ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବର ମାସ, ୧୪ ତାରିଖ, ବୁଧବାର,ମା’ ସମ୍ବଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ ।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୪/୧୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୧/୯,ଆଶ୍ୱିନ ମାସ,ଶୁକ୍ଳପକ୍ଷ,ପଣ୍ଡିତ ବାସ,ତିଥି- ଚତୁର୍ଥୀ ରାତ୍ରି ଘ୧/୬ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ରାତ୍ରି ଘ୪/୪୦ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର ,ଆୟୁଷ୍ମାନଯୋଗ ରାତ୍ରି ଘ୯/୫୬ମି ପର୍ଯ୍ୟନ୍ତ ତଦନ୍ତେ ସୌଭାଗ୍ୟଯୋଗ ।କରଣ- ବାଣିଜ୍ୟକରଣ ଦିବା ଘ୧୨/୧୧ମି ପର୍ଯ୍ୟନ୍ତ ତଦନ୍ତ ବିଷ୍ଟିକରଣ ରାତ୍ରି ଘ୧/୬ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧/୬ମି ପରେ ଦକ୍ଷିଣ ଦିଗରେ । ରିକ୍ତାତିଥି, ବିଷ୍ଟିକରଣ ଦୋଷ ହେତୁ ରାତ୍ରି ଘ୧/୬ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ । ଦକ୍ଷିଣ ଦିଗ, ଅଗ୍ନିକୋଣ ଓ ପୂର୍ବ ଦିଗକୁ ତ୍ୟାଗ କରି ଯାତ୍ରା କରାଯିବ,ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଘାତଚନ୍ଦ୍ର ନାହିଁ ।ଘାତ ବାର-କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୪/୪୦ମି ପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ।ସାମ୍ବତ୍ସରିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ- ମୂଳକ (ମୂଳା), ରାତ୍ରି ଘ୧/୬ମି ପରେ ବେଲ ଓ ପଣସ ଭକ୍ଷଣ ନିଷେଧ, ଅଶୁଭବେଳା-(କାଳବେଳା) ଦିବା ଘ୮/୩୯ମି ରୁ ଘ୧୦/୫ମି ପର୍ଯ୍ୟନ୍ତ,(ବାରବେଳା) ଦିବା ଘ୧୧/୩୦ମି ରୁ ଘ୨/୫୬ମି ପର୍ଯ୍ୟନ୍ତ,(କାଳରାତ୍ରି) ରାତ୍ରି ଘ୨/୩୯ମି ରୁ ଘ୪/୧୩ମି ପର୍ଯ୍ୟନ୍ତ।ଶୁଭ ବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୬/୩୩ମି ମଧ୍ୟେ, ଘ୭/୨୩ମି ରୁ ଘ୮/୧୧ମି ମଧ୍ୟେ, ଘ୧୦/୩୫ମି ରୁ ଘ୧୨/୫୯ମି ମଧ୍ୟେ, ସନ୍ଧ୍ୟା ଘ୬/୩ମି ରୁ ଘ୬/୫୧ମି ମଧ୍ୟେ, ରାତ୍ରି ଘ୮/୨୭ମି ରୁ ଘ୨/୫୧ମି ପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା) ଦିବା ଘ୬/୩୫ମି ରୁ ଘ୭/୨୩ମି ମଧ୍ୟେ, ଦିବା ଘ୧/୪୭ମି ରୁ ଘ୪/୧୧ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ପୁଷ୍କର ଦୋଷ ନାହିଁ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୪/୪୦ମି ପରେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ଦରିଦ୍ରା ଓ ବିଧବା । ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁଡର୍ଣ୍ଣ, ତଣ୍ଡୁଳ ଦାନ । ଶାନ୍ତି କରଣୀୟ । ରଜଶ୍ଚକ୍ରେ ପୁତ୍ରିଣୀ । ରାତ୍ରି ଘ୧/୬ମି ମଧ୍ୟେ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ବାଣିଜ୍ୟ କରଣ, ଚୂଡାକରଣ, ଦୂର ଯାତ୍ରା, ଔଷଧ କରଣ, ବୃକ୍ଷରୋପଣ, ହଳପ୍ରବାହ ଓ ବୀଜବପନ(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ
ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧି କରିବା ସହ ପୁରାତନ ରୋଗ ପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇବେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକ ସମସ୍ୟା ସୃଷ୍ଟି କରିବେ। ପାରିବାରିକ ଓ ଆନୁଷ୍ଠାନିକ ସ୍ଥିତି କୃତ୍ତିକା ନକ୍ଷତ୍ର ସକାଶେ ଠିକ୍‌ ରହିବ।
🐂ବୃଷ
ଆପଣଙ୍କ ମନର ଶାନ୍ତ, ସରଳ ଧର୍ମୀୟଭାବନା ସାମାଜିକ ଜୀବନରେ ସହକର୍ମୀଙ୍କର ଦୃଷ୍ଟି ଆକର୍ଷଣ କରିବ। ଘରର ବରାଦ ଅନୁସାରେ ଅଳଙ୍କାର, ଔଷଧ ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ମୃଗଶିରାର କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ ବ୍ୟତିକ୍ରମ ପରିଲକ୍ଷିତ ହେବ। ବନ୍ଧୁଙ୍କ ବାଧ୍ୟବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
👩‍❤️‍👨 ମିଥୁନ
ଆର୍ଥିକ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କର୍ମ ଓ ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଅଧସ୍ତନମାନେ ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିପାରନ୍ତି। ପ୍ରକାଶନ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ। ପୁନର୍ବସୁର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ।
🦀କର୍କଟ
ଆଜି କର୍ମଜଞ୍ଜାଳ ମଧ୍ୟରେ ଘରର ବରାଦ ଅନୁଯାୟୀ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଭୁଲିଯିବେ। ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁଯାୟୀ ନୂତନ ଦାୟିତ୍ୱ ହାତକୁ ନେବେ। ରୋଗପୀଡ଼ାରେ କଷ୍ଟ ସାମାନ୍ୟ ଲାଘବ ହୋଇଯିବ। ଆପଣ କଥା ଦେଇ ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି।
🦁 ସିଂହ
ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ବନ୍ଧୁଙ୍କ ମାଧ୍ୟମରେ କାମ ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା, ସଭାସମିତି, ଗବେଷଣା ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବ୍ୟବସାୟ, ନିର୍ମାଣ ଓ ପରିବହନରେ ଉଚ୍ଚ ଫଳ ପ୍ରାପ୍ତି ହେବ। ମଘା ନକ୍ଷତ୍ରର ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
🧕କନ୍ୟା
ଆଜି ଦୀର୍ଘ ଦିନର ଆଶା ପୂରଣ ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଯାନବାହନ, ବିବାଦୀୟ ସ୍ଥାନ, ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ। ହସ୍ତା ନକ୍ଷତ୍ର କାରିଗରି, ସାହିତ୍ୟ, ସଙ୍ଗୀତାଦିରେ ସୁନାମ ଅର୍ଜିବେ।
⚖️ତୁଳା
କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ର ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ କଠିନ ଶ୍ରମ ସାଙ୍ଗକୁ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିବେ। ସହକର୍ମୀଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନ ପାରେ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
🦂ବିଛା
ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିପାରିଲେ ଉପକୃତ ହେବେ। ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଅନୁରାଧା ନକ୍ଷତ୍ର ସକାଶେ ବିଗତ ଦିନର ଘଟଣା ସକାଶେ ଟେନସନ୍‌ ବଢ଼ିପାରେ। ମକଦ୍ଦମା, ଜମିଜମା, ନିର୍ମାଣ, ଆନୁଷ୍ଠାନିକ କାମରେ ସୁଫଳ ପାଇବେ।
🏹ଧନୁ
କର୍ମକ୍ଷେତ୍ରର ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେପରି କିଛି ହେବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁଙ୍କ ସହ ନୂତନ ସ୍ଥାନ ଭ୍ରମଣ ସାଙ୍ଗକୁ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି। ଅର୍ଥ ଓ ସମ୍ମାନ ମିଳିବା ସହ ବ୍ୟବସାୟିକ ଉନ୍ନତି କରିବେ।
🐊ମକର
ଆଜି ଆପଣ ବନ୍ଧୁମାନଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ମନସ୍ଥ କରିପାରନ୍ତି। ଶ୍ରବଣା ନକ୍ଷତ୍ର ସକାଶେ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ସଭାସମିତି, ଆଲୋଚନାଚକ୍ର, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ।
🏺କୁମ୍ଭ
ସହକର୍ମୀ ଆପଣଙ୍କ ମାଧ୍ୟମରେ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସହଜରେ କାମ ହାସଲ ହେବା କଷ୍ଟକର ହୋଇପାରେ। ଶତଭିଷା ନକ୍ଷତ୍ର ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ଆଗ୍ରହ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ , ପରିବହନରେ ସମସ୍ୟା ସମାଧାନ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।
🐟ମୀନ
ଆଜି ଦିନ ଭିତରେ ଯାହା କରନ୍ତୁନା କାହିଁକି କୌଣସି ଅସୁବିଧା ନ ହୋଇ କାମଟି ନିର୍ବିଘ୍ନରେ ସମାପନ ହୋଇପାରିବ। ସବୁ ଭଲ ଥିଲେ ମଧ୍ୟ ପାରିବାରିକ ସମସ୍ୟା ସମାଧାନର ଚିନ୍ତାରେ ଦୁର୍ଭାବନା ବଢ଼ିପାରେ। କାର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ। ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ।


🕉️【ନୀତିବାଣୀ】🕉️
ବିଶ୍ବାସ ଜନ୍ମାଇ ଆପଣାର ଭାବ
ଦେଖାଏ ସ୍ବଭାବେ ତା’ର ,
ହେଲେ ଖୋଜୁଥାଏ ସୁଯୋଗ କିପରି
ଉଣ୍ଡିବ ସ୍ବାର୍ଥେ ତାହାର…
ସୃଷ୍ଟି ରଚନା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତା’ହେଲେ ବୁଢିଆଣୀ ଠାରୁ ଶିଖି ପାରିବେ…
ଯଦି କୈାଣସି ସ୍ଥାନରେ ପତିପତ୍ନୀ କିମ୍ବା ବାପ ପୁଅଙ୍କ ମଧ୍ୟରେ କଳହ ଲାଗିଛି ତେବେ ସେ ସ୍ଥାନରେ କେବେ ବି ସାକ୍ଷୀ ହେବେ ନାହିଁଁ । ଅସୁବିଧାରେ ପଡିବାରେ ସମ୍ଭାବନା ଅଛି ….
