🦋ହଜାରେ ଲୋକଙ୍କ ସହିତ ସମ୍ପର୍କ ଯୋଡିବା କିଛି ବଡ କଥା ନୁହେଁ, ବଡ କଥା ଗୋଟିଏ ସମ୍ପର୍କକୁ ଆଜୀବନ ତୁଲାଇବା ।
🦋ସମ୍ମାନ ଏଭଳି ଗୋଟିଏ ଜିନିଷ ଯଦି ଆପଣ ପାଇବାକୁ ଚାହୁଁଛନ୍ତି ତାହା ହେଲେ ପ୍ରଥମେ ଦେବା ଶିଖନ୍ତୁ ।
🦋ଏଇ ଦୁନିଆରେ ଗୋଟିଏ ହାତରେ ତାଳି ବାଜେନା, ଦୁଇଟି ହାତର ଆବଶ୍ୟକ ହୋଇଥାଏ ।ତୁମେ ନିଜେ ନିର୍ଦୋଷ ହୋଇ ଅନ୍ୟକୁ ଦୋଷୀ କରନା ।ହୁଏତ ତୁମେ ଏ ଦୁନିଆ ଦାଣ୍ଡରେ ଦୋଷ ମୁକ୍ତ ହୋଇପାର କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ ।
🦋ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ରାସ୍ତା ବି ସରିଯିବ ଆଉ ଭବିଷ୍ୟତ ସେଇଠି ଅଟକି ଯିବ
🦋ପୃଥିବୀରେ ସବୁଠାରୁ ବଡ Dustbin ହେଉଛି ମଣିଷର ମନ,ଏହା ଯଦି ପରିଷ୍କାର ରୁହନ୍ତା ତାହାଲେ ପୁରା Life ଟା ସୁନ୍ଦର ରୁହନ୍ତା
➡️”ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ
➡️”କୂଅରୁ ପାଣି ବାହାର କରୁଥିବା ଲୋକର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ୍ ।ପରମେଶ୍ବର ମନୁଷ୍ୟମାନଙ୍କୁ ସମ୍ପଦ ଓ ବିପଦ ଦ୍ବାରା ପରୀକ୍ଷା କରନ୍ତି !!
➡️”ସୃଷ୍ଟିର ନିୟମ ଅଛି..ଆପଣ ଯାହା ବାଣ୍ଟିବେ, ତାହା ଆପଣଙ୍କ ପାଖରେ ଅଧିକ ହେବ। ଧନ ହେଉବା ଭୋଜନ, ମାନ ହେଉବା ଆପମାନ,ଘୃଣା ହେଉବା ଆପମାନ..
➡️”କୌଣସି କାମ ଛୋଟ କିମ୍ବା ବଡ ନୁହେଁ, ବରଂ କାମ କରିବାର ପ୍ରଣାଳୀ ସ୍ୱଳ୍ପ କିମ୍ବା ଦୀର୍ଘସ୍ଥାୟୀ ହୋଇଥାଏ।ବ୍ୟକ୍ତି ବିଶେଷ ଉପରେ ନିର୍ଭର କରେ, ତାହା କେତେ ଶୀଘ୍ର ଅନ୍ତିମ ପର୍ଯ୍ୟାୟରେ ପହଁଚିବ !!
➡️”ଓଠ ତ ସମସ୍ତଙ୍କ ପାଇଁ କାନ୍ଦିଥାଏ,ହେଲେ ଆଖି ସମସ୍ତଙ୍କ ପାଇଁ କାନ୍ଦି ପାରେନା। ଆଖି କେବଳ ତା ପାଇଁ କାନ୍ଦେ ଯାହାକୁ ଆମେ ଆମ ନିଜଠୁ ଅଧିକ ଭଲ ପାଆନ୍ତି !!
-ଆଜିର ନୀତିବାଣୀ-
➡️”ନିଜକୁ ତୁଚ୍ଛ ମନେକର ନାହିଁ-ଆଜି ଯିଏ ଆମର ନିନ୍ଦା କରୁଛି କାଲିକି ଆମର ସିଏ ସ୍ତୁତି କରିବ !!
➡️”ଯେଉଁ ଜାଗାରେ ସମ୍ମାନ- ଜୀବିକା- ବାନ୍ଧବ ମିଳେ ନାହିଁ – ବିଦ୍ୟାର୍ଜନ୍ ପାଇଁ କ୍ଷେତ୍ର ନାହିଁ।ସେଠାରେ ନିବାସ କରିବା ଉଚିତ ନୁହେଁ !
➡️”ବିଫଳତାରେ ନ ହାରି ଆଗକୁ ବଢିଲେ ହିଁ ବିଜୟୀ ହୋଇପାରିବେ !!
➡️”ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ। ଜୀବ ଯେଉଁସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ !!
➡️”ନିରନ୍ତର କାମ କରୁଥିବା ବ୍ୟକ୍ତି ଯେ ସଫଳ ହୋଇଥାଏ, ଏ ଉଦାହରଣ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ନୁହେଁ,ବରଂ ନିଷ୍ଠାକୁ ଚାବି ମନେ କରି ଅଗ୍ରସର ହେବା ଉଚିତ… !
-ଆଜିର ସୁବିଚାର-
➡️”ପ୍ରେମ ଏକ ଅନନ୍ୟ ଅନୁଭବ।ଏହାର ଆକ୍ଷରିକ ବର୍ଣ୍ଣନା ସମ୍ଭବନୁହେଁ।ତେବେ କୁହାଯାଏ ଯେ, ପ୍ରେମର ଅନୁଭବ ସମସ୍ତଙ୍କ ପାଇଁ ସମାନ !!
➡️”ମୁଁ ଚୁପ ରହିଛି ତା ମାନେ ନୁହେଁ ମୁଁ ଦୋଷ କରିଛି,ବେଳେବେଳେ Silence ବି Best Answer ହୋଇଥାଏ….କେବଳ Timeକୁ ଅପେକ୍ଷା କରିଛି !!
➡️”ଧନ ଥିଲେ ଦlରିଦ୍ରର ଭୟ ଜ୍ଞାନ ଥିଲେ ଅଜ୍ଞାନର ଭୟ ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରିଛି ତାହାର କୌଣସି ଭୟ ନାହିଁ !!
➡️”ଗୋଟିଏ ଅପ୍ରିୟ ସତକଥା ସେହି ମଣିଷ ମାନଙ୍କର VALUE କେବେ ବୁଝିବନି, ଯାହା ପାଇଁ ଆପଣ ସବୁବେଳେ AVAILABLE ଥିବେ !!
➡️”ଯଦି ଜଣେ ନାରୀକୁ ସରଳ ଭାଷାରେ ବର୍ଣ୍ଣନା କରିବାକୁ ମୋତେ କୁହାଯାଏ-ମୁଁ ତ’ କହିବି-ନାରୀମାନେ”ଧୂପକାଠି”ଯାହା ଭିତରେ ଅଗ୍ନି ଅଛି ସହନଶୀଳତା ଅଛି, ନମ୍ରତା ଅଛି, ଯିଏ ନିଜକୁ ଧୀରେ ଧୀରେ ଜଳାଇ ସମାଜକୁ ଆଉ ନିଜ ପରିବାର କୁ ସୁଗନ୍ଧିତ କରିଥାନ୍ତି !!ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!!