୨୦୨୬ମସିହା,ଅଗଷ୍ଟମାସ,୨୭ତାରିଖ,ଗୁରୁବାର,ଶ୍ରୀବଳଦେବଜନ୍ମ, ଗହ୍ମାପର୍ବ,ପଶୁବନ୍ଦାପନା,ରାକ୍ଷୀବନ୍ଧନ,ଉପାକର୍ମ,ଶ୍ରୀହୟଗ୍ରୀବ ଜୟନ୍ତୀ,ଅଦ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସପୂଜା ଓ ଅର୍ଘ୍ୟଦାନ,ରକ୍ଷାବନ୍ଧନ ତତୋଽପରାହ୍ନ ସମୟେ ରକ୍ଷାପଟ୍ଟଳିକାଂ ଶୁଭାଂ,ରକ୍ଷାବନ୍ଧନମନ୍ତ୍ରୋ ଯଥା-“ଯୋନବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ,ତେନତ୍ବାମପିବଧ୍ନାମି ରକ୍ଷମାଚରମାଚଳ” ।ଇତି।ଅଦ୍ୟ ଶ୍ରାବଣପୂର୍ଣ୍ଣିମା କୃତ୍ୟ,ବିବିଧ-ଶରଣଂ,ସ୍ତ୍ରୀତୈଳ ବର୍ଜ୍ଜନ,ହଳ ନିଷେଧ।ଋତୁ-ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୩/୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୩/୦,ଶ୍ରାବଣମାସ, ଶୁକ୍ଳପକ୍ଷ, ବୃହସ୍ପତିବାସ,ତିଥି-ଚତୁର୍ଦ୍ଦଶୀ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ନକ୍ଷତ୍ର-ଧନିଷ୍ଠାନକ୍ଷତ୍ର ରାତ୍ରିଘ୨/୫୫ମିପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଶୋଭନଯୋଗ ଦିବାଘ୯/୧୩ମିପର୍ଯ୍ୟନ୍ତ ତଦନ୍ତେ ଅତିଗଣ୍ଡଯୋଗ ।କରଣ- ବାଣିଜ୍ୟକରଣ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୯/୨୫ମି ପର୍ଯ୍ୟନ୍ତ, ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୯/୭ମିପରେ ବାୟବ୍ୟକୋଣରେ,ରିକ୍ତାତିଥି,ବିଷ୍ଟିକରଣ,ପାପସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ଥିବା ଘ୨/୧୩ମିପରେ ମେଷ, ବୃଷ, ସିଂହ, କନ୍ୟା, ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର-ସିଂହ ରାଶିର ଥିବା ଘ୨/୧୩ମି ପରେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ଘାତବାର-ତୁଳା ଓ କୁମ୍ଭରାଶିର ଘାତବାର,ତାରାଶୁଦ୍ଧି-୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୨/୫୫ମିପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ବ୍ରିହୀ(ବିରି)ଦିବା ଘ୯/୭ ମିପରେ ଆମିଷ ଭକ୍ଷଣ ନିଷେଧ,ଅଶୁଭବେଳା-(କାଳ ଓ ବାରବେଳା)ଦିବା ଘ୨/୫୪ମି ରୁ ସୂର୍ଯ୍ୟାସ୍ତ ଘ୬/୩ମିପର୍ଯ୍ୟନ୍ତ (କାଳରାତ୍ରି)ରାତ୍ରି ଘ୧୧/୪୬ମିରୁ ଘ୧/୧୪ମି ପର୍ଯ୍ୟନ୍ତ,ଶୁଭବେଳା-(ଅମୃତବେଳା)ରାତ୍ରି ଘ୧/୯ମି ରୁ ଘ୩/୩୩ମି ପର୍ଯ୍ୟନ୍ତ (ମାହେନ୍ଦ୍ର ବେଳା)ସୂର୍ଯ୍ୟୋଦୟରୁ ଦିବା ଘ୭/୧୦ମି ମଧ୍ୟେ, ଘ୯/୩୫ମି ରୁ ଘ୧୧/୫୯ମିପର୍ଯ୍ୟନ୍ତ।ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ପୁଷ୍କରଦୋଷ ନାହିଁ। ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସର୍ବସମ୍ପନ୍ନା ଶୁଭ,ଦିବା ଘ୯/୭ମି ମଧ୍ୟେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ)ଶୁଭକର୍ମ-ନାହିଁ ।
🐐ମେଷ👉ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ।ସକାଳୁସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।କର୍ମକ୍ଷେତ୍ରରେ ସ୍ଥଗିତକାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତିନେବେ ଓ ସମ୍ପନ୍ନ ମଧ୍ୟ କରିବେ।ବନ୍ଧୁଙ୍କ ସହ ଖୁସି ମିଜାଜ୍ରେ ସମୟ ଅତିବାହିତ ହେବ।
🐂ବୃଷ👉ପରିବାରର ଚାପର ସମ୍ମୁଖୀନ ହୋଇ ମୂଳଲକ୍ଷ୍ୟକୁ ଭୁଲିଯାଇ ପାରନ୍ତି। ଖର୍ଚ୍ଚ ବୃଦ୍ଧିପାଇବ,ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, ନୃତ୍ୟ,ସଙ୍ଗୀତ ଲେଖାପଢ଼ା,ଗବେଷଣାକ୍ଷେତ୍ରରେ ବେଶ୍ ଆଦୃତହେବେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବାରୁ ବନ୍ଧୁଙ୍କସହ ଆଲୋଚନା କରିବାକୁ ମନ ବଳାଇପାରନ୍ତି।
👩❤️👨 ମିଥୁନ👉ବନ୍ଧୁଙ୍କ ପ୍ରେରଣା ଓ ପରାମର୍ଶରେ ଅର୍ଥ ସମ୍ପର୍କିତ ସମସ୍ୟାର ସମାଧାନ କରିବେ।କର୍ମକ୍ଷେତ୍ରରେ ସ୍ଥଗିତ ରହିଥିବା କାମଗୁଡିକୁ ପୂର୍ଣ୍ଣ କରିବା ସକାଶେ ଦୃଢ଼ପଦକ୍ଷେପ ନେଇପାରନ୍ତି।ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ନେଇ ବିବାଦୀୟ ଘଟଣାର ଅବସାନ ଘଟାଇ ପାରନ୍ତି।ନୂତନଗୃହ,ଯାନବାହନ କିଣିବା ସକାଶେ ମନ ବଳାଇ ପାରନ୍ତି।
🦀କର୍କଟ👉ଭଲ ସମ୍ପର୍କ ଥିବା ସହକର୍ମୀଟି କର୍ମକ୍ଷେତ୍ରର ସମସ୍ୟା ସମାଧାନରେ ସାହାଯ୍ୟ କରିବେ।ଫଳତଃ ସଭାସମିତି, ଆନୁଷ୍ଠାନିକ କାମ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦହେବ। ଶିଳ୍ପ,ହୋଟେଲ ବ୍ୟବସାୟ,ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତିହେବ।ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରଖିବାକୁ ଚେଷ୍ଟା କରି ସଫଳ ହେବେ।
🦁 ସିଂହ👉ଅଭାବ ଅସୁବିଧା ନଥିଲେ ମଧ୍ୟ ଭୁଲ୍ ବୁଝାମଣା କାରଣରୁ ପାରିବାରିକ ଜୀବନରେ କଳହର ଆଶଙ୍କାରହିଛି। ପ୍ରତ୍ୟେକକ୍ଷେତ୍ରରେ ଆତ୍ମୀୟଙ୍କ ସାହାଯ୍ୟ ଆଶାକରି ନିରାଶ ହେବେ।କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।ପିଲାଙ୍କଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।
🧕କନ୍ୟା👉ପରିବାରରେ ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ନ ଦେଇ ବିଚାରବୁଦ୍ଧି ଅନୁଯାୟୀ କାମ କରିବାଭଲ।ବନ୍ଧୁଙ୍କ ସହାୟତାରେ ଭାଙ୍ଗିପଡିଥିବା ସମ୍ପର୍କ ଯୋଡି ହୋଇଯିବ। କୁଟିରଶିଳ୍ପ,ଆମଦାନୀ କାରବାର ଭଲରେ ଚାଲିବ। ଆଜିର ଯାତ୍ରା,ନୂତନ କର୍ମାରମ୍ଭ ଓ ମୂଲ୍ୟବାନ୍ ଜିନିଷ କିଣିବାପୂର୍ବରୁ ଆଉଥରେ ବିଚାର କରିବା ଭଲ ହେବ।
