ଆଜିର ରାଶିଫଳ

ଏହି ଉପାୟ ମୁଖ ଦୁର୍ଗନ୍ଧକୁ ଗାୟବ କରିଦ

ଜାନୁଆରୀମାସ ୧୭ତାରିଖ ୨୦୨୬ମସିହା (ଶନିବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୨/୨୭ ଗେତେ ଅମାବାସ୍ୟା ,ନକ୍ଷତ୍ର-ମୂଳା ଦିବା ଘ୦୯/୧୬ ଗତେ ପୁର୍ବାଷାଢ଼ା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୪୮ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/ ୨୫/୫୫ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୨୭ ଗେତେ ଐଶାନ୍ୟେ ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୭/୫୦ ମଧ୍ୟେ ଓ ଦିବା ଘ୦୪/୦୦ଗତେ ଘ୦୫/୨୫ମଧ୍ୟେ ,ବାରବେଳା- ଦିବା ଘ୦୧/୧୫ ଗତେ ଘ୦୨/୩୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୦/୩୦ଗତେ ଘ୦୧/୧୪ ମଧ୍ୟେ ଓ ରାତ୍ରି ଘ୦୭/୪୦ଗତେ ଘ ୧୦/୦୦ମଧ୍ୟେ ଓ ରାତ୍ରି ଘ୧୧/୪୮ଗତେ ଘ୦୧/୨୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ବିରି ଭକ୍ଷଣ ନିଷେଧ ।
ମେଷ-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ ।କର୍ମରେ ଉନ୍ନତିକରିବେ ଓ କର୍ମ ସ୍ଥାନରେ ସମସ୍ତବାଧାବିଘ୍ନ ଦୂରହେବ ।ଅଟକି ରହିଥିବାକାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟଅପେକ୍ଷା ବ୍ୟୟ କମ୍‌ ରହିବ,ଋଣମୁକ୍ତ ହେବା ପାଇଁ ଚେଷ୍ଟାକରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ବୃଷ-ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତିଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ଦରମାରେ କିଛିବୃଦ୍ଧି ଘଟିପାରେ,ମୂଲ୍ୟବାନ ଧାତୁ  କିମ୍ବା ଭୂମି କ୍ରୟକରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।
ମିଥୁନ-କର୍ମରେ ଉନ୍ନତି କରିବାପାଇଁ ଯୋଜନାକରିବେ ଓ ସେଥିରେ ସଫଳହେବାର ସମସ୍ତଦିଗକୁୁ ଅନୁଧ୍ୟାନ କରିବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।ନୂତନ କର୍ମାରମ୍ଭ କିମ୍ବା ନୂତନନିୁକ୍ତିର ସମ୍ଭାବନାରହିଛି ।କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଓ ସହଯୋଗ ପାଇବେ ।
କର୍କଟ-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ।କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥକର୍ମଚାରୀଙ୍କ ରୋଷର ଶିକାରହେବେ । ବାପାମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ-ଆଜି କଷ୍ଟହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥାବିଳମ୍ବ ପରିଲକ୍ଷିତ ହେବ ।ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନଅଶାନ୍ତ ରହିବ ।ବିନାକାରଣରେ ଆଜି ବହୁତ ବ୍ୟସ୍ତରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତସମସ୍ୟା ଦେଖାଦେଇପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନାହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳାସହକର୍ମୀ ସହଯୋଗ କରିବେ ।ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହାଯ୍ୟ ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା-କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟାକରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ ।
ବିଛା-ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ-ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହାଯ୍ୟ ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ-ଆର୍ଥିକକ୍ଷତି ଓ ବ୍ୟବସାୟରେକ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ ।ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ-ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ ।ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତହେବେ ।ଲକ୍ଷ୍ମୀଙ୍କରକୃପା ରହିବ ।ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।
ଏହି ଉପାୟ ମୁଖ ଦୁର୍ଗନ୍ଧକୁ ଗାୟବ କରିଦ…
ଆଜିକାଲି ଦୁନିଆରେ ଅଧିକାଂଶ ଲୋକମାନଙ୍କର ମୁଖରୁ ଦୁର୍ଗନ୍ଧ ଆସିବା ଆଦି ସମସ୍ୟା ଦେଖାଦେଉଛି। କେତେକଲୋକ ନିଜପାଟିର ବହୁତ ଯତ୍ନ ନେଇଥାନ୍ତି ତଥା, ବ୍ରସ କରିବା, ସଠିକ ଖାଦ୍ୟର ସେବନ କରିବା ଓ ସବୁବେଳେ  ପାଟିକୁ ସଫା ରଖିବା ଆଦି କରିଥାନ୍ତି । ହେଲେ ଏତେସବୁ କରିମଧ୍ୟ ସେମାନଙ୍କ ମୁହଁରୁ ଦୁର୍ଗନ୍ଧ ଆସିଥାଏ। ଏହି ସମସ୍ୟାପାଇଁ ଅନ୍ୟ ଲୋକମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡିପାରେ। ଚିନ୍ତା କରିବାର କୌଣସି ଆବଶ୍ୟକତାନାହିଁ, କାରଣ ଆଜି ଏପରି ଏକ ଘରୋଇଉପଚାର ବିଷୟରେ ଜାଣିବା ଯାହାକୁକରି  ମୁଖଦୁର୍ଗନ୍ଧ ସମସ୍ୟାକୁ ସବୁଦିନପାଇଁ ଦୂର କରି ପାରିବେ। ଏହି ଉପଚାରପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ନିମନ୍ତେ ପ୍ରଥମେ ଏକ ଲବଙ୍ଗ ଓ ଏକ ଗୁଜୁରାତି ନିଅନ୍ତୁ । ଏହି ଦୁଇଟିଜିନିଷକୁ ନେଇ ନିଜ ଦାନ୍ତମାଢି ତଳେ ରଖନ୍ତୁ। କିଛିସମୟ ପରେ ଏହାକୁ ଧୀରେଧୀରେ ଚୋବାନ୍ତୁ। ଧୀରେ ଧୀରେ ଚୋବାଇ ଏହାର ରସକୁ ବାହାର କରନ୍ତୁ ଓ ଶେଷରେ ଏହାକୁ ଚୋବାଇ ଖାଇଦିଅନ୍ତୁ। ଦୁଇମିନିଟ ମଧ୍ୟରେ ଆପଣଙ୍କ ମୁଖଦୁର୍ଗନ୍ଧ ସଂପୂର୍ଣ୍ଣ ଦୂର ହୋଇଯିବ। ଯଦି ଆପଣ ଚାହୁଁଛନ୍ତି ମୁଖ ଦୁର୍ଗନ୍ଧକୁ ସବୁଦିନ ପାଇଁ ଦୂରକରିବେ ତାହେଲେ ଆପଣ ଏହି ଉପଚାରକୁ ଦିନରେ ତିନରୁ ଚାରିଥର ନିଶ୍ଚୟ ପ୍ରୟୋଗକରନ୍ତୁ । ଏହା ମୁଖଦୁର୍ଗନ୍ଧକୁ ଦୂର କରିବା ସହ ପେଟ ଜନିତ ସମସ୍ୟାକୁ ମଧ୍ୟ ଦୂରକରିଥାଏ । ଲବଙ୍ଗ ଓ ଗୁଜୁରାତି ପଚନ ପକ୍ରିୟାକୁ ମଝବୁତ କରିଥାଏ, ଯାହା ପେଟ ବା ଗ୍ୟାସଜନିତ ସମସ୍ତସମସ୍ୟାକୁ ଦୂରକରିବାରେ ସହାୟକ ହୋଇଥାଏ !!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

 

Comments (0)
Add Comment