🦋ସ୍ବର୍ଗକୁ ପାଇବାକୁ ହେଲେ କୌଣସି ଧର୍ମର ଶରଣ ଆବଶ୍ୟକତା ନାହିଁ, ମରଣ ପରେ ଆମକୁ ଯେଉଁଭଳି ସ୍ବର୍ଗ ପ୍ରାପ୍ତି ହେବ। ଆଉ ଆମ ଜୀବନକୁ ଏପରି ଭାବରେ ଗଢି ତୋଳନ୍ତୁ ଯେପରି ଆମର ଏହି ଧରିତ୍ରୀ ସ୍ବର୍ଗ ବନିଯିବ ।
🦋ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ ଲକ୍ଷ୍ଯ ଜୀବନକୁ ବ୍ଯସ୍ତ ଶିଖାଏ ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ
🦋ଯନ୍ଦି ଆପଣ ନିଜେ ସତ୍ ପଥରେ ଅଛନ୍ତି, ତେବେ ନୀରବତାର ସହ କାମ କରିଚାଲନ୍ତୁ । ଦୁଷ୍ଟ, କପଟୀ ଲୋକଙ୍କ ଚିତ୍କାରକୁ ଧ୍ଯାନ ନଦେଇ ନିଜ କାମକୁ ପ୍ରାଧାନ୍ୟ ଦିଅନ୍ତୁ । ଦେଖିବେ ସମୟ ହିଁ ସବୁ କଥା ପ୍ରକାଶ କରିବ , ଏହା ଚିରନ୍ତନ ସତ୍ୟ ।
🦋ସର୍ବଦା ନିଜ କର୍ମ ଉପରେ Focous କରନ୍ତୁ,ଲୋକଙ୍କ କଥାକୁ ନୁହେଁ; ତେବେ ଯାଇ ଜୀବନରେ ଉନ୍ନତି କରିପାରିବେ ।
➡️”ନକାରାତ୍ମକ ପରିସ୍ଥିତିରେ ଥାଇ ମଧ୍ୟ ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ , କାହିଁକିନା ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଦ୍ବାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ !!
➡️”ଜୀବନରେ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ବହୁତ ମଜବୁତ୍ କରିବ . କାହିଁକିନା ଲୁହା ଥଣ୍ଡାରେ ହିଁ ମଜବୁତ୍ ଥାଏ ଆଉ ତାକୁ ଗରମ ଅବସ୍ଥାରେ ଯେପରି ଚାହିଁବେ ସେପରି ଆକାର ଦେଇ ପାରିବେ !!
➡️”ପରିବର୍ତ୍ତନ ବିନା ପ୍ରଗତି ସମ୍ଭବ ନୁହେଁ , ଆଉ ଯିଏ ନିଜ ଚିନ୍ତାଧାରା ର ପରିବର୍ତ୍ତନ କରିପାରି ନାହିଁ ସେ କିଛି ବି ପରିବର୍ତ୍ତନ କରିପାରିବ ନାହିଁ !!
➡️”ଆପଣ ଚାଲୁ ଥିବା ରାସ୍ତାରେ ଯଦି କେହି ସମସ୍ୟାର ପାହାଡ଼ ଛିଡ଼ା କରୁଛି ତଥାପି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ , କାହିଁକିନା ଏମାନେ ହେଉଛନ୍ତି ସେହି ଲୋକ ଯିଏ ଆପଣଙ୍କୁ ଚାଲିବା ସମୟରେ ଡେଇଁବା ଶିଖାଇ ଦେଉଛନ୍ତି !!
➡️”ମୁଁ ଲୋକଙ୍କ ନିନ୍ଦା ଆଉ ଅପବାଦ ନୀରବତାର ସହ ଶୁଣେ କାହିଁକିନା ଉତ୍ତର ଦେବାର ଅଧୂକାର କେବଳ ସମୟ ପାଖରେ ହିଁ ଅଛି
ଆଜିର ନୀତିବାଣୀ
➡️”ଭୁଲ୍ କରିଦେଲେ ସାଥୀ ଛାଡିଦେବା ନୂହେଁ , ବରଂ ଭୁଲ୍ ହେଲାପରେ ବି ଯିଏ ତୁମକୁ ବୁଝାଇବା ପାଇଁ ଚେଷ୍ଟା କରେ, ସେ ତୁମର ପ୍ରକୃତ ସାଥୀ ଅଟେ !!