ନିଜ Dream କୁ ପାଇବାକୁ ହେଲେ ଖାଲି Dream ଦେଖିଲେ ହେବ ନାହିଁଁ । Dream ପଛରେ ପାଗଳ ହେବାକୁ ପଡ଼ିବ…

ଆଶ୍ବିନ ମାସଶୁକ୍ଳ ତୁ କର୍ତ୍ତବ୍ୟଂ ନବରାତ୍ରିକମ୍ ।ପ୍ରତିପଦାଦି କ୍ରମେଣୈ ଯାବଚ୍ଚ ନବମୀ ଭବେତ୍ ॥
ନବରାତ୍ରି ପ୍ରଯତ୍ନେନ ପ୍ରତ୍ୟହଂ ସା ସମର୍ଚ୍ଚିତା ନାଶୟତ୍ୟେବ ବିଘ୍ନୌନ୍ ସୁଗତିଂ ଚୈବ ଦାସ୍ୟତି॥
୧୧-୧୦-୨୦୨୬ ରବିବାରଠାରୁ ଶାରଦୀୟ ନବରାତ୍ରିପୂଜା ଆରମ୍ଭ ହୋଇଛି ।ଜଗଜ୍ଜନନୀ ମାଆ ଆଦିଶକ୍ତିଙ୍କ ନବରାତ୍ରୀ ହିଁ ନାରୀର ନଅରୁପକୁ (ଜନ୍ମରୁ ମୃତ୍ୟୁ ପର‌୍ୟ୍ୟନ୍ତ) ବଖାଣ କରେ। ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ । ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-୧ମ ସ୍ୱରୂପ ମାଶୈଳପୁତ୍ରୀ- (କନ୍ୟାସନ୍ତାନର ଜନ୍ମଗ୍ରହଣ) ଦ୍ୱିଭୁଜା ଦେଵୀ,୨ୟସ୍ୱରୂପ ମାବ୍ରହ୍ମଚାରୀଣି(କନ୍ୟାର କୌମାର‌୍ୟ୍ୟ ଅବସ୍ଥା) – ଆନନ୍ଦମୟୀ ଦେବି ,୩ୟ ସ୍ୱରୂପ – ମାଚନ୍ଦ୍ରଘଣ୍ଟା(ବିବାହଯୋଗ୍ୟ ଅବସ୍ଥା) ୪ର୍ଥ ସ୍ୱରୂପ – ମାକୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା( ନୁତନ ଜୀବକୁ ଗର୍ଭରେ ଧାରଣ ଅବସ୍ଥା)
ପ୍ରଥମଂ ଶୈଳପୁତ୍ରୀ ତି ଦ୍ୱିତୀୟେ ବ୍ରହ୍ମଚାରିଣୀ ।
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ ।
ପଞ୍ଚମ ସ୍କନ୍ଧମାତେତି ଷଷ୍ଠ କାତ୍ୟାୟନୀ ତଥା ।
ସପ୍ତମେ କାଳରାତ୍ରେତି ମହାଗୌରୀତିଚାଷ୍ଟମମ୍ ।
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକିକୀର୍ତ୍ତିତାଃ ।
୪ର୍ଥ ସ୍ୱରୂପ ମାକୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା । ସଂସାର ତ୍ରିବିଧ ତାପରେ ଜର୍ଜରିତ । ଦେବୀ ଏହି ତ୍ରିତାପକୁ ନିଜ ଉଦରରେ ବହନ କରିଥିବାରୁ ସେ କୁଷ୍ମାଣ୍ଡା । ସିଂହବାହିନୀ ଦେବୀ ଅଷ୍ଟଭୁଜା । ସାତ ହସ୍ତରେ ଆୟୁଧ ଦକ୍ଷିଣ ହସ୍ତରେ ଜପାମାଳି । ଯିଏ ମାଆର ଅଭୟ ଚାରଣାଶ୍ରିତ ନୁହେଁ ସେ ତ୍ରିତାପରେ ଦଗ୍ଧ ହେଉଥାଏ ।ମାତୃଚରଣରେ ଆତ୍ମସମର୍ପଣ କଲେ ମା’ ତାର ତାପତ୍ରୟ ଉଦରସ୍ଥ କରିନିଅନ୍ତି । ମାଆ କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ କଲ୍ୟାଣମୟୀ ଜନ୍ମଦାତ୍ରୀ,ଜନନୀ ,ଦେବୀଙ୍କ ଗ୍ରହ,ସୂର‌୍ୟ୍ୟ । ଦେବୀଙ୍କ ମନ୍ତ୍ର, “ଓଁ ଦେବୀ କୁଷ୍ମାଣ୍ଡାୟେ ନମଃ” ।

Comments (0)
Add Comment