ଅକ୍ଟୋବରମାସ ୩୧ତାରିଖ ୨୦୨୫ ମସିହା(ଶୁକ୍ରବାର) କାର୍ତ୍ତିକମାସ- ଶୁକ୍ଳ,ତିଥି-ନବମୀ ଦିବା ଘ୧୦/୦୧ ଗତେ ଦଶମୀ,ନକ୍ଷତ୍ର-ଧନିଷ୍ଟା ରାତ୍ରି ଘ୦୭/୨୬ ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୧୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୫୦,ଯୋଗିନୀ ପୁର୍ବେ ଦିବା ଘ୧୦/ ୦୧ଗତେ ଉତ୍ତରେ,ମିଥୁନ ଓ ମୀନରାଶିର ଘତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୩୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/ ୩୮ ମଧ୍ୟେ ଓ ଘ୦୭/୨୬ ଗତେ ଘ ୦୮/୩୯ ମଧ୍ୟେ ଓ ଘ୧୨/୧୪ ଗତେ ଘ୦୩/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ।
ମେଷ:-ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇରହିବା ଭଲ ।ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟକ୍ଷେତ୍ରରେ ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକଠାରୁ ଦୂରେଇ ରୁହନ୍ତୁ।
ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟା ରେ ସ୍ୱାସ୍ଥ୍ୟ ଖରାପହେବାର ଆଶଂକା ଅଛି।
ମିଥୁନ :-ସମସ୍ତକାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନ ଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ।ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ :- କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ।ଲଘୁଯାତ୍ରାର ଯୋଗଅଛି। ଭାଇ-ବନ୍ଧୁମାନଙ୍କ ସହ ମିଳାମିଶା ରହିବ।ଆର୍ଥିକଲାଭ ତଥା ସମାଜରେ ଆଦର ସମ୍ମାନମିଳିବ।ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ :-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ର ମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ।ପରିବାରରେ ସୁଖ-ଶାନ୍ତି ରହିବ।ଉତ୍ତମ ଭୋଜନର ପ୍ରାପ୍ତି ହେବ।ନିର୍ଦ୍ଧାରିତ କାମରେ ସଫଳତା ମିଳିବ।ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା :- ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ।ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦପ୍ରାପ୍ତି ହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା :-ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ରବାର୍ତ୍ତା ବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚରମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗକରିବ।ଆଧ୍ୟାତ୍ମିକବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ।ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ।ମାଙ୍ଗଳିକକାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ।ଚାକିରି ଧନ୍ଦାରେ ଭଲ ଅବସର ଆସିବ।ଆୟରେ ବୃଦ୍ଧିହେବ।ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:- ଆଜି ଆପଣଙ୍କକାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ।ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ-ପ୍ରମୋଦସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର :- ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକକାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟ ରେ ନୂଆ ବିଚାରଧାରା ଉଦ୍ରେକ ହେବ।ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନ ମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇ ପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି।ବାଣୀଉପରେ ନିୟନ୍ତ୍ରଣ ନରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ :- ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରି ମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ।ଉତ୍ତମ ବୈବାହିକସୁଖ ପ୍ରାପ୍ତି ହେବ।
ଘରେ କେଉଁଠି ଅଁଳାଗଛ ରହିଲେ ହୋଇଥାଏ ଧନର ବର୍ଷା… କାର୍ତ୍ତିକମାସରେ ଅଁଳାଗଛକୁ କିଭଳି ପୂଜାକରିବା ଉଚିତ ଆଜି ଜାଣିବା… ସବୁମାସ ଅପେକ୍ଷା କାର୍ତ୍ତିକ ମାସ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଏହି ମାସରେ ଦେବଦେବୀଙ୍କ ବ୍ୟତୀତ ବୃକ୍ଷର ପୂଜା କରିବାର ମଧ୍ୟ ବିଧାନ ରହିଛି । ଶାସ୍ତ୍ରରେ ଅଁଳାଗଛର ଜନ୍ମ ବିଷୟରେ ଏହି କାହାଣୀ ରହିଛିଯେ, ଥରେ ଭଗବାନବ୍ରହ୍ମାଙ୍କ ଆଖିରୁ ପ୍ରେମପୂର୍ଣ୍ଣ ଅଶ୍ରୁ ବୋହିବାଦ୍ୱାରା ଅଁଳାଗଛର ଜନ୍ମ ହୋଇଥିଲା ।ଏହାର ଅନ୍ୟନାମ ଧାତ୍ରୀବୃକ୍ଷ ।ପ୍ରତ୍ୟେକଦିନ ଅଁଳାଗଛର ପୂଜା କରିନପାରିଲେ କାର୍ତ୍ତିକମାସ କିମ୍ବା ପ୍ରତିପଦଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପୂଜା କରିବାର ବିଧାନ ରହିଛି ।
ଏହାଦ୍ବାରା ଭୂଦାନତୁଲ୍ୟ ପୁଣ୍ୟ ମିଳିଥାଏ । ଏହାବି ସମ୍ଭବ ନହେଲେ ଅଁଳାନବମୀ ଠାରୁ କାର୍ତ୍ତିକପୂର୍ଣ୍ଣିମା କିମ୍ବା କେବଳ ଅଁଳା ନବମୀଦିନ ପୂଜା କରିପାରିବେ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣହେବ।ଏହି ଦିନ ମାନଙ୍କରେ ଭଗବାନବିଷ୍ଣୁଙ୍କ ପାଖରେ ଅଁଳାପତ୍ର ଅର୍ପିତ କରିବା ଉଚିତ।ତୁଳସୀଗଛ ପାଖରେ ଅଁଳା ଗଛରହିଲେ ତାହା ଅତ୍ୟନ୍ତ ପୁଣ୍ୟଫଳ ପ୍ରଦାନ କରିଥାଏ ଏବଂ ପିତୃଦୋଷ ଥିଲେ ଏହି ଅଁଳାଗଛ ମୂଳରେ ତର୍ପଣକଲେ ପିତୃ ଦୋଷ ଦୂର ହୋଇଥାଏ।ସନ୍ତାନପ୍ରାପ୍ତିରେ ସମସ୍ୟାଥିଲେ କୌଣସି ବ୍ରାହ୍ମଣ ଏବଂ ବ୍ରାହ୍ମଣିଙ୍କୁ ଅଁଳାଗଛ ମୂଳରେ ଭୋଜନ ଦାନ କରନ୍ତୁ।ଦେଖିବେ ସନ୍ତାନସମସ୍ୟା ଦୂର ହୋଇଯିବ ।
ସ୍ନାନଜଳରେ ଅଁଳାପତ୍ର ପକାଇ ସ୍ନାନକଲେ ପୁଣ୍ୟପ୍ରାପ୍ତ ହୋଇଥାଏ।ଅଁଳାନବମୀଦିନ ଦାନଧର୍ମ କଲେ ତାହାର ପୁଣ୍ୟଫଳ କ୍ଷୟ ହୁଏନାହିଁ ।ଅଁଳାନବମୀ ଦିନ ସକାଳୁ ଶୀଘ୍ରଉଠି ସ୍ନାନକରି ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣକରନ୍ତୁ । ଏହା ପରେ ଦୀପଦାନକରି ମାତା ବୃନ୍ଦାବତୀ ଙ୍କର ପ୍ରାର୍ଥନା କରନ୍ତୁ।ଏହାପରେ ଭଗବାନଶ୍ରୀକୃଷ୍ଣ ଶ୍ରୀଜଗନ୍ନାଥଙ୍କୁ ପୂଜାକରି ଏକ ପିତ୍ତଳଥାଳି ନେଇ ବସ୍ତ୍ର ,ଧଳାରାଶି , ଅକ୍ଷତ,ହଳଦୀ,କୁମକୁମ,ଚନ୍ଦନ,ଧଳା ସୂତା,ଧୂପଦୀପ ସଜାଇ ପ୍ରଥମେ ଅଁଳାଗଛରେ ଜଳ ଅର୍ପଣକରନ୍ତୁ ।ଏହାପରେ ବସ୍ତ୍ରକୁ ଗଛରେବାନ୍ଧି ‘ ଓଁ ଧାତ୍ରୀ ବୃକ୍ଷାୟ ବସ୍ତ୍ରଙ୍ଗ ସମର୍ପୟାମି ‘ଏହିମନ୍ତ୍ର ଜପକରନ୍ତୁ।ଏହାପରେ ସବୁ ଜିନିଷ ଏବଂ ଭୋଗଆକାରରେ ଫୁଲ ଅର୍ପିତକରିଦିଅନ୍ତୁ ।ଏହାବ୍ୟତୀତ କିଛି ଦକ୍ଷିଣା ମଧ୍ୟ ଗଛମୂଳରେ ରଖିଦିଅନ୍ତୁ।ପୂଜାପରେ ଧଳା ସୂତାକୁ ଗଛରେଗୁଡ଼ାଇ ଦିଅନ୍ତୁ।୧୦୮ଥର ପ୍ରଦକ୍ଷିଣ କରିବାକୁ ଚେଷ୍ଟାକରନ୍ତୁ।ଏହାଦ୍ବାରା ବ୍ରହ୍ମହତ୍ୟାଭଳି ପାପ ଦୂରହେବା ସହିତ ଅସତଯୋଗ୍ୟ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ,କିନ୍ତୁ ଆପଣ ବିଶେଷପୂଜା କରିବାକୁ ଚାହୁଁଥିଲେ ଅଁଳାଗଛ ମୂଳରେ ହୋମ କରିପାରିବେ।ଏହାପରେ ଗଛମୂଳରେ ବସି ଶ୍ରୀବିଷ୍ଣୁ ସହସ୍ରନାମ,ଶ୍ରୀମଦ ଭାଗବତ ଗୀତା ଏହିସବୁ ପୋଥିପାଠ କରିପାରିବେ।ଏହିଦିନ ଅଁଳା ଗଛ ମୂଳରେବସି ପ୍ରସାଦସେବନକରିବା ଭଲ ହୋଇଥାଏ!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା!!