ମାର୍ଚ୍ଚମାସ ୧୫ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ- କୃଷ୍ଣପକ୍ଷ,
ତିଥି- ଲଏକାଦଶୀ ଦିବା ଘ୦୯/୩୭ଗତେ ଦ୍ୱାଦଶୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୯/୪୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୩/୪୭,ଯୋଗିନୀ ଅଗ୍ନିକୋଣେ ଦିବାଘ୦୯/୩୭ଗତେ ନୈରୁତେ,ସିଂହରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତ୍ର ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା-ଦିବାଘ୧୦/୨୫ଗତେ ଘ୦୧/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୬ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୍୭/୨୯ ଗତେ ଘ୦୯/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୪୫ ମଧ୍ୟେ ଓ ଘ୍୦୧/୨୭ଗତେ ଘ୦୧/୫୮ ମଧ୍ୟେ,ଅଦ୍ୟ ପୋଇ ଭକ୍ଷଣ ନିଷେଧ।ମିନସଂକ୍ରାନ୍ତି,ସର୍ବସନ୍ମତ ପାପମୋଚିନି ଏକାଦଶୀ।
ମେଷ:-ଆଜି ଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ,ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ସମୟ ଅନୁକୂଳ ଅଟେ।ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।ଧାର୍ମିକ କାର୍ଯ୍ୟ ଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
ବୃଷ :-କମନସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନରଖିବେ।କୋର୍ଟକଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ।ନୂଆକାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ। ଆକସ୍ମିକ ଧନଲାଭ ହେବ।
ମିଥୁନ:-ସନ୍ତାନ ସମ୍ବନ୍ଧୀତ ଶୁଭସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନହେବ।ନୂଆମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
କର୍କଟ:-ଆଜିର ବ୍ୟବସାୟକ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ।ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭହେବ।ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ସିଂହ:-ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କାଅଛି।ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକଦୃଷ୍ଟିରୁ ଲାଭ ହେବ।
କନ୍ୟା:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେରୁହନ୍ତୁ।ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
ତୁଳା :-ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ,ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନାକରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ଆକସ୍ମିକଖର୍ଚ୍ଚ ହୋଇପାରେ।
ବିଛା :-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକକାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ।ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତିରହିବ।ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ଧନୁ :-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତକରି ପାରିବେ।ଘରର ବାତାବରଣରେ ସୁଖଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତହେବ।
ମକର :-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁନାହିଁ।ଧନ ଏବଂ ପ୍ରତିଷ୍ଠାରେ ହାନି ନହେଉ, ଏହାର ଧ୍ୟାନ ରଖିବେ।ମଧ୍ୟାହ୍ନପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ।ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
କୁମ୍ଭ:-ଆଜି ଆବଶ୍ୟକ ନିର୍ଣ୍ଣୟ ନେବାପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ।ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ।ଛୋଟଯାତ୍ରାର ଆୟୋଜନ ହୋଇପାରେ।ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
