ଆଜିର ରାଶିଫଳ

୨୦୨୪ମସିହା ମଇମାସ ୨ତାରିଖ ଗୁରୁବାର।ବୃହସ୍ପତି କୃତ୍ତିକାବୃଷକୁ ଚଳନ(ସଞ୍ଚାର)।ସୁର୍ଯ୍ୟୋଦୟ- ଘ୫/ ୨୦/୫୨,ସୂର୍ଯ୍ୟାସ୍ତ- ଘ୬/୬/୨୮, ବୈଶାଖମାସ, କୃଷ୍ଣପକ୍ଷ,ବୃହସ୍ପତିବାସ,ତିଥି- ନବମୀ ରାତ୍ରି ଘ୨/ ୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ରାତ୍ରି ଘ୨/୧୧ମି ପରେ ଉତ୍ତର ଦିଗରେ। ରିକ୍ତାତିଥି ଓ ଶନିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ସିଂହ ରାଶିର ଏବଂ ଦିବା ଘ୩/୨୧ମି ପରେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ଭକ୍ଷଣ ନିଷେଧ।ଅଶୁଭବେଳା-(କାଳ ଓ ବାରବେଳା) ଦିବା ଘ୨/୪୯ମି ରୁ ଘ୬/୬ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୧/୪୪ମି ରୁ ଘ୧/୧୧ମିପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ରାତ୍ରି ଘ୧/୨୦ମି ରୁ ଘ୩/୪୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ପ୍ରାତଃ ରୁ ଦିବା ଘ୬/ ୫୬ମି ମଧ୍ୟେ, ଘ୧୦/୬ମି ରୁ ଘ୧୨/୩୦ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ପୁଷ୍କର ଦୋଷନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସର୍ବମ୍ପନ୍ନା ଶୁଭ। ଶୁଭକର୍ମ- ନାହିଁ ।
🐏ମେଷ👉ସାମାଜିକ ସ୍ତରରେ ନିଜର ଉପସ୍ଥିତିବୁଦ୍ଧି ପ୍ରୟୋଗକରି କାର୍ଯ୍ୟ ହାସଲ କରିବେ ଓ ଆନୁଷ୍ଠାନିକକାମରୁ ସମ୍ମାନଲାଭ ହେବ ।ନିକଟ ସମ୍ପର୍କୀୟମାନଙ୍କ ଶୁଭକାମନା ଓ ସାହାଯ୍ୟକାରୀ ମନୋବୃତ୍ତି ସାମୟିକମନକୁ ଖୁସି କରିପାରେ । ବିଦେଶଯାତ୍ରାରେ ଯଶଲାଭ, ଆଧ୍ୟାତ୍ମିକ,ଧାର୍ମିକ ଓ ସାମାଜିକ କାର୍ଯ୍ୟସଂସ୍ଥାରେ ସାମିଲ ହେବେ ।ଉତ୍ତମରୋଜଗାର ହେବ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ ଓ ଯଶ, ମାନ ବୃଦ୍ଧି ହେବ ।ନୂତନ ଗୃହ ନିର୍ମାଣ କରିବେ ।ଆକସ୍ମିକ ଅର୍ଥଲାଭ,ନୂତନବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମହିଳାମାନେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି ।
🐮ବୃଷ👉ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତିହେବ ଓ ଆଶା ଆକାଂକ୍ଷା ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ସାଧାରଣ କେତେକ ସୁବିଧା ସୁଯୋଗକୁ ବାଦ୍ ଦେଲେ କେତେକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ଗାମ୍ଭୀର୍ଯ୍ୟପୂର୍ଣ୍ଣ ଯୁକ୍ତିଯୁକ୍ତ କଥାକହି ପରିସ୍ଥିତିକୁ ସମ୍ଭାଳିବାରେ ସମର୍ଥ ହୋଇପାରିବେ ।ଗୃହୋପକରଣ କ୍ରୟ କରି ପାରନ୍ତି । ଯୁବକ ଯୁବତୀମାନେ ଆମୋଦ- ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ଓ ବିବାହ ସ୍ଥିର ହେବ ।
👩‍❤️‍👨ମିଥୁନ👉ସମସ୍ୟା ଗୁଡ଼ିକ ସରଳ ସମାଧାନ କରିବାରେ ସମର୍ଥ ହେବେ । ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି । ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ, ଯାହାକି ସାମୟିକ ଚିନ୍ତା ଉଦ୍ରେକ କରିପାରେ । ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିବାକୁ ସୁବିଧା ପାଇବେ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
🦀କର୍କଟ👉ଯେକୌଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ । କରଜଦାତାଙ୍କ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ । ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସଫଳ ହେବେ । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ସ୍ଥଗିତ କର୍ମଗୁଡ଼ିକର ସମ୍ପାଦନ କରିବେ । ବ୍ୟବସାୟ କ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ପାରିବେ । ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ଆନନ୍ଦ ଅନୁଭବ କରିବେ । ଦୂର ଯାତ୍ରାରେ ସଫଳତା ମିଳିବ ।
🦁ସିଂହ👉ନିକଟ ସମ୍ପର୍କୀୟ ମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସନ୍ତୋଷ ସୃଷ୍ଟି କରିବ । ଆନୁଷ୍ଠାନିକ କାମରେ ଆପଣ ଗଠନମୂଳକ ପ୍ରସ୍ତାବ ନେଇ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବହନ ବ୍ୟବସାୟ, ଗବେଷଣା, ଯୋଗାଯୋଗ ସକାଶେ ଦିନଟି ବହତୁ ଭଲ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ପ୍ରଭୃତିରୁ ସୁଫଳ ପାଇବେ । ରାଜନୈତିକ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରି ଚର୍ଚ୍ଚିତ ହେବେ । ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ ଓ ଗୃହୋପକରଣ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିପାରନ୍ତି । ନୂତନ କର୍ମାରମ୍ଭ ହେତୁ ନୂଆ ଉତ୍ସାହ ନେଇ କାମ କରି ଚାଲିବେ ।
🙎‍♀️କନ୍ୟା👉ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଆମଦାନୀ ରପ୍ତାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ଯେଉଁ କାମରେ ହାତଦେବେ ତାହା ଅବଶ୍ୟ ନିର୍ବିଘ୍ନରେ ସମାପନ ହୋଇଯିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ଟେନ୍ସନ୍ ଦୂର ହେବ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।
⚖️ତୁଳା👉ଶାରୀରିକ ସୁସ୍ଥତା ଫେରିଆସିବା ସହ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । ସଭାସମିତି, କ୍ରୀଡ଼ା, କଳା, ସଙ୍ଗୀତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଦୂରବନ୍ଧୁଙ୍କ ସୌଜନ୍ୟମୂଳକ ସାକ୍ଷାତ ଲାଭକରି ଖୁସୀହେବେ । ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ଆମୋଦ- ପ୍ରମୋଦ, ମନୋରଞ୍ଜନ, ଭୋଜିଭାତ, ମଉଜ ମଜିଲିସ୍ ରେ ବୁଡି ରହିବେ । ଯାତ୍ରାରେ ଲାଭବାନ ହେବେ ।
🦂ବିଛା👉ଆମୋଦ- ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ଆପଣ ଯେତେ ଶାଳୀନତା ରଖି କହିଲେ ମଧ୍ୟ ଅନ୍ୟମାନେ ଆପଣଙ୍କ କଥାର କଦର୍ଥ କରିବେ । ରାଜନୈତିକ କ୍ଷେତ୍ରରେ କୌଣସି ଏକ ସାଧାରଣ ଭୁଲ୍ ଭଟକା ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରେ । ମହିଳାମାନେ ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଭୋଗି ପାରନ୍ତି । ଅପରାହ୍ନ ସମୟରେ ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ ।
🏹ଧନୁ👉ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିପାରିବେ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ । ଘରର ବରାଦ ମୁତାବକ କୌରସି ବିଳାସ ଉପକରଣ କିଣିପାରନ୍ତି । ମହିଳାମାନେ ନୂତନ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ଚର୍ଚ୍ଚିତ ହୋଇପାରନ୍ତି । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।
🐊ମକର👉ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ଆର୍ଥିକସ୍ଥିତି ଭଲ ରହିବା ଯୋଗେ କାମଗୁଡ଼ିକୁ ଯଥାଶୀଘ୍ର ଶେଷ କରିବାରେ କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ପରାମର୍ଶ ଦେଇ କିଛି ସମସ୍ୟାମୂଳକ କାମ ସମାଧାନ କରାଇପାରନ୍ତି ।ବ୍ୟବସାୟୀ ମାନଙ୍କ ଆର୍ଥିକସ୍ଥିତି ହଠାତ୍ ବଦଳିଯିବା ଫଳରେ ଖୁସିହେବେ ।ଅବିବା ହିତ ଯୁବକଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ।ପ୍ରେମପ୍ରସଙ୍ଗରେ ସଫଳତା ମିଳିବ ।
🏺କୁମ୍ଭ👉ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତ ହେବେ । ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇବେ । ବ୍ୟବସାୟ କ୍ଷେତ୍ରରେ ମାନସିକ ସ୍ଥିତି ଭଲ ରହିବ । ନିକଟ ସମ୍ପର୍କୀୟମାନଙ୍କ ସହ ପରୋକ୍ଷ ଶତୃତା ବଦଳିଯିବ ।କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ ।ସାମାଜିକସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ ।ମହିଳାମାନେ ପୁରାତନ ରୋଗର ପୀଡ଼ା ଭୋଗ କରିବେ ।ପରିବାରରେ ସାଧାରଣ କଥାକୁ ଜଟିଳଆକାରରେ ଗ୍ରହଣ କରି ଦ୍ୱନ୍ଦରେ ପଡିପାରନ୍ତି ।
🐟ମୀନ👉ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଜି ଚେଷ୍ଟା କରିବେ । ସୁଖ ଶାନ୍ତିରେ ଦିନ କାଟିବେ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଯୁବକ ଯୁବତୀମାନେ ଆମୋଦ- ପ୍ରମୋଦ, କ୍ରିଡା, ମନୋର ଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ବୁଡି ରହିବେ।!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment