ଡିସେମ୍ବରମାସ ୩୦ତାରିଖ ୨୦୨୫ମସିହା (ମଙ୍ଗଳବାର)ଶାମ୍ବଦଶମୀ ,ପୌଷମାସ- ଶୁକ୍ଳପକ୍ଷ ,ତିଥି-ଦଶମୀ ଦିବା୦୭/୩୨ଗତେ ଏକାଦଶୀ ,ନକ୍ଷତ୍ର-ଦ୍ଵିଜା ରାତ୍ରି ଘ୦୪/୨୪ ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୩୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୮ ,ଯୋଗିନୀ ଉତ୍ତରେ ଦିବା ଘ୦୭/୩୨ ଗତେ ଅଗ୍ନିକୋଣେ ,ମେଷରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ଏକପାଦ ରାତ୍ରିଘ୦୪/୨୪ ଗତେ ଦ୍ଵୀପାଦ ଓ ରାତ୍ରି ଘ୦୪/ ୫୧ଗତେ ତ୍ରୀ ପାଦପୁସ୍କରଦୋଷ ,କାଳବେଳା -ଦିବା ଘ୦୧/୧୦ ଗତେ ଘ୦୨/୩୨ମଧ୍ୟେ ,ବାରବେଳା-ଦିବା ଘ୦୭/୪୫ ଗତେ ଘ୦୯/୦୯ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୨ ମଧ୍ୟେ ଓ ଘ ୦୯/୦୯ଗତେ ଘ୧୨/ ୦୦ମଧ୍ୟେ ଓ ରାତ୍ରି ଘ୦୭/୩୬ ଗତେ ଘ୦୮/୨୫ମଧ୍ୟେବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ ୦୫/୨୮ଗତେ ଘ୦୭/୩୬ମଧ୍ୟେ ,ଅଦ୍ୟ ପୋଇଭକ୍ଷଣ ନିଷେଧ।
ମେଷ:-ଆଜି ଦାମ୍ପତ୍ୟଜୀବନରେ ସୁଖ ଅନୁଭବ କରିବେ।ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମଭୋଜନ କରିବାର ସୁଯୋଗମିଳିବ।ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲରହିବ।ସ୍ନେହୀଜନମାନଙ୍କଠାରୁ ଶୁଭସମାଚାର ମିଳିପାରେ।
ବୃଷ:-ଆଜି ଆପଣଙ୍କ ଅଧୂରାକାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟ ରେ ସଫଳତା ଏବଂ ଯଶପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକଲାଭ ହେବ। ଅଫିସରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।
ମିଥୁନ:-ଦିନରଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକଧନ ଖର୍ଚ୍ଚ ହୋଇପାରେ।ପ୍ରେମପ୍ରସଂଗରେ ମନ ମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:-ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ।ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ।ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ।ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।
ସିଂହ:-ଆଜି ବିନା ଭାବିବିଚାରି କୌଣସିକାର୍ଯ୍ୟ କରନ୍ତୁନାହିଁ। କାର୍ଯ୍ୟ ରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ।ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।
ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ।ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକଲାଭ ହେବ। ଶୁଭସମାଚାର ପ୍ରାପ୍ତ ହେବ।
ବିଛା:-ଆଜିରଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ।ସ୍ଵାସ୍ଥ୍ୟ ଖରାପ ହୋଇପାରେ।ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ।କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ:-ଜୀବନର ପ୍ରତ୍ୟେକକ୍ଷେତ୍ରରେ ଆଜିରଦିନ ଲାଭକାରୀ ପ୍ରମାଣିତହେବ।ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି।ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳାମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ।ବୈବାହିକ ସମସ୍ୟାର ସମାଧାନ ହେବ।
ମକର:-ଆପଣଙ୍କ ପ୍ରତ୍ୟେକକାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ,ଯେଉଁଥିରେ ଆପଣ ଖୁସି ରହିବେ।ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳରହିବ ଏବଂ କାର୍ଯ୍ୟ ରେ ସଫଳତା ମିଳିବ।ଗୃହସ୍ଥ ଜୀବନରେ ଆନନ୍ଦ ରହିବ।ଧନପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ:-ଆଜି ମାନସିକଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ।ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ।ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ:-ଆଧ୍ୟାତ୍ମିକତାପ୍ରତି ଆକର୍ଷଣ ବଢ଼ିବ।ବାଣୀ ତଥା ବ୍ୟବହାରଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରିରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।
ସୁସ୍ଥ ରହିବା ପାଇଁ ଗରମ ପାଣିର ଚମତ୍କାରୀ ଗୁଣ…
ଆମର ଦୈନନ୍ଦିନ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆମକୁ ଅନେକ ବଡ଼ ରୋଗରୁ ରକ୍ଷା କରିପାରେ। ସେଥିମଧ୍ୟରୁ ଉଷୁମ ଗରମପାଣି ପିଇବା ହେଉଛି ଅନ୍ୟତମ।ଆସନ୍ତୁ ଜାଣିବା ଗରମ ପାଣି ପିଇବାର କିଛି ବିଶେଷ ଉପକାରିତା:-
କିଡନୀପାଇଁ ହିତକର:- ଗରମପାଣି ଶରୀରରୁ ବିଷାକ୍ତ ପଦାର୍ଥ (toxins) ବାହାର କରି କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ସଂକ୍ରମଣରୁ ରକ୍ଷା:- ଏହା ଶରୀରରେ ଥିବା ଜୀବାଣୁ ଓ ସଂକ୍ରମଣ ସହ ଲଢ଼ିବାରେ ସହାୟକ ହୋଇଥାଏ।
ଗଳା ସମସ୍ୟାରୁ ମୁକ୍ତି:- ମୁହଁ ଓ ଗଳାକୁ ସଫାରଖିବା ସହ ଗଳା ବେଦନାକୁ ଶୀଘ୍ର ପ୍ରଶମିତ କରେ।
ଓଜନ ନିୟନ୍ତ୍ରଣ:- ଶରୀରରେ ଜମିଥିବା ବାଜେଚର୍ବି କମାଇ ଏକ ସୁସ୍ଥ ଓଜନ ବଜାୟ ରଖିବାରେ ଏହା ଖୁବ୍ ପ୍ରଭାବଶାଳୀ।
ହଜମ ପ୍ରକ୍ରିୟାରେ ସୁଧାର:- ଖାଦ୍ୟକୁ ସହଜରେ ହଜମ କରିବା ସହ ପାଚନ ଶକ୍ତିକୁ ମଜବୁତ୍ କରେ।ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!