ଆଜିର ଅନୁଚିନ୍ତା

ନିଜ ଜୀବନକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଅନୁଚିତ…. କାହିଁକିନା ….ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ବି କୌଣସି ତୁଳନା ନାହିଁ, କିନ୍ତୁ ଯେତେବେଳେ ସେମାନଙ୍କର ସମୟ ଆସିଥାଏ ସେତେବେଳେ ସେମାନେ ଉଜ୍ଜଳ ହୋଇଥାନ୍ତି….
!!ଏ ସଂସାରରେ ଯେଉଁ ବ୍ୟକ୍ତି ଜୀବନରେ ସଦାସର୍ବଦା ନିଜକୁ ପରଖି ନିଜ ଭୁଲକୁ ସୁଧାରି ଥାଏ ସେହି ବ୍ୟକ୍ତି ଜୀବନର ମାର୍ଗରେ ସଦା ସଫଳ ଓ ସମ୍ନାନ ପ୍ରାପ୍ତି କରିଥାଏ। ପରନ୍ତୁ ଯେଉଁ ବ୍ୟକ୍ତି ସଦା ଅନ୍ୟର ଦୋଷ ଓ ଅବଗୁଣ ପଛରେ ପଡନ୍ତି, ସେହି ବ୍ୟକ୍ତି ସଦା-ସର୍ବଦା ଅସଫଳ ଓ ଚିନ୍ତା ରେ ପଡି ଦୁଖଃ-କଷ୍ଟ ଭୋଗ କରନ୍ତି !!
!!ପ୍ରତ୍ୟକ ମନୁଷ୍ୟ ଜୀବନରେ ବେଳେବେଳେ ଏହା ଶୁଣିବାକୁ ମିଳେ ଯେ “ବ୍ୟସ୍ତ ହୁଅନ୍ତୁ ନାହିଁ ଆଉ ସମୟ ଆସିଲେ ସବୁକିଛି ଠିକ୍ ହୋଇଯିବ”, କିନ୍ତୁ ଆମେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ, ବରଂ ସମୟ ଆସିବା ପୂର୍ବରୁ ଆମେ ନିଜକୁ ଠିକ୍ କରିବା ଉଚିତ୍, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦିନେ ନା ଦିନେ ଭଲ ସମୟ ଆସିଥାଏ ସତ, ମାତ୍ର ଆମେ ଠିକ୍ ହେବା ପର୍ଯ୍ୟନ୍ତ ସେ ସମୟ ରହେ ନାହିଁ !!
!!ଜୀବନରେ ଯଦି ପାରୁଛନ୍ତି ତ ଅନ୍ୟ କୁ ସାହାଯ୍ୟ କରିବାକୁ କେବେହେଲେ ପଛାନ୍ତୁ ନାହିଁ, ଆଉ ହଁ ସେହି ବ୍ୟକ୍ତି ଭବିଷ୍ୟରେ କେହେ ଆପଣଙ୍କୁ ସାହାଯ୍ୟ କରିବ, ସେହିପରି ଆଶା ମଧ୍ୟ କେବେ କରନ୍ତୁ ନାହିଁ, ଆମେ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିଥିଲେ କେହି ନା କେହି ଆମ ବିପଦ ସମୟରେ ସାହାଯ୍ୟ ପାଇଁ ନିଶ୍ଚୟ ପହଞ୍ଚିଯିବେ !!
ଆଜିର ସାଧୁବାଣୀ
💔ସଫଳତାର ମଜା ଓ ଅନୁଭବ ସେ ସମୟରେ ଆସିଥାଏ, ଯେତେବେଳେ ଅନ୍ୟମାନେ ସେହି ବ୍ୟକ୍ତିର ହାରିବାକୁ ଅପେକ୍ଷା କରିଥାନ୍ତି। ଏଣୁ ନିଜ ବିଷୟ ଅଭିମୁଖେ ଯାତ୍ରା କରିବା ଉଚିତ ।।
💔ଯେଉଁଠି ଲାଗିବ, ତୁମ ପାଇଁ ଅନ୍ୟ ମାନଙ୍କୁ କଷ୍ଟ ହେଉଛି ସେଠାରୁ ହଟିଯିବା ହିଁ ବହୁତ ଭଲ ହୋଇଥାଏ ।।
💔ଗାଈ ଖୁରାର ଧୁଳି -ଧାନ ର ଧୁଳି -ଭଣଜା ର ପାଦ ଧୁଳି ଘରେ ପଡିଲେ ଶୁଭ ହୋଇଥାଏ ।।
💔ଜାଗ୍ରତ ହୁଅ ଓ ନିଜକୁ ପ୍ରସ୍ତୁତ କର। ଲକ୍ଷ ସ୍ଥଳରେ ନ ପହଁଚିବା ପର୍ଯ୍ୟନ୍ତ ବିଶ୍ରାମ ପାଇଁ ତରବର ହୁଅ ନାହିଁ।।
💔ଘରେ ଯଦି କଳା ପିମ୍ପୁଡି ଡିମ୍ବ ଧରି ବାହାରିଲେ ଶୁଭ ହୋଇଥାଏ । ନାଲି ପିମ୍ପୁଡି ବାହାରିଲେ ଅଶୁଭ ହୋଇଥାଏ ।।🙏ଓଁ ନମଃ ଶିବାୟ🙏.ଶୁଭ ସକାଳ,ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.

 

Comments (0)
Add Comment