🚩ଓଁ ମା ମଙ୍ଗଳା🚩🙏.ଖୁଦୁରୁକୁଣି ଓଷା ଆରମ୍ଭ🙏.
🌻ଶ୍ରଦ୍ଧାରୁ >> ଜ୍ଞାନ ନମ୍ରତାରୁ >>ମାନ ” ଆଉ ” ନିଜ ଯୋଗ୍ୟତାରୁ >> ମିଳେ ସ୍ଥାନ,ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ ।
🌻ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ ।
🌻ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ ।
🌻ଆପଣ ଯାହା ବିଶ୍ୱାଶ କରନ୍ତି ସେଥିରେ ମନ ପ୍ରାଣ ଦେଇ କାର୍ଯ୍ୟ କରନ୍ତୁ । ଫଳାଫଳ ନିଶ୍ଚୟ ଆଶ୍ଚର୍ଯ୍ୟଜନକ ହେବ ।
🌻ନା Boyfriend ନା Girlfriend ଜୀବନରେ କାହାରି ଆବଶ୍ୟକତା ନାହିଁ,
” କିନ୍ତୁ ” ଜୀବନରେ ଜଣେ Best friend ର ଆବଶ୍ୟକତା ନିଶ୍ଚୟ ଅଛି ।
⚜ ପ୍ରତି ପାଦେ ଏବେ ମୃତ୍ୟୁ ବିଭିଷିକା ତାଣ୍ଡବ କରୁଛି ଦେଖ
ଆସିଯିବ କେବେ ଜାବୁଡି ଧରିବ ମେଣ୍ଟାଅ ହେ ଆତ୍ମା ଭୋକ ।
⚜ଆପଣ ପିନ୍ଧିଥିବା ସର୍ବୋତ୍ତମ ପୋଷାକ ହେଉଛି ଆତ୍ମସମ୍ମାନ ଅନ୍ୟ କାହା ପାଇଁ ଏହାକୁ ହରାନ୍ତୁ ନାହିଁ ।
⚜ ସବୁ ଅପରାଧର କ୍ଷମା ଅଛି କିନ୍ତୁ ବିଶ୍ବାସ ଘାତକତାର କୌଣସି କ୍ଷମା ନାହିଁ ।
⚜ଶିକ୍ଷା ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ ।ଜଣେ ଶିକ୍ଷିତ ବ୍ଯକ୍ତିଙ୍କୁ ସବୁଠାରେ ସମ୍ମାନ ଦିଆଯାଏ ।ଶିକ୍ଷା ସୌନ୍ଦର୍ଯ୍ୟକୁ ସର୍ବଦା ପରାସ୍ତ କରେ ।
⚜ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ ।
ଆଜିର ଭାଗବତ ବାଣୀ
ଭଗବାନ କହୁଛନ୍ତି — ଏହି ସୃଷ୍ଟିପୂର୍ବରୁ କେବଳ ମୁଁ ହିଁ ଥିଲି । ମୋ ବ୍ୟତୀତ ସ୍ଥୂଳ କିମ୍ବା ସୂକ୍ଷ୍ମ, କିମ୍ବା ଏହି ଉଭୟର କାରଣ ବୋଲି କିଛି ନ ଥିଲା । ଯେତେବେଳେ ଏହି ସୃଷ୍ଟି ନ ଥିଲା, ସେତେବେଳେ ଏକମାତ୍ର ମୁଁ ହିଁ ଥିଲି; ଏହି ଜଗତ୍ ରୂପରେ ଯାହା କିଛି ଦୃଶ୍ୟମାନ ହେଉଛି, ତାହା ମଧ୍ୟ ମୁଁ ଏବଂ ଏସବୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବା ପରେ ସର୍ବଶେଷରେ ମଧ୍ୟ ଏକମାତ୍ର ମୁଁ ହିଁ ରହିଥିବି ।