ମୀନ:- ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁନାହିଁ।ଖାଇବାପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତାସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବେ।
ଘରକୁ ଆସୁଛି ସଙ୍କଟ, ସୂଚନାଦେବ ତୁଳସୀଗଛ…
ହିନ୍ଦୁଧର୍ମରେ ଏମିତି ବହୁତ କଥା କୁହାଯାଇଛି, ଯାହାଦ୍ଵାରା ଆପଣମାନେ ଜାଣିପାରିବେ କି ଆସନ୍ତା ସମୟରେ କଣ ହେବାର ଅଛି । ଏହି କଥାର ସଂକେତ ଆପଣଙ୍କୁ ପୂର୍ବରୁ ହିଁ ମିଳିଯାଏ । କିନ୍ତୁ ଆମେ ଏହି କଥା ଉପରେ ଅଧିକ ଧ୍ୟାନ ଦେଇନଥାଉ । ଏମିତି ବହୁତ ଘଟଣା ଆମ ସାମ୍ନାରେ ଘଟିଥାଏ ଯାହା ଆମକୁ ସଂକେତ ଦେଇଦିଏ ।ଯେପରିକି ବିଲେଇ ରାସ୍ତା କାଟିବା, ଖାଲିବାଲ୍ଟି ଦେଖିବା, ପଛରୁ ଡାକିବା ଯଦି ଏହିଭଳି କିଛି ହୋଇଥାଏ ତେବେ ଏହାର ଅର୍ଥ ଏହା ଅଟେକି ଆପଣଙ୍କ ସହିତ କିଛି ଖରାପ ହେବାର ଅଛି ।ଏହି ସମସ୍ତ ମଧ୍ୟରେ ତୁଳସୀଗଛ ବି ଆମକୁ କିଛି ସଂକେତ ଦେଇଥାଏ ।
ସମସ୍ତ ହିନ୍ଦୁଙ୍କ ଘରେ ତୁଳସୀଗଛ ନିଶ୍ଚିତ ରଖାଯାଏ । ତୁଲସୀଗଛ ଘରେ ରଖିବା ଶୁଭ ହୋଇଥାଏ । ତୁଳସୀଗଛର ସକାଳେ ଓ ସନ୍ଧ୍ୟା ସମୟରେ ପୂଜା ଅର୍ଚନା ବି କରାଯାଏ । ତୁଳସୀଗଛ ଏକ ଏମିତି ଗଛ ଅଟେ ଯାହା ବହୁତ ସମ୍ବେଦନଶୀଳ ହୋଇଥାଏ । ତୁଳସୀ ଗଛ ବିଷୟରେ ଏମିତି କୁହାଯାଏ କି ଯଦି ଆପଣଙ୍କର ଘର ପରିବାର ଉପରେ କୌଣସିବି ପ୍ରକାରର ସଙ୍କଟ ଆସିଥାଏ,ତେବେ ଏହାରସଂକେତ ତୁଳସୀଗଛ ପୂର୍ବରୁ ହିଁ ଦେବାକୁ ଲାଗିଥାଏ ।
ଯଦି ଆପଣଙ୍କ ଘରର ତୁଳସୀଗଛ ଶୁଖିବାକୁ ଲାଗିଥାଏ କିମ୍ବା ତାହାର ପତ୍ର ଝଡିବାକୁ ଲାଗେ ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଉପରେ କୌଣସି ସମସ୍ୟା ଆସିବାର ଅଛି ।ଆଜି ଆମେ ଜାଣିବା ତୁଳସୀର ଏହିଭଳି କିଛି ଉପାୟ, ଯାହା ସାହାର୍ଯ୍ୟରେ ଖରାପ ସମୟରୁ ନିଜକୁ ରକ୍ଷା କରିପାରିବା…
ତୁଳସୀ ଗଛର ଉପାୟ-ଆମେ ଯଦି ଅନୁଭବ କରିବା ଘରେ ବାସ୍ତୁଦୋଷ ଅଛି ତେବେ ଏହି ସ୍ଥିତିରେ ନିଜଘରର ଦକ୍ଷିଣ ଦିଗରେ କିମ୍ବା ଉତ୍ତରଦିଗରେ ତୁଳସୀ ଗଛ ଲଗାନ୍ତୁ ।ଏହା କରିବା ଦ୍ଵାରା ଆପଣଙ୍କ ଘରର ବାସ୍ତୁଦୋଷ ଦୂର ହୋଇଯିବ ।
ଯଦି ବହୁତ ଚେଷ୍ଟା ଓ ପରିଶ୍ରମ କରିବାପରେ ବି କାରବାରରେ ଉନ୍ନତି ହେଉନାହିଁ ଓ ସମସ୍ୟାର ସମଧାନ ହେଉନାହିଁ ତେବେ ଏମିତିରେ ନିଜ ଘରର ଦକ୍ଷିଣ ପଶ୍ଚିମ ଦିଗରେ ତୁଳସୀ ଗଛଲଗାନ୍ତୁ ।ଏହାସହିତ ଶୁକ୍ରବାର ଦିନ ସକାଳୁ ଉଠି ତୁଳସୀଗଛକୁ କଞ୍ଚାକ୍ଷୀର ଓ ମିଠାର ଭୋଗଲଗାନ୍ତୁ ।
ଏହାପରେ ସେହିଭୋଗକୁ କୌଣସି ବିବାହିତସ୍ତ୍ରୀଙ୍କୁ ଦିଅନ୍ତୁ ।ଏହିଭଳି କରିବା ଦ୍ଵାରା କାରବରରେ ଆସୁଥିବା ସମସ୍ତସମସ୍ୟା ଦୂରହୋଇଯିବ।
।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।
ପାପ ମୋଚନୀ ଏକାଦଶୀ-ଆମ ଓଡିଶାର ସଂସ୍କୃତି ଓ ପରମ୍ପରା ବଡ଼ ମହାନ୍।ଓଡିଆ ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତି ଯୋଡିହୋଇ ତାହାକୁ ଆହୁରି ରୁଦ୍ଧିମନ୍ତ କରିଛି।ବାରମାସରେ ତେରପର୍ବ ପାଳିଥାନ୍ତି ଓଡିଆମାନେ।ପୁରାଣଶାସ୍ତ୍ର ଅନୁସାରେ ଏହିବ୍ରତ ଓଷାବିଧି ପାଳନଦ୍ବାରା ବିଭୁକୃପାଲାଭ ହୋଇଥାଏ।ସେହି
ବ୍ରତଗୁଡିକ ମଧ୍ୟରେ ବାରମାସରେ ଚବିଶିଏକାଦଶୀ ପାଳନ କରାଯାଇଥାଏ।ତନ୍ମଧ୍ୟରୁ ପାପମୋଚନୀ ଏକାଦଶୀଅନ୍ୟତମ।ନାମ ଅନୁସାରେ ଏହି ଏକାଦଶୀଵ୍ରତ ପାଳନଦ୍ବାରା ପାପ ମୋଚନ ହୋଇଥାଏ।ଫାଲ୍ଗୁନମାସଶୁକ୍ଳପକ୍ଷ ଏକାଦଶୀ ତିଥିକୁ ପାପମୋନୀଏକାଦଶୀ କୁହାଯାଏ।ଏହିତିଥିରେ ଭଗବାନବିଷ୍ଣୁଙ୍କର ପୂଜା ସହ ଅଁଳାବୃକ୍ଷକୁ ମଧ୍ୟ ପୂଜାକରାଯାଏ।ଶାସ୍ତ୍ର ଅନୁସାରେ ଵ୍ରହ୍ମାଣ୍ଡ ସୃଷ୍ଟି ହେବା ସହୟରେ ଅଁଳାବୃକ୍ଷର ସୃଷ୍ଟି ହୋଇଥିଲା।ତେଣୁ ଏହି ଏକାଦଶୀଵ୍ରତ ସହ ଅଁଳାବୃକ୍ଷକୁ ପୂଜାକରିବା ସହଜୀବନର ସଵୁଦୁଃଖ ମୋଚନ ହୋଇଥାଏ।ସୁଖ ଓ ସମୃଦ୍ଧି ଭରି ଦେଇଥାଏ।ତେଣୁ ଭକ୍ତମାନେ ନିଷ୍ଠାରସହ ବ୍ରତ ପାଳନକରି ପ୍ରଭୁକୃପା ଲାଭ ଲକରିବା ସହମୋକ୍ଷ ପ୍ରାପ୍ତି ହୋଇଥାନ୍ତି।