୫ଶହ କୁକୁରକୁ ରିସେପସନ୍ ଭୋଜି

ଖବର ଆଜିର,ତାରିଖ ୧୫/୧୦/୨୦ ଗୁରୁବାର।
୧-ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ ।
୨-ଭୁବନେଶ୍ୱର-ମନ୍ଦିରରେ ବିବାହ, ୫ଶହ କୁକୁରକୁ ରିସେପସନ୍ ଭୋଜି ଦେଲେ ଦମ୍ପତ୍ତି।
୩-ଭୁବନେଶ୍ୱର ସିଇଟି ଇଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବଡ ସଫଳତା । ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟରେ ନିଯୁକ୍ତି ପାଇଲେ ମୁସକାନ୍, ହରକିଶନଙ୍କୁ ମିଳିଲା ୩୦ ଲକ୍ଷର ପ୍ୟାକେଜ ।
୪-ବରମୁଣ୍ଡା ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା : ୪ ଘଣ୍ଟାର ଅପରେସନ,କ୍ୟାବିନ୍ କାଟି ଚାଳକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ।
୫-ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଜୋରଦାର କର, ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ ।
୬-ଶିକ୍ଷା ପାଇଁ ୫୭୧୮ କୋଟିର ପ୍ରକଳ୍ପ; ଓଡ଼ିଶା ସହ ୬ ରାଜ୍ୟରେ କାର୍ଯ୍ୟକାରୀ ହେବ, ବିଶ୍ୱବ୍ୟାଙ୍କ ଦେବ ୩୭୦୦ କୋଟିର ସହାୟତା ।
୭-ପୁଣି ଫେରିବ ଟେଲିଫୋନ, ସମସ୍ତ ମନ୍ତ୍ରଣାଳୟ ଓ ସରକାରୀ ଅଫିସରେ ବିଏସଏନଏଲ ଓ ଏମଟିଏନଏଲ ସଂଯୋଗ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର।

୮-ଲା-ନିନା ଦୁର୍ବଳ, ଚଳିତ ବର୍ଷ ଅସହ୍ୟ ଜାଡ଼: ଭରଚ୍ୟୁଆଲ କର୍ମଶାଳାରେ ସୂଚନା ଦେଲେ ପାଣିପାଗ ମହାନିର୍ଦେଶକ।
୯-ସାମନାକୁ ଆସିଲା କଟକ ନାବାଳିକା ଗଣଦୁଷ୍କର୍ମର କଳା କାହାଣୀ । ୨୨ ଦିନ ଧରି ଗୋଟିଏ ଘରେ ବନ୍ଦ କରି ଦୁଷ୍କର୍ମ କରୁଥିଲେ ୨ ଯୁବକ । ପୀଡିତାଙ୍କ ବୟାନ ରେକର୍ଡ, ଜଣେ ଗିରଫ, ଅନ୍ୟ ଜଣଙ୍କୁ ଖୋଜୁଛି ପୁଲିସ । ସେପଟେ ଘଟଣାକୁ ନେଇ ତେଜିଲା ରାଜନୀତି ।
୧୦-ଅମାନିଆଙ୍କୁ ନେଇ ବଢିଲା ଚିନ୍ତା, ୨୬ରୁ ୬୦ ବର୍ଷ ବୟସ୍କ Covid ଆକ୍ରାନ୍ତଙ୍କ ମୃତ୍ୟୁ ହାର ୪୫%, ସତର୍କ କଲେ ସ୍ୱାସ୍ଥ୍ୟମନ୍ତ୍ରାଳୟ।
୧୧-ସେନାକୁ ଜିନ୍‌ପିଙ୍ଗଙ୍କ ଆହ୍ବାନ୍‌: କହିଲେ-‘ସଜାଗ ରୁହ, ଶକ୍ତି ବଢ଼ାଅ’।
୧୨-ଗୁରୁବାର Covid ପୂର୍ବ ସମୟକୁ ଫେରିବ ଦେଶ, ଖୋଲିବ ସିନେମା ହଲ୍ ସମେତ ବନ୍ଦପଡିଥିବା ସମସ୍ତ ବ୍ୟବସାୟ।
୧୩-ଆମେରିକାରେ ଭାରତୀୟ ଗବେଷକ ଚିହ୍ନଟ କଲେ କୋଭିଡ୍-୧୯ ବିପକ୍ଷରେ ୫ ମାସରୁ ଅଧିକ ସମୟ କାର୍ଯ୍ୟ କରୁଥିବା ‘ଆଣ୍ଟିବଡି’।
୧୪-କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବନ ଜୀବିକା ମିଶନ ଅନ୍ତର୍ଗତ ସ୍ୱତନ୍ତ୍ର ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି।
୧୫-ସମାଜବାଦୀ ପାର୍ଟି ନେତା ମୁଲାୟାମ ସିଂ ଯାଦବ କରୋନା ଆକ୍ରାନ୍ତ ।

 

Comments (0)
Add Comment