ଆଜିର ଅନୁଚିନ୍ତା

ତାରିଖ - ୧୯:୧୦:୨୦୨୧(ମଙ୍ଗଳବାର)

🦋ମିଛ ଆଉ ଛଳନା କୁ ଆପଣେଇ ଖେଳ ଖେଳୁ ଥିବା ଲୋକ ହୁଏତ ଅଳ୍ପ ସମୟ ଖୁସି ହୋଇପାରେ, କିନ୍ତୁ ପରିଶେଷରେ ସେ ସମସ୍ତଙ୍କ ଆଦର ଆଉ ସମ୍ମାନ ହରାଇ ସମସ୍ତ ଖୁସିକୁ ସବୁଦିନ ହରାଇ ବସେ ।
🦋ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ ।
🦋ଯାହାର ହୃଦୟ ସୁନ୍ଦର ଓ ପବିତ୍ର ଥାଏ ତାକୁ ସଂସାରର ପ୍ରତ୍ୟେକଟି ଜିନିଷ ସୁନ୍ଦର ଲାଗିଥାଏ, ଆଉ ଯାହାର ଭାବନା ଏବଂ ବିଚାର ଅସୁନ୍ଦର ତାକୁ ସଂସାରର ପ୍ରତ୍ୟେକଟି ସୁନ୍ଦର ଜିନିଷ ମଧ୍ୟ ଅସୁନ୍ଦର ଦେଖାଯାଏ ।
🦋କୌଣସି ପଦ ପଦବୀ ରେ ନଥାଇ ବି ଯିଏ ଗରିବ ର ଦୁଃଖ ରେ ସହାୟ ହୋଇଥାଏ ସେ ସବୁବେଳେ ପୂଜ୍ୟ ଓ ସମ୍ମାନ ର ହକଦାର ହୋଇଥାଏ ।
🦋ଖାଲି ସମ୍ପର୍କ ଟିଏ ଗଢିଦେଲେ ହେବନାହିଁ ସେଥିରେ ସଦଭାବନା ରହିବା ଦରକାର ଆଉ ଯେଉଁ Relation ରେ ସଦଭାବନା ନ ଥାଏ ସେ Relation ର ମାନେ ହିଁ କିଛି ନ ଥାଏ ।
୦୧.ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ କାରଣ ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ l
୦୨.ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ ଏହା ପାହାଡରୁ ବାହାରିବା ପରେ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ଧର୍ଯ୍ୟ ଓ ସହନ ଶୀଳତା ହିଁ ସଫଳତା ଦେଇଥାଏ l
୦୩. ସତ୍ ଜ୍ଞାନ ଆହୋରଣ କର ଚିନ୍ତା ତୁମକୁ ଖାଇବା ଆଗରୁ ତୁମେ ତାହାର ବିନାଶ କର ।
୦୪.ଲକ୍ଷ୍ୟ ପୂର୍ବରୁ ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟାକର ଯେପରି ସମୟ ତୁମକୁ ଅସଫଳତା ଦେବା ପୂର୍ବରୁ ତୁମେ ତାକୁ ଅତିକ୍ରମ କରିଯିବ l
୦୫.ଉତ୍ତମ ସ୍ୱାସ୍ଥ୍ୟ, ମନ ମୋହିନୀ ସ୍ତ୍ରୀ, ଗୁଣବାନ ପୁତ୍ର, ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁତା, ଭୟ ଶୂନ୍ୟ ସ୍ଥାନରେ ବସବାସ, ନିତ୍ୟ ଆୟ, ଅନ୍ନ ବସ୍ତ୍ରର ପ୍ରାଚୁର୍ଯ୍ୟ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ମହା ସୁଖକର ହୋଇଥାଏ l
୦୬. ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ l
୦୭. ପବିତ୍ରତା ସତ୍ୟ ଓ ବିଶ୍ବାସ ଏବଂ ଉତ୍ତମମାତ୍ରାରେ ପୁର୍ଣ୍ଣମନୁଷ୍ୟ ଉନ୍ନତି ଧ୍ବଜା ହାତରେ ଧରି ଯେତେବଳେ ବଢି ଚାଲିବ ସେତେବେଳେ କେହି ତାର ପଥରୋଧ କରିପାରିବ ନାହିଁ ll
୦୮.କଥା କହିବାର ଶୈଳି ଏମିତି ରଖ ଯେ ଅନ୍ୟମାନେ ତୁମ କଥା ଶୁଣିବାକୁ ବ୍ୟାକୁଳ ହେବେ ।କଥା ଶୁଣିବାର ଶୈଳି ଏମିତି ରଖ ଯେ ଅନ୍ୟମାନେ ତୁମକୁ ପ୍ରତ୍ୟହ ତୁମ କଥା କହିବେ ।
୦୯. ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ହେବ ।ସମସ୍ୟା ଜୀବନର ଶେଷ ନୁହଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ ଖାଲି ଧର୍ଯ୍ୟ ଧରିବା ଅବଶ୍ୟକ l
୧୦. ଶୀତ ସକାଳର କୁହୁଡି ବି ଆମକୁ ଏକ ଶିକ୍ଷା ଦିଏ ,ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖା ଯାଉଛି କିଛି ଚିନ୍ତାନକରି ସେତିକି ଯାଅ ସେଠି ପହଞ୍ଚିବା ପରେ ରାସ୍ତା ଆଗକୁ ଆପେ ଆପେ ଦେଖାଯିବ l
➡️ବହିଣା ସେ କେବେ କାହାକୁ ଦେଇନିକେବେ ସେ ଆସିବ ବୋଲିସମୟ ଓ ମୃତ୍ୟୁଏ ଦୁଇ ସଙ୍ଗାତନ ଜଣାଇ ଆସେ ଚାଲି ।
➡️ଜୀବନର ପ୍ରକୃତ ଆନନ୍ଦ ନେବା ନିମନ୍ତେ ଅନ୍ୟମାନଙ୍କର ଉପରେ ନିର୍ଭର ନ କରି ବରଂ ନିଜ ରାସ୍ତାରେ ଆଗେଇ ଚାଲ। କାରଣ ସମୟ ଯେ କେତେବେଳେ ପୂର୍ଣ୍ଣଛେଦ ପକାଇବ, ତାହା କେହି ଜାଣନ୍ତି ନାହିଁ।
➡️ଜୀବନରେ ସୁଖଶାନ୍ତି ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ୟକ.. ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ବୁଝିବା ଶକ୍ତି.. ଏହାକୁ ଯିଏ ପାଇଛି ସେ ସୁଖଶାନ୍ତି ରେ ରହିଛି l
➡️ଏହାର କୌଣସି Value ନାହିଁ ଯେ ତୁମେ କେତେ ଧୀର ଗତିରେ କାମ କରୁଛ। ଯେ ପର୍ଯ୍ୟନ୍ତ ତୁମେ ଅଟକି ନାହଁ, ସେ ପର୍ଯ୍ୟନ୍ତ ସଫଳତାର ଲକ୍ଷ୍ୟ ରହିଛି।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ🌹ଜୟମା ଲକ୍ଷ୍ମୀ,ଜୟ ହନୁମାନ🌹

Comments (0)
Add Comment