମଭାଗରେ କର୍ମର ଚାପ ଅଧିକାରହିବ । ଉଚ୍ଚଅଧିକାରୀଙ୍କ ସହିତ ମତପାର୍ଥକ୍ୟ ସୃଷ୍ଟି ହେବ । ସହକର୍ମୀମାନେ ସହଯୋଗ କରିବେନାହିଁ । କାମକରିବାକୁ ଉତ୍ସାହ ବଢ଼ିବ ।ସାମାଜିକପ୍ରତିଷ୍ଠା ଲାଭ କରିବେ ।ବର୍ଷର ମଧ୍ୟଭାଗରୁ କର୍ମରେ ବଡ ଶୁଭ ପରିବର୍ତ୍ତନ ଆସିବ ।ପ୍ରମୋଶନ ହେବ । ବର୍ଷର ଶେଷଭାଗରେ ଇଛାକୃତ କର୍ମପ୍ରାପ୍ତିର ଯଥେଷ୍ଠ ସମ୍ପାବନା ରହୁଛି । ବ୍ୟବସାୟରେ ମାନ୍ଦାବସ୍ଥା ଲାଗିରହିବ ।ସରକାରୀ ସହଯୋଗ ମିଳିବନାହିଁ । ବର୍ଷର ଶେଷଭାଗ ଆଡ଼କୁ ସାମନ୍ୟ ଉନ୍ନତ୍ତି ବ୍ୟବସାୟରେ ହେବାର ସମ୍ପାବନା ରହିଛି । ପରିବାରିକଜୀବନ ମିଶ୍ରିତ ରହିବ । ପରିବାରରେ ଶୁଭମାଙ୍ଗଳିକ କାମ କରିପାରିବେ ।ଜମିଭୂମି କ୍ରୟପାଇଁ ସମୟ ଅନୁକୂଳ ରହିବ ।ପୌତ୍ରିକ ସମ୍ପତ୍ତିକୁ ନେଇ ବିବାଦ , ଭାତ୍ରୁବିବାଦ ମନମାଳିନ୍ୟ ସୃଷ୍ଟି ହେବ ।ମିତ୍ରମାନେ ମଧ୍ୟ ସମସ୍ୟା ସୃଷ୍ଟିକରିବେ ।ଅନେକସ୍ଥାନରେ ଅର୍ଥ ଫସିକି ରହିବ ।ବର୍ଷର ମଧ୍ୟଭାଗ ସନ୍ତାନମାନଙ୍କ ପାଇଁ ଅନୁକୂଳ ରହିବ । ସନ୍ତାନମାନେ ବିଦ୍ୟାରେ କୃତକାର୍ଯ୍ୟ ହେବେ । ବିବାହପାଇଁ ବର୍ଷର ମଧ୍ୟ ଭାଗଠୁ ସମୟ ଉତ୍ତମ ରହିବ । ଦାମ୍ପତ୍ତ୍ୟଜୀବନ ମଧ୍ୟମ ଧରଣରହେବ । ପୂର୍ବରୁ ଲାଗିଥିବା ମାଲିମକଦମାର ଆପସ ବୁଝାମଣା ହୋଇପାରେ । ବର୍ଷର ପ୍ରଥମଭାଗରେ ପିତାଙ୍କରସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।ବର୍ଷର ମଧ୍ୟଭାଗରୁ ନିଜର ସ୍ୱାସ୍ଥ୍ୟସମସ୍ୟା ବୃଦ୍ଧି ପାଇବ ।ସ୍କିନ , ଆଘାତ , ସର୍ଜରୀ, ଷ୍ଟୋନ, ୟୁଟର୍ସ , ଗ୍ୟସଟିକ ଭଳି ରୋଗପାଇଁ ସମସ୍ୟା ରେ ପଡିପାରନ୍ତି ।
ପ୍ରତିକାର :-ବୈଶାଖମାସରେ ଶନିମେଳା କରନ୍ତୁ ।କାଉ ଓ କଳା କୁକୁରଙ୍କୁ ନୀୟମିତ କିଛିଖାଦ୍ୟ ପ୍ରଦାନ କରନ୍ତୁାବଗଳାମୁଖୀଙ୍କ ବିଜମନ୍ତ୍ର ପାଠ କରନ୍ତୁ ।
ବୃଷ :-କର୍ମକ୍ଷେତ୍ରରେ ଭୋଗ ହେଉଥିବା ସମସ୍ୟା ଗୁଡିକ ଦୂରିଭୂତ ହେବ । ନୂତନ କର୍ମକ୍ଷେତ୍ର ପାଇଁ ମାର୍ଗ ପ୍ରଶସ୍ଥ ହେବ । ପ୍ରମୋଶନ ହେବ ।ବର୍ଷର ମଧ୍ୟଭାଗରୁ ବିଶେଷ ଭାବରେ ଉନ୍ନତ୍ତି ପରିଲକ୍ଷିତ ହେବ । ବ୍ୟବସାୟ ରେ ଚାଲିଥିବା କ୍ଷତିଗୁଡିକ ଧୀରେ ଧୀରେ ସ୍ୱଭାବିକି ସ୍ଥିତିକୁ ଆସିବ । ପୂର୍ବରୁ ଫସିରହିଥିବା ଅର୍ଥଗୁଡିକ ପ୍ରାପ୍ତି ହେବ । ସରାକରି ସହଯୋଗ ମିଳିବ । ଧନ ରୋଜଗାରପାଇଁ ମାର୍ଗ ଉତ୍ତମ ରହିବ । ଦୁଇ ପ୍ରକାର ଅର୍ଥ ରୋଜଗାର ଏହିବର୍ଷରେ କରିପାରିବେ । ବଡବଡ ରୋଜଗାର ର ପନ୍ଥା ସୃଷ୍ଟି ହେବ । ସେୟାର ମାର୍କେଟରୁ ମଧ୍ୟ ଭଲ ରୋଜଗାର କରିପାରିବେ ।ପୌତ୍ରିକ ସମ୍ପତି ଲାଭ କରିପାରିବେ । ଗୃହରେ କିଛି ଅଗ୍ନିଜନିତ ସମସ୍ୟା ସୃଷ୍ଟି ହୋଇପାରେ । ଭାତ୍ରୁ ବିବାଦ ଦେଖାଦେଇପାରେ । ନୂତନ ଭୂମିଜମି ଗୃହ ନିର୍ମାଣ ପାଇଁ ସମୟ ଅନୁକୂଳ ରହିବ । ନୂତନ ଯାନବାହାନ କ୍ରୟ କରିପାରିବେ । ଧର୍ମସ୍ଥାନକୁ ଯାତ୍ରା କରିବେ । ଦାମ୍ପତ୍ତ୍ୟ ଜୀବନ ଭଲ ରହିବ । ପୂର୍ବରୁ ଥିବା ମତପାର୍ଥକ୍ୟଗୁଡିକ ଦୂରୀଭୂତ ହେବ । ବର୍ଷର ପ୍ରଥମ ଓ ଶେଷଭାଗ ବିବାହ ପାଇଁ ଅନୁକୂଳ ସମୟ ରହିବ । ସନ୍ତାନମାନେ ବିଦ୍ୟା କ୍ଷେତ୍ରରେ ଆଗ୍ରହ ଦେବେ ନାହିଁ । ମନ ବିଚଳିତ ରହିବ । ସ୍ୱାସ୍ଥ୍ୟସମସ୍ୟା ତାଙ୍କର ଲାଗି ରହିବ । ଯାନବାହାନଜନିତ ଆଘାତ ମଧ୍ୟ ଲାଗିପାରେ । ବିଦ୍ୟାକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ । ବହୁ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବର୍ଷର ପ୍ରଥମଭାଗରେ ସ୍ୱାସ୍ଥ୍ୟ ସମସ୍ୟା ଭୋଗ ହେବ । ବର୍ଷର ମଧ୍ୟଭାଗ ରୁ ଏଥିରେ ସୁଧାର ଆସିବ ।
