ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ
➡️”ଏହି ଦୁନିଆର ନିୟମ::-ଯାହାକୁ ସବୁଠାରୁ ବେଶୀ ପ୍ରେମ କରିଥାଅ, ସେହି ତୁମଠାରୁ ଦୁରେଇ ଯାଇଥାଏ !
➡️”ନିଜ ଅସୁବିଧାକୁ ହେୟ ଜ୍ଞାନ କିମ୍ବା ଅଯଥା ମନେ ନ କରି ବରଂ ସେହି ପରିସ୍ଥିତିକୁ ଲଢ଼ି ଆଗକୁ ବଢିବା ଉଚିତ।ଭବିଷ୍ୟତ ସୁନ୍ଦର ହେବା ନିଜ ଉପରେ ମଧ୍ୟ ନିର୍ଭର କରିଥାଏ !!
➡️”ଇଜ୍ଜତ ମନୁଷ୍ୟର ନୁହେଁ ପଇଷାର ହୋଇଥାଏ !
➡️”କାହାକୁ ଜବରଦସ୍ତି କରନାହିଁ ତୁମ ସହିତ କଥା ହେବାପାଇଁ।ଯଦି ତାଙ୍କ ହୃଦୟରେ ତୁମ ପାଇଁ ଭଲପାଇବା ଅଛିତ ସେ ଆପଣଙ୍କ ପାଇଁ ନିଶ୍ଚିତ ସମୟ ବାହାର କରିବେ !
➡️”ବନ୍ଦ ଘଣ୍ଟା କିମ୍ବା ନ ଚାଲୁଥିବା କୌଣସି ଯନ୍ତ୍ରପାତି ଜିନିଷକୁ ଘରରେ ରଖନ୍ତୁ ନାହିଁ – ଏହା ଅଶୁଭ ଅଟେ !
ଆଜିର ଅନୁଚିନ୍ତା
➡️”ଥରେ ଭାବି ଦେଖନ୍ତୁ ଆପଣମାନେ ନିଜ ଚେହେରାକୁ ନେଇ ଆଜି ଯେଉଁ ଗର୍ବ କରୁଛନ୍ତି , ମରିବାର ୫ ଦିନ ପରେ ଆପଣଙ୍କ ସେଇ ଶରୀରକୁ ପଶୁ ପକ୍ଷୀ ମଧ୍ୟ ଛୁଇଁବାକୁ ଘୃଣା କରିବେ ତେଣୁ ମଣିଷ ସହିତ ମଣିଷ ଭଳି ବ୍ୟବହାର କରନ୍ତୁ କାହା ମନରେ ଅଯଥାରେ କଷ୍ଟ ଦିଅନ୍ତୁ ନାହିଁ କାହିଁକି ନା ତୁମ ପରି ବି ତାହାର ଗୋଟିଏ ହୃଦୟ ଅଛି !!
➡️”ରାସ୍ତାରେ ଚାଲି ଗଲାବେଳେ ତୁମ ବିଷୟରେ କେତେ ଲୋକ କେତେ କଥା କହନ୍ତି , ତୁମେ କଣ ସେଥିପାଇଁ ଚାଲିବା ଛାଡି ଦେଇଛି କି ? ନୁହଁ ନା ? ସେମିତି ଜୀବନ ରୂପକ ରାସ୍ତାରେ ଚାଲିଲା ବେଳେ ଲୋକେ ଅନେକ କଥା କହିବେ , ସେଥିପ୍ରତି ଧ୍ୟାନ ନଦେଇ ଆଗେଇ ଚାଲିବା ଆବଶ୍ୟକ । ଲୋକମାନଙ୍କର ଏଇଟା ତ ଗୋଟେ ଅଭ୍ୟାସ ଆମେ ଭଲ କଲେ ବି ଲୋକେ କହିବେ ଆଉ ଖରାପ କଲେ ବି କହିବେ !
➡️”ମଣିଷ ମାଡର ଆଘାତ ସହିପାରେ କିନ୍ତୁ କଥାର ଆଘାତ ଆଦୌ ସହିପାରେ ନାହିଁ .. !
