ଆଜିର ରାଶିଫଳ

ମଇମାସ ୨୪ତାରିଖ ୨୦୨୬ମସିହା(ରବିବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,
ତିଥି-ନବମୀ ରାତ୍ରି ଘ୦୪/୨୪ଗତେ ଦଶମୀ,ନକ୍ଷତ୍ର-ପୂର୍ବା ଫା ରାତ୍ରୀ ଘ୦୩/୨୭ ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୪୭,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୨୭,ଯୋଗିନୀ ପୂର୍ବେ ରାତ୍ରି ୦୪/୨୪ ଗତେ ଉତ୍ତରେ,ମେଷରାଶିର ଘାତବାର,କର୍କଟ ଓ ମକରରାଶିର ଘାତଚନ୍ଦ୍ର,
ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୦୩/୨୭ ଗତେ ଦ୍ୱିପ।ଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୦୩ ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୮ ଗତେ ଘ୦୯/୧୩ ମଧ୍ୟେ ଓ ଘ୦୧/୨୧ଗତେ ଘ୦୨/୦୩ ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୧୧/୦୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୩୬ ଗତେ ଘ୦୪/୨୫ ମଧ୍ୟେ,ଅଦ୍ୟ ଲ।ଉ ଭକ୍ଷଣ ନିଷେଧ।
ମେଷ:-ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନା ତ୍ମକ ରହିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ।।

ଖରାବେଳେ ଶରୀରର କ୍ଳାନ୍ତି ଓ ଦୁର୍ବଳତା ଦୂର କରୁଥିବା ୬ଟି ଖାଦ୍ୟ…
୧. ବାଦାମ (Almonds):🥜 ପ୍ରୋଟିନ୍ ଏବଂ ସ୍ୱାସ୍ଥ୍ୟକର ଚର୍ବିରେ ଭରପୂର।
୨. ଗ୍ରୀକ୍ ଦହି (Greek Yogurt):
🥛 ପ୍ରୋଟିନ୍‌ରେ ଭରପୂର, ଯାହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭରି ରଖେ।
୩. କଦଳୀ (Banana):🍌 ଶକ୍ତି ଏବଂ ପୋଟାସିୟମର ପ୍ରାକୃତିକ ଉତ୍ସ।
୪. ଓଟ୍ସ (Oats):🌾 ଶରୀରକୁ ଧୀରେ ଧୀରେ ଶକ୍ତି ପ୍ରଦାନ କରେ ଏବଂ ଏଥିରେ ପ୍ରଚୁର ଫାଇବର ଥାଏ।
୫. କଖାରୁ ମଞ୍ଜି (Pumpkin Seeds):🎃 ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ୍‌ରେ ଭରପୂର।
୬. ସେଓ (Apple):🍎 ଫାଇବରରେ ଭରପୂର, ଯାହା ଶରୀରକୁ ସତେଜ ରଖେ।
🚨 ଖରାବେଳେ ହଠାତ୍ ଦୁର୍ବଳ କିମ୍ବା କ୍ଳାନ୍ତ ଅନୁଭବ କରୁଛନ୍ତି କି? ଅନେକ ସମୟରେ ମଧ୍ୟାହ୍ନ ଭୋଜନ ପରେ ଶରୀରର ଏନର୍ଜି ଲେଭଲ୍ କମିଯାଏ, ଯାହାକୁ ‘Afternoon Energy Crash’ କୁହାଯାଏ। ଏଥିରୁ ରକ୍ଷା ପାଇବା ପାଇଁ ଏବଂ ଦିନସାରା ନିଜକୁ ଆକ୍ଟିଭ୍ ରଖିବା ପାଇଁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ଏହି ୬ଟି ସୁପରଫୁଡ୍ ସାମିଲ କରନ୍ତୁ!
✨ ଏହି ସହଜ ଟିପ୍ସଗୁଡ଼ିକୁ ଆପଣାନ୍ତୁ:
🥜 କାମ ମଝିରେ ଭୋକ ହେଲେ କିଛି ବାଦାମ କିମ୍ବା କଖାରୁ ମଞ୍ଜି ଖାଆନ୍ତୁ।
🍌 ତତ୍କାଳ ଶକ୍ତି ପାଇଁ କଦଳୀ କିମ୍ବା ସେଓ ଏକ ପ୍ରାକୃତିକ ଉତ୍ସ।
🥛 ଦହି ଏବଂ ଓଟ୍ସ ଆପଣଙ୍କ ହଜମ ପ୍ରକ୍ରିୟାକୁ ଭଲ ରଖିବା ସହ ଦୀର୍ଘ ସମୟ ଯାଏଁ ଶକ୍ତି ଦେଇଥାଏ।।ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା।।

Comments (0)
Add Comment