ପ୍ରତିକାର :- ଆଦ୍ବିତ୍ୟ ହୃଦୟସ୍ତୋତ୍ର ପାଠ କରନ୍ତୁ ।ଗଣେଶଙ୍କ ପୁଜାକରନ୍ତୁ ।ଗୁରୁବାର ରେ ବ୍ରାହ୍ମଣଙ୍କୁ ବସ୍ତ୍ରଦାନ କରନ୍ତୁ ।
ମିଥୁନ :- କର୍ମକ୍ଷେତ୍ରରେ ମଧ୍ୟମ ଫଳ ପ୍ରାପ୍ତି ହେବ । ପଦ ମର୍ଜ୍ୟଦା ମିଳିବ ।କର୍ମର ସ୍ଥିତି ଭଲ ରହିବା କର୍ମକ୍ଷେତ୍ର ର ସ୍ଥାନ ପରିବର୍ତ୍ତନ ହେବ । ନୁତନ କର୍ମ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ । ବିଦେଶ ଯାତ୍ରା କରିପାରନ୍ତି । ସରକାରି କର୍ମ ମିଳିପାରିବ । ମାଲିମକଦମାରୁ ମୁକ୍ତ ହେବେ । ବ୍ୟବସାୟ ରେ ଲାଗିଥିବା ସମସ୍ୟା ଗୁଡିକ ଦୂରୀଭୂତ ହେବା ବ୍ୟବସାୟ ରେ ପୂର୍ବବର୍ଷ ଅପେକ୍ଷା ଅଧିକା ଲାଭ ଭୋଗ ହେବ । ପାରିବାରିକ ଜୀବନରେ ଥିବା ମତପାର୍ଥକ୍ୟ ଦୂରୀଭୂତ ହେବ । ଘରେ ମାଙ୍ଗଳିକ କାମ ଗୁଡିକ କରିବେ । ବର୍ଷର ମଧ୍ୟଭାଗଠୁ ଜମିଭୂମି କ୍ରୟ ପାଇଁ ଉତ୍ତମ ସମୟ ରହିବ । ନିଜ ପସନ୍ଦ ରେ ବିବାହ କରିପାରିବେ । ଦାମ୍ପତ୍ତ୍ୟଜୀବନରେ ମନମାଳିନ୍ୟ ଦୂରେଇ ଯିବ । ଘରେ ମାଙ୍ଗଳିକକାମ ହେବ । ଆୟପାଇଁ ବାହାରକୁ ଯାତ୍ରା କରିପାରନ୍ତି । ଖର୍ଚ୍ଚ ମଧ୍ୟ ଅନେକ ଦିଗରେ ଲାଗି ରହିବା ଗୃହକାମ ପାଇଁ ଅର୍ଥ ଅନେକ ଖର୍ଚ୍ଚ ହେବ । କର୍ମକ୍ଷେତ୍ର ରେ ବର୍ଷ ର ମଧ୍ୟଭାଗଠୁ ଭଲ ରୋଜଗାର କରିବେ । ଦୂରଯାତ୍ରା ପାଇଁ ସମୟ ଅନୁକୂଳ ରହିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷଧ୍ୟାନ ଦେବା ଅବଶ୍ୟକା ଅଳସୁଆ ହେବେ , ପେଟ , ମଧୁମେୟ , ଆଘାତ ଆଦି ପ୍ରତି ଯତ୍ନବାନ ହେବା ଆବଶ୍ୟକା ସନ୍ତାନ ଙ୍କ ଉନ୍ନତ୍ତି ପ୍ରଗତି ଲାଗି ରହିବ । ସନ୍ତାନ ମାନେ ସମ୍ମାନ୍ନିତ ହେବେ । ଜ୍ୟେଷ୍ଠ ସନ୍ତାନ ଙ୍କ ବିବାହ ପାଇଁ ସମୟ ଅନୁକୂଳ ରହିବ । ସନ୍ତାନ ଙ୍କ କର୍ମ କ୍ଷେତ୍ର ଭଲ ରହିବ । ଉଚ୍ଚ ବିଦ୍ୟାରେ ସଫଳତା ପ୍ରାପ୍ତି କରିବେ । ବିଦ୍ୟା ପାଇଁ ଆଗ୍ରହ ସୃଷ୍ଟି ହେବ ।
ପ୍ରତିକାର :-ଗାଈଙ୍କୁ ଗୁରୁବାର ଦିନ ଖାଦ୍ୟ ଦିଅନ୍ତୁ ।କେଶର ମିଶ୍ରିତ ଖିର ଶିବଙ୍କ ନିକଟରେ ଅର୍ପଣ କରନ୍ତୁାରାଧା କୃଷ୍ଣଙ୍କ ମୂର୍ତ୍ତିଙ୍କୁ ପୂଜା କରନ୍ତୁ ।
କର୍କଟ :- କର୍ମକ୍ଷେତ୍ର ଭଲ ରହିବ । କର୍ମ ଜୀବନରେ ବଡବଡ ସଫଳତା ପ୍ରାପ୍ତି ହେବ । ନୂତନକର୍ମ ମଧ୍ୟ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଲାଗିରହିଥିବା ଶତ୍ରୁମାନେ ଦୂରେଇ ଯିବୋବିଦେଶ ଯାତ୍ରା କରିପାରନ୍ତି , କର୍ମକ୍ଷେତ୍ରରେ କିଛି ଗୁରୁଦାୟିତ୍ଵ ପ୍ରାପ୍ତି ହେବ ।ଉତ୍ତମ କର୍ମପାଇଁ ପ୍ରଶଂସା ମଧ୍ୟ ପ୍ରାପ୍ତି କରିବେ ।ବ୍ୟବସାୟ ରେ ଅନେକ ସମସ୍ୟା ଦେଇଗତି କରିବେ । ସମସ୍ତକାର୍ଯ୍ୟରେ ବିଳମ୍ବ ହେବ । ବ୍ୟବସାୟରେ ମିଶ୍ରିତ ଫଳ ପ୍ରାପ୍ତି ହେବ । ସେୟାର ମାର୍କେଟରେ ନିବେଶଠାରୁ ଦୂରେଇ ରୁହନ୍ତୁ ଅନ୍ୟଥା ଅନେକ କ୍ଷତିର ସମ୍ମୁଖିନ ହୋଇପାରନ୍ତି । ପାରିବାରିକ ଜୀବନ ଭଲ ରହିବା ବାପାମାଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂରେଇ ଯିବ । ବର୍ଷର ଶେଷଭାଗରେ ମାଙ୍ଗଳିକ କାମ ଗୃହରେ କରିପାରିବେ ।ବର୍ଷ ର ମଧ୍ୟଭାଗ ପରେ ଦାମ୍ପତ୍ତ୍ୟ ଜୀବନରେ ଥିବା ମତପାର୍ଥକ୍ୟ ଦୁରେଇ ଯିବ ।ସୁସମ୍ପର୍କ ସୃଷ୍ଟି ହେବ । ନିଜେ ବିବାହ କରିବାପାଇଁ ବର୍ଷର ମଧ୍ୟଭାଗରୁ ସମୟ ଅନୁକୂଳ ରହିବ । ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ହେବୋ ସନ୍ତାନ କୁଶଙ୍ଗରେ ପଡି ପଥଭ୍ରଷ୍ଟ ହୋଇପାରନ୍ତି । ବର୍ଷର ପ୍ରଥମଭାଗରେ ରୋଜଗାର ଅଧିକା ହେଲେ ମଧ୍ୟ ଖର୍ଚ୍ଚ ମଧ୍ୟ ଅଧିକ ହେବା ସରାକରି କାର୍ୟ୍ୟରେ ଅଧିକା ଅର୍ଥ ଖର୍ଚ୍ଚ୍ ହୋଇପାରେ । ଏହି ବର୍ଷ ଋଣ ମଧ୍ୟ ନେବାକୁ ପଡିପାରେ । ଆୟ ତୁଳନାରେ ସଂଞ୍ଚୟ କରିପାରିବେ ନାହିଁ । ବର୍ଷର ଶେଷଭାଗ ଆର୍ଥିକକ୍ଷେତ୍ର ପାଇଁ ଉତ୍ତମ ରହିବ । ଏହି ବର୍ଷ ଆଳସ୍ୟ ପରାୟଣ ହେବେ । ଅଧିକା ମୋଟା ହୋଇପାରନ୍ତି । ଆକସ୍ମିକ ରୂପେ ଦୃଘଟଣା ହୋଇପାରେ । ସରିର ରେ ଆଘାତ ଲାଗିବ , ପେଟ , କାନରେ ମଧ୍ୟ କିଛି ସମସ୍ୟା ହୋଇପାରେ ।
ପ୍ରତିକାର :- ଶନିବାର ଦିନ ଶିବଙ୍କ ନିକଟରେ ମାର୍ଜଣା କରନ୍ତୁ । ହନୁମାନ ଚାଳିଶା ପାଠ କରନ୍ତୁ ।ଶନିବାର ଦିନ ଶିବଙ୍କ ନିକଟରେ ମାର୍ଜଣା କରନ୍ତୁ ।
ସିଂହ :- କର୍ମକ୍ଷେତ୍ର ରେ ପୂର୍ବରୁ ଲାଗିଥିବା ସମସ୍ୟା ଗୁଡିକ ଦୂରୀଭୂତ ହେବ । କର୍ମ ରେ ପରିବର୍ତ୍ତନ ଦେଖାଦେବ । ପ୍ରମୋଶନ ମଧ୍ୟ ପ୍ରାପ୍ତି ହେବ । କର୍ମରେ ଉଚିତ ଅର୍ଥପ୍ରାପ୍ତି ହେବ ।ଉଚ୍ଚପଦାଧିକାରୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ । ବର୍ଷର ମଧ୍ୟଭାଗ ଠୁ କର୍ମକ୍ଷେତ୍ରରେ ବଡ ପରିବର୍ତ୍ତନ ହେବ । କର୍ମର ଶୁଭସ୍ଥାନ ମଧ୍ୟ ପରିବର୍ତ୍ତନ ମଧ୍ୟ ହେବ ।ବିଦେଶ ରେ ମଧ୍ୟ ଉତ୍ତମକର୍ମ ପାଇପାରିବେ । ପାଟନର ସିପ ବ୍ୟବସାୟ ରେ ସମସ୍ୟା ସୃଷ୍ଟି ହେବ ।ଅଧିକା ରିକ୍ସ ନିବେଶ କରନ୍ତୁନାହିଁ । ସରକାରି ସୂତ୍ରରୁ ଲାଭବାନ ହେବେ । ଧର୍ୟ୍ୟ ଧରି କାମ କରନ୍ତୁ । ପାରିବାରିକ ଜୀବନ ଭଲ ରହିବ । ପୁରାତନ ଗୃହର ନବିକରଣ କରିପାରନ୍ତି । ନୂତନ ଜିନିଷକ୍ରୟ ମଧ୍ୟ କରିବେ । ପରିବାର ସହ ଦୂର ଯାତ୍ରା ମଧ୍ୟ କରିବେ । ଭାତ୍ରୁ ସମ୍ପର୍କ ରେ ସୁଧାର ଆସିବ । ମାଙ୍ଗଳିକକାମ ଗୃହ ରେ ସମ୍ପାଦିତ ହେବ । ଦାମ୍ପତ୍ୟ ଜୀବନରେ ଥିବା ଭୁଲ ବୁଝାମଣାର ଆପସ ସମାଧାନ ହେବ । ଜୀବନ ସାଥିଙ୍କ ପ୍ରତ୍ୟେକ କଥାକୁ ମାନି କର୍ମ କରନ୍ତୁ । ଜୀବନ ସାଥିଙ୍କର ମଧ୍ୟ ନୂତନ କର୍ମ ପ୍ରାପ୍ତି ହେବ ।ଜମିଭୂମି ମଧ୍ୟ କ୍ରୟ କରିପାରନ୍ତି । ବର୍ଷର ଶେଷ ଭାଗରେ ଦାମ୍ପତ୍ୟ ଜୀବନ ରେ ସମ୍ପୂର୍ଣ୍ଣରୂେପେ ଶୁଭଫଳ ମିଳିବ । ସନ୍ତାନ ମାନଙ୍କ ଜୀବନରେ ଥିବା ବାଧାବିଘ୍ନ ଗୁଡିକ ଦୂରୀଭୂତ ହେବ । ଉଚ୍ଚବିଦ୍ୟା ରେ ଉତ୍ତମ ଫଳ ପ୍ରାପ୍ତି ହେବ ।