୨୦୨୩ମସିହା ଜାନୁୟାରୀମାସ ୧୧ତାରିଖ (ବୁଧବାର)ମାଘମାସ-କୃଷ୍ଣପକ୍ଷ ,ତିଥି-ଚତୁର୍ଥୀ ଦିବା ଘ୨/୪୫ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃଘ୦୬/୨୭/୧୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୦/୪୨ ,କର୍କଟରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ ,ମୂଳା ଦିବା ଘ୨/୪୫ ଗତେ ବେଲ ଭକ୍ଷଣ ନିଷେଧ ।
ମେଷ-ପରିବହନକ୍ଷେତ୍ରରେ ସମସ୍ୟାଗୁଡ଼ିକର ଅନ୍ତହେବ।ଖାଲିସମୟରେ ଆନନ୍ଦ ନେଇପାରିବେ।ଏହା ବ୍ୟତୀତ ବିଦେଶଯାଇ ଶିକ୍ଷା ଅର୍ଜନ କରିବାପାଇଁ ଚାହୁଁ ଥିବା ଛାତ୍ରଛାତ୍ରୀମାନଙ୍କପାଇଁ ସୁଯୋଗ ରହିବ।
ବୃଷ-ଆପଣ ନିଜର ଖାଲିସମୟ ଆଜି ଆପଣ ନିଜର ବନ୍ଧୁମାନଙ୍କସହିତ ଅତିବାହିତକରିବେ ଏହା ବ୍ୟତୀତ ଏପରି କୌଣସିଲୋକଙ୍କୁ ଧାର ଦିଅନ୍ତୁନାହିଁ ଯିଏ ଆପଣଙ୍କୁ ପୂର୍ବରୁ ଅର୍ଥ ଫେରାଇନାହାନ୍ତି।
ମିଥୁନ-ଅଜଣାବ୍ୟକ୍ତି ଓ ନିଜର ବନ୍ଧୁମାନଙ୍କପାଖରୁ ମଧ୍ୟ ସାବଧାନରୁହନ୍ତୁ।ଏହାବ୍ୟତୀତ ଆପଣ ଆଜି ନିଜର ପରିବାରଲୋକଙ୍କ ପାଖରୁ ଧନସଞ୍ଚୟ କରିବାର ଉପଦେଶ ନିଅନ୍ତୁ।
କର୍କଟ-କ୍ରୀଡାସଙ୍ଗୀତକ୍ଷେତ୍ରରେ ଆପଣ ବିଶେଷଭାବରେ ସଫଳତା ଅର୍ଜନକରିବାର ଅନେକ ବିଶେଷ ସମ୍ଭାବନା ରହିଛି ଏହାବ୍ୟତୀତ ଆପଣ ପରିବହନ ଓ ବ୍ୟବସାୟକ୍ଷେତ୍ରରେ ବିରୋଧର ସମ୍ମୁଖିନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଅଛି।
ସିଂହ-ବାଣିଜ୍ୟ ବ୍ୟବସାୟକ୍ଷେତ୍ରରେ ଥିବା ସମସ୍ତସମସ୍ୟାର ସମାଧାନହୋଇଯିବ।ଏହାବ୍ୟତୀତ ଅଧିକ ତେଲଜାତୀୟଖାଦ୍ୟ ଖାଆନ୍ତୁନାହିଁ ଏହା ଆପଣଙ୍କ ସ୍ଵାସ୍ଥ୍ୟଉପରେ ଖରାପପ୍ରଭାବ ପକାଇପାରେ।
କନ୍ୟା-କର୍ମକ୍ଷେତ୍ରରେ ଆଳସ୍ୟକାରଣରୁ ବନ୍ଧୁମାନଙ୍କ ସମ୍ମୁଖରେ ଅପମାନିତ ହୋଇପାରନ୍ତି ,ଏହାବ୍ୟତୀତ ବ୍ୟବସାୟକ୍ଷେତ୍ରରେ ଅଧିକ ଆଶାକରିବା ଫଳରେ ଆପଣ ନିରାଶରସମ୍ମୁଖୀନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି।
ତୁଳା-ଏହାବ୍ୟତିତ ଆଜି ଆପଣ ଯଥାଶୀଘ୍ର ନିଜରକାର୍ଯ୍ୟ ଶେଷକରି ନିଜର ପରିବାରସହିତ ସମୟ ବିତାଇବାପାଇଁ ଆସିବେ।ଯାହାଫଳରେ ପରିବାରଲୋକ ଅନେକଖୁସି ଅନୁଭବକରିବେ ଓ ଆପଣ ମଧ୍ୟ ତାହା ଅନୁଭବ କରିପାରିବେ।