⚖️ତୁଳା👉ଅନୁକୂଳ ଗ୍ରହ ପ୍ରଭାବରେ ଆଜି ଯାହା କରିବାକୁ ଯାଉଛନ୍ତି ସେଥିରେ ସଫଳତା ଅବଶ୍ୟମ୍ଭାବୀ।ନୀଚ୍ଚରାଶିସ୍ଥ ଶୁକ୍ର ବ୍ୟୟଭାବରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧିଜନିତ ମାନସିକ ସ୍ଥିରତା ଠିକ୍ ରହି ନପାରେ। ବନ୍ଧୁ ଅପପ୍ରଚାର କରିପାରନ୍ତି।ପିଲାଙ୍କ କେତେକ ସମସ୍ୟା ପଡ଼ୋଶୀଙ୍କ ମାଧ୍ୟମରେ ସମାଧାନ ହୋଇପାରିବ।
🦂ବିଛା👉କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି କାମ ହାସଲ କରିବେ।ବ୍ୟବସାୟ ଦିଗଟି ମନ୍ଦହେବନି ମାତ୍ର ଋଣ ପରିଶୋଧ କରିବା ଦିଗରେ ସଫଳତା ପାଇବେନାହିଁ।ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ।ଶିକ୍ଷା,ସରକାରୀକାମ,ବିଶିଷ୍ଟବ୍ୟକ୍ତିଙ୍କ ସହ ସାକ୍ଷାତ୍କାର ଦିଗରେ ଉପକୃତ ହେବେ।
🏹ଧନୁ👉ଆବଶ୍ୟକତାକୁ ପୂରଣଦିଗରେ ଜଣେ ବନ୍ଧୁ ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବନ୍ଧୁମିଳନ,ସଭାସମିତି,ଆଲୋଚନା,ଭ୍ରମଣ,ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ।କର୍ମକ୍ଷେତ୍ରରେ ହଠାତ୍ କୌଣସି ଖବରପାଇ ବିସ୍ମୟ ପ୍ରକାଶ କରିପାରନ୍ତି।ପୁରାତନ ରୋଗପୀଡାରୁ ସାମୟିକ ଉଉପଶମ ପାଇବାର ସୂଚନା ରହିଛି।
🐊ମକର👉ନୂତନ ଯାନବାହନ,ଜମିଜମା,ଗୃହନିର୍ମାଣ,ମୂଲ୍ୟବାନ୍ ଜିନିଷ କ୍ରୟ କରିବାଦିଗରେ ମନ ବଳାଇବେ।ଶୁଭେଚ୍ଛୁମାନଙ୍କ ନିମନ୍ତ୍ରଣପାଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଫସରେ ଫାଇଲ୍ କାମ ସଜାଡିବାରେ ଅପେକ୍ଷାକୃତ ଅସୁବିଧା ଭୋଗିପାରନ୍ତି।ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ପ୍ରତିଦ୍ୱନ୍ଦ୍ୱିତା ଓ ବିବାଦରେ ଅପଦସ୍ଥ ହେବାକୁ ପଡିପାରେ।
🏺କୁମ୍ଭ👉ଚନ୍ଦ୍ରଙ୍କ କୁପ୍ରଭାବରେ ସମ୍ପର୍କୀୟମାନେ ପଛରେ ସମାଲୋଚନା ଓ ବିରୁଦ୍ଧାତ୍ମକ କଥା କହିବେ। ପାରିବାରିକ କଳହ ଓ ଭୁଲ୍ ବୁଝାମଣାଜନିତ ଅଶାନ୍ତିର ଆଶଙ୍କା ରହିଛି।ବାଣିଜ୍ୟ,ପରିବହନ,ମାଲିମକଦ୍ଦମା ଓ ପ୍ରତିଯୋଗିତାରେ ସଫଳତା ମିଳିନପାରେ।ସାହିତ୍ୟ, ସଙ୍ଗୀତ ଓ ଗବେଷଣାରେ ସଫଳତା ମିଳିପାରିବ।
🐟ମୀନ👉ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ହିତୈଷୀଙ୍କ ପରାମର୍ଶ ନେବା ଭଲ।ସାହାଯ୍ୟ, ସହଯୋଗ ଲାଭକରି କର୍ମକ୍ଷେତ୍ରରେ ଲକ୍ଷ୍ୟହାସଲ ଦିଗରେ ଅନୁଧାବନ କରିପାରନ୍ତି।ବାଣିଜ୍ୟ,ବନ୍ଧୁଙ୍କ ଆଲୋଚନା ଓ ସଭାସମିତି ଦିଗରେ ଆଶା ପୂରଣ ହେବାରେ ପ୍ରତିବନ୍ଧକ ରହିବନାହିଁ।ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବାଭଲ ହେବ।
🕉️ନୀତି ବାଣୀ🕉️
