ଆଜିର ଅନୁଚିନ୍ତା

ତାରିଖ - ୨୩:୦୪:୨୦୨୧ (ଶୁକ୍ରବାର)

➡️ସେହି ପିଲା ସବୁଠାରୁ ବେଶୀ ଭାଗ୍ୟବାନ ଯାହା ଜୀବନରେ ପ୍ରତ୍ୟେକଟି ସକାଳ ଆରମ୍ଭ ହୁଏ ମାଆର ମୁହଁ ଚାହିଁ, ଆଉ ପ୍ରତ୍ୟେକ ରାତି ବି ଶେଷ ହୁଏ ମାଆର ମୁହଁ ଚାହିଁ
➡️ଜୀବନରେ ସବୁବେଳେ ସିଂହ ହେବାପାଇଁ ଚେଷ୍ଟା କରନ୍ତୁ ସିଂହାସନ ପାଇଁ ଚିନ୍ତା କରନ୍ତୁ ନାହିଁ କାରଣ ସିଂହ ଯେଉଁ ଚଟାଣ ଉପରେ ବସିଯାଏ ସେଇଟା ସିଂହାସନ ବନିଯାଏ ।
➡️ବଞ୍ଚି ରହିବା ପାଇଁ ପ୍ରତ୍ୟେକ ମଣିଷ ଅଭିନୟ କରେ କେହି ନିଜ ସହ କେହି ଅନ୍ୟ କାହା ସହ
➡️ବାପା ଓ ମାଆଙ୍କୁ ଶେଷ ସମୟରେ ଯେଉଁ ପୁଅ ଦୁଃଖ ଦେଇଥାଏ, ସେଇ ଦୁଃଖ ତା ‘ ଶେଷ ସମୟରେ ତାକୁ ହିଁ ମିଳିଥାଏ ।
➡️ମୁହଁର ସେଇ ଛୋଟିଆSMILE ହେଉଛି ଏମିତି ଏକ Medicine ଯାହା ଦ୍ଵାରା ମଣିଷ ନିଜ ଶତୃର ହୃଦୟକୁ ବି ଜିଣି ଯାଇଥାଏ ।
➡️ଅନ୍ୟକୁ କଷ୍ଟ ଦେବା ସହଜ,ଅନ୍ୟର ଲୁହ ପୋଛିବା କଷ୍ଟ ଜୀବନରେ ସବୁବେଳେ ଚେଷ୍ଟା କରିବା ଆମ ପାଇଁ କାହା ମନ ଦୁଃଖ ନ ହେଉ,ଯଦି କାହାକୁ ହସାଇ ପାରିବା ନାହିଁ ତ କାହାକୁ କନ୍ଦାଇପାରିବାର ଅଧିକାର ଆମର ନାହିଁ !
➡️ଜଣେ ଅସାଧାରଣ, ଉଚ୍ଚ ଧୀଶକ୍ତିସଂପନ୍ନ ବ୍ୟକ୍ତିର ଚିନ୍ତା,ଚେତନା ଓ ମନର ଭାବକୁ ଜଣେ ସାଧାରଣ ବ୍ୟକ୍ତିର ମସ୍ତିଷ୍କ ସଠିକ ଭାବେ ଆକଳନ କରିପାରେନା !
➡️ସାହାଯ୍ୟ ସେହିମାନଙ୍କୁ କରନ୍ତୁ ଯିଏ ନିହାତି ଅସହାୟ ନଚେତ ଛଳ କପଟୀମାନଙ୍କୁ ସହାୟତା କଲେ ସେମାନେ ନିଜ କପଟରେ ତୁମକୁ ଏମିତି ଫସାଇବେ ଯେ ତୁମ ଡାକ କେବି ବି ଭଗବାନଙ୍କ ପାଖରେ କେବେବି ପହଞ୍ଚି ପାରିବନି !
