ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୦ତାରିଖ ୨୦୨୫ମସିହା (ଶନିବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୨/୧୫ ଗତେ ଅମାବାସ୍ୟା,ନକ୍ଷତ୍ର- ମଘା ଦିବା ଘ୦୮/୫୩ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୩,
ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୧୫ ଗତେ ଐଶାନ୍ୟେ,ମକର ଓ କର୍କଟରାଶିର ଘାତଚନ୍ଦ୍ର,
ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଚତୁର୍ଦ୍ଦଶୀର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,
କାଳବେଳା -ଦିବା ଘ ୦୭/୦୮ ମଧ୍ୟେ ଓ ଦିବା ଘ ୦୪/୦୭ ଗତେ ଘ ୦୫/୪୦ ମଧ୍ୟେ,ବାରବେଳା- ଦିବା ଘ ୦୧/୦୭ ଗତେ ଘ ୦୨/୩୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ ୦୭/୦୯ ଗତେ ଘ୦୯/୨୩ ମଧ୍ୟେ ଓ ଘ ୧୧/୩୮ ଗତେ ଘ୦୧/୦୬ ମଧ୍ୟେ ଓ ଘ ୦୩/୨୮ ଗତେ ଘ୦୪/୦୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ ୦୨/୫୦ ଗତେ ଘ୦୩/୪୨ମଧ୍ୟେ,
ଅଦ୍ୟ ବିରି ଭକ୍ଷଣ ନିଷେଧ।
ମେଷ-ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବନାହିଁ ।କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପକରିବେ ।ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ ।ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି।କଠୋର ପରିଶ୍ରମ ଜନିତକାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
ମିଥୁନ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ ।ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି ।ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
କର୍କଟ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି ।ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ।କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
ସିଂହ-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନ ମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ।ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତି ଙ୍କଠାରୁ ଦୂରେଇ ରହିବା ଭଲ।
କନ୍ୟା-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳପାଇବେ ।କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେନାହିଁ ।ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ତୁଳା-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମରସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ବିଛା-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରି ପାରେ ।କୌଣସିକାର୍ଯ୍ୟ ସମ୍ପନ୍ନ କରିବାକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ।ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ।ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
କୁମ୍ଭ-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତାପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମୀନ-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭକରିବେ। ଆଜି ସଭାସମିତି,ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment