୨୦୨୩ ମସିହା ଜାନୁୟାରୀ ମାସ ୨୨ ତାରିଖ (ରବିବାର)ମାଘ ମାସ – ଶୁକ୍ଲପକ୍ଷ ,ତିଥି-ପ୍ରତିପଦା ରାତ୍ରି ଘ୧୦/୨୪ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୩୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୮/୧୧ ,ମେଷରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ. ପାଣିକଖାରୁ ଭକ୍ଷଣନିଷେଧ ।
ମେଷ-ନିଜରକାର୍ଯ୍ୟସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବବୋଧ ବିଶେଷ ବାଧିବ ନାହିଁ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବୃଷ-ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ମନର ବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହିବେ। ପରିବାର ଓ କର୍ମକ୍ଷେତ୍ରର ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କିଛି ଅସୁବିଧା ହେବନି। ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ-ଲୁଚି ରହିଥିବା ମନର ଦୁଃଖକୁ ଲୁଚାଇ ବନ୍ଧୁ ମାନଙ୍କ ସମ୍ମୁଖରେ ହସି ହସି କଥା କହିବେ। କର୍ମକ୍ଷେତ୍ରରେ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଠିକ୍ ଭାବରେ ସମ୍ପନ୍ନ ହେବ।
କର୍କଟ-ଆକସ୍ମିକ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ପ୍ରତ୍ୟେକ କ୍ଷେତ୍ରରେଧୈର୍ଯ୍ୟର ସହ ସମସ୍ୟାଗୁଡ଼ିକର ମୁକାବିଲା କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି।
ସିଂହ-ପାରିବାରିକ କ୍ଷେତ୍ରର ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜରକାର୍ଯ୍ୟ ହାସଲ କରିନେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। କେତେକ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।
କନ୍ୟା-ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ। ଈର୍ଷାାପରାୟଣ ମନୋଭାବ ନେଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ତୁଳା-ପରିସ୍ଥିତିକୁ ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ମାର୍ଗର ଅନୁସରଣ କରିବେ। ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିପାରନ୍ତି।
ବିଛା-ସାଧାରଣ ଘଟଣାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସହକର୍ମୀଙ୍କ ଅସଂଯତକାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେଇପାରେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି । ଜ୍ୟେଷ୍ଠାନକ୍ଷତ୍ର ସକାଶେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ।
ଧନୁ-ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ଉତ୍ତରାଷାଢ଼ା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଅଫିସିଆଲି କାମରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ।
ମକର-ପ୍ରିୟଜନଙ୍କ ସହ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଅବଶ୍ୟ ପାରିବାରିକ ସ୍ଥିତିରେ ଉନ୍ନତି କରିବେ। ତଥାପି ମାନସିକ ଅସ୍ଥିରତା କାରଣରୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହୋଇପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତ ହୋଇପାରନ୍ତି।