➡️”ସେଇ ମଣିଷକୁ କେବେ ବି ହରେଇ ବନି ଯିଏ ତୁମ ଉପରେ ରାଗିଲେ କିଛି ସମୟ ପାଇଁ ଦୂରେଇ ଯାଏ ସତ ହେଲେ କେବେ ତୁମଠୁ ଅଲଗା ହୁଏନି !!
➡️”ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ ତେଣୁ ପ୍ରତ୍ୟେକ ସକାଳୁ ଜିତିବାର ଇଛା ନେଇ ଆଗକୁ ବଢନ୍ତୁ !!
➡️”କଥା କଥାରେ ଭାଗ୍ୟକୁ ଦୋଷ ଦେଉଥିବା,ଅନ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି କେବେ ସୁଖୀ ହୋଇପାରନ୍ତି ନାହିଁ !!
➡️”ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡିଥାଏ । କାହାଠାରୁ ଜୋର୍ ଜବରଦସ୍ତି ସମ୍ମାନ ମିଳି ନ ଥାଏ !!
ଆଜିର ସୁବିଚାର
➡️”ସବୁ ଖୁସିକୁ ଖୁସି ଭାବନ୍ତୁ ନାହିଁ ସବୁ ଦୁଃଖକୁ ଦୁଃଖ ଭାବନ୍ତୁ ନାହିଁ , ଯଦି ଏହି ଦୁନିଆରେ ବଞ୍ଚିବାର ଅଛି , ତେବେ ନିଜକୁ କାହାଠାରୁ କମ୍ ଭାବନ୍ତୁ ନାହିଁ !!
➡️”ମନ୍ଦ ପ୍ରକୃତି ବିଶିଷ୍ଟ ମନୁଷ୍ୟମାନେ ସାଧୁ ମେଳରେ ଧୀର୍ଘକାଳ ରହିପାରନ୍ତି ନାହିଁ ସେମାନେ ମନ୍ଦ ପ୍ରକୃତି ବିଶିଷ୍ଠ ବ୍ୟକ୍ତି ମାନଙ୍କ ସହିତ ଯେତେ ପ୍ରେମରେ କଥାଭାଷା ହୁଅନ୍ତି , ସାଧୁ ସହିତ ସେତେ ଭାବ ରଖପାରନ୍ତି ନାହିଁ !!
➡️”ମଣିଷ କୁହେ ମନ୍ଦିର କୁ ଭଙ୍ଗା ଜିନିଷ ନିଅନ୍ତି ନାହିଁ ହେଲେ ମଣିଷ ନିଜେ ଭାଙ୍ଗି ମନ୍ଦିର କୁ କାହିଁ ଯାଏ !!
➡️” ଯେଉଁ ବ୍ୟକ୍ତିମାନେ ନିଜ ମନର କଥାକୁ ପ୍ରକାଶ କରିପାରନ୍ତି ନାହିଁ , ପ୍ରକୃତରେ ସେମାନେ ଖୁବ ଉଦାର ହୃଦୟର ହୋଇଥିବା ବେଳେ ଅନ୍ୟର କଷ୍ଟକୁ ମଧ୍ଯ ସହିପାରନ୍ତି ନାହିଁ !!
➡️”ସମ୍ପର୍କର ମୃତ୍ୟୁ ନାହିଁ । ମଣିଷର ସ୍ବଭାବ , ବ୍ୟବହାର ଏବଂ ଗର୍ବ ସମୟେ ସମୟେ ଏହାକୁ ମରିଦେଇଥାଏ ….. !!
🙏🏾ଓଁ ସୂର୍ଯ୍ୟ ଦେବାୟ ନମଃ🙏🏾ଶୁଭ ସକାଳ,ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏🏾ଜୟ ଜଗନ୍ନାଥ,ଜୟସୋମନାଥ🙏🏾