➡️”ତପସ୍ୟା ପାର୍ବତୀଙ୍କର ଥିଲା କିନ୍ତୁ ପ୍ରତୀକ୍ଷା ଶିବଙ୍କର ମଧ୍ୟ ଥିଲା,ସୀତାଙ୍କ ଆଖିରେ ଲୁହ ଥିଲା କିନ୍ତୁ ଶ୍ରୀରାମଙ୍କୁ କଷ୍ଟ ସହିବାକୁ ପଡ଼ିଥିଲା,ରାଧା କୃଷ୍ଣଙ୍କୁ ପାଇ ନଥିଲେ ଆଉ କୃଷ୍ଣଙ୍କୁ ଅଧୁରା ରହିବାକୁ ପଡ଼ିଥିଲା । ଦେବତାଙ୍କ ଜୀବନ ଯେତେବେଳେ ସରଳ ନଥିଲା ତେବେ ଆମ ଜୀବନ ଏତେ ସରଳ କେମିତି ସମ୍ଭବ ..
➡️”ଦୁନିଆରେ ସବୁବେଳେ ସେହି ମଣିଷ ଉଦାସ ରହିଥାଏ ଓ ଦୁଃଖ କଷ୍ଟ ସହିଥାଏ .. ଯିଏ ନିଜଠାରୁ ଅଧିକ ଅନ୍ୟକୁ ଗୁରୁତ୍ବ ଓ ଭଲପାଇବା ଦେଇଥାଏ !
ଆଜିର ସୁବିଚାର
➡️”ସତ୍ୟଯୁଗରେ କିଏ ରାଗିଲେ..ରାଗରେ ଅଭିଶାପ ଦେଇ ଦେଉଥିଲେ । କଳିଯୁଗରେ ଏବେ କିଏ ରାଗିଲେ … ରାଗରେ ସିଧା BLOCK କରି ଦେଉଛନ୍ତି ୟାକୁ ହିଁ କୁହନ୍ତି ଡିଜିଟାଲ୍ ଅଭିଶାପ !!
➡️”ଜଣେ ବନ୍ଧୁ ମୋତେ ପଚାରିଲେ ଏ ଦୁନିଆରେ ତୁମର ନିଜର କିଏ ? ମୁଁ ହସିଦେଇ କହିଲି ସମୟ ! ସମୟ ଭଲ ଥିଲେ ସମସ୍ତେ ନିଜର ଆଉ ସମୟ ଖରାପ ଥିଲେ ସମସ୍ତେ ପର !!
➡️”ସମୟ କାହାକୁ ସୁଯୋଗ ଦେଇ ନଥାଏ ତେଣୁ ସୁଯୋଗ ଦେଖି ସମୟକୁ ବ୍ୟବହାର କରନ୍ତୁ ଏହା ହିଁ ଉପଯୁକ୍ତ ହେବ !!
➡️”ମା ଓ ସ୍ତ୍ରୀ ଏହି ଦୁଇଜଣଙ୍କୁ ସବୁବେଳେ ଇଜ୍ଜତ୍ ଓ ସମ୍ମାନ ଦିଅନ୍ତୁ କାରଣ ଜଣେ ଯିଏ ତୁମକୁ ଏହି ଦୁନିଆକୁ ଆଣିଛି ଆଉ ଜଣେ ଯିଏ ତା ନିଜ ଦୁନିଆ ଛାଡି ତୁମ ପାଖକୁ ଆସିଛି !!
➡️”ପ୍ରୟାସ କଦାପି ବୃଥା ଯାଏ ନାହିଁ । ବିଫଳତା ସ୍ଥାୟୀ ନୁହେଁ । ବେଳେବେଳେ ଏକ ଛୋଟ ପ୍ରୟାସ ମଧ୍ୟ ଆପଣଙ୍କୁ ସଫଳତା ଦେଇପାରେ !!
🙏ଜୟ ମା ସନ୍ତୋଷୀ🙏. ଶୁଭ ସକାଳ ଆଜି ଶୁକ୍ରବାର କାଳୀୟଦଳନ ଏକାଦଶୀ ପ୍ରଭୁ ଶ୍ରୀ କୃଷ୍ଣ ଓ ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏

Comments (0)
Add Comment