କୁମ୍ଭ-କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବାକାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ବନ୍ଧୁଙ୍କ ସହାୟତାରେ ହଠାତ୍ ହୋଇଯିବ। ବନ୍ଧୁମାନଙ୍କ ଗହଣରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମୀନ-ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜିବାରେ ସମର୍ଥ ହେବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୀର୍ଘଦିନର କ୍ରନିକ୍ ରୋଗର ପ୍ରାଦୁର୍ଭାବ ଫଳରେ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁମାନେ ସମ୍ମୁଖରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ସମାଲୋଚନାମତ୍କ କଥା କହିପାରନ୍ତି।
ନିତୀବାଣୀ-ସମୟ ଏଠି ପ୍ରତିମୁହୂର୍ତ୍ତରେ ଆମମାନଙ୍କ ସହ ଲୁଚକାଳି ଖେଳୁଛି,କେବେ ସମୟଭିତରେ ନିଜକୁ ଛନ୍ଦିଦିଅ ସମୟର ତାଳରେ ନିଜଗୋଡ ହାତବାନ୍ଧି ଦିଅ ଦେଖ ସମୟ ଖୁବ୍ ଆପଣାର ଲାଗିବ।
ବାସ୍ତୁଟିପ୍ପଣୀ-ଆସନ୍ତୁଜାଣିବା ଏପରିକିଛି ବସ୍ତୁବିଷୟରେ, ଯାହାକୁ ଦାନକଲେ ଆପଣଙ୍କରଲାଭ ବଦଳରେ ହୋଇଥାଏ କ୍ଷତି-
ସନାତନ ହିନ୍ଦୁଧର୍ମରେ ଦାନ ଓ ଧର୍ମର ବିଶେଷମହତ୍ତ୍ବ ରହିଛି। କୁହାଯାଏଯେ, ଦାନ କରିବାଦ୍ବାରା ପୁଣ୍ୟପ୍ରାପ୍ତି ହେବା ସହ ମୋକ୍ଷମିଳିଥାଏ। ଶାସ୍ତ୍ରରେକୁହାଯାଇଛି ଯେ, ନିଜର ସକ୍ଷମତାଅନୁଯାୟୀ ଦାନକଲେ ଜୀବନକାଳମଧ୍ୟରେ ସମସ୍ତସୁଖ ମିଳିବା ସହ ପରବର୍ତ୍ତୀସମୟରେ ପରିତ୍ରାଣ ମିଳିଥାଏ। କିନ୍ତୁ, ଏପରିକିଛି ବସ୍ତୁଅଛି, ଯାହା ଦାନକଲେ ଲାଭ ବଦଳରେ କ୍ଷତି ହୋଇଥାଏ।
କାହାକୁ କଷ୍ଟଦେଇ ରୋଜଗାରକରିଥିବା ଧନ ଦାନକରିବା ଉଚିତନୁହେଁ। ଏହି ଦାନର କିଛି ଲାଭନାହିଁ। ଏହାର କୌଣସି ସୁଫଳ ମଧ୍ୟ ମିଳିନଥାଏ।
ଦାନ ସବୁବେଳେ ପାତ୍ରରେ ହିଁ କରିବାଉଚିତ। ଅର୍ଥାତ୍ ଆବଶ୍ୟକୀୟ ଏବଂ ଅଭାବୀ ଲୋକଙ୍କୁହିଁ ଦାନକରିବା ଉଚିତ। ଯେଉଁମାନେ ଦାନନେଇ ସନ୍ତୁଷ୍ଟ ହୋଇନଥାନ୍ତି ଏବଂ ଆହୁରି ଅଧିକ ଆଶାକରନ୍ତି, କିମ୍ବା ଦାତାଙ୍କୁ ଅପମାନିତକରନ୍ତି, ସେମାନଙ୍କୁ ଦାନ ଦିଆଯିବ ଉଚିତନୁହେଁ।
ପୁରୁଣା ଏବଂ ନିଜ ଉପଯୋଗରେ ନ ଆସୁଥିବା ପୁରୁଣାଜିନିଷ କେବେ କାହାକୁ ଦାନ କରନ୍ତୁ ନାହିଁ।ଘରେବ୍ୟବହୃତ ହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍ର କୌଣସି ବିଜିନିଷ ଅନ୍ୟକୁ ଦାନ ଦିଅନ୍ତୁନାହିଁ ଏହାଦ୍ୱାରା ଅଶୁଭହେବା ସହ ଧନହାନି ମଧ୍ୟ ହୋଇଥାଏ।
ଯଦି କାହାର ଶନିଦଶାପଡିଥାଏ ତେବେ, ତେଲ ଦାନଦ୍ୱାରା ଶନିଙ୍କକୋପରୁ ରକ୍ଷା ମିଳିଥାଏ । କିନ୍ତୁ କାହାକୁ ଖରାପତେଲ ଦାନ କରିବାଦ୍ବାରା ଅନେକକ୍ଷତି ହେଇଥାଏ । ଘରେ ଅଶାନ୍ତିଲାଗିରୁହେ।ଗୁଡ଼, ଅଟା, ତମ୍ବା ଆଦି ଦାନକରିବା ଅନୁଚିତ। ଏପରିକଲେ ଘରେ ଅମଙ୍ଗଳ ହେଇଥାଏ ଏବଂ ପରିବାରସଦସ୍ୟଙ୍କ ଶରୀର ଖରାପ ହେଇଥାଏ।ଝାଡ଼ୁ ମଧ୍ୟ ଦାନକରିବା ଅନୁଚିତ। ଏହାଦ୍ୱାରା ମାଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି ଏବଂଦାରିଦ୍ର୍ୟତା ଦେଖାଦେଇଥାଏ ବୋଲି ବିଶ୍ବାସ ରହିଛି।ଆଜିର ଦିନଟି ମଙ୍ଗଳମୟହେଉା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯେଗମାୟା!!