ଆଜିର ଅନୁଚିନ୍ତା

ତାରିଖ - ୩୦:୦୮:୨୦୨୧ (ସୋମବାର)

ଆଜିର ନୀତିବାଣୀ
➡️”କାହାକୁ ଛୁରୀ – କଣ୍ଟା – କଇଁଚି ଉପହାର ଦେବେ ନାହିଁ।ଏଗୁଡ଼ିକ ସବୁ ବିଷ ସଦୃଶ୍ୟ ଅଟେ !!
➡️”ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି, ଯଦି ‘ମା’ ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ !!
➡️”ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ ଦୁଇଟି ବାଉଁଶ ତିଆରି ବଂଶୀକୁ ଡ୍ରଇଂ ରୁମରେ ସଜାଇ ରଖନ୍ତୁ !!
➡️”ଖରାପ ସମୟ ଯାହା ମନୁଷ୍ୟକୁ ଶିକ୍ଷା ଦେଇଥାଏ, ତାହା କୌଣସି ବହିରେ ନଥାଏ। ଏଥିପାଇଁ ଖରାପ ସମୟକୁ ଧାର୍ଯ୍ୟର ସହ ମୁକାବିଲା କରିବା ଉଚିତ…. !!
➡️”ଏ ଶରୀର ନା ତୁମର ନା ତୁମେ ଶରୀରର,ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି ଓ ସେଥିରେ ଦିନେ ମିଶିଯିବ ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏ ମିଥ୍ୟା ଗର୍ବ କଣ ପାଇଁ !!
ଆଜିର ସୁବିଚାର
➡️”ରାସ୍ତାରେ ଚାଲି ଗଲାବେଳେ ତୁମ ବିଷୟରେ କେତେ ଲୋକ କେତେ କଥା କହନ୍ତି , ତୁମେ କଣ ସେଥିପାଇଁ ଚାଲିବା ଛାଡି ଦେଇଛ କି ? ନୁହଁ ନା ? ସେମିତି ଜୀବନ ରୂପକ ରାସ୍ତାରେ ଚାଲିଲା ବେଳେ ଲୋକେ ଅନେକ କଥା କହିବେ , ସେଥିପ୍ରତି ଧ୍ୟାନ ନଦେଇ ଆଗେଇ ଚାଲିବା ଆବଶ୍ୟକ । ଲୋକମାନଙ୍କର ଏଇଟା ତ ଗୋଟେ ଅଭ୍ୟସ , ଆମେ ଭଲ କଲେ ବି ଲୋକେ କହିବେ ଆଉ ଖରାପ କଲେ ବି କହିବେ !!”
➡️”କାହାରି ରାଜମହଲ ପରି ଘର ଦେଖି ନିଜକୁ ଗରିବ ଭାବନ୍ତୁ ନାହିଁ , ମଶାଣି ସମସ୍ତଙ୍କ ପାଇଁ ଏକା ପ୍ରକାର ହୋଇଥାଏ !!
➡️”ଗର୍ବ କେଉଁ କଥାରେ କରୁଛି ବନ୍ଧୁ … ଆଜି ମାଟି ଉପରେ ଅଛ କାଲି ମାଟି ତଳେ କୁଲାଏ ପାଉଁଶ ହୋଇଯିବ !!
➡️”ସୁଦାମା ଶ୍ରୀକୃଷ୍ଣଙ୍କୁ ପଚାରିଲେ ମାଧବ .. !!
👉”ସମ୍ପର୍କ କାହାକୁ କୁହାଯାଏ ..!!”
👉”ମାଧବ ହସିକରି ଉତ୍ତର ଦେଲେ .. ଯେଉଁଠି ସ୍ଵାର୍ଥ ଥାଏ ସେଠି ସମ୍ପର୍କ ନଥାଏ .
👉”ଆଉ ଯେଉଁଠି ସମ୍ପର୍କ ଥାଏ ସେଠି ସ୍ଵାର୍ଥ ନଥାଏ .. !!
ଆଜିର ଅନୁଚିନ୍ତା
➡️”ଜୀବନ ଥିବାଯାଏ କେହି କେବେ ବୁଝନ୍ତି ନାହିଁ , କେମିତି ବଞ୍ଚିଛି ! ମରିବା ଦିନ ସମସ୍ତେ ଅନ୍ୟକୁ ପଚାରନ୍ତି , କେମିତି ମରିଲା … !!
➡️”ପୃଥିବୀରେ ସବୁଠାରୁ ବଡ ଡଷ୍ଟବିନ ହେଉଛି ମଣିଷର ମନ ଏହା ଯଦି ପରିସ୍କାର ରୁହନ୍ତା ପୁରା ଜୀବନଟା ସୁନ୍ଦର ରୁହନ୍ତା !!
➡️”ଅଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ବୁଝିପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି , ତେବେ ବୁଝିନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ !!
➡️”ଗୋଟେ କଥା ପୁରା ସତ … ଯାହାକୁ ଯେତେ ଭଲପାଇବ , Miss କରିବ , Care କରିବ , ସବୁ ସମୟରେ ଖୋଜ ଖବର ନେବ , ସେ ହିଁ ତୁମକୁ ଗୁରୁତ୍ବ ଦେବନି !!
➡️”ଜନ୍ମ ପୂର୍ବରୁ ଭଗବାନ ସବୁ ସମ୍ପର୍କ ଗଢ଼ି କରି ପଠାଇଥାଆନ୍ତି ହେଲେ ଦୁଇଟି ସମ୍ପର୍କ ଜନ୍ମ ପରେ ସୃଷ୍ଟି ହୁଏ ଗୋଟେ ହେଲା ” ବନ୍ଧୁତା ” ଆଉ ଗୋଟେ ଶତୃତା !!”
➡️”ମୋ ପଛରେ ହଜାରେ କଥା ହେଉ ଥୁବା ଲୋକଙ୍କୁ ମୁଁ କିଛି କୁହେ ନି .. କାହିଁକି ନା ଭୋକିଲା କୁକୁର କେବେ କାମୁଡ଼େ ନାହିଁ … !!
ଆଜିର ଅନୁଚିନ୍ତା
🦋ପ୍ରତ୍ୟକ ମନୁଷ୍ୟ ଜୀବନରେ ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ, ନିରବତା ହିଁ ଯଥେଷ୍ଟ ହୋଇଥାଏ।
🦋”ପରିଶ୍ରମର ଫଳ ” ” ଆଉ ” ” ସମସ୍ଯାର ସମାଧାନ ” ଡେରିରେ ମିଳିଥାଏ କିନ୍ତୁ ନିଶ୍ଚିତ ମିଳିଥାଏ ।
🦋ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନି କି କେବେ ଶାନ୍ତିରେ ମଧ୍ୟ ରହି ପାରେନି ।
🦋ଭଲ ପାଇବାର ଗୋପନୀୟତା ଯେଉଁ ଦିନ ଶେଷ ହୋଇଯାଏ, ସେହି ଦିନଠାରୁ ସେ ଆଉ ଆନନ୍ଦଦାୟକ ହୋଇପାରେ ନାହିଁ ।
🦋ପ୍ରତ୍ୟେକ ମନୁଷ୍ୟ ଜୀବନରେ Misunderstanding ଗୋଟେ ଅମିତି ଜିନିଷ ଯାହା ନିବିଡ଼ ରୁ ଅତି ନିବିଡ଼ ସମ୍ପର୍କକୁ ବି ଭାଙ୍ଗି ଦେଇପାରେ ।ଶୁଭ ସକାଳ, ସୁପ୍ରଭାତ.ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!🙏🏻 ଜୟ ଜଗନ୍ନାଥ🙏🏻

Comments (0)
Add Comment