ସନ୍ତାନ ମାନେ ଅନେକ ସଫଳତା ପାଇବେ । ମଧ୍ୟଭାଗ ରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପୂଜିପାରେ । ଆର୍ଥିକ କ୍ଷେତ୍ର ରେ ଲାଭବାନ ହେବେ । ବଡଧରଣର ଅର୍ଥପ୍ରାପ୍ତି ହେବ । ପୂର୍ବରୁ ଅଟକିଥିବା ଅର୍ଥ ମଧ୍ୟ ପ୍ରାପ୍ତି କରିପାରିବେ । ଋଣମୁକ୍ତ ମଧ୍ୟ ହେବେ । ସରାକରଙ୍କ ଠୁ ଅର୍ଥପ୍ରାପ୍ତି ହେବ । ଦୁଇ ସୂତ୍ରରୁ ରୋଜଗାର ହେବ । ବର୍ଷର ମଧ୍ୟଭାଗରେ ଟିକେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଆଡମ୍ବର ପୂର୍ଣ୍ଣ ଖର୍ଚ୍ଚ କରିପାରନ୍ତି । ଜଗିରଖି ଅର୍ଥ ନିବେଶ କରିବା ଆବଶ୍ୟକ । ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତ ହେବେ ।ଭକ୍ତିମାର୍ଗରେ ଯାଇପାରନ୍ତି । ସରାକାରି କ୍ଷେତ୍ରରୁ ପଦମର୍ଜ୍ୟଦା ଲାଭ ହେବ । ମାନଶିକ ସ୍ଥିତି ଭଲ ରହିବ । ମନ ବିଚଳିତ ହୋଇପାରେ । ଦୃଘଟଣା ଠୁ ଦୂରେଇ ରୁହନ୍ତୁ ।
ପ୍ରତିକାର :-ଗୁଡ଼ ମିଶ୍ରିତପାଣୀରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନକରନ୍ତୁ ।ଗାୟତ୍ରୀମନ୍ତ୍ର ଜପ କରନ୍ତୁ ।
କନ୍ୟା :- କାମର ଚାପ ବର୍ଷର ପ୍ରଥମଭାଗରେ ଅଧିକା ରହିବ ।ଉଚ୍ଚ ପଦାଧିକାରୀଙ୍କ ସହିତ ଝଗଡା ହୋଇପାରେ । ବର୍ଷର ମଧ୍ୟଭାଗରେ କର୍ମ ପରିବର୍ତ୍ତନ କରିବେ । ବ୍ୟବସାୟରେ ମିଶ୍ରିତ ଫଳ ମିଳିବ । ବ୍ୟବସାୟରେ ସ୍ଥାନ ପରିବର୍ତ୍ତନ ହେବ ।ଉତଥାନ ପତନଦେଇ ଗତି କରିବେ । ବର୍ଷର ପ୍ରଥମ ଭାଗରେ ବ୍ୟବସାୟ ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ । ବର୍ଷର ପ୍ରଥମ ଭାଗରେ ଭୂମି ଜମି ଯାନବାହାନ ଆଦି ପ୍ରାପ୍ତି ହେବ ।ମାଆଙ୍କର ସ୍ୱାସ୍ଥ୍ୟ ସମସ୍ୟା ରେ ସୁଧାର ଆସିବ । ମାଆଙ୍କ ଠୁ କିଛି ସାହାର୍ୟ୍ଯ ପ୍ରାପ୍ତି ହେବ ।ପୂର୍ବରୁ ଗୃହ ପାଇଁ ଥିବା ବିବାଦ ଗୁଡିକ ଦୂରୀଭୂତ ହେବ । ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂରୀଭୂତ ହେବ । ବର୍ଷର ମଧ୍ୟଭାଗ ଠୁ ଦାମ୍ପତ୍ୟ ଜୀବନରେ ଥିବା ମତପାର୍ଥକ୍ୟ ଦୂରେଇ ଯିବ । ମାଲିମକଦମାରୁ ମୁକ୍ତ ହେବେ । ବିବାହପାଇଁ ପୂର୍ବରୁ ଲାଗି ରହୁଥିବା ସମସ୍ୟାଗୁଡିକ ଦୂରୀଭୂତ ହେବ । ବର୍ଷର ମଧ୍ୟଭାଗରୁ ବିବାହ ପାଇଁ ସମୟ ଅନୁକୂଳ ରହିବ । ସନ୍ତାନଙ୍କ ପାଇଁ ମିଶ୍ରିତଫଳ ଲାଭ ହେବ । ବର୍ଷର ମଧ୍ୟଭାଗରୁ ସନ୍ତାନ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ଅର୍ଥକ୍ଷେତ୍ର ରେ ବର୍ଷ ଆରମ୍ପରୁ କିଛି କ୍ଷତି ହୋଇପାରେ ବର୍ଷର ମଧ୍ୟଭାଗରୁ ବୋହୁତ ଲାଭବାନ ହେବେ । ପୂର୍ବରୁ ଅଟକିଥିବା କିଛି ଅର୍ଥ ପ୍ରାପ୍ତି ହେବ । ଏହି ବର୍ଷରେ ପୁରାତନ ଋଣ ସୁଝିବେ ଏବଂ ନୁଆ ଋଣ ମଧ୍ୟ କିଛି କରିବେ ।ବର୍ଷର ମଧ୍ୟ ଭାଗରୁ ଶେଷ ପର୍ଯ୍ୟନ୍ତ ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ପୁରାତନ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ । ମାନଶିକ ସମସ୍ୟା ଦୂରୀଭୂତ ହେବ । ମଝିରେ ମଝିରେ ଆଘାତପ୍ରାପ୍ତି ହୋଇପାରେ । ଥଣ୍ଡା ,ଜର ,ପେଟ ,ଆଘତ ଆଦି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ପୂର୍ବରୁ ଥିବା ମତାନ୍ତର ଦୂର ହେବ । ସମସ୍ତଙ୍କର ମନ ନେଇ ଚଳିବେ । ଆମ୍ପବଳ ବୃଦ୍ଧି ପାଇବ । ସାମାଜିକ କାମରେ ପ୍ରଶଂସା ମିଳିବ ।
ପ୍ରତିକାର :- ହନୁମାନଙ୍କ ପୂଜା କରନ୍ତୁ । ଗଣେଶ ଙ୍କ ପୂଜ କରନ୍ତୁ ।କେଶର ତିଲକ ମଥାରେ ଲାଗାନ୍ତୁ ।