➡️ଭୋକରେ ଥିବା ମଣିଷ ଆଉ ଧୋକା ଖାଇଥିବା ମଣିଷକୁ ସମୟ ସବୁବେଳେ କିଛି ନା କିଛି ଶିକ୍ଷା ଦେଇଥାଏ !
➡️ମଣିଷ ଅନ୍ୟର ଦୋଷ ଦେଖିଲେ ବିଚାରପତି ହୋଇଯାଏ କିନ୍ତୁ ନିଜର ଦୋଷ ପାଇଁ ଓକିଲ ହୋଇଯାଏ !
➡️ଜୀବନରେ କେହି ସାଥିରେ ଅଛି ସେତିକି ହିଁ ଯଥେଷ୍ଟ , କାନ୍ଧ ଉପରେ କାହା ହାତ ଅଛି ସେତିକି ହିଁ ଯଥେଷ୍ଟ , ଦୂରରେ ହେଉ କିମ୍ବା ପାଖରେ କ’ଣ ଫରକ୍ ପଡୁଛି । ପବିତ୍ର ସମ୍ପର୍କର ତ କେବଳ ଅନୁଭବ ହିଁ ଯଥେଷ୍ଟ ଅଟେ !
  -ଆଜିର ସୁବିଚାର-
➡️ଯେତେ ବେଳେ ଜୀବନ ନାମକ powerbank କାମରେ ଆସେ , ସେ ହେଉଛି ” FRIENDS !ସେ ହେଉଛି FRIENDS !
➡️ଯାହାର ମନ ପବିତ୍ର ଥାଏ ସେ ଈଶ୍ବର ନ ପୁଜିଲେ ମଧ୍ୟ ଈଶ୍ଵରଙ୍କ କୃପା ସାଥିରେ ରହିଥାଏ।ଯେଉଁ ମଣିଷର ମନ ଅପବିତ୍ର ଥାଏ ସେ ମଣିଷ ନିଜ ପାଖରେ ଈଶ୍ବରଙ୍କ ମୂର୍ତ୍ତି ରଖିଲେ ବା ପୁଜିଲେ ସେ ଭକ୍ତିର କୌଣସି ମୂଲ୍ୟ ନ ଥାଏ !
➡️ଭଗବାନ ସେଇମାନଙ୍କ କୋଳରେ ଝିଅଟିଏ ଦିଅନ୍ତି , ଯେଉଁମାନେ ତାଙ୍କ ଜୀବନରେ ଅସରନ୍ତି ପୁଣ୍ୟ ଅର୍ଜନ କରିଥାନ୍ତି !
➡️ଜୀବନରେ ଧନ ସମ୍ପତ୍ତି ଠାରୁ ମୂଲ୍ୟବାନ ହେଲା ସମ୍ପର୍କ କାହିଁକି ନା ଧନ ସମ୍ପତ୍ତି ତ ମିଳିଯିବ ହେଲେ ଯେଉଁ ସମ୍ପର୍କ ଥରେ ଭାଙ୍ଗିଯିବ ସେ ଆଉ ମିଳିବନି !
➡️କେବେ କାହାକୁ ଗରିବ ଭାବି ସମ୍ପର୍କ ଭାଙ୍ଗ ନାହିଁ କାରଣ ଗରିବ ପାଖରୁ ଯେଉଁ ସମ୍ମାନ ’ ମିଳି ଥାଏ । ତାହା କେବେ ଜଣେ ଧନୀ ପାଖରୁ ମିଳି ନ ଥାଏ !
➡️ଜୋର ଜବରଦସ୍ତି ରେ କୌଣସି ସଂପର୍କ ରଖାଯାଏ ନାହିଁ ।ଗୋଟିଏ ଭଲ ସଂପର୍କ ରଖିବା ପାଇଁ ମନରେ ଭଲଭାବନା ଓ ହୃଦୟରେ ଭଲପାଇବା ଆଉ , ମନରେ ସ୍ନେହ , ଶ୍ରଦ୍ଧା ରହିବା ଦରକାର !ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Comments (0)
Add Comment