ଆଜିର ରାଶିଫଳ

ଅକ୍ଟୋବର ମାସ ୧୧ ତାରିଖ ୨୦୨୬ ମସିହା (ରବିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୯/୦୫ ଗତେ ଦ୍ୱିତୀୟା,ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୦/୫୨ ଗତେ ସ୍ୱାତୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୪/୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୩୨,ଯୋଗିନୀ ପୂର୍ବେ ରାତ୍ରି ଘ୦୯/୦୫ ଗତେ ଉତ୍ତରେ,ବୃଷ ରାଶିର ଘାତଚନ୍ଦ୍ର,ମେଷ ରାଶି ର ଘାତବାର,ପ୍ରତିପଦ ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୦୯/୦୫ ଗତେ ଦ୍ୱିପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା – ଦିବା ଘ୧୦/୦୫ ଗତେ ଘ୦୧/୦୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୩ ଗତେ ଘ୦୮/୫୬ ମଧ୍ୟେ ଓ ଘ୦୧/୦୩ ଗତେ ଘ୦୩/୨୦ ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୦୯/୨୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୮ ଗତେ ଘ୦୪/୫୭ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ:-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନର ସୁଯୋଗ ମିଳିବ।
ବୃଷ:-ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ:-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ:-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ:- ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି,କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି,ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା:-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା:-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା:-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର:-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।କୁମ୍ଭ:-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ:-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।
୨୦୨୬ ଶାରଦୀୟ ନବରାତ୍ରିରେ ଘଟ(କଳସ ସ୍ଥାପନ,ଘଟ ସ୍ଥାପନ)ପୂଜା ଏବଂ ପ୍ରସାଦ ସମ୍ପର୍କରେ -ଆଶ୍ୱିନ ମାସର ଶୁକ୍ଳପକ୍ଷରେ ପ୍ରତିପଦା (ପ୍ରଥମ ତିଥି)ଠାରୁ ଆରମ୍ଭ କରି ନବମୀତିଥି ପର୍ଯ୍ୟନ୍ତ ନବରାତ୍ର ବ୍ରତ ବା ପୂଜା ନିୟମିତ ଭାବେ କରାଯିବା ଉଚିତ୍। ଯତ୍ନର ସହିତ ପ୍ରତିଦିନ ପୂଜିତା ହୋଇଥିବା ଏହି ନବରାତ୍ରଦେବୀ (ମା’ ଦୁର୍ଗା)ସମସ୍ତ ବିଘ୍ନ ଓ ବାଧାବିଘ୍ନକୁ ନାଶ କରିଥାନ୍ତି ଏବଂ ସାଧକଙ୍କୁ ଉତ୍ତମ ଗତି (ମୋକ୍ଷ ବା ପରମ କଲ୍ୟାଣ) ପ୍ରଦାନ କରିଥାନ୍ତି।ଚଳିତବର୍ଷ ତା ୧୧/୧୦/ ୨୦୨୬ ରିଖ ରବିବାରଠାରୁ ଶାରଦୀୟ ନବରାତ୍ରି ୨୦୨୬ର ଶୁଭାରମ୍ଭ ହେବାକୁ ଯାଉଛି। ନଅଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି ପୂଜାରେ ଦେବୀଦୁର୍ଗାଙ୍କୁ ଆବାହନ କରିବା ନିମନ୍ତେ ଘଟସ୍ଥାପନ କେମିତି ଏବଂ କେବେ କରିବେ ଇତ୍ୟାଦି ବିଷୟରେ ସଂକ୍ଷିପ୍ତ ସୂଚନା –