ତୁଳା :- ବର୍ଷ ଆରମ୍ଭରୁ କର୍ମର ଚାପ ଅଧିକା ରହିବ । କର୍ମକ୍ଷେତ୍ରରେ ବାଧା ଆସିଲେ ମଧ୍ୟ ତାକୁ ସୂଚାରୁ ରୂପେ ସମ୍ପାଦିତ କରିପାରିବେ । ବର୍ଷର ମଧ୍ୟ ଭାଗରୁ କର୍ମକ୍ଷେତ୍ର ଭଲ ରହିବା କର୍ମରସ୍ଥିତି ସୁଧୁରିବା କର୍ମକ୍ଷେତ୍ର କୁ ପରିବର୍ତ୍ତନ କରିବେ ଅବା କର୍ମରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ପାବନା ରହିଛି । ବ୍ୟବସାୟରେ ସମ୍ରସାରଣ କରିବେ । ବ୍ୟବସାୟ ରେ ଲାଗିରହିଥିବା ମାନ୍ଦାବସ୍ଥା ଦୂରୀଭୂତ ହେବ । ବ୍ୟବସାୟ ରେ ପୁର୍ବରୁ ଫସିଥିବା ଅର୍ଥ କିଛି ପ୍ରାପ୍ତି ହେବ । ନୂତନ ଭୂମି ଗୃହପ୍ରାପ୍ତି ପାଇଁ ସମୟ ଭଲ ରହିବା ଯାନବାହାନ ମଧ୍ୟ ଏହି ସମୟରେ କ୍ରୟ କରିପାରିବୋ ପରିବାରରେ ପୂର୍ବରୁ ଥିବା ମନମାଳିନ୍ୟ ଦୂରୀଭୂତ ହେବ । ଆଧାରେ ପଡିରହିଥିବା କାର୍ଯ୍ୟଗୁଡିକ ପୂର୍ଣ୍ଣାଙ୍ଗ ରୂପ ନେଇପାରେ । ବର୍ଷର ପ୍ରଥମ ଓ ଶେଷ ଭାଗରେ ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବେ । ଦାମ୍ପତ୍ୟ ଜୀବନରେ ଥିବା ମତାନ୍ତର ଦୂରୀଭୂତ ହେବ । ସହକର୍ମୀ ଙ୍କ ଭଲ କର୍ମ ପ୍ରାପ୍ତି ହେବାର ସୁଯୋଗ ସୃଷ୍ଟି ହେବ । ଇଛା କୃତ ସ୍ଥାନରେ ବିବାହ ପାଇଁ ସମୟ ଅନୁକୂଳ ରହିଛି । ବର୍ଷର ପ୍ରଥମ ଓ ଶେଷ ଭାଗରେ ବିବାହପାଇଁ ସମୟ ଅନୁକୂଳ ରହିବା ବର୍ଷ ଆରମ୍ଭରୁ ସନ୍ତାନ ମାନେ ଅସ୍ଥିର ମନା ହେବେ । ବର୍ଷର ମଧ୍ୟଭାଗ ଠୁ ଏକାଗ୍ରତା ବୃଦ୍ଧି ପାଇବ । ପିତାମାତାଙ୍କ ସହ ସୁସମ୍ପର୍କ ରହିବ । ସନ୍ତାନମାନେ ଉଚ୍ଚଶିକ୍ଷା ରେ ଭଲ କରିବେ । ସାରାବର୍ଷ ଆର୍ଥିକକ୍ଷେତ୍ର ମଜଭୁତ ରହିବ । ପୂର୍ବବର୍ଷ ଗୁଡିକ ତୁଳନାରେ ଅଧିକା ରୋଜଗାର କରିବୋ ଋଣ ପରିଷୋଧ କରିପାରିବେ । ଆୟର ମାତ୍ରା ଅଧିକା ରହିବା ବର୍ଷର ମଧ୍ୟଭାଗରେ କିଛି ଅର୍ଥ ଫସିକି ରହିପାରେ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକା ଉଚ୍ଚ ବିଦ୍ୟାକ୍ଷେତ୍ରରେ ବିଦେଶ ଯାତ୍ରା କରିବାକୁ ପଡିପାରେ । ବିଦେଶରେ କର୍ମ ପ୍ରାପ୍ତିର ସୁଯୋଗ ମଧ୍ୟ ଆସିବ । ମାନଶିକ ଚାପ ଗୁଡିକ ଧୀରେଧୀରେ ଦୂରେଇ ଯିବା ସ୍ୱାସ୍ଥ୍ୟ ଭଲ ରହିବ । ସାମାଜିକ କାମ ପାଇଁ ଆଗ୍ରହ ବଢିବ । ଭ୍ରମଣ କରିବେ । ପିତମାତାଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ସନ୍ତାନ ମାନଙ୍କ ଦୃଘଟଣା ଜନିତ ସମସ୍ୟା ସୃଷ୍ଟି ହୋଇପାରେ ।
ପ୍ରତିକାର:- ସୂର୍ଯ୍ୟଙ୍କୁ ଜଳ ଦାନ କରନ୍ତୁ ।ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବିଛା :- ବର୍ଷ ଆରମ୍ଭରୁ କର୍ମର ଚାପ ସୃଷ୍ଟି ହେବା ଉଚ୍ଚ ଅଧିକାରୀ ଙ୍କ ପାଇଁ ହଇରାଣ ହେବେ । ବର୍ଷର ମଧ୍ୟଭାଗରୁ କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ସୃଷ୍ଟି ହେବ । ସରକାରୀ କର୍ମ ପ୍ରାପ୍ତି ପାଇଁ ସମୟ ଅନୁକୂଳ ହେବା କର୍ମକ୍ଷେତ୍ର ରେ ଏହି ସମୟ ରେ ଇଛାକୃତ ଫଳ ମିଳିବ । ବ୍ୟବସାୟ ରେ ଅଧିକା ନିବେଶ କରନ୍ତୁ ନାହିଁ ଅନ୍ୟଥା ଅସୁବିଧା ରେ ପଡିପାରନ୍ତି । ସରାକରିକ୍ଷେତ୍ରରେ ବ୍ୟବସାୟ କରୁଥିଲେ ଏଥିରେ କ୍ଷତି ଲାଗି ରହିବ । ପାରିବାରିକ ଜୀବନ ମଧ୍ୟମ ଧରଣର ଭୋଗ ହେବା ପିତାମାତା ଓ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବର୍ଷର ମଧ୍ୟଭାଗ ଠୁ ସେଥିରେ ସୁଧାର ଆସିବା ପୂର୍ବବର୍ଷରେ ଦାମ୍ପତ୍ୟ ଜୀବନ ରେ ଥିବା ସମସ୍ୟା ଗୁଡିକ ଦୂରୀଭୂତ ହେବ । ବିବାହ ପାଇଁ ବର୍ଷର ମଧ୍ୟଭାଗ ଠୁ ସମୟ ଅନୁକୂଳ ରହିବାବର୍ଷ ଆରମ୍ଭରୁ ସନ୍ତାନ ମାନେ ଅବାଧ୍ୟ ହେବେ । ସନ୍ତାନଙ୍କ କର୍ମକ୍ଷେତ୍ରରେ ଅସୁବିଧା ଭୋଗ କରିପାରନ୍ତି । ସନ୍ତାନ ମାନେ ବିଦ୍ୟାକ୍ଷେତ୍ରରେ ସଫଳତା ପାଇବେ ନାହିାଁ ବର୍ଷର ମଧ୍ୟଭାଗ ଠୁ ସନ୍ତାନ କ୍ଷେତ୍ରରେ ଶୁଭଫଳପ୍ରାପ୍ତି ହେବ । ନିଜର ଆର୍ଥିକସ୍ଥିତି ପାଇଁ ସମୟ ଅନୁକୂଳ ରହିବ । ଦୁଇପ୍ରକାରର ଅର୍ଥ ରୋଜଗାର କରିପାରିବେ । ସେୟାର ମାର୍କେଟ ରେ ନିବେଶ ମଧ୍ୟ କରିପାରିବେକ୍ଷ ସରକାରି ସୂତ୍ରରୁ କିଛି ଅର୍ଥପ୍ରାପ୍ତିର ଯୋଗ ରହିଛି । ବର୍ଷର ମଧ୍ୟଭାଗରୁ ଏଥିରେ ସୁଧାର ଆସିବ । ବର୍ଷର ପ୍ରଥମଭାଗରେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଜଗିରଖି ଚଳିବାକୁ ହେବ ପେଟ , ରକ୍ତ , ପାଦ , ମୁଣ୍ଡ ଏବଂ ଅସ୍ତ୍ର ପ୍ରଚାର ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ବର୍ଷର ଶେଷଭାଗରେ ଏଥିରେ ସୁଧାର ଆସିବା
ପ୍ରତିକାର :- ଗୁରୁବାରଦିନ ଗାଇଙ୍କୁ ଖାଇବାକୁ ଦିଅନ୍ତୁ ।ବ୍ରହ୍ମ କେଷ୍ଠୀ ବୃକ୍ଷ କୁ ପୂଜା କରନ୍ତୁ ।ବଗଳାମୁଖୀ ମନ୍ତ୍ର ଜପ କରନ୍ତୁ ।
ଧନୁ :- କର୍ମକ୍ଷେତ୍ର ରେ ଲାଗି ରହିଥିବା ମତପାର୍ଥକ୍ୟ ଦୂରୀଭୂତ ହେବ । ବର୍ଷର ମଧ୍ୟଭାଗ ରେ କର୍ମରସ୍ଥାନ ପରିବର୍ତ୍ତନ ର ଯୋଗ ରହିଛି । କର୍ମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିବ । କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ଵ ମିଳିପାରେ । ବ୍ୟବସାୟରେ ସରାକାରି ସ୍ଥରରେ ଲାଭବାନ ହେବେ । ସରକାରଙ୍କ. ସାନିଦ୍ଧ୍ୟଲାଭ ହେବ । ପୂର୍ବରୁ ଅଟକିଥିବା କାର୍ଯ୍ୟଗୁଡିକ ସୂଚାରୁ ରୂପେ ସମ୍ପୂର୍ଣ୍ଣ ହେବା ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବକ୍ଷ ବର୍ଷର ମଧ୍ୟଭାଗଠୁ ଆର୍ଥିକ ସ୍ଥିତି ମଜଭୁତ ହେବ । ଅଚାନକ ଧନ ପ୍ରାପ୍ତିର ସମ୍ପାବନା ରହିଛି । ଆୟ ତୁଳନାରେ ସଞ୍ଚୟ ମଧ୍ୟ କରିପାରିବେ । ଋଣ ପରିସୋଧପାଇଁ ମଧ୍ୟ ସମୟ ଭଲ ରହିବ । ପରିବାରରେ ଗୃହ ପାଇଁ ନୂତନ ଜିନିଷ କ୍ରୟ କରିବେ । ପରିବାରରେ ଅଟକିଥିବା କାର୍ଯ୍ୟଗୁଡିକ କରିବେ । ବର୍ଷର ପ୍ରଥମ ଭାଗ ରେ ସନ୍ତାନଙ୍କ କ୍ଷେତ୍ରରୁ ଶୁଭଫଳ ପ୍ରାପ୍ତି ହେବ । ସନ୍ତାନ ମାନେ ଉଚ୍ଚବିଦ୍ୟାରେ ସଫଳ ହେବେ । ମଝିରେ ମଝିରେ ସନ୍ତାନ ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକକ୍ଷ ଗୁପ୍ତଶତ୍ରୁ ମାନେ ପରାସ୍ତ ହେବେ । ବର୍ଷ ଆରମ୍ଭରୁ ପିତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ଖାଦ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକା ବର୍ଷର ପ୍ରଥମ ଓ ଦ୍ଵିତୀୟଭାଗରେ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ । ଜୟଣ୍ଟପେନ ,ମଧୁମେୟ ,ପେଟ ,ମାନଶିକ ଅସ୍ଥିରତା ,ପାଦ ଆଦିରେ ସମସ୍ୟା ସୃଷ୍ଟି ହେବ ।
