ଆଜିର ଅନୁଚିନ୍ତା

ତାରିଖ - ୧୫:୦୮:୨୦୨୧ (ରବିବାର)

🦋ମଣିଷ ପଛରେ ଯିଏ ଚାଲେ.. ● ତା ନାଁ “ଛାୟା” ମଣିଷ ଯାହା ପଛରେ ଚାଲେ.. ●ତା ନାଁ “ମାୟା”
🦋ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରିଗଲେ ବାଟବଣା ହେବାକୁ ପଡେ, ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡିଥାଏ ଆଉ ତାକୁ ଠିକ୍ ଭାବେ ଚିହ୍ନି, ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରି ହୋଇଥାଏ ।
🦋ନିଜେ ଜଣେ ଶକ୍ତିଶାଳୀ ମନୁଷ୍ଯ ହେଲେ ଶକ୍ତିର ଉପଯୋଗ କରିପାରିବ, ମାତ୍ର ଅହଂଭର୍ତ୍ତି, ସ୍ବୟାଭର୍ତି, ହିଂସାବାଦ, ଈର୍ଷା, ଦ୍ବେଷ କାମନା, ବାସନାରେ ଯଦି ଡୁବିରହି ନିଜକୁ ଶକ୍ତିଶାଳୀ ଭାବିବ ତାହାଲେ କେବେ ବି ହେଲେ ଶକ୍ତିଶାଳୀ ହୋଇ ପାରିବ ନାହିଁ । ଯଦି ସେ ସବୁକୁ ତ୍ଯାଗ କରିବ, ତା ହାଲେ ସୁ-ମଣିଷ ହୋଇ ପାରିବ ।
🦋Social Media ରେ କାହାକୁ Block କରିବା ବହୁତ ସହଜ… କିନ୍ତୁ “ହୃଦୟରୁ କାହାକୁ Block କରିବା ବହୁତ କଷ୍ଟ ।
➡️”କିଛି କଥା ଏପରି ହୋଇଥାଏ ଯେ କଥା କହୁଥିବା ବ୍ୟକ୍ତି ଭୁଲିଯାଏ, କିନ୍ତୁ ଯିଏ ଶୁଣିଥାଏ ସେ ନିଜ ହୃଦୟରେ ତୀର ବାଜିଲା ପରି କଷ୍ଟ ହୋଇଥାଏ !!”
➡️”ସମୟ, ବିଶ୍ୱାସ ଏବଂ ସମ୍ମାନ ହେଉଛି ତିନୋଟି ପକ୍ଷୀ, ଯଦି ସେମାନେ ଉଡ଼ିଯାଆନ୍ତି ଆଉ କେବେ ଫେରି ଆସିନଥାନ୍ତି !!”
➡️”ଜରୁରୀ ନୁହେଁ ଯେ କେବଳ ଖରାପ କାର୍ଯ୍ୟ ହେତୁ ଜଣେ ସର୍ବଦା ଯନ୍ତ୍ରଣା ଭୋଗିବା ଉଚିତ୍, ବେଳେବେଳେ ଜଣେ ବହୁତ ଭଲ ହେତୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିଥାଏ !!”
➡️”ଆଜିର ଯୁଗରେ ବିନା ସ୍ୱାର୍ଥରେ କିଏ କଥା ବାର୍ତ୍ତା ମଧ୍ୟ କରିନଥାନ୍ତି ସାଥ କଣ ଦେବେ।କାହାଠାରୁ ଅଧିକ ଆଶା କର ନାହିଁ,ଯାହା ସହିତ ବେଶି ଜଡ଼ିତ ରହିଥାଅ ସିଏ ହିଁ ଗଭୀର କ୍ଷତ ଦେଇଥାଏ !!
➡️”କେବଳ ଦୁଇଜଣ ଜାଣନ୍ତି ଯେ ଆମେ ଜୀବନରେ କେତେ ଠିକ୍ ଏବଂ ଭୁଲ୍,ସେ ହେଉଛନ୍ତି ପରମାତ୍ମା ଏବଂ ଅନ୍ତର ଆତ୍ମା !!
➡️”ଆମର ଚାଲି ଧନ ଯୋଗୁଁ ବଦଳି ଥାଏ ଏବଂ ଭଲ ଗୁଣ ଯୋଗୁଁ ମଧ୍ୟ ବଦଳି ଥାଏ ।ଯେତେବେଳେ ଧନ ଥାଏ ବହାଦୁରୀ ମାରି ଚାଲିଥାଏ ଏବଂ ଗୁଣ ସମ୍ପର୍ଣ୍ଣ ହୋଇଥାଏ ତେବେ ବିନମ୍ର ସହକାରେ ଚାଲିଥାଏ !!
➡️”କମ୍ କଥାବାର୍ତ୍ତା କର, ବଡ଼ କାମ କର କାରଣ ଦୁନିଆ କମ୍ ଶୁଣେ ଏବଂ ଅଧିକ ଦେଖେ !!
🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏ଶୁଭ ସକାଳ, ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ମିନତୀ ।ଆପଣଙ୍କୁ ୭୫ ତମ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଛା ଓ ଶୁଭକାମନା ।

Comments (0)
Add Comment