ଆଶ୍ଵିନ ଶୁକ୍ଳ ପ୍ରତିପଦା ତା ୧୧/୧୦/ ୨୦୨୬ ରିଖ , ରବିବାର ଦିନ କଳଶ ସ୍ଥାପନ କରନ୍ତୁ।ଘଟ ସ୍ଥାପନ ମୂହୁର୍ତ୍ତ –
🔸️ପ୍ରାତଃ ୬.୧୪ଠାରୁ ଘ ୮. ୨୭ ପର୍ଯ୍ୟନ୍ତ ଚର ଲଗ୍ନ
🔸️ ପ୍ରାତଃ ଘ ୮. ୨୭ ଠାରୁ ଘ ୧୦.୩୮. ପର୍ଯ୍ୟନ୍ତ ସ୍ଥିର ଲଗ୍ନ
🔸️ଅଥବା ଦିବା ୧୧/ ୧୩ ରୁ ୧୨/୦୦ ମି. ମଧ୍ୟେ (ଅଭିଜିତ୍ ମୂହୁର୍ତ୍ତ)
🔹️ ଉପରୋକ୍ତ ସମୟ ଘଟ ସ୍ଥାପନ ପାଇଁ ପ୍ରଶସ୍ତ ଅଟେ ।
🔴-ଦେବୀ ପୁରାଣ ଅନୁସାରେ ପ୍ରାତଃ କାଳ ସମୟରେ ପୂଜା, ବିସର୍ଜନ ଉତ୍ତମ ଅଟେ।
🔴-ରାତ୍ରି କାଳରେ ଘଟ ସ୍ଥାପନ କରନ୍ତୁ ନାହିଁ।
🔴-ଯଦି ଶୁଭ ମୂହୁର୍ତ୍ତରେ ଘଟ ସ୍ଥାପନ କରି ନ ପାରିବେ, ତାହେଲେ ସେ ଦିନରେ ଯେ କୌଣସି ସମୟରେ କଳଶ ସ୍ଥାପନ କରିପାରିବେ। କାରଣ ମା ଦୁର୍ଗା କେବେହେଲେ ଭକ୍ତମାନଙ୍କର ଅମଙ୍ଗଳ କରନ୍ତି ନାହିଁ ।
🌴ନବରାତ୍ରି ପୂଜା ସମୟରେ କେତେକ ଲୋକ ଘଟ ତଥା ନାରିକେଳ,କଳଶ ସ୍ଥାପନା ଠିକ୍ ନିୟମ ଅନୁସାରେ କରି ନଥାନ୍ତି, ଏଥିପାଇଁ ଶୁଭଫଳ ସ୍ଥାନରେ ଅଶୁଭଫଳ ପ୍ରାପ୍ତି ହୋଇଥାଏ।
🔹️ମନ୍ଦିର ଅଥବା ପୂଜାସ୍ଥଳୀର ଉତ୍ତର ପୂର୍ବ ଦିଗର ମଧ୍ୟରେ ସ୍ଥିତ ଈଶାନ କୋଣରେ ମାଟି କିମ୍ବା ଧାତୁ ପାତ୍ରରେ ଅଙ୍କୁର ( ଶାଖା) ଲଗାନ୍ତୁ। ଏହା ପରେ ପାତ୍ରରେ ଘଟ ( କଳସ) ସ୍ଥାପନ କରନ୍ତୁ। ଘଟ ଧାତୁରେ ହୋଇଥିବା ଆବଶ୍ୟକ, ସୁନା, ରୁପା, ତମ୍ବା, ପିତ୍ତଳ ଧାତୁରେ କିମ୍ବା ମାଟିରେ ତିଆରି ହୋଇଥିଲେ ଶୁଭ ହୋଇଥାଏ। ଘଟରେ ରକ୍ତ ବସ୍ତ୍ର ଅଥବା ରଙ୍ଗୀନ ସୂତା ବାନ୍ଧନ୍ତୁ, ସେଥିରେ ପାଣି, ଚାଉଳ,ପଞ୍ଚରତ୍ନ,ଅଳ୍ପ ତୁଳସୀ ମୂଳର ମାଟି, ସର୍ବମହୌଷଧି, ଚନ୍ଦନ, ଫୁଲ, ଦୁବ ତଥା ମୁଦ୍ରା ପକାଇ ନଅଗୋଟି ପତ୍ର ଥିବା ଆମ୍ବ ଡ଼ାଳ ରଖି ତା ଉପରେ ଚାଉଳରେ ଭର୍ତ୍ତି କରି ଏକ ପୂର୍ଣ୍ଣ ଶରାବ (ଶରା) ରଖନ୍ତୁ । ଏହା ଉପରେ ନାରିକେଳ ରଖନ୍ତୁ। ନଡ଼ିଆର ମୁହଁ ନିଜ ଆଡକୁ ରଖନ୍ତୁ ଯେପରି ତାକୁ ଦେଖିଲେ ସାଧକଙ୍କ ନଜର ସିଧା ମୁହଁ ଉପରେ ପଡ଼ିବ।
ଏହି ସିଦ୍ଧାନ୍ତ ଅନୁସାରେ କଳଶ ସ୍ଥାପନା ସମୟରେ ନଡ଼ିଆର ମୁହଁ (ତିନି ଆଖି ଥିବା ଭାଗ)କୁ ଯଦି ତଳକୁ (ଅଧୋ ମୁଖ) ରଖାଯାଏ, ତେବେ ଶତ୍ରୁବୃଦ୍ଧି ହୋଇଥାଏ। ଯଦି ତାହାକୁ ଉପରକୁ (ଊର୍ଦ୍ଧ୍ୱମୁଖ) ରଖାଯାଏ, ତେବେ ଅନେକ ରୋଗ ବୃଦ୍ଧି ପାଇଥାଏ। ଯଦି ତାହାର ମୁହଁ ପୂର୍ବ ଦିଗକୁ (ପ୍ରାଚୀମୁଖ) ରହେ, ତେବେ ଧନନାଶ ହୋଇଥାଏ। ଏଣୁ ସବୁବେଳେ ସମ୍ମୁଖକୁ (ପୂଜାକର୍ତ୍ତା ବା ଭକ୍ତଙ୍କ ଆଡ଼କୁ ମୁହଁ ରହିଲାଭଳି) ନଡ଼ିଆ ସ୍ଥାପନ କରିବା ଶୁଭଜନକ ଅଟେ। ଏହି ବର୍ଷ ପୂଜାରେ ଦେବୀ ଦୁର୍ଗାଙ୍କର ନଅ ଦିନରର ଆରାଧନା ବିଷୟରେ ନିମ୍ନରେ ଦିଆଯାଇଛି।
🟣ତାରିଖ /ତିଥି/ବାର/ଦେବୀଙ୍କ ନାମ/ନୈବେଦ୍ୟ-୧୧ ଅକ୍ଟୋବର, ରବିବାର – ଶୁକ୍ଳ ପ୍ରତିପଦା (ଘଟସ୍ଥାପନା ଓ ମାଆ ଶୈଳପୁତ୍ରୀ ପୂଜା) ଶୈଳପୁତ୍ରୀ / ଘୃତ..
