ଆଜିର ଅନୁଚିନ୍ତା

ତାରିଖ : ୦୮/୦୫/୨୦୨୧,ଶନିବାର

➡️”ଆପଣଙ୍କ ଲୁହକୁ ଏତେ ଦାମୀ କରିଦିଅନ୍ତୁ ଯେପରି କି କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ , ଆଉ ଆପଣଙ୍କ ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେପରି କି ଏହା ସମସ୍ତଙ୍କୁ ମାଗଣାରେ ମିଳିଯିବ !
➡️”ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ !
➡️”ମଣିଷର କଥା କହିବାର ଶୈଳୀ ତାର ସଂସ୍କାରକୁ ପ୍ରକାଶ କରିଥାଏ , ନହେଲେ ଚେହେରା ତ କେବଳ ଅଭିନୟ ହିଁ କରିଥାଏ !
➡️”ଆଜିର ଦୁନିଆରେ “ଅର୍ଥ” ମଣିଷର ଅବସ୍ଥିତି ପରିବର୍ତ୍ତନ କରିଦେଉଛି , ଅବସ୍ଥିତି ସହ ଆପଣ ନିଜର ସ୍ବଭାବର ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ , ଆହୁରି ଅନେକ କିଛି ମିଳିବ !
➡️”ଗୋଟିଏ କଥା ଜୀବନରେ ସବୁବେଳେ ମନେରଖି ଥିବେ ,ଯେ ସହିବାର ଶକ୍ତି ଯାହା ପାଖରେ ଅଛି ତାକୁ ଏ ଦୁନିଆ କେବେ ହରାଇ ପାରି ନାହିଁ !
➡️ସମ୍ମାନ” ଆଉ “ପ୍ରଶଂସା” ମାଗିଲେ ମିଳି ନଥାଏ , ଏହାକୁ ନିଜର କର୍ମ ଦ୍ବାରା ଅର୍ଜନ କରିବାକୁ ପଡିଥାଏ !
ଆଜିର ସନ୍ଥବାଣୀ
ସକାଳ ହେଲେ ଫୁଲଟି ଭାବୁଥାଏ , ଆଜି ସିଏ ମନ୍ଦିରକୁ ଯିବ ନା ମଶାଣିକୁ ଯିବ ତେଣୁ ନିଜ ଜୀବନକୁ ଠିକ୍ ଭାବରେ ଉପଭୋଗ କରନ୍ତୁ ଏବଂ ଅନ୍ୟକୁ ବଞ୍ଚିବାକୁ ଦିଅନ୍ତୁ ଅନ୍ୟର ଦୁଃଖ ସମୟରେ ସାହାଯ୍ୟ କରନ୍ତୁ ଏମିତି ବେଳ ଆସିବ ଆପଣ କରିଥିବା ସେବାକୁ ସମସ୍ତେ ପ୍ରଶଂସା ନିଶ୍ଚିତ କରିବେ।ପ୍ରତ୍ୟେହ ରାତିରେ ଶଯ୍ୟା ଧରିବା ପୂର୍ବରୁ ଅନ୍ତତଃ ଦିନ ସାରା କଣ କରିଛନ୍ତି ତାର ବିଶ୍ଳେଷଣ ଓ ତର୍ଜ୍ଜମା କରନ୍ତୁ , ନିଜର ଭୁଲ୍ କୁ ଚିହ୍ନଟ କରନ୍ତୁ , ସେ ଭୁଲକୁ ସୁଧାରିବାର ପ୍ରତିଜ୍ଞା କରି କାମରେ ଲଗାନ୍ତୁ।ଦେଖିବେ ଅଳ୍ପ କେଇଦିନ ପରେ ଆମେ ଜଣେ ଭୁଲ୍ ମଣିଷରୁ ଠିକ୍ ମଣିଷ ନିଶ୍ଚୟ ହୋଇପାରିବା । ଯଦି ଭାଗ୍ୟ ଆମ ସାଙ୍ଗ ଦେଉ ନାହିଁ ତେବେ ବୁଝି ନେବାକୁ ହେବ ଯେ ପରିଶ୍ରମରେ ଅବହେଳା ଅଛି ପରିଶ୍ରମ ଏମିତି କରନ୍ତୁ ଯେମିତି ଭାଗ୍ୟ ଆମ ସାଥ୍ ଦେବା ପାଇଁ ବାଧ୍ୟ ହେବ । ଯଦି ଅନ୍ୟ କାହା ଅପେକ୍ଷା ଆମକୁ ବିଳମ୍ବରେ ସଫଳତା ମିଳୁଛି ତେବେ ଆଦୌ ମନ ଦୁଃଖ କରନ୍ତୁ ନାହିଁ କାରଣ ଛୋଟ ଘରଟି ଖୁବ୍ ଜଲଦି ତିଆରି ହୋଇଯାଏ, କିନ୍ତୁ ମହଲଟି ତିଆରି କରିବାକୁ ସମୟ ହିଁ ଲାଗିଥାଏ ।
ଶୁଭ ସକାଳଜୟ ଜଗନ୍ନାଥ

Comments (0)
Add Comment