ବିଛା-ଆଜି ଆପଣଙ୍କୁ ଯାତ୍ରା ଓ ଅର୍ଥଖର୍ଚ୍ଚ କରିବ ପାଇଁ ଅନେକ ମନକରିବ।ଏହାବ୍ୟତୀତ ଆଜି ଆପଣ କିଛି ଦୂରସ୍ଥାନକୁ ଯାତ୍ରାକରିବାର ମଧ୍ୟ ସମ୍ଭାବନା ରହିଅଛି।ଅତୀତରେ ଆପଣ ଯାହାସବୁ ଯୋଜନା କରିଥିଲେ ସେସବୁ କାର୍ଯ୍ୟକାରୀ କରିବାପାଇଁ ସମୟମିଳିଯିବ।
ଧନୁ-ଅନ୍ୟମାନଙ୍କୁ ପ୍ରଭାବିତ କରିବାପାଇଁ ଅଧିକଖର୍ଚ୍ଚ କରିବାପାଇଁ ଇଚ୍ଛା ପ୍ରକାଶ କରିବେ ।ଏହାବ୍ୟତୀତ ଗରିବ ଲୋକମାନଙ୍କୁ ଦାନଧର୍ମ କରିବାଫଳରେ ସେମାନଙ୍କ ଆଶୀର୍ବାଦ ପାଇପାରିବେ, ଦାନଦେବା ଶୁଭ କାର୍ଯ୍ୟ ଅଟେ।
ମକର-ଆପଣଙ୍କ ଚାକିରିକ୍ଷେତ୍ରରେ ଆପଣଙ୍କ ଉପରିସ୍ଥଅଧିକାରୀମାନେ କାମ କରିବାପାଇଁ ଆପଣଙ୍କ ସହାୟତା ଲୋଡ଼ିବେ ,ଏହାବ୍ୟତୀତ ଆପଣଙ୍କ ଶତ୍ରୁମାନେ ଆପଣଙ୍କ କ୍ଷତି କରିବାପାଇଁ ପ୍ରୟାସ କରିବା ପରେ ମଧ୍ୟ କିଛି କରିପାରିବେ ନାହିଁ।
କୁମ୍ଭ-କଳା,କ୍ରୀଡା,ସଙ୍ଗୀତ,ଚଳଚ୍ଚିତ୍ର ତଥା ରାଜନୀତି ଏବଂ ସାହିତ୍ୟକ୍ଷେତ୍ରରେ ସମସ୍ୟାସମାଧାନ ହୋଇଯିବ।ଶାରୀରିକରୋଗରୁ ଠିକହେବାର ଅନେକ ସମ୍ଭାବନା ଅଛି। ଆଜିର ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ଏକ ବିଶେଷଦିନ ହେବ।
ମୀନ-ଆପଣ ଆଜି ପିଲାମାନଙ୍କଉପରେ ନିଜରନିଷ୍ପତି ଲଦି ଦେବାଫଳରେ ସେମାନେ ଚାପଗ୍ରସ୍ତ ହୋଇ ପାରନ୍ତି.ତେଣୁ ଆପଣ ଆଜି ସେମାନଙ୍କୁ ନିଜରକଥା ଭଲଭାବରେ ବୁଝାଇବାଆବଶ୍ୟକ ଅଟେ।ଆଜି ଆପଣଙ୍କପାଇଁ ଯାତ୍ରା କରିବାପାଇଁ ସମ୍ପୁର୍ଣ ଭାବରେ ଅଶୁଭଦିନ ଅଟେ।ତେବେ ଆପଣଙ୍କର ଯେଉଁ ରାଶି ହେଉ ଭଗବାନଙ୍କ ନାମ ଜପ, ଭଜନ କୀର୍ତ୍ତନରେ ମନ ଦିଅନ୍ତୁ, ସବୁଦୁଃଖ ଦୂରହେବ।
ନିତୀବାଣୀ- ଚେହେରାରସୌନ୍ଦର୍ଯ୍ୟ ଆଇନାରେ ପ୍ରକାଶିତ ହୁଏ,ଆଉ ଅନ୍ତରରସୌନ୍ଦର୍ଯ୍ୟ ଆଚରଣରେ ପ୍ରକାଶ ପାଇଥାଏ।
ବାସ୍ତୁଟିପ୍ପଣୀ-ଘରେ ଲଗାନ୍ତୁ ଏହି ୫ଟିଗଛ, ଦୂରହେବ ଅର୍ଥରଅଭାବ…
ବାସ୍ତୁଶାସ୍ତ୍ରୀଅନୁଯାୟୀ ଘରେ ଗଛଲଗାଇବା ଅତ୍ୟନ୍ତ ଶୁଭଅଟେ । ଯଦିଓ ଅନେକଥର ଲୋକମାନେ ସଚେତନନୁହଁନ୍ତି ଯେ ଘରେ କେଉଁଗଛ ଲଗାଇଲେ ସୁଖ ଓ ସମୃଦ୍ଧତା ଆଣିଥାଏ । କିନ୍ତୁ ଆପଣ ଜାଣନ୍ତିକି ବାସ୍ତୁଶାସ୍ତ୍ରରେ ଏପରି କିଛିଗଛ ବିଷୟରେ କୁହାଯାଇଛି, ଯେଉଁଥିରେ ଘରେ ଲଗାଇବାଦ୍ୱାରା ଅର୍ଥର ଅଭାବନାହିଁ । ଜାଣନ୍ତୁ ଏହି ଗଛ ଗୁଡିକ ବିଷୟରେ ଟ୍ଟ