ନବରାତ୍ରରେ କଳଶ ସ୍ଥାପନା କରିବା ପରେ ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ, ଅର୍ଥାତ୍ କଳଶ ମୁଖରେ ବିଷ୍ଣୁ, କଣ୍ଠରେ ଶିବ, ମୂଳରେ ବ୍ରହ୍ମା ଏବଂ ମଧ୍ୟରେ ସମସ୍ତ ମାତୃଶକ୍ତି ନିବାସ କରନ୍ତି। କଳସ ସ୍ଥାପନା ର ଅର୍ଥ ହେଉଛି ନବରାତ୍ରି ସମୟରେ ବ୍ରହ୍ମାଣ୍ଡରେ ଉପସ୍ଥିତ ଶକ୍ତିତତ୍ତ୍ଵକୁ ଘଟ ଅର୍ଥାତ୍ କଳଶକୁ ଆବାହନ କରି ଏହାକୁ ସକ୍ରିୟ କରିବା। ଶକ୍ତିତତ୍ତ୍ଵ ଦ୍ଵାରା ବାସ୍ତୁରେ ଉପସ୍ଥିତ କଷ୍ଟଦାୟକ ତରଙ୍ଗ ନଷ୍ଟ ହୋଇଯାଇଥାଏ। ନବରାତ୍ରିର ପ୍ରଥମ ଦିନ ପୂଜାର ପ୍ରାରମ୍ଭରେ ଦୂର୍ଗାପୂଜା ପାଇଁ ସଙ୍କଳ୍ପ ନେଇ ଐଶାନ୍ୟ କୋଣରେ କଳଶ ସ୍ଥାପନା କରି ପୂଜା ପ୍ରାରମ୍ଭ କରା ଯାଇଥାଏ।
ଭାରତବର୍ଷରେ ସାଧାରଣତଃ ଦୁଇ ପ୍ରକାର ଦୁର୍ଗା ପୂଜାର ପ୍ରଚଳନଅଛି l ଗୋଟିଏ ଶାରଦୀୟ ଏବଂ ଅନ୍ୟଟି ବାସନ୍ତିକ।ଆଶ୍ୱିନଶୁକ୍ଳ ଏବଂ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ଏ ପୂଜାର ଅଂଶ ଵିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ। ଏହି ନବରାତ୍ର ନଅଦିନରେ ମାଆ ଦୁର୍ଗାଙ୍କ ନଅରୂପ ନବଗୌରୀ ବା ନବଦୁର୍ଗାଙ୍କୁ ଆରାଧନା କରାଯାଏ ।ମାର୍କଣ୍ଡେୟ ପୁରାଣରେ ଗୋଟିଏ ଅଂଶରେ ବର୍ଣ୍ଣିତ ହୋଇଛି ଦେବୀ ମହାମାୟାଙ୍କ ମାହାତ୍ମ୍ୟ ।ଏହା ଚଣ୍ଡୀ ବା ଦୁର୍ଗାସପ୍ତ ଶତୀ ନାମରେ ପରିଚିତ।ନବରାତ୍ର ପୂଜା ସମୟରେ ଏହାକୁ ପାଠ କରାଯାଇ ମାଆଙ୍କୁ ଆବାହନ କରାଯାଏ।ଏହାଛଡ଼ା ଦୁଇଟି ଗୁପ୍ତ ନବରାତ୍ର ମଧ୍ୟ ଅଛି ।ପ୍ରଥମଟି ଆଷାଢ଼ ଶୁକ୍ଳପ୍ରତିପଦା ଓ ଦ୍ୱିତୀୟଟି ମାର୍ଗଶୀର ଶୁକ୍ଳ ପ୍ରତିପଦାଠାରୁ ଆରମ୍ଭ ହୋଇଥାଏ ।ଦେବୀଙ୍କର ନବଶକ୍ତି ଏହି ସମୟରେ ଏକ ମହାଶକ୍ତିରୂପ ଧାରଣ କରିଥାଏ ।ଏଣୁ ଆରାଧନା ଦ୍ୱାରା ସାଧକମାନେ ଏହି ସମୟରେ ସିଦ୍ଧିପ୍ରାପ୍ତ ହୋଇଥାନ୍ତି । ନବଦୁର୍ଗାଙ୍କୁ ଦେଵୀକବଚ ସୂତ୍ରରେ ବର୍ଣ୍ଣନା କରାଯାଇଛି :-ପ୍ରଥମଂ ଶୈଳପୁତ୍ରୀତି ଦ୍ୱିତୀୟେ ବ୍ରହ୍ମଚାରିଣୀ l
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍।ପଞ୍ଚମ ସ୍କନ୍ଧମାତେତି ଷଷ୍ଠ କାତ୍ୟାୟନୀ ତଥା । ସପ୍ତମେ କାଳରାତ୍ରେତି ମହାଗୌରୀତିଚାଷ୍ଟମମ୍ ।ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକିକୀର୍ତ୍ତିତାଃ ll
ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ ।ଦଶମୀ ଦିନ ଦଶହରା ପାଳନ ସହ ଏ ପାର୍ବଣ ପର୍ବର ସମାପ୍ତି ହୋଇଥାଏ ।
ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-
୧.ଶୈଳପୁତ୍ରୀ -ଦ୍ୱିଭୁଜା ଦେଵୀ ବୃଷଭ ବାହନରେ ଅଧିଷ୍ଠିତା।ବାମହସ୍ତରେ ପ୍ରସ୍ଫୁଟିତ ପଦ୍ମ ଓ ଅନ୍ୟହସ୍ତରେ ତ୍ରିଶୁଳ ।ଏହି ଦେବୀ ଇଷତ ଲାଲବସ୍ତ୍ର ପରିହିତା, ଅଳଙ୍କାର ଯୁକ୍ତା ଏବଂ ମସ୍ତକରେ ସ୍ବର୍ଣ୍ଣ ମୁକୁଟ।ଏକଦା ଗିରି ରାଜ ହିମାଳୟ କଠୋର ତପସ୍ୟାକରି ଦେବୀଙ୍କୁ ପୁତ୍ରୀ ରୂପେ ପାଇଥିଲେ।ସେ ହିମାଳୟ କ୍ରୋଡ଼ରେ ବିରାଜିତା ଶୈଳପୁତ୍ରୀ। ଦକ୍ଷଯଜ୍ଞରେ ସତୀଙ୍କ ଆତ୍ମ ବିସର୍ଜନପରେ ଶିବ ତାଙ୍କ ପାଖରେ ସତୀଙ୍କୁ ନପାଇ ଶକ୍ତିହୀନ ମନେ କରୁଥିଲେ ।ସେ ହିମାଳୟରେ କଠୋର ତପସ୍ୟା କରି ଶୈଳପୁତ୍ରୀଙ୍କୁ ଲାଭ କରିଥିଲେ ।ଦେବୀଙ୍କ ଗର୍ଭରୁ ଦେବ ସେନାପତି କାର୍ତ୍ତୀକେୟଙ୍କ ସମ୍ଭବ ହୋଇଥିଲା । ଦେବୀଙ୍କ ଏହି ଜନ୍ମରେ ତିନିଗୋଟି ଅଭୀଷ୍ଟ ପୂରଣ ହୋଇଥିଲା । ଦେବତାମାନଙ୍କର କାର୍ତ୍ତିକେୟଙ୍କ ଦ୍ୱାରା ଅସୁର ସଂହାର, ହିମବନ୍ତଙ୍କ ମନୋବାଞ୍ଛା ପୂରଣ ଏବଂ ଶିବଙ୍କର ଶକ୍ତି ଲାଭ ।ସେ ସତୀ, ଭବାନୀ, ହୈମବତୀ ରୂପରେ ମଧ୍ୟ ପରିଚିତା ।ଦେବୀଙ୍କ ଗ୍ରହ ଚନ୍ଦ୍ର ।ତାଙ୍କର ମନ୍ତ୍ର ଓଁ ଦେବୀ ଶୈଳପୁତ୍ରୈ ନମଃ…

- Advertisement -

Leave A Reply

Your email address will not be published.