ପ୍ରତିକାର :- ବିଷ୍ଣୁ ସହର୍ଷନାମ ଶ୍ରଵଣ କରନ୍ତୁ ।
ମକର :- ବର୍ଷ ଆରମ୍ଭରୁ କର୍ମକ୍ଷେତ୍ରରେ ସମସ୍ୟା ଉପୁଜୀବ । କର୍ମର ଚାପ ଫଳରେ କର୍ମ ଛାଡିବାକୁ ମଧ୍ୟ ପଡିପାରେ ହେଲେ ବର୍ଷର ମଧ୍ୟଭାଗରୁ କ୍ୟାରିଅର ରେ ବଡ଼ ପରିବର୍ତ୍ତନ ହେବ । ନୂତନ ଦାୟିତ୍ଵ କର୍ମକ୍ଷେତ୍ରରେ ପ୍ରାପ୍ତି କରିବେ । ପଦମର୍ଜ୍ୟଦା ପ୍ରାପ୍ତି ହେବ । ସରକାରି ଅବା ବେସରକାରି କର୍ମରେ ପରିଶ୍ରମ ଅଧିକା ରହିବ ।ବ୍ୟବସାୟ ରେ ସରକାରି ସୂତ୍ରରୁ କିଛି ଲାଭମିଳିବ । ହଠାତ ନିଷ୍ପତି ନେଇ ଅସୁବିଧାରେ ପଡିପାରନ୍ତି । ବ୍ୟବସାୟ ରେ ଥିବା ପୁରାତନ କରଜ ସୁଝିବେ । ନୂତନବ୍ୟବସାୟ ଏହି ସମୟ ରେ କରନ୍ତୁ ନାହିଁ । ବଡ଼ବଡ଼ ନିବେଶ ମଧ୍ୟ ବ୍ୟବସାୟ ରେ କରନ୍ତୁନାହିଁ । ଦୁରଯାତ୍ରା ବେଳେ ସତର୍କତା ଅବଲମ୍ବନ କରିବାକୁ ପଡିବ । ପୂର୍ବରୁ ଅଟକିରହିଥିବା କାର୍ଯ୍ୟଗୁଡିକ ପୂର୍ଣ୍ଣାଙ୍ଗ ରୂପ ନେବ । ବର୍ଷ ଆରମ୍ଭରୁ ଖର୍ଚ୍ଚ ଅଧିକାରହିବ । ବର୍ଷର ମଧ୍ୟଭାଗ ରୁ ଆର୍ଥିକ କ୍ଷେତ୍ରରେ ଉନ୍ନତ୍ତି ହେବ । ଆକସ୍ମିକ ରୋଜଗାର କିଛି କରିବେ । ଆୟ ବେୟ ସମାନ ରହିବା କାରଣରୁ ଋଣ ପରିସୋଧପାଇଁ ସମସ୍ୟା ସୃଷ୍ଟି ହେବ । ଦାମ୍ପତ୍ୟଜୀବନରେ ପୂର୍ବରୁ ଥିବା ମତପାର୍ଥକ୍ୟ ର ସମାଧାନ ହେବ । ବିବାହପାଇଁ ବର୍ଷର ଶେଷ ଭାଗରେ ସୁଯୋଗ ସୃଷ୍ଟି ହେବ । ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାପାଇଁ ଚିନ୍ତିତ ରହିବେ । ସନ୍ତାନମାନେ ଶିକ୍ଷା ରେ କୃତକାର୍ଯ୍ୟ ହେବେ । ବର୍ଷ ଆରମ୍ଭରୁ ନିଜର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ , ପେଟ , ପାଦ ,ଗାଈନିଙ୍ଗ ,ରକ୍ତଚାପ ଭଳି ସ୍ୱାସ୍ଥ୍ୟସମସ୍ୟା ଦେଖାଦେବ । ବର୍ଷର ମଧ୍ୟଭାଗ ଠୁ ଏଥିରେ ଧୀରେ ଧୀରେ ସୁଧାର ଆସିବ ।ଆଧ୍ୟାତ୍ମିକବାଦି ହେବେ ତନ୍ତ୍ରମନ୍ତ୍ର ପ୍ରତି ବିଶେଷ ଆଗ୍ରହ ସୃଷ୍ଟି ହେବ । ଏହି ବର୍ଷ ଅନେକ ଶତ୍ରୁମାନେ ପଛରେ ପଡିବେ । ଛୋଟମୋଟ ବିବାଦରେ ମଧ୍ୟ ଫସି ରହିପାରନ୍ତି । ବର୍ଷର ମଧ୍ୟଭାଗରୁ ସେୟାର ମାର୍କେଟ ରେ ନିବେଶ କରି ସ୍ୱଳ୍ପ ଲାଭ ମଧ୍ୟ ପାଇ ପାରିବେ ।
ପ୍ରତିକାର :- ଶନିମେଳା କରନ୍ତୁ ।
କୁମ୍ଭ :- କର୍ମକ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ କୃପା ବୃଷ୍ଟି ରହିବା ପୂର୍ବରୁ ଥିବା ସମସ୍ୟା ଦୂରୀଭୂତ ହେବ । କର୍ମଚାପରୁ ଧୀରେଧୀରେ ମୁକ୍ତ ହେବେ । ନୂତନ କର୍ମପ୍ରାପ୍ତି କରିବା ପାଇଁ ସୁଯୋଗ ସୃଷ୍ଟିହେବ । ସହକର୍ମି ମାନଙ୍କ ସହ କର୍ମକ୍ଷେତ୍ରରେ ଉପୁଜିଥିବା ସତ୍ରୁତା ର ଅନ୍ତ ଘଟିବ । ବ୍ୟବସାୟ ପାଇଁ ନୂତନ ବାସସ୍ତାନ କିଣି ପାରନ୍ତିା ନୁଆବ୍ୟବସାୟ ଆରମ୍ଭ ମଧ୍ୟ କରିବେ । ବ୍ୟବସାୟହେତୁକ ସମସ୍ତ ଶୁଭଫଳ ପ୍ରାପ୍ତିହେବ । ବର୍ଷର ପ୍ରଥମ ଓ ଶେଷ ଭାଗ ଆର୍ଥିକକ୍ଷେତ୍ର ପାଇଁ ଉତ୍ତମରହିବା ମଝିରେ ଅନେକ ଖର୍ଚ୍ଚ ବୃଦ୍ଧି ଲାଗି ପାରେ ଆୟ ତୁଳନାରେ ବେୟ ବୋହୁତ ହୋଇପାରେ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକା ବନ୍ଧୁପରିଜନଙ୍କଠୁ ଲାଭ ପାଇପରନ୍ତି । ପିତାମାତାଙ୍କ ଠୁ କିଛି