କୌଣସି ବସ୍ତୁର ଆଭାସ ବା ପ୍ରତିବିମ୍ବ ଯେପରି ସତ୍ୟ ପରି ମନେ ହେଉଥାଏ, ବାସ୍ତବରେ ତାହା ଅସତ୍ୟ ବା ସତ୍ତାହୀନ । ପୁନଶ୍ଚ ଆକାଶମଣ୍ଡଳରେ ଯେପରି ରାହୁ ବିଦ୍ୟମାନ ଥିଲେ ମଧ୍ୟ ଦେଖାଯାଏ ନାହିଁ, ଠିକ୍ ସେହିପରି ମୁଁ ବିଦ୍ୟମାନ ଥିଲେ ମଧ୍ୟ ଦୃଷ୍ଟିଗୋଚର ହୁଏ ନାହିଁ । ଏହି ପ୍ରକାର ପ୍ରତୀତି ଓ ଅପ୍ରତୀତିକୁ ମୋର ମାୟା ବୋଲି ଜାଣିବା ଉଚିତ । ଯେପରି ଛୋଟ ବଡ଼ ସବୁ ପ୍ରାଣୀଙ୍କର ଶରୀର ପଞ୍ଚମହାଭୂତରେ ଗଢ଼ା ହୋଇଥିବାରୁ ସେହିସବୁ ଶରୀରରେ ପଞ୍ଚମହାଭୂତ ପ୍ରବେଶ କରିଥାନ୍ତି ଓ ପ୍ରବେଶ କରି ନ ଥାନ୍ତି ମଧ୍ୟ ; କାରଣ ପଞ୍ଚମହାଭୂତ ସେହିସବୁ ଶରୀରରେ ଆବଦ୍ଧ ହୋଇ ନ ଥାନ୍ତି, ଠିକ୍ ସେହିପରି ମୁଁ ସେହିସବୁ ଶରୀରରେ ପ୍ରବେଶ କରିଥିବା ପରି ଦେଖାଯାଏ, ଅଥଚ ମୁଁ ସେସବୁରେ ଆବଦ୍ଧ ନୁହେଁ । ପରମାତ୍ମତତ୍ତ୍ବ ଜାଣିବାକୁ ଚାହୁଁଥିବା ସାଧକମାନେ ଏତିକି ଜାଣିରଖିବା ଉଚିତ ଯେ — ପରମାତ୍ମାଙ୍କ ଠାରୁ ହିଁ ବିଶ୍ବ ଉତ୍ପନ୍ନ ହୋଇଛି; ସେ ହିଁ ଏହି ବିଶ୍ବର ଭିତରେ ଓ ବାହାରେ ସର୍ବତ୍ର ବ୍ୟାପି ରହିଛନ୍ତି; ଅତଏବ ଅନ୍ବୟରୂପେ ସେ ହିଁ ବିଦ୍ୟମାନ । “ଏହା ନୁହେଁ”, “ଏହା ନୁହେଁ” କହି ବ୍ୟତିରେକରୂପେ ସବୁ କିଛିକୁ ପ୍ରତ୍ୟାଖ୍ୟାନ କରିଚାଲିଲେ, ଶେଷରେ ସେ ହିଁ ରହନ୍ତି । ସୁତରାଂ ତତ୍ତ୍ବତଃ ଦେଖିବାକୁ ଗଲେ, ପ୍ରକୃତରେ ଏକମାତ୍ର ସେ ହିଁ ସର୍ବଦା ସର୍ବତ୍ର ବିଦ୍ୟମାନ ।। ଶ୍ରୀ ଜଗନ୍ନାଥ ଶରଣଂ।।
🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏. ଶୁଭ ସକାଳ,ଆଜି ରବିବାର ଖୁଦୁରୁକୁଣି ଓଷା ଆରମ୍ଭ ମା ମଙ୍ଗଳା ଓ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ମଙ୍ଗଳା ଓ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମା ଆଉ ପ୍ରଭୁଙ୍କ ନିକଟରେ ଏତିକି ମିନତୀ 🙏.