ମାଲକାନଗିରି,୨ା୯(ଏସଏସନିଉଜ) ୭୦ ଲକ୍ଷଟଙ୍କା ମୁଲ୍ୟର ୪୨୦ କେଜି ଗଞ୍ଜେଇ ଏକ ରଦ୍ଦି କାଗଜ ନେଇ ଯାଉଥିବା କଣ୍ଟେନର ଭିତରୁ ମିଳିଛି ।ଏହିଘଟଣାରେ ୧୨ ବସ୍ତା ଗଞ୍ଜେଇ ସହ ୨ ଗିରଫ କରିଛି ପୋଲିସାବାଲିମେଳା ଚିତ୍ରକୋଣ୍ଡା ଛକରେ ପୋଲିସ ଗାଡି ଯାଞ୍ଚ କରୁଥିବାବେଳେ ଚିତ୍ରକୋଣ୍ଡା ଘାଟିରୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନରକୁ ରୋକିବାପରେ କଣ୍ଟେନର ଭିତରେ ରଦ୍ଦି କାଗଜ ସହ ୧୨ ବସ୍ତା ଥିବା ଜଣାପଡିଥିଲା ।ପୋଲିସ ଘଟଣାସ୍ଥଳରୁ ମହାରାଷ୍ଟ୍ର ଅମୋଲ ଶାନ୍ତାରାମ ଶଙ୍କପାଲ ଓ କମଲେସ ଜଗନ୍ନାଥ ନାମକ ୨ବେପାରୀଙ୍କୁ ଗିରଫ କରିଛି ।