ଆଜିର ଅନୁଚିନ୍ତା

ତାରିଖ_୧୧/୦୭/୨୦୨୧,ରବିବାର

ଯିଏ ଶୀଘ୍ର କ୍ଷମା ମାଗିନିଏ ସେ ସବୁଠାରୁ ବଡ଼ ସାହସୀ,ଯିଏ ଶୀଘ୍ର କ୍ଷମା କରିଦିଏ ସେ ସବୁଠାରୁ ଅଧିକ ବଳବାନ; ଆଉ ଯିଏ ଶୀଘ୍ର ପଛକଥା ଭୁଲିଯାଏ, ସେ ହିଁ ସବୁଠାରୁ ବଡ଼ ସୁଖୀ ।
ସମୟ_ କଥା କହିପାରିନଥାଏ ନାହିଁ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହିଦେଇଥାଏ ।
ବେଶି ଭଲପାଉଥିବା ଲୋକୋଠାରୁ ଟିକେ ଆଘାତ ପାଇଲେ, କେବଳ ଆଖିରୁ ନୁହେଁ ହୃଦୟରୁ ବି ଲୁହ ଝରିପଡ଼େ ।
ସଫଳ ହେବାର ଉପାୟ କଣ ଜଣାନାହିଁ, କିନ୍ତୁ ବ୍ୟର୍ଥ ହେବାର ଚାବିକାଠି ହେଉଛି ସମସ୍ତଙ୍କୁ ଖୁସି ଦେବାକୁ ଚେଷ୍ଟା କରିବା ।
କାଗଜ କାନ୍ଦେ ନାହିଁ ସତ କିନ୍ତୁ କନ୍ଦେଇଁ ଦିଏ ।ସେ LOVE ଲେଟର ହେଉ ଅବା,Result ହେଉ ” କିମ୍ବା ” Medical ରିପୋଟ ।
ଆଜିର ନୀତିବାଣୀ
ବିପଦ କାଳରେ ବୃଦ୍ଧର ଉପଦେଶ ଗ୍ରହଣ କରିବା ଏବଂ ବିଚାର କାଳରେ ବୃଦ୍ଧର ମତ ଗ୍ରହଣ କରିବ – ଭୋଜନ ବିଷୟରେ ବୃଦ୍ଧଙ୍କ ଉପଦେଶ ଗ୍ରହଣ କରିବ ନାହିଁ। କାରଣ ସ୍ୱୟ ପରିପାକ ଓ କାମ ଶକ୍ତିର ଅଳ୍ପତା ହେତୁ ବୃଦ୍ଧ ସମସ୍ତଙ୍କୁ ଭୋଜନ ଓ ରମଣ ରୁ ନିବୃତ ହେବାକୁ ଉପଦେଶ ଦେଇଥାନ୍ତି ।।
ବିଶ୍ୱାସ ଓ ସମ୍ମାନରେ ହିଁ ଅନେକ ସମ୍ପର୍କର ମୂଳଦୁଆ ଆରମ୍ଭ ହୋଇଥାଏ। ସେହିଭଳି ପ୍ରତେକ କାର୍ଯ୍ୟକୁ ମଧ୍ୟ ସମ୍ମାନର ସହ କରିବା ଉଚିତ ।।
କିଛି ପାଇବାକୁ ହେଲେ, କିଛି ହରାଇବାକୁ ପଡିଥାଏ। ହୁଏତ ସେଥିପାଇଁ କିଛି ଲୋକ ନୂଆ ସାଥିଟିଏ ପାଇଗଲେ, ପୁରୁଣା ସାଥିଟିକୁ ହରାଇ ଦିଅନ୍ତି ।।
ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି, ଯଦି ‘ମା’ ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ ।।
ସମ୍ପର୍କ ଯେତେ ଖରାପ ହେଲେ ବି ତାକୁ ପୁରା ଛିନ୍ନ କରି ଦିଅନ୍ତୁନି । ପାଣି ମଇଳା ହେଇଥିଲେ ଅବଷ୍ୟ ଆପଣ ତାକୁ ପିଇ ପାରିବେନି , କିନ୍ତୁ ସେଥିରେ ନିଆଁ ଲିଭେଇ ପାରିବେ ନିଶ୍ଚୟ।।
ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ
ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ମିନତୀ,ଓଁ ସୂର୍ଯ୍ୟ ଦେବାୟ ନମଃ

Comments (0)
Add Comment