ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୧୩ତାରିଖ,ଗୁରୁବାର🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୯/୪୯🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୩/୧୭,ଶ୍ରାବଣମାସ,ଶୁକ୍ଳପକ୍ଷ,
ବୃହସ୍ପତିବାସ,ତିଥି-ପ୍ରତିପଦ୍ ରାତ୍ରି ଘ୮/୪୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।
ନକ୍ଷତ୍ର- ଅଶ୍ଳେଷା ନକ୍ଷତ୍ର ପ୍ରାତଃଘ୬/୫୧ମିପର୍ଯ୍ୟନ୍ତ ତଦନ୍ତେ ମଘାନକ୍ଷତ୍ର କ୍ଷୟ ନିଶାନ୍ତ ଘ୫/୯ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।
ବରୀୟାନଯୋଗ ଦିବା ଘ୧/୩୨ମିପର୍ଯ୍ୟନ୍ତ ତଦନ୍ତେ ପରୀଘଯୋଗ,
କରଣ- କିଂସ୍ତୁଘ୍ନକରଣ ଦିବାଘ୧୦/୧ମିପର୍ଯ୍ୟନ୍ତ ତଦନ୍ତେ ବବକରଣ ରାତ୍ରି ଘ୮/୪୩ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୮/୪୩ମିପରେ ଉତ୍ତରଦିଗରେ,ତିଥି, ପାପଯୁକ୍ତ ଦୋଷ ହେତୁ ରାତ୍ରି ଘ୮/୪୩ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ,ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ବୃଷ,ମିଥୁନ,କର୍କଟ, କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହିରାଶିମାନଙ୍କର ଏବଂ ପ୍ରାତଃ ଘ୬/୫୧ମି ପରେ ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର-ପ୍ରାତଃ ଘ୬/୫୧ମିପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ଘାତବାର-ତୁଳା ଓ କୁମ୍ଭରାଶିର ଘାତବାର।ତାରାଶୁଦ୍ଧି-୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ପ୍ରାତଃ ଘ୬/୫୧ମିପରେ ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ନିଶାନ୍ତ ଘ୫/୯ମିପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ- କୁଷ୍ମାଣ୍ଡ (ପାଣିକଖାରୁ)ରାତ୍ରି ଘ୮/୪୩ମିପରେ ବୃହତି(ବୋଇତାଳୁ) ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳ ଓ ବାରବେଳା)ଦିବା ଘ୩/୦ମି ରୁ ସୂର୍ଯ୍ୟାସ୍ତ ଘ୬/୧୩ମିପର୍ଯ୍ୟନ୍ତ(କାଳରାତ୍ରି)ରାତ୍ରି ଘ୧୧/୪୯ମି ରୁ ଘ୨/୧୫ମି ପର୍ଯ୍ୟନ୍ତ।ଶୁଭ ବେଳା-(ଅମୃତବେଳା)ରାତ୍ରି ଘ୧/୨୦ମି ରୁ ଘ୩/୪୪ମିପର୍ଯ୍ୟନ୍ତ
(ମାହେନ୍ଦ୍ରବେଳା)ସୂର୍ଯ୍ୟୋଦୟରୁ ଦିବା ଘ୭/୭ମି ମଧ୍ୟେ, ଦିବା ଘ୧୦/୨୦ମି ରୁ ଘ୧୨/୪୪ମିପର୍ଯ୍ୟନ୍ତ,ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ରାତ୍ରି ଘ୮/୪୩ମି ପରେ ୧ପାଦ ତିଥି ପୁଷ୍କରଦୋଷ, ଫଳଂ ଗୋପଶୁ ସମ୍ପଦର ବିନାଶ । ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତିବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ବନ୍ଧ୍ୟା ପ୍ରାତଃ ଘ୬/୫୧ମି ପରେ ସୁଭଗା,କନ୍ୟାର ସମ୍ବତ୍ସର ପ୍ରାତଃ ଘ୬/୫୧ମି ପରେ ପାଞ୍ଚମାସ ଏବଂ ନିଶାନ୍ତ ଘ୫/୯ମିପରେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା,ପ୍ରାତଃ ଘ୬/୫୧ମିପରେ ଶୋକାତୁରା, ଏବଂ ନିଶାନ୍ତ ଘ୫/୯ମି ପରେ ବିଧବା,ଘୃତତାମ୍ରପାତ୍ର,ରକ୍ତବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ,ଶାନ୍ତି କରଣୀୟ,ରାତ୍ରି ଘ୮/୪୩ମିମଧ୍ୟେ ତିଥିଦୋଷ ହେତୁ(ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ)ଶୁଭକର୍ମ- ନାସ୍ତି ।
🐐ମେଷ👉ଆଜି ରାଜନୀତି,ଆଇନ,ଅଦାଲତ ତଥା ସାଂଗଠନିକକାର୍ଯ୍ୟ ଆଲୋଚନାରେ ସଫଳତା ପାଇବେ। କିନ୍ତୁ ଶିକ୍ଷା,ସନ୍ତାନ ଓ ସମ୍ପର୍କ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ। ବନ୍ଧୁ ଓ ପରିବାରଦିଗରୁ ମଧ୍ୟ ସମୟଟି ବିଶେଷ ଅନୁକୂଳ ନୁହେଁ। ତଥାପି କୃତ୍ତିକା ନକ୍ଷତ୍ର ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇବେ।
🐂ବୃଷ👉ଦୂରଭିଷନ୍ଧି ରଖି ପାଖ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇପାରନ୍ତି। ମନକୁ ପାଉ ନଥିବା ଆଲୋଚନା କ୍ଷେତ୍ରରେ ସହମତ ହୋଇ ନ ପାରନ୍ତି। କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
👩‍❤️‍👨 ମିଥୁନ👉ସାମାନ୍ୟ ବ୍ୟତିକ୍ରମ ଓ ଉଚ୍ଚବାଚ୍ଚ ମଧ୍ୟରେ ଆଶା କରୁଥିବା ଜିନିଷଟି ପାଇପାରିବେ। ପାରିବାରିକ ଅସ୍ଥିରତାକୁ ନିୟନ୍ତ୍ରଣରେ ନ ରଖି ଅନ୍ୟକୁ ଦାୟୀ କରି ସମାଲୋଚିତ ହେବେ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଆଇନ, ଅଦାଲତ, ରାଜନୀତି, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
🦀କର୍କଟ👉କାର୍ଯ୍ୟବ୍ୟସ୍ତତା ଟେନ୍ସନକୁ ବଢ଼ାଇବ। କିନ୍ତୁ ଲୁହା ଦେଖି ପାଣିଦେବା ନ୍ୟାୟରେ ମନକୁ ପାଇଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣାର କରିପାରିବେ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ପୁନର୍ବସୁ ନକ୍ଷତ୍ର ଆକସ୍ମିକ ଭାବରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି।
🦁 ସିଂହ👉ଆଜି ଅର୍ଥବ୍ୟୟ, ଦୂରଯାତ୍ରା, ଶତ୍ରୁତାର ସମାଧାନ ଓ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କରି ପରେ ଅନୁତାପ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
🧕କନ୍ୟା👉ଆଜି ଯେତିକି ପାଇବେ ଦୁଇଗୁଣା ଖର୍ଚ୍ଚକରି ମନସ୍ତାପ କରିପାରନ୍ତି। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ବାଧିଲା ଭଳି କଥା କହିପାରେ। ହସ୍ତା ନକ୍ଷତ୍ର ବନ୍ଧୁମହଲରେ କାର୍ଯ୍ୟକଳାପ ଓ ଦକ୍ଷତାକୁ ନେଇ ପରୋକ୍ଷ ପ୍ରଶଂସିତ ହୋଇପାରନ୍ତି। ଅଫିସରେ ସହକର୍ମୀଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ।
⚖️ତୁଳା👉ସାହାଯ୍ୟ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନାହିଁ। ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ନିଜର କାମ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ପରକ୍ଷଣରେ ସହଯୋଗ କରିବେ। ସ୍ବାତୀ ନକ୍ଷତ୍ର ଧର୍ମଚର୍ଚ୍ଚା ପ୍ରତି ମନ ବଳାଇବେ।
🦂ବିଛା👉ନୂଆକରି ଆରମ୍ଭ କରିବାକୁ ଯାଉଥିବା କାମରେ ଆତ୍ମୀୟଙ୍କ ସହାୟତା ପାଇବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯତ୍ନ କରି ସଫଳ ହେବେ। ଅନୁରାଧା ନକ୍ଷତ୍ରର ନୂତନ ସ୍ଥାନ ପରିଦର୍ଶନ ପାଇଁ ମଉକା ଜୁଟିପାରେ। ଜମିଜମା କିଣା ବିକା କ୍ଷେତ୍ରରେ ପରିବାର ସଦସ୍ୟ ବିରୋଧ କରିପାରନ୍ତି।
🏹ଧନୁ👉କର୍ମକ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗିରହିବ। ଅଫିସରେ ସହକର୍ମୀମାନଙ୍କ ସହ ଖୁସିରେ ସମୟ କଟିଯିବ। ପିଲାମାନଙ୍କ ଶିକ୍ଷାର ସଫଳତାରେ ଆନନ୍ଦ ଅନୁଭବ କରିବେ। ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
🐊ମକର👉ମନରେ ସାହସ ବାନ୍ଧି ଦୁରୂହ କାମରେ ମୁଣ୍ଡ ପୂରାଇ ପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଜଣେ ବନ୍ଧୁ ଆପଣଙ୍କୁ ଅର୍ଥ ପ୍ରଦାନ କରିବେ। କୌଣସି ବ୍ୟକ୍ତିଙ୍କ ଠାରୁ ହଠାତ୍‌ କୌଣସି ଖବର ପାଇ ବିଚଳିତବୋଧ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ।
🏺କୁମ୍ଭ👉ପ୍ରତ୍ୟେକ କ୍ଷେତ୍ରରେ ଆଜିର କାମ ଓ କଥାରେ ସଂଯମତା ରକ୍ଷା କରିବା ଭଲ ହେବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ତର୍କ, ବିତର୍କ କାରଣରୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। କ୍ରୀଡା, ସଙ୍ଗୀତ ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
🐟ମୀନ👉ସ୍ଥଗିତ ରହିଯାଇଥିବା କାମ ସମ୍ପନ୍ନ କରିବାକୁ ଚେଷ୍ଟା କରିପାରନ୍ତି। ପାରିବାରିକ ସ୍ତରରେ ପିଲାମାନଙ୍କ ପାଇଁ ମନ ଅସ୍ଥିର ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଉତ୍ତରଭାଦ୍ରପଦ ନକ୍ଷତ୍ର ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ।
🕉️ନୀତି ବାଣୀ🕉️
ଶତ ଚେଷ୍ଟା କରି ଭାବିଥରେ ଦେଖ
ଅଟେ ଆମେ ଅଭ୍ରଭେଦୀ,
ଦୁନିଆ ଦାଣ୍ଡରେ ହଜିବାନି କେବେ
ପାରିବେନି କେହି ଖେଦି….
ନା ଅସ୍ତ୍ର ଦ୍ୱାରା ମିଳିଥାଏ ନା ଅଧିକାର ଦ୍ୱାରା ମିଳିଥାଏ, ହୃଦୟରେ ସ୍ଥାନ କେବଳ ଆପଣଙ୍କ ବ୍ୟବହାର ଦ୍ୱାରା ମିଳିଥାଏ।
ଯେଉଁ କଥା ହୃଦୟରେ ଅଛି ତାକୁ କହିବା ପାଇଁ ସହଜ କର ଏବଂ ଯେଉଁ କଥା ଅନ୍ୟ ହୃଦୟରେ ଅଛି ତାକୁ ବୁଝିବା ପାଇଁ ପ୍ରୟାସ କର।
ସବୁ ହସୁଥିବା ଚେହେରା କେବଳ ଖୁସି Time ରେ ହସି ନ ଥାଏ ,ବେଳେ ବେଳେ ନିଜର ଅକୁହା ଦୁଃଖକୁ ଲୁଚାଇବାକୁ ଯାଇ ଦୁନିଆଁ ଆଗରେ ହସିବାର Acting କରିବାକୁ ପଡ଼ିଥାଏ।

Comments (0)
Add Comment