
ଆଶ୍ବିନ ମାସଶୁକ୍ଳ ତୁ କର୍ତ୍ତବ୍ୟଂ ନବରାତ୍ରିକମ୍ ।ପ୍ରତିପଦାଦି କ୍ରମେଣୈ ଯାବଚ୍ଚ ନବମୀ ଭବେତ୍ ॥
ନବରାତ୍ରି ପ୍ରଯତ୍ନେନ ପ୍ରତ୍ୟହଂ ସା ସମର୍ଚ୍ଚିତା ନାଶୟତ୍ୟେବ ବିଘ୍ନୌନ୍ ସୁଗତିଂ ଚୈବ ଦାସ୍ୟତି॥
୧୧-୧୦-୨୦୨୬ ରବିବାରଠାରୁ ଶାରଦୀୟ ନବରାତ୍ରିପୂଜା ଆରମ୍ଭ ହୋଇଛି ।ଜଗଜ୍ଜନନୀ ମାଆ ଆଦିଶକ୍ତିଙ୍କ ନବରାତ୍ରୀ ହିଁ ନାରୀର ନଅରୁପକୁ (ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ) ବଖାଣ କରେ। ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ । ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-୧ମ ସ୍ୱରୂପ ମାଶୈଳପୁତ୍ରୀ- (କନ୍ୟାସନ୍ତାନର ଜନ୍ମଗ୍ରହଣ) ଦ୍ୱିଭୁଜା ଦେଵୀ,୨ୟସ୍ୱରୂପ ମାବ୍ରହ୍ମଚାରୀଣି(କନ୍ୟାର କୌମାର୍ୟ୍ୟ ଅବସ୍ଥା) – ଆନନ୍ଦମୟୀ ଦେବି ,୩ୟ ସ୍ୱରୂପ – ମାଚନ୍ଦ୍ରଘଣ୍ଟା(ବିବାହଯୋଗ୍ୟ ଅବସ୍ଥା) ୪ର୍ଥ ସ୍ୱରୂପ – ମାକୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା( ନୁତନ ଜୀବକୁ ଗର୍ଭରେ ଧାରଣ ଅବସ୍ଥା)
ପ୍ରଥମଂ ଶୈଳପୁତ୍ରୀ ତି ଦ୍ୱିତୀୟେ ବ୍ରହ୍ମଚାରିଣୀ ।
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ ।
ପଞ୍ଚମ ସ୍କନ୍ଧମାତେତି ଷଷ୍ଠ କାତ୍ୟାୟନୀ ତଥା ।
ସପ୍ତମେ କାଳରାତ୍ରେତି ମହାଗୌରୀତିଚାଷ୍ଟମମ୍ ।
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକିକୀର୍ତ୍ତିତାଃ ।
୪ର୍ଥ ସ୍ୱରୂପ ମାକୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା । ସଂସାର ତ୍ରିବିଧ ତାପରେ ଜର୍ଜରିତ । ଦେବୀ ଏହି ତ୍ରିତାପକୁ ନିଜ ଉଦରରେ ବହନ କରିଥିବାରୁ ସେ କୁଷ୍ମାଣ୍ଡା । ସିଂହବାହିନୀ ଦେବୀ ଅଷ୍ଟଭୁଜା । ସାତ ହସ୍ତରେ ଆୟୁଧ ଦକ୍ଷିଣ ହସ୍ତରେ ଜପାମାଳି । ଯିଏ ମାଆର ଅଭୟ ଚାରଣାଶ୍ରିତ ନୁହେଁ ସେ ତ୍ରିତାପରେ ଦଗ୍ଧ ହେଉଥାଏ ।ମାତୃଚରଣରେ ଆତ୍ମସମର୍ପଣ କଲେ ମା’ ତାର ତାପତ୍ରୟ ଉଦରସ୍ଥ କରିନିଅନ୍ତି । ମାଆ କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ କଲ୍ୟାଣମୟୀ ଜନ୍ମଦାତ୍ରୀ,ଜନନୀ ,ଦେବୀଙ୍କ ଗ୍ରହ,ସୂର୍ୟ୍ୟ । ଦେବୀଙ୍କ ମନ୍ତ୍ର, “ଓଁ ଦେବୀ କୁଷ୍ମାଣ୍ଡାୟେ ନମଃ” ।
