ଆଜିର ଅନୁଚିନ୍ତା

ତାରିଖ : ୨୯/୦୭/୨୦୨୧,ଗୁରୁବାର

🔥”ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ବାର୍ଥ ଅତି ତୁଚ୍ଛ ଓ ନଗଣ୍ୟ , କାହିଁକିନା ଆକାଶ ଯେତେ ଉଚ୍ଚ ହୋଇଥାଏ ତାର ସ୍ବଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ !!
🔥”ପ୍ରକୃତରେ ଯେଉଁମାନେ କଷ୍ଟ କଣ ବୁଝିପାରନ୍ତି ସେମାନେ କେବେବି ଆଉ କାହାର କଷ୍ଟର କାରଣ ହୁଅନ୍ତି ନାହିଁ !!
🔥”ଯଦି କେହି କେବେ ଆପଣଙ୍କର ବିଶ୍ବାସ ଭାଙ୍ଗନ୍ତି ତେବେ ଆପଣ ତାଙ୍କୁ ଧନ୍ୟବାଦ ଦେବା ଉଚିତ , କାହିଁକିନା ସେ ହିଁ ଆପଣଙ୍କୁ ଶିକ୍ଷା ଦିଅନ୍ତି ଯେ ବିଶ୍ବାସ ଅତି ଯତ୍ନର ସହିତ କରାଯିବା ଉଚିତ୍ !!
🔥”ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବେ ନାହିଁ , କାହିଁକିନା ସେମାନେ ତ ଅମୃତଭଣ୍ଡା କିଣିଲା ବେଳେ ପଚାରନ୍ତି ମିଠା ଅଛି କି ନାହିଁ , କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଆଉ ସତ୍ୟ କଥା ହେଲା କିଣି ସାରିଲା ପରେ ସେମାନେ ଲୁଣ ଲଗେଇ ହିଁ ଖାଇଥାନ୍ତି !!
🔥”ଶାରୀରିକ ବଳ ଏବଂ ନିଜର ଅମାପ ସମ୍ପତ୍ତିକୁ ନେଇ କେବେ ମଧ୍ୟ ଗର୍ବ କରନ୍ତୁ ନାହିଁ କାରଣ ରୋଗ ଏବଂ ଦାରିଦ୍ର୍ୟତା ଆସିବାପାଇଁ ବେଶୀ ସମୟ ଲାଗିନଥାଏ !!
🔥”ଦୁନିଆରେ ବିଶ୍ବାସଘାତ ଏବେ ବଢ଼ି ଗଲାଣି ଯେ ଲୋକେ ମେସିନକୁ ବି ବିଶ୍ୱାସ କରୁ ନାହାନ୍ତି ଫୋନ ଚାର୍ଜରେ ଲଗେଇ ୫ ମିନିଟ ପରେ ଚେକ କରୁଛନ୍ତି ଯେ ଚାର୍ଜ ହଉଛି କି ନାହିଁ !
ଆଜିର ନୀତିବାଣୀ
💔”ଯେଉଁ ନାରୀ ପତି କଥାକୁ ଖାତିର କରେ ନାହିଁ ସେ ପବିତ୍ରତା ଠାରୁ ଅନେକ ଦୂରରେ ରହିଥାଏ । ପତିର ନିର୍ଦ୍ଧେଶ ବିନା ପତ୍ନୀ ଯେତେ ବ୍ରତ କଲେ ଦାନ କଲେ ମଧ୍ୟ ତାହା ନିଷ୍ଫଳ ହୋଇଥାଏ !
💔”ଯୋଉ ନାରୀ ସଦା ନୂଆ ନୂଆ ସାଥୀ ଖୋଜୁଥାଏ ତା ପ୍ରେମରେ ବାସ୍ତବତା ନଥାଏ । ତାଠାରୁ ଦୂରେଇ ରହିବା ଉଚିତ୍ । ସେପରି ନାରୀ କେବେ କାହା ପାଖରେ ବାନ୍ଧି ହୋଇ ରହିପାରେ ନାହିଁ !
💔”କାହା ସହିତ ବନ୍ଧୁତା ବାନ୍ଧିବା ଆଗରୁ ବୁଦ୍ଧିମାନ ଲୋକ ଭଲ ଭାବରେ ଭାବି ଚିନ୍ତି ପରୀକ୍ଷା କରି ନିଷ୍ପତି ନେବା ଆବଶ୍ୟକ । କାରଣ ନିଜର ସ୍ୱାର୍ଥ ପାଇଁ କରାଯାଉଥିବା ବନ୍ଧୁତା ଭବିଷ୍ୟତରେ ଶତ୍ରୁତାରେ ପର୍ଯ୍ୟବେସିତ ହୋଇଥାଏ !!”
💔”କୁମ୍ଭୀର କାନ୍ଦଣା କାନ୍ଦୁଥିବା ବ୍ୟକ୍ତିଙ୍କ ସହିତ ବନ୍ଧୁତା ବାନ୍ଧିବା ଅର୍ଥ ନିଜକୁ ବିପଦ ମଧ୍ୟକୁ ଠେଲିଦେବା !
💔”ଗଧ, ଘୋଡା, କୁକୁର ଆଉ ବିରାଡି, ଛେଳି ଆଉ ବାଘ ମଧ୍ୟରେ କେବେ ବନ୍ଧୁତା ସ୍ଥାପିତ ହୋଇନପାରେ !
ଓଁ ମା ମହାଲକ୍ଷ୍ମୀ ନମଃ,ଶୁଭ ସକାଳ ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମାଙ୍କ ନିକଟରେ ଏତିକି ମିନତୀ!

Comments (0)
Add Comment