ଜାନୁଆରୀ ମାସ ୧୨ ତାରିଖ ୨୦୨୬ ମସିହା (ସୋମବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୩୨ଗତେ ଦଶମୀ ,ନକ୍ଷତ୍ର-ସ୍ୱାତୀ ରାତ୍ରି ଘ୦୯/୪୨ ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୧୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୨୨ ,ଯୋଗିନୀ ପୂର୍ବେ ଦିବା ଘ ୧୨/୩୨ଗେତେ ଉତ୍ତରେ ,ମିଥୁନ ରାଶିର ଘାତବାର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଆଦ୍ୟ ମୃତେ ରାତ୍ରି ଘ୦୯/ ୪୨ଗତେ ଏକପାଦ ପୁସ୍କରଦୋଷ ,କାଳବେଳା -ଦିବା ଘ୦୭/୪୮ ଗତେ ଘ୦୯/୧୦ମଧ୍ୟେ ,ବାରବେଳା-ଦିବା ଘ୦୨/୩୭ଗତେ ଘ୦୪/୦୦ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୭ମଧ୍ୟେ ଓ ଘ୦୯/୪୦ଗତେ ଘ୧୨/୦୫ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୧୦/୫୭ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।– ନାସ୍ତି ,ଅଦ୍ୟ ଲାଉ ଦିବା ଘ୧୨/୩୨ ଗତେ କଳମଶାଗ ଭକ୍ଷଣ ନିଷେଧ।
ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁନେଇ ପାରିବାରିକ ଅସହଯୋଗରୁ ଶେଷପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକଚାପ ଦୃଷ୍ଟିରୁ ମାନସିକସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ-ଆଜି ଆପଣଙ୍କର ମାନସିକସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।
ମିଥୁନ-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସିଂହ-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ-ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।
ତୁଳସୀପୂଜା ବେଳେ କରନ୍ତୁନାହିଁ ଏହି ଭୁଲ୍, ନଚେତ…
ହିନ୍ଦୁଧର୍ମରେ ତୁଳସୀପୂଜାର ମହତ୍ତ୍ବ ବହୁତ ଅଧିକ।ବିଶ୍ୱାସ କରାଯାଏଯେ ଦେବୀଲକ୍ଷ୍ମୀ ତୁଳସୀରେ ବାସକରନ୍ତି।ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀପୂଜା କରାଯାଏ । ଯେଉଁଘରେ ପ୍ରତିଦିନ ତୁଳସୀପୂଜା କରାଯାଏ ସେହି ଘରେ ମାଲକ୍ଷ୍ମୀ ସର୍ବଦା ବାସ କରନ୍ତି । ବ୍ରହ୍ମାଣ୍ଡରରକ୍ଷକ ଭଗବାନ ବିଷ୍ଣୁଙ୍କର ମଧ୍ୟ ତୁଳସୀ ବହୁତ ପ୍ରିୟ ।
ଭଗବାନବିଷ୍ଣୁଙ୍କୁ ଅର୍ପଣ କରାଯାଉଥିବା ନୈବେଦ୍ୟରେ ତୁଳସୀପତ୍ର ବ୍ୟବହାର କରାଯାଏ । ସନ୍ଧ୍ୟାରେ ତୁଳସୀ ପୂଜାର ଗୁରୁତ୍ବ ଅଧିକ ଥାଏ ।ତୁଳସୀଗଛ ମୂଳରେ ଦୀପଜଳାଯାଏ।ଯେଉଁ ଘରେ ତୁଳସୀ ଗଛକୁ ପୂଜା କରାଯାଏନି ଦେବୀଲକ୍ଷ୍ମୀ ସେହିଘରେ ପ୍ରବେଶ କରନ୍ତିନାହଁ। । ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ଆଳତୀ ସମୟରେ ତୁଳସୀଗଛ ମୂଳରେ କଣ ଅର୍ପଣ କରିବା ଉଚିତ । ଏହାସହିତ ଜାଣି ରଖନ୍ତୁ ତୁଳସୀ ପୂଜାସମୟରେ କେଉଁ ଭୁଲ କରିବେନାହିଁ ।
ସନ୍ଧ୍ୟାରେ ଆଳତୀ କରିବା ସମୟରେ ତୁଳସୀ ଗଛ ମୂଳରେରେ ଘିଅ କିମ୍ବା ସୋରିଷତେଲର ଦୀପ ଜାଳନ୍ତୁ । ପରେ ଧୂପକାଠିଜାଳନ୍ତୁ ।ଆଳତୀସମୟରେ ଫୁଲ,ଚାଉଳ,ଚନ୍ଦନ ଏବଂ ସିନ୍ଦୁର ଅର୍ପଣ କରିବା ଉଚିତ । ଚାଉଳ ଅର୍ପଣ କରିବାଦ୍ବାରା ଶୁଭଫଳ ମିଳିଥାଏ । ଏହା ବ୍ୟତୀତ ପୂଜାସମୟରେ ମିଠା କିମ୍ବା ଫଳ ଅର୍ପଣ କରିବା ଉଚିତ । ଆଳତୀ କରିବା ପରେ ତୁଳସୀ ଗଛର ପରିକ୍ରମା କରନ୍ତୁ ଏବଂ ତୁଳସୀ ମନ୍ତ୍ର ଜପ କରନ୍ତୁ ।
ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛକୁ ସ୍ପର୍ଶ କରିବା ନିଷେଧ, ତେଣୁ ସନ୍ଧ୍ୟାରେ ତୁଳସୀ ପତ୍ର ଛିଡାନ୍ତୁନାହିଁ । ତୁଳସୀଗଛ ମୂଳରେ ଦୀପଜାଳିବା ସମୟରେ ଚାଉଳ ଅର୍ପଣ କରନ୍ତୁ । ତୁଳସୀପୂଜା କରିବା ସମୟରେ କେଶ ଖୋଲାରଖିବା ଉଚିତ୍ ନୁହେଁ । ସନ୍ଧ୍ୟାରେ ତୁଳସୀଆଳତୀ ସମୟରେ ଜଳ ଅର୍ପଣ କରିବା ଅନୁଚିତ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!