୧.ଡାଳିମ୍ବ ଗଛ- ଡାଳିମ୍ବ ଉଭୟ ସ୍ୱାସ୍ଥ୍ୟ ଓ ସ୍ୱାଦଦୃଷ୍ଟିରୁ ଭଲ । ଏହିଗଛ ବ୍ୟକ୍ତିକୁ ସୁଖ ଓ ସମୃଦ୍ଧତା ମଧ୍ୟ ପ୍ରଦାନ କରେ । ବାସ୍ତୁଶାସ୍ତ୍ରଅନୁଯାୟୀ, ଘର ଆଗରେ ଡାଳିମ୍ବ ଲଗାଇଲେ ଋଣରୁ ମୁକ୍ତି ମିଳିଥାଏ । ଯଦିଓ, ଡାଳିମ୍ବଗଛ ଲଗାଇବାବେଳେ, ମନେରଖନ୍ତୁଯେ ଏହାଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲଗାଯିବା ଉଚିତ୍ ନୁହେଁ ।
୨.ବାଉଁଶଗଛ- ଘରସାମ୍ନାରେ ଏକ ବାଉଁଶଗଛ ରହିବା ଅତ୍ୟନ୍ତ ଶୁଭବୋଲି ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ରଅନୁଯାୟୀ, ଯଦିଏହାକୁ ଉତ୍ତର-ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଯାଏ, ତେବେ ଘରେ ଟଙ୍କାର ଅଭାବ ରହିବ ନାହିଁ । ଘରସାମ୍ନାରେ ବାଉଁଶଗଛ ଲଗାଇଲେ କେବେବି ଟଙ୍କା ଅଭାବ ହୁଏନାହିଁ ।
୩.ବେଲଗଛ- ବାସ୍ତୁଶାସ୍ତ୍ରରେ ବେଲଗଛକୁ ଅତ୍ୟନ୍ତ ଶୁଭବୋଲି ବିବେଚନା କରାଯାଏ । ଧାର୍ମିକବିଶ୍ୱାସ ଅନୁଯାୟୀ, ଭଗବାନଶିବ ବେଲଗଛରେ ରୁହନ୍ତି ଓ ଯେଉଁଘରେ ପ୍ରଭୁଶଙ୍କରଙ୍କର ଏକ ବେଲଗଛ ଅଛି, ସେହିଘରେ କେବେବି ଅର୍ଥର ଅଭାବ ହେବନାହିଁ । ଏକ ବେଲଗଛ ଲଗାଇବାଦ୍ୱାରା ଆର୍ଥିକପ୍ରତିବନ୍ଧକ ମଧ୍ୟ ଦୂରହେବ ବୋଲି ବିଶ୍ୱାସ କରାଯାଏ ।
୪.ଦୁବଗଛ- ଯଦି ଆପଣ ଘରସାମ୍ନାରେ କିମ୍ବା ବଗିଚାରେ ଦୁବଗଛ ଅଛି, ତେବେ ଆପଣଙ୍କଜୀବନରେ ଅର୍ଥର ଅଭାବ କେବେ ହେବନାହିଁ । ଘରସାମ୍ନାରେ ଦୁବଗଛ ଲଗାଇବାର ଅନେକ ଲାଭଅଛି । ଯେଉଁମାନେ ସନ୍ତାନପ୍ରାପ୍ତି କରିବାକୁ ଇଚ୍ଛା କରନ୍ତି ସେମାନଙ୍କ ପାଇଁ ଘରଆଗରେ ଏହିଗଛ ଲଗାଇବା ଲାଭଦାୟକ ।
୫.ମନିପ୍ଲାଣ୍ଟ- ସୁଖ ଓ ସମୃଦ୍ଧିର ପ୍ରତୀକଭାବରେ ଘରେ ମନିପ୍ଲାଣ୍ଟ ଲଗାଯାଏ । ଏହିଗଛ ଯେତେଶୀଘ୍ର ବଢେ, ସେତେଶୀଘ୍ର ଟଙ୍କା ବଢିଥାଏ ବୋଲିମନାଯାଏ । ମନିପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ । ମନିପ୍ଲାଣ୍ଟ ପ୍ଲାଣ୍ଟଗୁଡିକ କଦାପି ସିଧାସଳଖ ଭୂମିରେ ରଖିବା ଉଚିତନୁହେଁ ।ଆଜିର ଦିନଟି ମଙ୍ଗଳମୟ ହେଉା!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!