ଅଗଷ୍ଟମାସ ୧୪ତାରିଖ ୨୦୨୪ ମସିହା(ବୁଧବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ ୧୦/୨୧ ଗତେ ଦଶମୀ, ସୁର୍ୟୋଦୟ -ପ୍ରାତଃ ଘ୦୫ /୩୦/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୪,ଯୋଗିନୀ ପୂର୍ବେ ଦିବା ଘ ୧୦/୨୧ ଗତେ ଉତ୍ତରେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟରାଶିର ଘାତବାର, କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୬ ମଧ୍ୟେ,ବାରବେଳା -ଦିବା ଘ୧୧/୫୦ ଗତେ ଘ୦୧/ ୨୫ମଧ୍ୟେ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ରାତ୍ରି ଘ୦୬/୫୮ ଗତେ ଘ୦୯/୨୩ ମଧ୍ୟେ ଓ ଘ୦୨/୦୯ ଗତେ ଘ୦୪/ ୫୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୫୪ ଗତେ ଘ୦୫/୩୧ ମଧ୍ୟେ, ଲାଉ ଦିବା ଘ୧୦/୨୧ ଗତେ କଳମଶାଗ ଭକ୍ଷଣ ନିଷେଧ।
ମେଷ👉ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟା କରନ୍ତୁଯେ ଭୁଲ କାହାର ଏବଂ କେଉଁଠି ହୋଇଛି ।ନିଜ ତରଫରୁ ନିଜରକ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ👉ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ👉ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ👉କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ👉ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା👉ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା👉ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା👉ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ👉ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହିପାରନ୍ତି ।
ମକର👉ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲିପାରେ ।
କୁମ୍ଭ👉ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବନାହିଁ ।ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ ।ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟହେବାର ଯୋଗରହିଛି ।
ମୀନ👉ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।
ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ତିନୋଟି ଶୁଭଯୋଗ । ରାକ୍ଷୀବାନ୍ଧିବାର ଶୁଭମୂହୂର୍ତ୍ତ କେତେବେଳେ ଜାଣନ୍ତୁ…
ରକ୍ଷାବନ୍ଧନ ବା ରାକ୍ଷୀପୂର୍ଣ୍ଣିମା ଶ୍ରାବଣମାସର ଶୁକ୍ଲପକ୍ଷର ପୂର୍ଣ୍ଣିମାଦିନ ପାଳନ କରାଯାଏ। ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହପ୍ରେମରପର୍ବ ପ୍ରତି ବର୍ଷ ଅଗଷ୍ଟମାସରେ ପଡିଥାଏ ।ଏହିବର୍ଷ, ରାକ୍ଷୀପୂର୍ଣ୍ଣିମା ଦିନ ଭଦ୍ରାସାୟା ଅଛି,ଏପରି ପରିସ୍ଥିତିରେ, ଭଉଣୀ କେତେବେଳେ ନିଜଭାଇକୁ ରାକ୍ଷୀ ବାନ୍ଧିବେ? ଏହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ପାଞ୍ଜିଅନୁଯାୟୀ, ଚଳିତବର୍ଷ ଶ୍ରାବଣମାସର ଶୁକ୍ଲପକ୍ଷର ପୂର୍ଣ୍ଣିମା ତାରିଖ୧୯ଅଗଷ୍ଟ ସୋମବାରଦିନ ୦୩:୦୪ ରୁ ଆରମ୍ଭ ହେଉଛି। ଏହି ତାରିଖ ୧୯ ଅଗଷ୍ଟରେ୧୧:୫୫ PMରେ ସମାପ୍ତ ହେଉଛି ।ଏପରିପରିସ୍ଥିତିରେ ଉଦୟତିଥୀଆଧାରରେ ୧୯ଅଗଷ୍ଟ ସୋମବାରଦିନ ରାକ୍ଷୀପୂର୍ଣ୍ଣିମା ପର୍ବ ପାଳନ କରାଯିବ।
ଏହିବର୍ଷ ଭଦ୍ରାସାୟା ରାକ୍ଷୀପୂର୍ଣ୍ଣିମା ଦିନ ରହିବ ।ଭଦ୍ରାସାୟା ଆରମ୍ଭସମୟ ସକାଳ୫:୫୩, ଏହାପରେ ରାତି ୧:୩୨ ପର୍ଯ୍ୟନ୍ତ ଚାଲିବ । ତଥାପି, ଅନେକ ପଣ୍ଡିତଙ୍କମତରେ ଯଦି ଭଦ୍ରାଙ୍କବାସ ପାତାଳଲୋକରେ କିମ୍ବା ସ୍ୱର୍ଗରେଥାଏ, ତେବେ ସେ ପୃଥିବୀରେ ବାସକରୁଥିବା ଲୋକଙ୍କପାଇଁ ଉଦ୍ଦିଷ୍ଟ ନୁହଁନ୍ତି।
ରାକ୍ଷୀପୂର୍ଣ୍ଣିମାଦିନ ସନ୍ଧ୍ୟାରେ ପଞ୍ଚକମଧ୍ୟ ପାଳନ କରାଯାଏ। ପଞ୍ଚକସନ୍ଧ୍ୟା ୭ଟାରୁ ଆରମ୍ଭହୋଇ ପରଦିନସକାଳ ୫:୫୩ ପର୍ଯ୍ୟନ୍ତ ଚାଲିବ । ସୋମବାରଦିନ ପଞ୍ଚକ ପଡୁଛି, ଯାହା ରାଜପଞ୍ଚକ, ଏହାକୁ ଅଶୁଭ ବିବେଚନା କରାଯାଏନାହିଁ। ଏହା ଶୁଭଅଟେ ।୧୯ଅଗଷ୍ଟରେ ରାକ୍ଷୀପୂର୍ଣ୍ଣିମା ସମୟ ରାତି୧:୩୦ ରୁ ୯:୦୮ମଧ୍ୟରେ । ସେଦିନ ଭାଇମାନଙ୍କୁ ରାକ୍ଷୀବାନ୍ଧିବାକୁ ୭ଘଣ୍ଟା ୩୮ମିନିଟ୍ ପର୍ଯ୍ୟନ୍ତପାଇବେ ।
ଏହିବର୍ଷ ରାକ୍ଷୀପୂର୍ଣ୍ଣିମାରେ ତିନୋଟିଶୁଭ ମିଶ୍ରଣ ଗଠନହେଉଛି ।ଶୋଭନଯୋଗ ସେହିଦିନ ସାରାଦିନ ରହିବ ।ସାରଳା ସିଦ୍ଧଯୋଗ ୦୫:୫୩ AM ରୁ ୦୮:୧୦ AM ଥିବାବେଳେ ରବିଯୋଗ ୦୫:୫୩ AM ରୁ ୦୮:୧୦ AM ଯାଏଁ ରହିବ ।
ରାକ୍ଷୀପୂର୍ଣ୍ଣିମାରପର୍ବ ଭାଇ ଓ ଭଉଣୀଙ୍କମଧ୍ୟରେ ଥିବା ପ୍ରେମରପ୍ରତୀକ । ଏହିଦିନ ଭଉଣୀମାନେ ନିଜଭାଇ ହାତରେ ରାକ୍ଷୀବାନ୍ଧନ୍ତି ଓ ସେମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦିଅନ୍ତି ।ଏହାର ପ୍ରତିବଦଳରେ, ଭାଇମାନେ ସେମାନଙ୍କର ପ୍ରିୟଭଉଣୀକୁ ଉପହାର ଦିଅନ୍ତି ।
!!ଜୟଜଗନ୍ନାଥ, ଜୟସୋମନାଥ ,ଜୟମା ଯୋଗମାୟା!!