ଅର୍ଥ ପ୍ରାପ୍ତି ର ଯୋଗ ରହିଛି । ବର୍ଷର ଶେଷଭାଗରେ ଗୃହ ପାଇଁ ଜିନିଷ କ୍ରୟ କରିବେ । ପୌତ୍ରିକ ସମ୍ପତ୍ତିକୁ ନେଇ ଥିବା ବିବାଦ ଦୂରୀଭୂତ ହେବା ଜୀବନସାଥିଙ୍କଠାରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନରେ ଥିବା ବିବାଦ ଗୁଡିକର ଆପସ ସମାଧାନ ହୋଇଯିବା ଜୀବନ ସାଥିଙ୍କ କଥାମାନି ପ୍ରତ୍ୟେକ କାର୍ଯ୍ୟକରନ୍ତୁ । ନୂତନ ବିବାହ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ । ବର୍ଷର ମଧ୍ୟ ଓ ଶେଷ ଭାଗରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ଅପରେସନ , ଉଚ୍ଚସ୍ଥାନରୁ ପଡିବା , ମଧୁମେୟ , ଦୃଘଟଣା ଜନିତ କ୍ଷତି ଭଳିଆ ସମସ୍ୟା ଦେଖାଦେଇପାରେ ।
ପ୍ରତିକାର :- ଅଶ୍ଵସ୍ଥବୃକ୍ଷ ମୂଳରେ ଜଳ ଢାଳନ୍ତୁ ।
ମୀନ :- କର୍ମକ୍ଷେତ୍ରରେ ମତଭେଦର ଶିକାର ହେବେ ।ଭଲକାମ କଲେ ମଧ୍ୟ ପୁରସ୍କାର ପାଇବେନାହିଁ । ବର୍ଷର ଶେଷ ଭାଗକୁ ସାମନ୍ୟ ଉନ୍ନତି ହୋଇପାରେ । କର୍ମ କ୍ଷେତ୍ରରେ ସ୍ଥାନାନ୍ତରଣ ର ଯୋଗ ରହିଛି । ବ୍ୟବସାୟରେ ମାନ୍ଦବସ୍ତା ଲାଗିରହିବ । ବୋହୁତ ଅର୍ଥ ମଧ୍ୟ ବ୍ୟବସାୟରେ ଫସିକି ରହିବା ପାଟନର ସିପ ବ୍ୟବସାୟରେ କ୍ଷତିର ସମ୍ମୁଖିନ ହେବୋ ଅଯଥା ନିବେଶ କରନ୍ତୁନାହିଁ ଅନ୍ୟଥା ଅସୁବିଧା ରେ ପଡିପାରନ୍ତିା ଆୟ ତୁଳନାରେ ଅଯଥା ଖର୍ଚ୍ଚ ଲାଗି ରହିବ । ବାଦବିବାଦ ରେ ପଡି ଅର୍ଥ ନଷ୍ଟ କରିପାରନ୍ତି । ବର୍ଷର ମଧ୍ୟଭାଗ ଠୁ ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ପାଇଁ ଆର୍ଥବେୟ ହେବ । ବର୍ଷ ଆରମ୍ଭରୁ ପାରିବାରିକ ସ୍ଥିତି ଭଲ ରହିବନାହିଁ । ବର୍ଷର ମଧ୍ୟଭାଗ ରେ ପାରିବାରିକ ସ୍ଥିତି ଭଲ ଆସିବ । ଦାମ୍ପତ୍ୟ ଜୀବନ ରେ ମତପାର୍ଥ୍ୟକ ବୃଦ୍ଧିପାଇବ । ପ୍ରେମରେ ବାଧା ଉପୁଜିବାର ସମ୍ପାବନା ରହୁଛି । ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ଜ୍ୟେଷ୍ଠ ସନ୍ତାନ ମାନେ କୁସଙ୍ଗରେ ପଡିପାରନ୍ତି । ବିଦ୍ୟାର୍ଥି ଉଚ୍ଚ ବିଦ୍ୟାରେ ସଫଳତା ପ୍ରାପ୍ତି କରିବୋ ସମୟେ ସମୟେ ଦ୍ଵନ୍ଦମନା ହେବେ । ଯେଉଁ କାମରେ ହାତଦେଲେ ମଧ୍ୟ ତାହା ଦୂରେଇ ଯିବା ସ୍ୱାସ୍ଥ୍ୟ ସମସ୍ୟା ଅଧିକା ରହିବ ଆଣ୍ଠୁ , ମୁଣ୍ଡ ,ହାଡ ,ପାଦ ,ଆଖି ଆଦିରେ ସମସ୍ୟା ସୃଷ୍ଟି ହେବ । ବର୍ଷର ଶେଷ ଆଡକୁ ସ୍ୱାସ୍ଥ୍ୟ ରେ ଧୀରେ ଧୀରେ ସୁଧାର ଆସିବ ।ପ୍ରତିକାର :- ଶିବଲିଙ୍ଗରେ ଶୁକ୍ରବାର ମାର୍ଜଣା କରନ୍ତୁ ।
କୌଣସି ଜ୍ୟୋତିଷ କେବେ ମନୁଷ୍ୟକୁ କର୍ମଫଳ ଭୋଗିବାରୁ ବଞ୍ଚିତ କରି ପାରିବେ ନାହିଁ ।ସେମାନେ କେବଳ ମନୁଷ୍ୟକୁ ସତର୍କ କରାଇ ପାରିବେ । ନବଗ୍ରହ ମାନେ ଭଗବାନଙ୍କ କର୍ମଚାରୀ, ମନୁଷ୍ୟର କର୍ମଅନୁସାରେ ଏମାନେ ଫଳ ବିଧାନ କରି ଥାଆନ୍ତି ।ପ୍ରତିକାର ସ୍ବରୂପ ଏମାନଙ୍କୁ ପୂଜାକଲେ ହୁଏତ କିଛି ସମୟପାଇଁ କର୍ମଫଳ ଭୋଗରୁ ବିରତି ମିଳିପାରେ କିନ୍ତୁ ପରେ ତାହା ଭୋଗିବାକୁପଡ଼ିବ । କିନ୍ତୁ ଭଗବାନଙ୍କ ଆଶ୍ରିତ ହେଲେ ମିଳିବାକୁ ଥିବା କର୍ମଫଳ ଭୋଗର ଜ୍ଵାଳା କମିଯିବ ।ଭଗବାନଙ୍କୁ ପ୍ରସନ୍ନ କରିବାକୁହେଲେ “ସତ୍ କର୍ମ” କରିବାକୁ ପଡ଼ିବ !!ଜୟଜଗନ୍ନାଥ,ଜୟ ସୋମାନାଥ, ଜୟମାଯୋଗମାୟା!!