ମାର୍ଚ୍ଚମାସ ୧୪ତାରିଖ ୨୦୨୬ମସିହା (ଶନିବାର)ଚୈତ୍ରମାସ-କୃଷ୍ଣପକ୍ଷ,
ତିଥି- ଦଶମୀ ଦିବା ଘ୦୮/୩୫ ଗତେ ଏକାଦଶୀ,ନକ୍ଷତ୍ର- ଉତ୍ତରାଷାଢା,
ସୁର୍ୟୋଦୟ-ପ୍ରାତଃଘ୦୬/୦୦/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୨୭,ଯୋଗିନୀ ଉତ୍ତରେ ଦିବା ଘ୦୮/୩୫ ଗତେ ଅଗ୍ନିକୋଣେ,ସିଂହ ରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତ୍ର ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୩୦ ମଧ୍ୟେ ଓ ଦିବା ଘ୦୪/୨୩ଗତେ ଘ୦୫/୫୩ ମଧ୍ୟେ,ବାରବେଳା- ଦିବା ଘ୦୧/୨୫ ଗତେଘ୦୨/୫୬ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୧୦/୦୦ଗତେ ଘ୦୧/୧୩ ମଧ୍ୟେ ଓ ରାତ୍ରି ଘ୍୮/୧୪ଗତେ ଘ୧୦/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ଶିମ୍ବଭକ୍ଷଣ ନିଷେଧ।
ମେଷ:-ବହୁଦିନଧରି ଆଶା ରଖିଥିବାଯାତ୍ରାଟି ସଫଳ ହେବାକୁ ଯାଉଛି।ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ ।ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ ।ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତହେବ ।
ବୃଷ:-ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସନେବେ।ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟିକଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢକରିବ ।
ମିଥୁନ:-ଆଜି ଆପଣ କୌଣସିପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ ,କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧାହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷାକରିବାକୁ ଆଜି ସଫଳହେବେ।
କର୍କଟ:-ଆଜି ଆପଣ କୌଣସିଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ।ବନ୍ଧୁ ଏବଂ ସମ୍ପର୍କୀୟମାନେ ମିଶି ବହୁତ ମଜାକରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲାହୋଇଯିବ ।ଆଜିରଦିନଟି ପରସ୍ପରସହିତ ବହୁତ ଖୁସି କରିବାର ଦିନ ।
ସିଂହ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବନାହିଁ।ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବା କାରଣରୁ ମନଭଲରହିବ ନାହିଁ।
କନ୍ୟା:- ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କପାଇଁ ବହୁତ ଆନନ୍ଦ ନେଇକି ଆସିବ।ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁପରିବର୍ତ୍ତନ ସବୁଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସିମିଳିବ ।
ତୁଳା:-ଆଜି ଆପଣଙ୍କୁ ନିଜରଚ଼େଷ୍ଟାର ଫଳମିଳିବ,ଯେଉଁଥିରେ କି ଆପଣଙ୍କର ଜୀବନହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାରଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି,ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜାନିଅନ୍ତୁ ।
ବିଛା:-ବ୍ୟସ୍ତହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି।ବ୍ୟସ୍ତ ହୁଅନ୍ତୁନାହିଁ ପରିସ୍ଥିତି ଏଭଳି ହେବ ଆପଣଆପେ ଆପେ ଏହିଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ:-ଆଜି ଆପଣଙ୍କ ଘରେ କୌଣସିବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥିପାଇଁ ଆପଣ ନିଜକଥା ଓ କ୍ରୋଧକୁ ନିୟନ୍ତ୍ରଣରେରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇସମସ୍ୟାକୁ ସମାଧାନ କରିପାରିବେ ।
ମକର:-ଲନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତାଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ:-ସାମାନ୍ୟ ବିବ୍ରତ ରହିବେ,ଦାଇତ୍ତ୍ୱର ସହ ଅନ୍ୟାନ୍ୟକାର୍ଯ୍ୟ କରିବାରେ ଅସୁବିଧା ହୋଇପାରେ।ବଂଧୁ ମାନଙ୍କସହ ଫୋନମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ।ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁନାହିଁ ।
ମୀନ:-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି,ସେମାନଙ୍କୁ ସ୍ୱାଗତପାଇଁ ଆପଣ ପ୍ରସ୍ତୁତ ହୋଇରୁହନ୍ତୁ।ଆଜି ଆପଣ ଯେତେବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗନିଅନ୍ତୁ,କାରଣ ଏମିତିସୁଯୋଗ ବାରମ୍ବାର ଆସେନାହିଁ।।ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା।।