ଆଜିର ରାଶିଫଳ

୨୦୨୬ ମସିହା, ଜୁନମାସ,୧୦ତାରିଖ,ବୁଧବାର,ଋତୁ-ଗ୍ରୀଷ୍ମଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୧୦/୪୨,ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୦/୫୪,ଜ୍ୟେଷ୍ଠମାସ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ପଣ୍ଡିତ ବାସ,ତିଥି- ଦଶମୀ ରାତ୍ରି ଘ୧/୫ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଉତ୍ତରଭାଦ୍ର ନକ୍ଷତ୍ର ଦିବା ଘ୧୦/୪ମିପର୍ଯ୍ୟନ୍ତ ତଦନ୍ତେ ରେବତୀନକ୍ଷତ୍ର ।ଆୟୁଷ୍ମାନଯୋଗ ଦିବା ଘ୭/୪୬ମି ପର୍ଯ୍ୟନ୍ତ ତଦନ୍ତେ ସୌଭାଗ୍ୟଯୋଗ,କରଣ- ବାଣିଜ୍ୟକରଣ ଦିବା ଘ୧/୫୩ମି ପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୧/୫ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୧/୫ମି ପରେ ଆଗ୍ନେୟ କୋଣରେ,ପାପଯୁକ୍ତ ଓ ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ,ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହିରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର–ଧନୁରାଶିର ଘାତଚନ୍ଦ୍ର,ଘାତବାର–କର୍କଟରାଶିର ଘାତବାର,ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।‌୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୧୦/୪ମି ପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ- କଳମ୍ବୀ (କଳମଶାଗ)ରାତ୍ରି ଘ୧/୫ମିପରେ ଶିମ୍ବିକା (ଶିମ୍ବ) ଭକ୍ଷଣ ନିଷେଧ।ଅଶୁଭବେଳା—(କାଳବେଳା)ଦିବା ଘ୮/୨୯ମି ରୁ ଘ୧୦/୮ମିପର୍ଯ୍ୟନ୍ତ ।(ବାରବେଳା)ଦିବା ଘ୧୧/୪୭ମିରୁ ଘ୧/୨୬ମି ପର୍ଯ୍ୟନ୍ତ,(କାଳରାତ୍ରି) ରାତ୍ରି ଘ୨/୩୦ମିରୁ ୩/୫୧ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ଦିବା ଘ୭/୩୬ମି ରୁ ଘ୧୦/୪୮ମି ମଧ୍ୟେ, ଘ୧/୧୨ମି ରୁ ଘ୪/୨୪ମି ମଧ୍ୟେ,ସୂର୍ଯ୍ୟାସ୍ତରୁ ରାତ୍ରି ଘ୧୦/୨୨ମି ମଧ୍ୟେ, ଘ୧୨/୪୭ମି ରୁ ଘ୨/୨୩ମି ପର୍ଯ୍ୟନ୍ତ ।
(ମାହେନ୍ଦ୍ରବେଳା)ନାହିଁ ।ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ପୁଷ୍କରଦୋଷନାହିଁ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସର୍ବସମ୍ପନ୍ନା,ଦିବା ଘ୧୦/୪ମିପରେ ବେଶ୍ୟା । ଶାନ୍ତି କରଣୀୟ । ତିଳସୁବର୍ଣ୍ଣ, ପୀତବସ୍ତ୍ର,ତଣ୍ଡୁଳଦାନ କରଣୀୟ,ରାତ୍ରି ଘ୧/୫ମି ଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ) ।ଶୁଭକର୍ମ- ନାସ୍ତି ।
🐐ମେଷ👉ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ ହେବେ। ଋଣ ପରିଶୋଧ,ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଏବଂ ପଡ଼ୋଶୀଙ୍କ ସହ କଳହଜନିତମନ ଭଲ ରହିନପାରେ।
🐂ବୃଷ👉ଆପଣଙ୍କର ମନ ଯେମିତି ଉଚ୍ଚ କାମ ମଧ୍ୟ ତଦନୁରୂପ ହେବା କାରଣରୁ ଦିନଟି ହସଖୁସିରେ ଅତିବାହିତ ହେବ। ପ୍ରତ୍ୟେକ ସମସ୍ୟାକୁ ପ୍ରତିହତ କରି କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ କରିବେ। ସାହିତ୍ୟ, ସଭାସମିତି, ସାମ୍ବାଦିକତା,ଏଜେନ୍‌ଶିପରୁ ପ୍ରଶଂସିତ ହେବେ। ସମ୍ପର୍କୀୟଙ୍କଠାରୁ ଅଯାଚିତ ସାହାଯ୍ୟ, ସହଯୋଗ ପ୍ରାପ୍ତ ହୋଇପାରେ।
👩‍❤️‍👨 ମିଥୁନ👉ମନ ଓ କାମ ସମସ୍ୟା ବହୁଳ ରହିଲେ ମଧ୍ୟ କୌଣସି କ୍ଷେତ୍ରରେ ପଳାୟନପନ୍ଥୀ ହେବେ ନାହିଁ। ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ବିବଦମାନ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ସାମୟିକ ଖୁସି ରହିବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
🦀କର୍କଟ👉ଆଜି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନ୍‌ସନ୍‌ ଦୂର ହେବ। ବ୍ୟବସାୟ, ଯାତ୍ରା, ଆଲୋଚନା କ୍ଷେତ୍ରରେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି। ଚେଷ୍ଟା କରୁଥିବା କାମରୁ ସୁଫଳ ପାଇବେ ଓ ସାମାଜିକ ସ୍ତରରେ ସମ୍ମାନିତ ହେବାର ଆଶା ରହିଛି।
🦁 ସିଂହ👉ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଆଜି ଯାହା କଲେ ମଧ୍ୟ ଅଳ୍ପଖର୍ଚ୍ଚରେ ତାହା କରିପାରିବେ ନାହିଁ। ପଦାଧିକାରୀଙ୍କ ଆଦେଶରେ ଯାତ୍ରା କରିବାକୁ ବାଧ୍ୟ ହେବେ। ମନ ବିଚଳିତ ରହିବା କାରଣରୁ କେତେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖପାରିବେ ନାହିଁ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି।
🧕କନ୍ୟା👉ବିଭିନ୍ନ ସମସ୍ୟା ମଧ୍ୟରେ ଦୈହିକ ଅସୁସ୍ଥତା କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ସକାଶେ ଜଣେ ଆତ୍ମୀୟ ସାହାଯ୍ୟ କରିପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଘଟିପାରେ।
⚖️ତୁଳା👉ଆଜି ସକାଳୁ ସକାଳୁ କୌଣସି ଶୁଭଖବର ଆପଣଙ୍କ ସୁଖ, ସନ୍ତୋଷର ପୃଷ୍ଠଭୂମି ପାଲଟିଯିବ। ସ୍ବାତି ନକ୍ଷତ୍ରର କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ପ୍ରଚଣ୍ଡ ଖରାରେ ଦୀର୍ଘପଥ ଅତିକ୍ରମ କରିବା କାରଣରୁ ସ୍ବାସ୍ଥ୍ୟରେ ସମସ୍ୟା ପରିଲକ୍ଷିତ ହୋଇପାରେ।
🦂ବିଛା👉ଅସଫଳତା କାରଣରୁ ମନରେ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତି ପ୍ରତି ସଚେତନ ରହି ଚଳିବାକୁ ବାଧ୍ୟ ହେବେ। ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ପ୍ରତ୍ୟେକ ସ୍ତରରେ ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି,ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ।
🏹ଧନୁ👉ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ସାନ୍ତ୍ୱନା ମିଳିବ। ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରୋକ୍ଷ ଶତ୍ରୁତା କାରଣରୁ ହାତକୁ ନେଇଥିବା କାମଟିକୁ ସମ୍ପନ୍ନ କରି ପାରିବେ ନାହିଁ।
🐊ମକର👉ଯେଉଁ କାମଟିକୁ ଆରମ୍ଭ କରିବେ ତାହା ସଫଳତାର ଶୀର୍ଷକୁ ଛୁଇଁପାରେ। ବାକି ରହିଥିବା ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି। ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିଥିଲେ ମଧ୍ୟ ଅନ୍ତର୍ନିହିତ ମାନସିକ ଅଶାନ୍ତି ଲାଗିରହିବ।
🏺କୁମ୍ଭ👉ସମ୍ପର୍କୀୟଙ୍କ ସହଯୋଗରୁ କୌଣସି କାମ ଅଟକିବ ନାହିଁ। ପ୍ରଶାସନିକ, ରାଜନୈତିକ ଓ ସାମାଜିକ ସ୍ତରରେ ପତିଆରା ବୃଦ୍ଧି ପାଇପାରେ। କାଳକ୍ଷେପଣ ନୀତି ପରିହାର କରି ପିଲାମାନଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରିବା ଭଲ ହେବ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବାଜନିତ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ ।
🐟ମୀନ👉ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ଆଦରଣୀୟ ରହିବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଜମିଜମା କାରବାର, କଳ, କାରଖାନା, ହୋଟେଲ, ତେଜରାତି ଦୋକାନ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ। ଆତ୍ମୀୟସ୍ବଜନଙ୍କ ବାଧ୍ୟ ବାଧକତାରେ ଭ୍ରମଣ ହେତୁକ ଅବସାଦ ଦେଖାଦେଇପାରେ।
🕉️【ନୀତିବାଣୀ】🕉️
ଆଖି ସବୁକିଛି ଦେଖିପାରେ କିନ୍ତୁ ଆଖି ଭିତରେ ଯଦିକିଛି ପଡ଼ିଯାଏ ସେ ତାକୁ ଦେଖିପାରେନାହିଁ,ଠିକ୍ ସେମିତି ମଣିଷ ଅନ୍ୟମାନଙ୍କଭୁଲକୁ ଦେଖିପାରେ କିନ୍ତୁ ନିଜର ଭୁଲକୁ ଦେଖିପାରେନୁହେଁ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।

Comments (0)
Add Comment