ଆଜିର ରାଶିଫଳ

ବାସ୍ତୁ ଟିପ୍ସ...

ମାର୍ଚ୍ଚମାସ ୧୦ତାରିଖ ୨୦୨୬ମସିହା (ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷତିଥି- ସପ୍ତମୀ ରାତ୍ରି ଘ୦୨/୧୧ଗତେ ଅଷ୍ଟମୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୦୮/ ୦୩ ଗତେ ଜ୍ୟେଷ୍ଠା, ସୁର୍ୟୋଦୟ- ପ୍ରାତଃଘ୦୬/୦୪/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୨୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୧୧ଗତେ ଐଶ।ନ୍ୟେ ମକରରାଶିର ଘାତବାର,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେଦେଇ ଦ୍ଵିପ।ଦ ରାତ୍ରି ଘ୦୨/୧୧ ମଧ୍ୟେ ଏକପାଦ ପୁଷ୍କର ଦୋଷ, କାଳବେଳା-ଦିବା ଘ୦୧/୨୫ ଗତେ ଘ୦୨/୫୫ମଧ୍ୟେ,ବାରବେଳା- ଦିବା ଘ୦୭/୩୦ଗତେ ଘ୦୯/୦୦ ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୦୧ ଗତେ ଘ୧୦/୫୨ମଧ୍ୟେ ଓ ଘ୦୩/୪୦ ଗତେ ଘ୦୫/୧୪ମଧ୍ୟେ ଓ ରାତ୍ରି ଘ୦୬/୩୬ଗତେ ଘ୦୯/୦୩ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ତାଳଭକ୍ଷଣ ନିଷେଧ।
ମେଷ :- ଆଜି ଆକସ୍ମିକ ଧନଲାଭ ଯୋଗ ରହିଛି।ସାହାଯ୍ୟପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ :- ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟିଯାକ ମିଶିକରି ଆପଣଙ୍କୁ ସଫଳତାଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ :- ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟକରିବେ।ସେମାନଙ୍କ ଛୋଟଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ ।ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ :-ଆଜି ଆପଣ କୌଣସି ସମସ୍ୟା ରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସିହେବେଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:- ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ ।ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ।
କନ୍ୟା:- ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତ ଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା:-ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା :-ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ
ଧନୁ :-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି ।କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର:-ଏହି ସମୟ ନିଜସାଙ୍ଗ ସାଙ୍ଗରେ କୌଣସି କଳିକଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନର କାର୍ଯହେବ।
କୁମ୍ଭ :- ଅନ୍ୟଲୋକ ଆପଣଙ୍କ ଦୟାକୁ ଭୂଲବାଟରେ ନେବାପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ଦୟାକରିବା ମଧ୍ୟ ଠିକ୍ ନୁହେଁ ।
ମୀନ :-ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠା ସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଏକ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣ ଜୀବନପାଇଁ ଘରର ପ୍ରତ୍ୟେକକୋଣ ଏବଂ ବାସ୍ତୁର ସଠିକ୍ ଦିଗରେ ରହିବା ଅତ୍ୟନ୍ତ ଆବଶ୍ୟକ। ନିମ୍ନରେ ଘରର କିଛି ଗୁରୁତ୍ୱପୂର୍ଣ୍ଣ ବାସ୍ତୁ ନିୟମ ବିସ୍ତୃତ ଭାବରେ ବର୍ଣ୍ଣନା କରାଗଲା:-🏠 ମୁଖ୍ୟ ବାସ୍ତୁନିୟମ:-ସୁଖ ଓ ସମୃଦ୍ଧି ପାଇଁ….