କପଟି ଲୋକଟି ମାନସିକ ଭାବେ
ଦୁର୍ବଳରେ ଥାଏ ଗଣା ,
ସମ୍ମୁଖ ସମର ପାଇଁ ସେ ନ ଆସି
ପଛୁ ଛୁରୀ ମାରେ ସିନା…
ଯେବେ ଯାଏଁ ଆପଣ ଅନ୍ୟଙ୍କୁ ଖୁସି କରାଉଥିବେ ଲୋକେ ଆପଣଙ୍କୁ ବାଃ ବାଃ କରୁଥିବେ କିନ୍ତୁ ଯେବେ ଆପଣ ନିଜପାଇଁ ଖୁସି ଟିକିଏ ଖୋଜିବେ ଲୋକେ ଆପଣଙ୍କୁ ନିନ୍ଦା କରିବା ଆରମ୍ଭ କରିଦେବେ।
ନିଜକୁ ଜ୍ଞାନୀ ଭାବନ୍ତୁ ମନାନାହିଁ କିନ୍ତୁ କେବେ ଅନ୍ୟକୁ ମୂର୍ଖ ଭାବିବାରେ ମୁର୍ଖତା କେବେ କରନ୍ତୁନାହିଁ କାରଣ ଈଶ୍ବର ସମସ୍ତଙ୍କୁ କିଛିନା କିଛି ଦକ୍ଷତା ଦେଇ ଗଢିଛନ୍ତି ।
ଯାହାର ବିଚାର Courtକରିପାରେନାହିଁ ,ତାର ବିଚାର Time କରିଦିଏ, ଆଉ Timeଯେତେବେଳେ Judgementକରେ ସେତେବେଳେ କୌଣସି Witness ପ୍ରମାଣର ଆବଶ୍ୟକ ପଡ଼େନାହିଁ ।
🌿📗 ✍️ ସ୍ୱାସ୍ଥ୍ୟ ସମୟ 📗
🌅 ଦ ଡନ୍ ତନ୍ତକ-ସ୍ୱାସ୍ଥ୍ୟ ଓ ସୁସ୍ଥତା
📍 ପ୍ୟାସନ୍ଫଳ (Passion Fruit)ର ରସ କିମ୍ବା ପାନୀୟ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପୋଷକତତ୍ତ୍ୱ ଓ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ,ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ।
🔹 ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ
• ପ୍ୟାସନ୍ ଫଳରେ ଭିଟାମିନ୍-C ଭରପୂର ମାତ୍ରାରେ ଥାଏ।
• ଏହା ଶରୀରର କୋଷଗୁଡ଼ିକୁ କ୍ଷତିରୁ ସୁରକ୍ଷା ଦେବାରେ ସାହାଯ୍ୟ କରେ।
• ସାଧାରଣ ଥଣ୍ଡା,ସର୍ଦ୍ଦି ଓ ଫ୍ଲୁ ଭଳି ରୋଗ ସହ ଲଢ଼ିବାରେ ଶରୀରକୁ ସହାୟତା କରେ।
*❤️ ହୃଦୟର ସ୍ୱାସ୍ଥ୍ୟ ପାଇଁ ଉପକାରୀ
• ଏଥିରେ ପୋଟାସିୟମ୍ ଓ ଖାଦ୍ୟ ତନ୍ତୁ (ଫାଇବର) ରହିଥାଏ।
• ପୋଟାସିୟମ୍ ରକ୍ତନଳୀକୁ ଶିଥିଳକରି ରକ୍ତଚାପନିୟନ୍ତ୍ରଣରେ ସାହାଯ୍ୟ କରେ।
• ଫାଇବର ଖରାପ କୋଲେଷ୍ଟେରଲ୍ କମାଇ ହୃଦୟ ଓ ରକ୍ତସଞ୍ଚାଳନ ପ୍ରଣାଳୀକୁ ସୁରକ୍ଷା କରିବାରେ ସହାୟକ।
*🍃 ହଜମଶକ୍ତିରେ ସୁଧାର ଆଣେ
• ପ୍ୟାସନ୍ ଫଳରରସ ଓ ଶସରେ ଫାଇବର ଏବଂ ଅଧିକପାଣି ରହିଥାଏ।
• ଫାଇବର ମଳତ୍ୟାଗକୁ ନିୟମିତରଖି କୋଷ୍ଠକାଠିନ୍ୟ ରୋକିବାରେ ସାହାଯ୍ୟ କରେ।
• ଶରୀରରୁ ବର୍ଜ୍ୟପଦାର୍ଥ ସୁବିଧାରେ ବାହାରକରିବାରେ ପାଚନତନ୍ତ୍ରକୁ ସହାୟତା କରେ।
😌 ମନକୁ ଶାନ୍ତକରି ଭଲ ନିଦ୍ରାରେ ସହାୟକ
• ପ୍ୟାସନ୍ ଫଳରେ ଥିବା କିଛି ଫ୍ଲାଭୋନଏଡ୍ ନର୍ଭସ୍ ସିଷ୍ଟମ୍ ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ।
• ଏହା ଚିନ୍ତା ଓ ମାନସିକଚାପ କମାଇ ଅସ୍ଥିରତା ହ୍ରାସ କରିବାରେ ସହାୟକ ହୋଇପାରେ।
🌙 ପ୍ୟାସନ୍ ଫଳର ପାନୀୟ ହାଲୁକାନିଦ୍ରା ସମସ୍ୟାରେ ମନକୁ ଶାନ୍ତକରି ପ୍ରାକୃତିକ ଭାବେ ଭଲନିଦ୍ରା ପାଇବାରେ ସହାୟକ ହୋଇପାରେ।