ଜୁଲାଇମାସ ୧୧ତାରିଖ ୨୦୨୬ମସିହା (ଶନିବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି-ଏକାଦଶୀ ପ୍ରାତଃ ଘ୦୫/୪୬ ଗତେ ଦ୍ୱାଦଶୀ,
ନକ୍ଷତ୍ର- କୃତ୍ତିକା ଦିବା ଘ୧୨/୦୦ଗତେ ରୋହିଣୀ,ସୁର୍ୟୋଦୟ- ପ୍ରାତଃ ଘ୦୫/୧୮/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୩୧,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ୦୫/୪୬ଗତେ ନୈରୁତେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପ୍ରାତଃ ଘ୦୫/୪୬ଗତେ ତ୍ରୀପାଦ ଦିବା ଘ୧୨/୦୦ ଗତେ ଦ୍ୱୀପାଦ ଓ ରାତ୍ରି ଘ୦୨/୩୫ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ପ୍ରାତଃ ଘ୦୬/୫୮ମଧ୍ୟେ ଓ ଦିବା ଘ୦୪/୪୫ଗତେ ଘ୦୬/୨୫ମଧ୍ୟେ,ବାରବେଳା- ଦିବା ଘ୦୧/୨୫ ଗତେ ଘ୦୩/୦୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୩/୦୭ଗତେ ଘ୦୪/୪୪ମଧ୍ୟେ ଓ ରାତ୍ରି ଘ୦୭/୧୩ଗତେ ଘ୦୮/୦୦ମଧ୍ୟେ ଓ ରାତ୍ରି ଘ୧୨/୦୦ଗତେ ଘ୦୨/୨୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୧୯ଗତେ ଘ୧୧/୪୪ମଧ୍ୟେ,ଅଦ୍ୟ ପୋଇଭକ୍ଷଣ ନିଷେଧ।
ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାରକାରଣ।ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି।ନିଜତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ।ବେଶୀ ଚ଼ିନ୍ତା କରନ୍ତୁନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ।ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାରକରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭହେବ।
ମିଥୁନ:-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳମିଳିପାରିବ।ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧଉପରେ ଅକ୍ତିଆର ରଖିବାକୁ ହେବ।ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ:-କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ।ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟିକରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହିକାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା:-ଅବାଞ୍ଛିତଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କକାର୍ଯ୍ୟରେ କୌଣସିପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ।ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା:-ଆଜି ବ୍ୟୟବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ ।ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା:-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇରୁହନ୍ତୁ।କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତାଧାରା ବଜାୟ ରଖନ୍ତୁ।ଯାହା ଆପଣ ହୋଇପାରିବେନାହିଁ ତାହା ହେବାପାଇଁ ଚ଼େଷ୍ଟା କରନ୍ତୁନାହିଁ
ଧନି:-ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ,କାରଣ ମଣିଷ ତାର ସଂଗତିରୁହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହିପାରନ୍ତି ।
ମକର:-ଆଜିରଦିନ ଆୟବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗନିଅନ୍ତୁ ଏବଂ ନୂଆବନ୍ଧୁ ସୃଷ୍ଟିକରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରିପାରିବେ।କାହାକୁ ବା ଜଣା ଆପଣଙ୍କପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲିପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବନାହିଁ।ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ଆପଣଙ୍କର ସବୁ କଥାରେ ବାଧାରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
ମୀନ:-ଆଜି ଆପଣ କୌଣସି ସାମାଜିକ ସମାରୋହପରେ ନିଜ ଘରକୁ ସଜାଡିବାରେ ଲାଗିଯିବେ।ଘରକୁ ଠିକ୍ ଠାକ୍ କରନ୍ତୁ।କିଛି ଆରାମ ମଧ୍ୟ କରନ୍ତୁ ।ଆପଣ ସମାରୋହର ଖୁବ୍ ମଜ୍ଜାନିଅନ୍ତୁ।କିନ୍ତୁ ନିଜଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।