୧. ମୁଖ୍ୟ ପ୍ରବେଶ ଦ୍ୱାର (Main Entrance)
ଦିଗ: ଘରର ମୁଖ୍ୟ ଦ୍ୱାର ସର୍ବଦା ପୂର୍ବ,ଉତ୍ତର କିମ୍ବା ଐଶାନ୍ୟ (ଉତ୍ତର- ପୂର୍ବ)ଦିଗରେ ରହିବା ଅତ୍ୟନ୍ତ ଶୁଭ।
ସାଜସଜ୍ଜା:-ମୁଖ୍ୟଦ୍ୱାର ସବୁଠାରୁ ବଡ଼ ଏବଂ ସଫାସୁତୁରା ହେବା ଉଚିତ୍। ଦ୍ୱାର ସମ୍ମୁଖରେ ସ୍ୱସ୍ତିକ କିମ୍ବା ଓଁ ଚିହ୍ନ ଲଗାଇବାଦ୍ୱାରା ନକାରାତ୍ମକଶକ୍ତି ଦୂର ହୁଏ।
ବାରଣ:- ମୁଖ୍ୟଦ୍ୱାର ସମ୍ମୁଖରେ କେବେ ବି ଜୋତା କିମ୍ବା ଅଳିଆ ଗଦା ରଖନ୍ତୁ ନାହିଁ।
୨.ଠାକୁରଘର (Pooja Room)
ଦିଗ:-ଘରର ଉତ୍ତର-ପୂର୍ବ (ଐଶାନ୍ୟ କୋଣ) ହେଉଛି ଭଗବାନଙ୍କ ସ୍ଥାନ। ଏହି ଦିଗରେ ଠାକୁରଘର ରହିବା ସବୁଠାରୁ ଶୁଭ।
ପୂଜାକରିବା ଶୈଳୀ:-ପୂଜା କରିବା ସମୟରେ ମୁହଁ ପୂର୍ବ କିମ୍ବା ଉତ୍ତରଦିଗକୁ ରହିବା ଉଚିତ୍।
ବାରଣ:-ଠାକୁରଘର ଶୌଚାଳୟ ପାଖରେ କିମ୍ବା ଶିଡ଼ିତଳେ ହେବା ଉଚିତ୍ ନୁହେଁ।
୩.ରୋଷେଇଘର (Kitchen)
ଦିଗ:-ରୋଷେଇଘର ସର୍ବଦା ଦକ୍ଷିଣ-ପୂର୍ବ (ଅଗ୍ନି କୋଣ)ଦିଗରେ ହେବା ଉଚିତ୍।
ରୋଷେଇକରିବା:-ରୋଷେଇ କଲାବେଳେ ମୁହଁ ପୂର୍ବଦିଗକୁ ରହିବା ଭଲ।
ବାରଣ:-ରୋଷେଇ ଘର ଏବଂ ଶୌଚାଳୟ ଦ୍ୱାର ପରସ୍ପରର ସମ୍ମୁଖରେ ହେବା ଉଚିତ୍ ନୁହେଁ।
୪.ଶୋଇବା ଘର (Master Bedroom)ଦିଗ:-ମୁଖ୍ୟ ଶୋଇବା ଘର ସର୍ବଦା ଦକ୍ଷିଣ-ପଶ୍ଚିମ (ନୈଋତ କୋଣ) ଦିଗରେ ହେବା ଉଚିତ୍। ଏହା ଘରର ମୁଖ୍ୟଙ୍କୁ ମାନସିକ ଶାନ୍ତି ଓ ସ୍ଥିରତା ଦିଏ।
ଶୋଇବା ଶୈଳୀ:-ଶୋଇବା ସମୟରେ ମୁଣ୍ଡ ସର୍ବଦା ଦକ୍ଷିଣ କିମ୍ବା ପୂର୍ବଦିଗକୁ ରଖନ୍ତୁ।ଉତ୍ତରଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ।
ବାରଣ:-ଶୋଇବା ଘରେ ଦର୍ପଣ ଏପରି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠି ଶୋଇଥିବା ଶରୀର ଦେଖାଯାଉଥିବ।
୫.ଶୌଚାଳୟ ଓ ସ୍ନାନାଗାର (Toilet & Bathroom)
ଦିଗ:-ଶୌଚାଳୟ ପାଇଁ ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ (ବାୟୁ କୋଣ)ଦିଗ ସବୁଠାରୁ ଭଲ।ବାରଣ:- ଘରର ମଝି ଭାଗରେ କିମ୍ବା ଐଶାନ୍ୟକୋଣରେ ଶୌଚାଳୟ କେବେ ବି କରନ୍ତୁନାହିଁ।
୬.ଧନ ରଖିବା ସ୍ଥାନ (Tijori/Almirah)ଦିଗ:-ଧନ ରଖୁଥିବା ଆଲମାରୀ ଦକ୍ଷିଣ କିମ୍ବା ପଶ୍ଚିମକୋଣରେ ରଖନ୍ତୁ ଯେପରି ଏହାର ଦ୍ୱାର ଉତ୍ତର ଦିଗକୁ ଖୋଲିବ। ଉତ୍ତରଦିଗ କୁବେରଙ୍କ ଦିଗ ହୋଇଥିବାରୁ ଏହା ଧନ ବୃଦ୍ଧି କରେ।
ସାଧାରଣ ବାସ୍ତୁଟିପ୍ସ (ଶାନ୍ତିପାଇଁ):-
ସଫାସୁତୁରା:- ଘରକୁ ସବୁବେଳେ ସଫା ରଖନ୍ତୁ। ଘରେ ଅଦରକାରୀ ଭଙ୍ଗା ଜିନିଷ (Broken items) କିମ୍ବା ଅଚଳ ଘଣ୍ଟା ରଖନ୍ତୁ ନାହିଁ, ଏହା ନକାରାତ୍ମକତା ଆଣେ।
ପାଣିରସ୍ଥାନ:- ପାଣିଟାଙ୍କି କିମ୍ବା ବୋରୱେଲ୍ ସର୍ବଦା ଘରର ଉତ୍ତର କିମ୍ବା ପୂର୍ବଦିଗରେ ହେବା ଉଚିତ୍।
ଗଛଲତା:-ଘରର ପୂର୍ବ ଏବଂ ଉତ୍ତର ଦିଗରେ ତୁଳସୀଗଛ କିମ୍ବା ଛୋଟଛୋଟ ଫୁଲଗଛ ଲଗାନ୍ତୁ।କଣ୍ଟାଜାତୀୟ ଗଛ ଘରଭିତରେ ରଖନ୍ତୁନାହିଁ।
ଲୁଣପାଣି ପୋଛା:-ସପ୍ତାହରେ ଅନ୍ତତଃ ଥରେ ପାଣିରେ ସାମାନ୍ୟ ଲୁଣ ମିଶାଇ ଘର ପୋଛନ୍ତୁ, ଏହାଦ୍ୱାରା ଘରର ନକାରାତ୍ମକଶକ୍ତି ନଷ୍ଟ ହୁଏ।
ସାରାଂଶ:-ବାସ୍ତୁଶାସ୍ତ୍ର କେବଳ ନିୟମ ନୁହେଁ, ଏହା ହେଉଛି ପ୍ରକୃତିର ଶକ୍ତି ସହିତ ନିଜକୁ ଯୋଡ଼ିବାର ଏକ ମାଧ୍ୟମ। ଯଦି ଆପଣଙ୍କ ଘର ପୁରୁଣା ଏବଂ ଭଙ୍ଗାଗଢ଼ା ସମ୍ଭବ ନୁହେଁ, ତେବେ ଛୋଟ ଛୋଟ ବାସ୍ତୁଉପଚାର (Vastu Remedies) ଦ୍ୱାରା ମଧ୍ୟ ଶାନ୍ତି ମିଳିପାରିବ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।

Comments (0)
Add Comment