ଆଜିର ରାଶିଫଳ

ସାବଧାନ ! ମୁହଁ ଘୋଡାଇ ଶୋଉଛନ୍ତି କି , ଦେଖାଦେବ ଏହି ସବୁ ସମସ୍ୟା....

ଜାନୁଆରୀ ମାସ ୦୯ ତାରିଖ ୨୦୨୬ ମସିହା (ଶୁକ୍ରବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର-ଉତ୍ତର ଫା ଦିବା ଘ୦୨/୧୦ ଗତେ ହସ୍ତା,ସୁର୍ୟୋଦୟ- ପ୍ରାତଃ ଘ୦୬/୨୭/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୨୦/୧୨,ଯୋଗିନୀ ବାୟବ୍ୟେ, ବୃଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଆଦ୍ୟ ମୃତେ ଦିବା ଘ୦୨/୧୦ ଗତେ ଏକପାଦ ପୁସ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୯/୦୭ ଗତେ ଘ୧୦/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୭/୧୫ ମଧ୍ୟେ ଓ ଘ୦୮/୦୨ ଗତେ ଘ୦୯/୦୬ ମଧ୍ୟେ ଓ ଘ୧୨/୫୦ଗତେ ଘ୦୪/୦୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ତାଳ ଭକ୍ଷଣ ନିଷେଧ।
ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବାଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶଯିବା ଲୋକ ଶୁଭଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା:- ଆଜି କୌଣସି କାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭ କରିବେ। ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
ଧନୁ:- ଆର୍ଥିକଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:- ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବାକାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ଡିଲ୍‌ କରିବେ।ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ।ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:- ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ସାବଧାନ ! ମୁହଁ ଘୋଡାଇ ଶୋଉଛନ୍ତି କି , ଦେଖା ଦେବ ଏହି ସବୁ ସମସ୍ୟା….
ବର୍ତ୍ତମାନ ଶୀତର ସମୟ ଚାଲିଛି । ତେବେ ଆମକୁ ଏହି ଦିନରେ ବିନା କମ୍ବଳରେ ରହିବା ପାଇଁ ବହୁତ ଅସୁବିଧା ହୋଇଥାଏ।ସେଥିପାଇଁ ସମସ୍ତ ଲୋକ ଶୋଇବାପାଇଁ କମ୍ବଳର ବ୍ୟବହାର କରିଥାନ୍ତି।ତେବେ ଆପଣମାନେ ତ ଜାଣିଥିବେଯେ,ଶୋଇବାସମୟରେ କିଛି ଲୋକ କମ୍ବଳରେ ମୁହଁଘୋଡାଇ ଶୋଇବା ପାଇଁ ପସନ୍ଦକରନ୍ତି।କିନ୍ତୁ ଏପରି କରିବା ପାଇଁ ତାଙ୍କୁ ମନା କରାଯାଇଥାଏ ।କାରଣ ଏପରି କରିବାଦ୍ୱାରା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।ତେବେ ପ୍ରତିଦିନ କମ୍ବଳରେ ମୁହଁଘୋଡାଇ ଶୋଇବାଦ୍ୱାରା ନିଶ୍ୱାସ ନେବାରେ ଅସୁବିଧାହେବା ସହ ରକ୍ତ ସଞ୍ଚାଳନହେବା ମଧ୍ୟ ପ୍ରଭାବିତ ହୋଇଥାଏ ।ଏପରି ହେବାର କାରଣ ହେଉଛି ଆମେ କମ୍ବଳରେ ମୁହଁଘୋଡାଇ ଶୋଇବାଦ୍ୱାରା ଆମେ ଠିକ୍‌ ଭାବେ ବାହାରର ତାଜା ଅମ୍ଳଜାନ ପାଇନଥାଉ ଏବଂ କେବଳ ଖରାପ ଅମ୍ଳଜାନ ଶରୀର ଭିତରକୁ ଯାଇଥାଏ । ଏହାବ୍ୟତୀତ ମୁହଁଘୋଡାଇ ଶୋଇବା ମଧ୍ୟ ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ ।ତାହେଲେ ଆସନ୍ତୁ ଜାଣିବା ଏପରିହେବାର ଅନ୍ୟସବୁ କାରଣ ଏବଂ ହେଉଥିବା ଅସୁବିଧା ବିଷୟରେ ।
ଜାଣନ୍ତୁ ମୁହଁଘୋଡାଇ କାହିଁକି ଶୋଇବା ଉଚିତ ନୁହେଁ :-
ଫୁସଫୁସ ନଷ୍ଟ ହୋଇପାରେ :-ମୁହଁ ଘୋଡାଇ ଶୋଇବାଦ୍ୱାରା ସଠିକ୍ ପରିମାଣର ଅମ୍ଳଜାନ ଶରୀରରେ ପହଞ୍ଚି ନଥାଏ । ଯାହାଦ୍ୱାରା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । ପରବର୍ତ୍ତୀ ସମୟରେ ଶ୍ୱାସକ୍ରିୟା କିମ୍ବା ହାର୍ଟ ଆଟାକ ଭଳି ବିପଜ୍ଜନକପରିସ୍ଥିତି ସୃଷ୍ଟି ହୋଇ ପାରେ ।ଅନେକକ୍ଷେତ୍ରରେ ଫୁସଫୁସ ମଧ୍ୟ ସଙ୍କୁଚିତ ହେବା ପରି ଦେଖାଯାଏ । ତେଣୁ ଶୀତଦିନେ ମୁହଁଘୋଡାଇ ଶୋଇବାପାଇଁ ମନାକରାଯାଏ।ଏଭଳି ଅଭ୍ୟାସଠାରୁ ଦୂରରେ ରୁହନ୍ତୁ ।
ତ୍ୱଚା ସମସ୍ୟା :-ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ମୁହଁଘୋଡାଇ ଶୋଇବାଦ୍ୱାରା ତ୍ୱଚାସମ୍ବନ୍ଧୀୟ ଅନେକ ସମସ୍ୟାହୋଇପାରେ ।ତେବେ କମ୍ବଳ ଭିତରେଥିବା ଖରାପବାୟୁ ତ୍ୱଚାର ରଙ୍ଗକୁ କଳାକରିପାରେ।ଏହାଦ୍ୱାରା ତ୍ୱଚାରେ ଦାଗ ମଧ୍ୟ ଦେଖାଦେଇପାରେ । ଅଧିକାଂଶ ଲୋକ ଜାଣି ନାହାଁନ୍ତିଯେ, ମୁହଁଘୋଡାଇ ଶୋଇବାକାରଣରୁ ଏପରି ହୋଇଥାଏ । ତେଣୁ ଏହି ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କରିବାଉଚିତ।ନଚେତ ଆପଣ ଆଗକୁ ଯାଇ ବଡସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।
ଯେଉଁମାନଙ୍କର ଆସ୍ଥମା କିମ୍ବା ଅନ୍ୟ କୌଣସି ଶ୍ୱାସଜନିତ ସମସ୍ୟା ଅଛି ସେମାନେ ଭୁଲରେ ମୁହଁଘୋଡାଇ ଶୋଇବା ଉଚିତ୍ ନୁହେଁବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏଭଳିଅଭ୍ୟାସ ଏପରିଲୋକଙ୍କ ପାଇଁ ଆଗକୁଯାଇ ବଡ଼ କ୍ଷତିର କାରଣ ହୋଇପାରେ । ଆସ୍ଥମା କିମ୍ବା ଅନ୍ୟାନ୍ୟ ରୋଗରେ ପୀଡିତରୋଗୀଙ୍କ ଫୁସଫୁସ ଦୁର୍ବଳ ହୋଇଯାଇଥାଏ।ଏପରି ପରିସ୍ଥିତିରେ ସେମାନେ ମୁହଁଘୋଡାଇ ଶୋଇବାଦ୍ୱାରା ସଠିକ୍‌ ପରିମାଣରେ ଅମ୍ଳଜାନ ପାଇପାରିନଥାନ୍ତି।ଫଳରେ ଆସ୍ଥମା କିମ୍ବା ନିଶ୍ୱାସ ପ୍ରଶ୍ୱାସ ଭଳି ଅନେକ ରୋଗ ହୋଇପାରେ।ତେଣୁ ଏହିପରି ରୋଗୀମାନେ ମୁହଁ ଘୋଡାଇ କେବେବିଶୋଇବା ଉଚିତ୍ ନୁହେଁ । ନଚେତ ଆଗକୁଯାଇ ସେମାନଙ୍କ ପାଇଁ ବହୁତ ବଡସମସ୍ୟା ସୃଷ୍ଟି କରିବ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment